ଗୀତସଂହିତା 9:5 - ପବିତ୍ର ବାଇବଲ5 ତୁମ୍ଭେ ସେହି ଅନ୍ୟ ଲୋକମାନଙ୍କୁ ସମାଲୋଚନା କରିଛ। ହେ ସଦାପ୍ରଭୁ, ତୁମ୍ଭେ ସେହି ଦୁଷ୍ଟ ଲୋକଙ୍କୁ ମଧ୍ୟ ଧ୍ୱଂସ କରିଛ। ତୁମ୍ଭେ ସେହି ମାନଙ୍କର ନାମ ସବୁଦିନ ପାଇଁ ନିଶ୍ଚିହ୍ନ କରିଦେଇଛ। ଆଜି ସେହିମାନଙ୍କ ମଧ୍ୟରୁ କେହି ଜୀବିତ ନାହାନ୍ତି। Gade chapit laପବିତ୍ର ବାଇବଲ (Re-edited) - (BSI)5 ତୁମ୍ଭେ ଗୋଷ୍ଠୀୟମାନଙ୍କୁ ଅନୁଯୋଗ କରିଅଛ, ତୁମ୍ଭେ ଦୁଷ୍ଟମାନଙ୍କୁ ସଂହାର କରିଅଛ, ତୁମ୍ଭେ ଅନନ୍ତକାଳ ନିମନ୍ତେ ସେମାନଙ୍କ ନାମ ଲିଭାଇ ଦେଇଅଛ। Gade chapit laଓଡିଆ ବାଇବେଲ5 ତୁମ୍ଭେ ଗୋଷ୍ଠୀୟମାନଙ୍କୁ ଅନୁଯୋଗ କରିଅଛ, ତୁମ୍ଭେ ତୁମ୍ଭ ଦୁଷ୍ଟମାନଙ୍କୁ ସଂହାର କରିଅଛ, ତୁମ୍ଭେ ଅନନ୍ତକାଳ ନିମନ୍ତେ ସେମାନଙ୍କ ନାମ ଲିଭାଇ ଦେଇଅଛ। Gade chapit laଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT5 ତୁମ୍ଭେ ଗୋଷ୍ଠୀୟମାନଙ୍କୁ ଅନୁଯୋଗ କରିଅଛ, ତୁମ୍ଭେ ତୁମ୍ଭ ଦୁଷ୍ଟମାନଙ୍କୁ ସଂହାର କରିଅଛ, ତୁମ୍ଭେ ଅନନ୍ତକାଳ ନିମନ୍ତେ ସେମାନଙ୍କ ନାମ ଲିଭାଇ ଦେଇଅଛ। Gade chapit la |
ଶାଉଲ ତାଙ୍କର ଅସ୍ତ୍ରବାହକକୁ କହିଲେ, “ତୁମ୍ଭର ଖଣ୍ତା ବାହାର କରି ତୁମ୍ଭର ଖଣ୍ଡାରେ ମୋତେ ହତ୍ୟା କର। ତାହାହେଲେ ଅସୁନ୍ନତ ଲୋକମାନେ ଆସି ମୋତେ ଗାଳି ଦେବେ ନାହିଁ କିମ୍ବା ହତ୍ୟା କରି ପାରିବେ ନାହିଁ।” କିନ୍ତୁ ଶାଉଲଙ୍କର ଅସ୍ତ୍ରବାହକ ଦାସ ବହୁତ ଭୟଭୀତ ହୋଇଗଲା ଏବଂ ଶାଉଲଙ୍କୁ ହତ୍ୟା କରିବାକୁ ମନା କଲା। ତେଣୁ ଶାଉଲ ତାଙ୍କର ନିଜର ଖଣ୍ତା ବାହାର କଲେ ଓ ନିଜେ ନିଜକୁ ହତ୍ୟା କଲେ।
ଦାଉଦ ଶୁଣିଲେ ଯେ ନାବଲ ମୃତ୍ୟୁବରଣ କରିଛି। ଦାଉଦ କହିଲେ, “ସଦାପ୍ରଭୁଙ୍କ ପ୍ରଶଂସା କର। ନାବଲ ମୋ’ ବିଷୟରେ ଖରାପ କଥା କହିଥିଲା କିନ୍ତୁ ସଦାପ୍ରଭୁ ମୋତେ ସାହାଯ୍ୟ କଲେ। ସଦାପ୍ରଭୁ ମୋତେ ମନ୍ଦକାର୍ଯ୍ୟ କରିବାରୁ କ୍ଷାନ୍ତ କଲେ। ସଦାପ୍ରଭୁ ତା'ର ମୃତ୍ୟୁର କାରଣ ହେଲେ, କାରଣ ସେ କୁକର୍ମ କରିଥିଲା।” ତା'ପରେ ଦାଉଦ ଅବୀଗଲକୁ ଏକ ବାର୍ତ୍ତା ପଠାଇଲେ। ଦାଉଦଙ୍କର ସ୍ତ୍ରୀ ହେବା ପାଇଁ ତାଙ୍କୁ ପଗ୍ଭରିଲେ।