Biblia Todo Logo
Bib sou entènèt

- Piblisite -




ଗୀତସଂହିତା 9:12 - ପବିତ୍ର ବାଇବଲ

12 ସଦାପ୍ରଭୁ ତାଙ୍କ ନିକଟକୁ ସାହାଯ୍ୟ ପାଇଁ ଯାଇଥିବା ଲୋକମାନଙ୍କୁ ମନେ ରଖନ୍ତି। ସେହି ଗରିବ ଲୋକମାନେ ସାହାଯ୍ୟ ପାଇଁ ଆକୁଳ ନିବେଦନ କରନ୍ତି ଓ ସଦାପ୍ରଭୁ ସେମାନଙ୍କ କଥା ଭୁଲି ପାରନ୍ତି ନାହିଁ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

12 କାରଣ ଯେ ରକ୍ତପାତର ଅନୁସନ୍ଧାନ କରନ୍ତି, ସେ ସେମାନଙ୍କୁ ସ୍ମରଣ କରନ୍ତି; ସେ ଦୁଃଖୀମାନଙ୍କର କ୍ରନ୍ଦନ ବିସ୍ମୃତ ହୁଅନ୍ତି ନାହିଁ।

Gade chapit la Kopi

ଓଡିଆ ବାଇବେଲ

12 କାରଣ ଯେ ରକ୍ତପାତର ଅନୁସନ୍ଧାନ କରନ୍ତି, ସେ ସେମାନଙ୍କୁ ସ୍ମରଣ କରନ୍ତି; ସେ ଦୁଃଖୀମାନଙ୍କର କ୍ରନ୍ଦନ ଭୁଲନ୍ତି ନାହିଁ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

12 କାରଣ ଯେ ରକ୍ତପାତର ଅନୁସନ୍ଧାନ କରନ୍ତି, ସେ ସେମାନଙ୍କୁ ସ୍ମରଣ କରନ୍ତି; ସେ ଦୁଃଖୀମାନଙ୍କର କ୍ରନ୍ଦନ ଭୁଲନ୍ତି ନାହିଁ।

Gade chapit la Kopi




ଗୀତସଂହିତା 9:12
21 Referans Kwoze  

ଏହା ପରେ ସଦାପ୍ରଭୁ କହିଲେ, “ଆମ୍ଭେ ମିଶରରେ ଆପଣା ଲୋକମାନଙ୍କର ଅସୁବିଧା ସବୁ ଦେଖିଅଛୁ ଏବଂ ମିଶରୀୟବାସୀ ସେମାନଙ୍କୁ ଯନ୍ତ୍ରଣା ଦେବା ସମୟରେ ଆମ୍ଭେ ସେମାନଙ୍କର କ୍ରନ୍ଦନ ଶୁଣିଅଛୁ। ଆମ୍ଭେ ସେମାନଙ୍କର ଯନ୍ତ୍ରଣା ସବୁ ଜାଣିଛୁ।


ଏହି ଦୁଃଖୀ ଲୋକଟି ସଦାପ୍ରଭୁଙ୍କ ନିକଟରେ ସାହାଯ୍ୟ ପାଇଁ ପ୍ରାର୍ଥନା କଲା ଓ ସଦାପ୍ରଭୁ ତାହା ଶୁଣିଲେ ସେ ମୋତେ ମୋର ସମସ୍ତ ବିପଦରୁ ଉଦ୍ଧାର କଲେ।


ଲୋକମାନେ ଯେହେତୁ ତୁମ୍ଭର ପବିତ୍ର ଲୋକ ଓ ଭବିଷ୍ୟ‌‌ଦ୍‌‌‌‌ବକ୍ତାମାନଙ୍କର ରକ୍ତପାତ କରିଥିଲେ, ଏବେ ତୁମ୍ଭେ ସେମାନଙ୍କୁ ରକ୍ତପାତ କରିବାକୁ ଦେଇଛ। ସେମାନେ ଏହା ହିଁ ପାଇବାକୁ ଯୋଗ୍ୟ।”


ମୁଁ ରକ୍ତ ପାତ ଦ୍ୱାରା ଦଣ୍ଡିତ କରିବି, ତାହା ପ୍ରାଣୀ ଦ୍ୱାରା ହେଉ ବା ଲୋକମାନଙ୍କ ଦ୍ୱାରା। ଯଦି ଲୋକମାନେ ପରସ୍ପରକୁ ହତ୍ୟା କରନ୍ତି, ମୁଁ ରକ୍ତପାତ ଦ୍ୱାରା ଦଣ୍ଡିତ କରିବି।


ଦେଖ, ସଦାପ୍ରଭୁ ପୃଥିବୀବାସୀଙ୍କୁ ସେମାନଙ୍କର ଅପରାଧ ଲାଗି ଶାସ୍ତି ଦେବାକୁ ନିଜ ସ୍ଥାନ ପରିତ୍ୟାଗ କରିଛନ୍ତି। ପୃଥିବୀ ନିଜର ଶକ୍ତି ପ୍ରକାଶ କରିବ। ସେ ଆଉ ନିହତ ଲୋକମାନଙ୍କୁ ଆଚ୍ଛାଦନ କରି ରଖିବ ନାହିଁ।


କାରଣ ସଦାପ୍ରଭୁ ବିପଦରେ ପଡ଼ିଥିବା ଗରିବ ବ୍ୟକ୍ତିମାନଙ୍କୁ ହିଁ ସାହାଯ୍ୟ କରନ୍ତି। ସେ ତାଙ୍କ ପାଇଁ ଲଜ୍ଜିତ ହୁଅନ୍ତି ନାହିଁ। ସେ ସେମାନଙ୍କୁ ଘୃଣା କରନ୍ତି ନାହିଁ। ଯଦି ଲୋକମାନେ ତାଙ୍କୁ ବିପଦରେ ପଡ଼ି ସାହାଯ୍ୟ ପ୍ରାର୍ଥନା କରନ୍ତି, ସେ ସେମାନଙ୍କଠାରୁ ନିଜକୁ ଦୂରେଇ ରଖି ପାରିବେ ନାହିଁ।


ଏହା ପରେ ସେମାନେ ନିଜ ମଧ୍ୟରୁ ବିଦେଶୀ ଦେବଗଣଙ୍କୁ ଦୂର କରିଦେଲେ ଏବଂ ସଦାପ୍ରଭୁଙ୍କର ସେବା କଲେ। ଏହା ପରେ ସଦାପ୍ରଭୁ ଇସ୍ରାଏଲବାସୀଙ୍କର ଦୁଃଖ ଅଧିକ ସମୟ ଦେଖି ସହି ପାରିଲେ ନାହିଁ।


ଯେଉଁମାନେ ଗରିବ ଅବସ୍ଥାରେ ଅଛନ୍ତି, ପରମେଶ୍ୱର ସେମାନଙ୍କର ପ୍ରାର୍ଥନା ଶୁଣିବେ। ସେ ସେମାନଙ୍କର ବିନତିକୁ ଉପେକ୍ଷା କରିବେ ନାହିଁ।


ହେ ସଦାପ୍ରଭୁ, ତୁମ୍ଭେ ସେହି ନିରୀହ ଲୋକମାନଙ୍କର ଡାକ ଶୁଣିଛ ବା ସେମାନେ ଯାହା ଗ୍ଭହୁଁଛନ୍ତି ଜାଣିପାରୁଛ। ସେମାନଙ୍କର ପ୍ରାର୍ଥନା ଶୁଣ ଓ ସେମାନେ ଯାହା ଗ୍ଭହୁଁଛନ୍ତି ତାହା ପ୍ରଦାନ କର।


ହେ ସଦାପ୍ରଭୁ, ନିଶ୍ଚୟ ତୁମ୍ଭେ ସେହି ନଷ୍ଠୁର ଲୋକମାନଙ୍କ କାର୍ଯ୍ୟ ଦେଖୁଅଛ। ଥରେ ସେହି ମନ୍ଦକାର୍ଯ୍ୟକୁ ଗ୍ଭହଁ, ଓ କିଛି କର। ଯେଉଁମାନେ ବିପଦରେ ପଡ଼ନ୍ତି, ନିଶ୍ଚୟ ତୁମ୍ଭ ନିକଟକୁ ସାହାଯ୍ୟ ପାଇଁ ଆସନ୍ତି। ହେ ସଦାପ୍ରଭୁ, ତୁମ୍ଭେ ହେଉଛ ଏକମାତ୍ର, ଯିଏକି ସେହି ପିତୃହୀନମାନଙ୍କୁ ସାହାଯ୍ୟ କରିପାର।


କାରଣ ମନଃଶି ବହୁ ନିରୀହ ନିର୍ଦ୍ଦୋଷ ଲୋକଙ୍କୁ ହତ୍ୟାକରି ସେମାନଙ୍କ ରକ୍ତରେ ଯିରୁଶାଲମକୁ ପରିପୂର୍ଣ୍ଣ କଲା। ତେଣୁ ସଦାପ୍ରଭୁ ତାଙ୍କୁ ସେହି ପାପ ପାଇଁ କ୍ଷମା କରିବେ ନାହିଁ।


ଆମ୍ଭେ ଇସ୍ରାଏଲ ଲୋକମାନଙ୍କର କ୍ରନ୍ଦନ ଶୁଣିଅଛୁ। ଆମ୍ଭେ ଦେଖିଅଛୁ ମିଶରୀୟମାନେ ସେମାନଙ୍କୁ କିପରି ଦୌରାତ୍ମ୍ୟ କରିଛନ୍ତି ଓ ତାଙ୍କର ଜୀବନ ଦୁର୍ବିସହ କରିଛନ୍ତି।


“ତେଣୁ ଧାର୍ମିକ ଲୋକ ହେବଲଙ୍କଠାରୁ ଆରମ୍ଭ କରି ବେରିଖିୟଙ୍କ ପୁତ୍ର ଯିଖରିୟଙ୍କ ପର୍ଯ୍ୟନ୍ତ ଏ ପୃଥିବୀରେ ଯେତେ ଭଲ ଲୋକଙ୍କୁ ମାରି ଦିଆଯାଇଛି, ସେଥିପାଇଁ ତୁମ୍ଭେମାନେ ଦୋଷୀ ସାବ୍ୟସ୍ତ ହେବ। ବେରିଖିୟଙ୍କ ପୁତ୍ର ଯିଖରିୟଙ୍କୁ ମନ୍ଦିର ଓ ବେଦୀ ମଧ୍ୟସ୍ଥଳରେ ତୁମ୍ଭେମାନେ ହତ୍ୟା କରିଥିଲ।


ପରମେଶ୍ୱରଙ୍କର ଅୟୁତ ଅୟୁତ ଓ ଲକ୍ଷ ଲକ୍ଷ ରଥ ଅଛି। ସଦାପ୍ରଭୁ ସିୟୋନ ପର୍ବତରୁ ତାଙ୍କର ପବିତ୍ର ସ୍ଥାନକୁ ଆସିଲେ।


ପୂର୍ବରୁ ତୁମ୍ଭର ଲୋକମାନଙ୍କୁ ସ୍ମରଣ କର ଯେଉଁମାନଙ୍କୁ ତୁମ୍ଭର ନିଜର କଲ। ତୁମ୍ଭର ଖୁବ୍ ନିଜର ଲୋକମାନଙ୍କୁ ସ୍ମରଣ କର ଯେଉଁମାନଙ୍କୁ ତୁମ୍ଭେ ରକ୍ଷା କଲ ଏବଂ ସିୟୋନ ପର୍ବତକୁ ସ୍ମରଣ କର ଯେଉଁଠାରେ ତୁମ୍ଭେ ବାସ କଲ।


ସେହି ସ୍ଥାନରେ ପରମେଶ୍ୱର ଧନୁର୍ବାଣ, ଢାଲ, ଖ‌ଡ଼୍‌ଗ ଏବଂ ସମସ୍ତ ଯୁଦ୍ଧାସ୍ତ୍ର ଭଙ୍ଗ କଲେ। ସେଲା


ସଦାପ୍ରଭୁ ସିୟୋନକୁ ତାଙ୍କର ମନ୍ଦିର ପାଇଁ ବାଛିଲେ। ଓ ସେ ସେହି ସ୍ଥାନକୁ ଆପଣା ବାସସ୍ଥାନ ପାଇଁ ମନୋନୀତ କଲେ।


“ଇସ୍ରାଏଲର ଲୋକମାନଙ୍କ ପାଇଁ ମୁଁ ଓ ମୋର ପିଲାମାନେ ସଙ୍କେତ ଓ ପ୍ରମାଣ। କାରଣ ସିୟୋନ ପର୍ବତ ଉପରେ ବାସ କରୁଥିବା ସଦାପ୍ରଭୁ ସର୍ବଶକ୍ତିମାନଙ୍କ ଦ୍ୱାରା ଆମ୍ଭେମାନେ ପ୍ରେରିତ ହୋଇଅଛୁ।’


Swiv nou:

Piblisite


Piblisite