Biblia Todo Logo
Bib sou entènèt

- Piblisite -




ଗୀତସଂହିତା 85:1 - ପବିତ୍ର ବାଇବଲ

1 ହେ ସଦାପ୍ରଭୁ, ତୁମ୍ଭେ ନିଜ ଦେଶ ପ୍ରତି ଦୟା ଦେଖାଇଅଛ। ବିଦେଶରେ ଯାକୁବର ଲୋକମାନେ ବନ୍ଦୀ ହୋଇଥିଲେ। ସେମାନଙ୍କୁ ଛଡ଼ାଇ ତାଙ୍କର ନିଜ ଦେଶକୁ ନେଇଆସିଲ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

1 ହେ ସଦାପ୍ରଭୋ, ତୁମ୍ଭେ ନିଜ ଦେଶ ପ୍ରତି ପ୍ରସନ୍ନ ହୋଇଅଛ; ତୁମ୍ଭେ ଯାକୁବର ବନ୍ଦୀଦଶା ଫେରାଇଅଛ।

Gade chapit la Kopi

ଓଡିଆ ବାଇବେଲ

1 ହେ ସଦାପ୍ରଭୁ, ତୁମ୍ଭେ ନିଜ ଦେଶ ପ୍ରତି ପ୍ରସନ୍ନ ହୋଇଅଛ; ତୁମ୍ଭେ ଯାକୁବର ବନ୍ଦୀଦଶା ଫେରାଇଅଛ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

1 ହେ ସଦାପ୍ରଭୋ, ତୁମ୍ଭେ ନିଜ ଦେଶ ପ୍ରତି ପ୍ରସନ୍ନ ହୋଇଅଛ; ତୁମ୍ଭେ ଯାକୁବର ବନ୍ଦୀଦଶା ଫେରାଇଅଛ।

Gade chapit la Kopi




ଗୀତସଂହିତା 85:1
13 Referans Kwoze  

ମୁଁ ଆଶାକରେ କେହି ଜଣେ ତାଙ୍କର ମନ୍ଦିରରୁ ସିୟୋନ ପର୍ବତ ଉପରକୁ ଆସନ୍ତା ଏବଂ ଇସ୍ରାଏଲକୁ ରକ୍ଷା କରନ୍ତା। ସେତେବେଳେ ସଦାପ୍ରଭୁ ତାହାଙ୍କର ଲୋକମାନଙ୍କୁ ପୁନର୍ବାର ଶକ୍ତିଶାଳୀ କରନ୍ତି, ତାହାହେଲେ ଯାକୁବ ଆହ୍ଲାଦିତ ହେବ। ଇସ୍ରାଏଲ ବହୁତ ଖୁସୀ ହେବ।


ସଦାପ୍ରଭୁ କହନ୍ତି, “ମୁଁ ଯାକୁବର ତମ୍ବୁଗୁଡ଼ିକର ବନ୍ଦୀତ୍ୱର ପରିବର୍ତ୍ତନ କରିବି ଓ ତାହାର ସମସ୍ତ ବାସସ୍ଥାନ ପ୍ରତି ଦୟା କରିବି। ସେହି ଧ୍ୱଂସ ସ୍ଥାନରେ ନଗର ନିର୍ମିତ ହେବ ଓ ରାଜଗୃହ ଯଥା ସ୍ଥାନରେ ପୁନଃନିର୍ମିତ ହେବ।


ତେଣୁ ସଦାପ୍ରଭୁ, ମୋର ପ୍ରଭୁ ଏହି କଥା କହନ୍ତି, “ଏବେ ମୁଁ ଯାକୁବକୁ ବନ୍ଦୀତ୍ୱରୁ ମୁକ୍ତ କରି ଆଣିବି ଓ ସମୁଦାୟ ଇସ୍ରାଏଲ ବଂଶ ପ୍ରତି ଦୟା କରିବି। ଏବଂ ମୁଁ ପବିତ୍ର ନାମ ସକାଶେ ଈର୍ଷାପରାୟଣ ହେବି।


ମୁଁ ଆଶ୍ଚର୍ଯ୍ୟ ହେଲି, “ପ୍ରଭୁ ସଦାକାଳ ପାଇଁ ଆମ୍ଭକୁ ପରିତ୍ୟାଗ କରିଛନ୍ତି କି? ଆଉ ସେ କ’ଣ ସୁପ୍ରସନ୍ନ ହେବେ ନାହିଁ?


ତା'ପରେ ସଦାପ୍ରଭୁ ନିଜ ଭୂମି ପାଇଁ ଈର୍ଷାପରାୟଣ ହେଲେ। ସେ ତାଙ୍କର ଲୋକମାନଙ୍କ ଉପରେ ଦୟା ଦେଖାଇଲେ।


ହେ ପରମେଶ୍ୱର, ହରିଣଟି ଯେପରି ପାଣି ପାଇଁ ସ୍ରୋତ ଆଡ଼କୁ ଧାଏଁ ସେପରି ମୋର ପ୍ରାଣ ତୁମ୍ଭ ଆଡ଼କୁ ଆକାଂକ୍ଷା କରେ।


ତେଣୁ ସଦାପ୍ରଭୁ ପରମେଶ୍ୱର କୁହନ୍ତି, “ଆମ୍ଭେ ପୁଣି ଯିରୁଶାଲମ ଫେରି ଆସିବା ଓ ଆମ୍ଭର ନିଜ ଲୋକମାନଙ୍କ ପ୍ରତି ଦୟା ଦେଖାଇବା।” ସର୍ବଶକ୍ତିମାନ ସଦାପ୍ରଭୁ ପୁଣି କୁହନ୍ତି, “ଆମ୍ଭର ଘର ସେହି ସ୍ଥାନରେ ନିର୍ମିତ ହେବ ଏବଂ ସମଗ୍ର ଯିରୁଶାଲମରେ ପୁନଃନିର୍ମାଣର ଲକ୍ଷଣ ଦେଖାଯିବ।”


“ହଁ ଦେଖ, ସେହି ସମୟରେ ଯିହୁଦା ଓ ଯିରୁଶାଲମର ଲୋକମାନଙ୍କୁ ଆମ୍ଭେ ବନ୍ଦୀ ଅବସ୍ଥାରୁ ଉଦ୍ଧାର କରିବା।


ତେବେ ଆମ୍ଭେ ଯାକୁବ ସହିତ, ଇ‌‌‌ସ୍‌‌‌ହାକ୍ ସହିତ, ଅବ୍ରହାମଙ୍କ ସହିତ ଆପଣା ନିୟମ ସ୍ମରଣ କରିବା ଓ ଆମ୍ଭେ ଦେଶକୁ ମଧ୍ୟ ସ୍ମରଣ କରିବା।


ସୈନ୍ୟାଧିପତି ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଏହା କହନ୍ତି, “ଆମ୍ଭେ ପୁନର୍ବାର ଯିହୁଦାର ଲୋକମାନଙ୍କର ମଙ୍ଗଳ କରିବା। ଆମ୍ଭେ ସେମାନଙ୍କୁ ବନ୍ଦୀତ୍ୱରୁ ମୁକ୍ତ କରିବା। ଯିହୁଦା ଦେଶରେ ଓ ତାହାର ନଗର ସକଳରେ ସେମାନେ ପୁନର୍ବାର ଏହା ବ୍ୟବହାର କରିବେ। ‘ହେ ଧାର୍ମିକମାନଙ୍କର ବାସସ୍ଥାନ, ହେ ପବିତ୍ର ପର୍ବତ, ସଦାପ୍ରଭୁ ତୁମ୍ଭକୁ ଆଶୀର୍ବାଦ କରନ୍ତୁ।’


ଏହି ସମସ୍ତ ମିଶି 5,400 ସ୍ୱର୍ଣ୍ଣ ଓ ରୌପ୍ୟମୟ ପାତ୍ର ଥିଲା। ବନ୍ଦୀଲୋକମାନଙ୍କୁ ବାବିଲରୁ ଯିରୁଶାଲମକୁ ଅଣାଯିବା ସମୟରେ ଶେଶବସର ଏହିସବୁ ଦ୍ରବ୍ୟ ଆଣିଥିଲା।


Swiv nou:

Piblisite


Piblisite