Biblia Todo Logo
Bib sou entènèt

- Piblisite -




ଗୀତସଂହିତା 84:3 - ପବିତ୍ର ବାଇବଲ

3 ହେ ସୈନ୍ୟାଧିପତି ସଦାପ୍ରଭୁ, ମୋର ରାଜା, ମୋର ପରମେଶ୍ୱର, ଏପରିକି ପକ୍ଷୀମାନେ ନିଜ ପାଇଁ ଏକ ଗୃହ ଏବଂ ପକ୍ଷୀମାନେ ଛୁଆ ରଖିବା ପାଇଁ ତୁମ୍ଭର ଯଜ୍ଞବେଦି ପାଖରେ ଏକ ବସା ପାଇଛନ୍ତି।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

3 ହଁ, ଘରଚଟିଆ ଆପଣା ପାଇଁ ଏକ ଗୃହ ଓ ଖଞ୍ଜନପକ୍ଷୀ ଛୁଆ ରଖିବା ନିମନ୍ତେ ଆପଣା ପାଇଁ ଏକ ବସା ପାଇଅଛି, ହେ ସୈନ୍ୟାଧିପତି ସଦାପ୍ରଭୋ, ମୋହର ରାଜନ୍ ଓ ମୋହର ପରମେଶ୍ଵର, ତୁମ୍ଭର ଯଜ୍ଞବେଦି ସେହି ସ୍ଥାନ,

Gade chapit la Kopi

ଓଡିଆ ବାଇବେଲ

3 ହଁ, ଘରଚଟିଆ ଆପଣା ପାଇଁ ଏକ ଗୃହ ଓ ଖଞ୍ଜନପକ୍ଷୀ ଛୁଆ ରଖିବା ନିମନ୍ତେ ଆପଣା ପାଇଁ ଏକ ବସା ପାଇଅଛି, ହେ ସୈନ୍ୟାଧିପତି ସଦାପ୍ରଭୁ, ମୋହର ରାଜନ୍‍ ଓ ମୋହର ପରମେଶ୍ୱର, ତୁମ୍ଭର ଯଜ୍ଞବେଦି ସେହି ସ୍ଥାନ,

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

3 ହଁ, ଘରଚଟିଆ ଆପଣା ପାଇଁ ଏକ ଗୃହ ଓ ଖଞ୍ଜନପକ୍ଷୀ ଛୁଆ ରଖିବା ନିମନ୍ତେ ଆପଣା ପାଇଁ ଏକ ବସା ପାଇଅଛି, ହେ ସୈନ୍ୟାଧିପତି ସଦାପ୍ରଭୋ, ମୋହର ରାଜନ୍‍ ଓ ମୋହର ପରମେଶ୍ୱର, ତୁମ୍ଭର ଯଜ୍ଞବେଦି ସେହି ସ୍ଥାନ,

Gade chapit la Kopi




ଗୀତସଂହିତା 84:3
10 Referans Kwoze  

ହେ ପ୍ରଭୁ, ତୁମ୍ଭେ ବଂଶାନୁକ୍ରମେ ଆମ୍ଭମାନଙ୍କର ବାସସ୍ଥାନ ହୋଇଅଛ।


ଯେଉଁ ବ୍ୟକ୍ତି ସର୍ବୋପରିସ୍ଥ ପରମେଶ୍ୱରଙ୍କ ପାଖକୁ ଯାଏ, ସେ ସର୍ବଶକ୍ତିମାନ ପରମେଶ୍ୱରଙ୍କ ଛାୟା ତଳେ ନିରାପତ୍ତା ପାଇଁ ବସତି କରିବ।


ଯୀଶୁ ତାହାଙ୍କୁ କହିଲେ, “କୋକିଶିଆଳିର ଗାତ ଅଛି ଓ ଆକାଶର ପକ୍ଷୀମାନଙ୍କର ବସା ଅଛି। କିନ୍ତୁ ମନୁଷ୍ୟପୁତ୍ରଙ୍କ ପାଇଁ ମୁଣ୍ଡ ଗୁଞ୍ଜିବାକୁ ଜାଗା ଟିକିଏ ନାହିଁ।”


ମୁଁ ପରମେଶ୍ୱରଙ୍କ ଯଜ୍ଞବେଦି ନିକଟକୁ ଆସିବି। ମୁଁ ପରମେଶ୍ୱରଙ୍କ ନିକଟକୁ ଯିବି, ଯିଏ ମୋତେ ସମସ୍ତ ସୁଖ ପ୍ରଦାନ କରିଛନ୍ତି। ସଦାପ୍ରଭୁ ମୋର ପରମେଶ୍ୱର, ମୁଁ ଏହି ବୀଣା ବାଦ୍ୟଯନ୍ତ୍ରରେ ତୁମ୍ଭର ପ୍ରଶଂସା ଗାନ କରିବି।


ହେ ମୋର ପ୍ରାଣ, ବିଶ୍ରାମ କର। ସଦାପ୍ରଭୁ ତୁମ୍ଭ ପ୍ରତି ମଙ୍ଗଳମୟ ଅଟନ୍ତି।


ହେ ମୋର ପରମେଶ୍ୱର ଓ ରାଜା, ମୋର ପ୍ରାର୍ଥନା ଶୁଣ।


“ଯିରୁଶାଲମ, ରେ ଯିରୁଶାଲମ! ତୁ ଭବିଷ୍ୟ‌‌‌‌‌‌‌ଦ୍‌‌ବକ୍ତାମାନଙ୍କୁ ହତ୍ୟା କରିଛୁ। ପରମେଶ୍ୱର ଯେଉଁମାନଙ୍କୁ ତୋ’ ପାଖକୁ ପଠାଇଥିଲେ, ତୁ ସେମାନଙ୍କୁ ପଥର ଫୋପାଡ଼ି ହତ୍ୟା କରିଛୁ। ତୋର ଲୋକମାନଙ୍କୁ ମୁଁ ବହୁତ ଥର ସାହାଯ୍ୟ କରିବାକୁ ଇଚ୍ଛା କରିଥିଲି। ଯେଭଳି ଗୋଟିଏ କୁକୁଡ଼ା ନିଜ ଛୁଆମାନଙ୍କୁ ନିଜ ପକ୍ଷତଳେ ଏକାଠି କରେ, ସେହିପରି ତୋର ସମସ୍ତ ସନ୍ତାନମାନଙ୍କୁ ଏକାଠି କରିବା ପାଇଁ ମୁଁ ଅନେକ ଥର ଗ୍ଭହିଁଥିଲି। କିନ୍ତୁ ତୁ ମୋତେ ତାହା କରେଇ ଦେଲୁ ନାହିଁ।


ରାଜା ଦାଉଦ ସାଦୋକକୁ କହିଲେ, “ପରମେଶ୍ୱରଙ୍କ ପବିତ୍ର ସିନ୍ଦୁକକୁ ଯିରୁଶାଲମକୁ ଫେରାଇ ନିଅ। ଯଦି ସଦାପ୍ରଭୁ ମୋ’ ଉପରେ ପ୍ରିତ ହୁଅନ୍ତି, ତେବେ ସଦାପ୍ରଭୁ ମୋତେ ଯିରୁଶାଲମକୁ ଫେରାଇ ଆଣିବେ ଓ ତାଙ୍କର ମନ୍ଦିର ଦେଖିବାର ସୁଯୋଗ ମୋତେ ଦେବେ।


ମୋର ଶତ୍ରୁମାନେ ନିରନ୍ତର ମୋ’ ପ୍ରତି ପରିହାସ କରୁଛନ୍ତି। ସେମାନେ କହନ୍ତି, “ତୁମ୍ଭର ପରମେଶ୍ୱର କାହାନ୍ତି? ସେ କେବେ ତୁମ୍ଭକୁ ଉଦ୍ଧାର କରିବାକୁ ଆସିଛନ୍ତି କି?” ଭୋଜନ କରିବା ପରିବର୍ତ୍ତେ କେବଳ ମୁଁ କାନ୍ଦେ।


ଇସ୍ରାଏଲର ଲୋକମାନଙ୍କୁ କହିବା ପାଇଁ, ସଦାପ୍ରଭୁ, ମୋର ପ୍ରଭୁ ଏହି କଥା କହନ୍ତି, ‘ମୁଁ ମୋର ଅଗଣାକୁ ଅପବିତ୍ର କରିବା ପାଇଁ ଯାଉଅଛି। ଯାହା ପାଇଁ ତୁମ୍ଭେ ବହୁତ ଗର୍ବ କରୁଛ, ଯାହା ତୁମ୍ଭେ ଦେଖିବା ପାଇଁ ଗ୍ଭହଁ ଏବଂ ଯାହା ତୁମ୍ଭର ଅତି ପ୍ରିୟ। ଏବଂ ତୁମ୍ଭମାନଙ୍କର ଯେଉଁ ପୁତ୍ରକନ୍ୟାଗଣଙ୍କୁ ପଛରେ ଛାଡ଼ି ଯାଇଅଛ, ସେମାନେ ‌‌ଖ‌ଡ଼୍‌ଗରେ ପତିତ ହେବେ।


Swiv nou:

Piblisite


Piblisite