Biblia Todo Logo
Bib sou entènèt

- Piblisite -




ଗୀତସଂହିତା 83:4 - ପବିତ୍ର ବାଇବଲ

4 ସେହି ଶତ୍ରୁମାନେ କହନ୍ତି, “ଆସ ଆମ୍ଭେମାନେ ସେମାନଙ୍କୁ ପୁରାପୁରି ଧ୍ୱଂସ କରିଦେବା, ତେବେ ସେମାନେ ଗୋଟିଏ ଜାତି ହୋଇ ରହିବେ ନାହିଁ। ତାହାହେଲେ ଇସ୍ରାଏଲର ନାମକୁ କେହି ମନେପକାଇବେ ନାହିଁ।”

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

4 ସେମାନେ କହିଅଛନ୍ତି, ଇସ୍ରାଏଲର ନାମ ଯେପରି ଆଉ ସ୍ମରଣରେ ନ ରହିବ, ଏଥିପାଇଁ ଆସ, ଆମ୍ଭେମାନେ ସେମାନଙ୍କୁ ଉଚ୍ଛିନ୍ନ କରି ଆଉ ଗୋଷ୍ଠୀ ହୋଇ ଥିବାକୁ ନ ଦେଉ।

Gade chapit la Kopi

ଓଡିଆ ବାଇବେଲ

4 ସେମାନେ କହିଅଛନ୍ତି, “ଇସ୍ରାଏଲର ନାମ ଯେପରି ଆଉ ସ୍ମରଣରେ ନ ରହିବ, ଏଥିପାଇଁ ଆସ, ଆମ୍ଭେମାନେ ସେମାନଙ୍କୁ ଉଚ୍ଛିନ୍ନ କରି ଆଉ ଗୋଷ୍ଠୀ ହୋଇ ଥିବାକୁ ନ ଦେଉ।”

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

4 ସେମାନେ କହିଅଛନ୍ତି, “ଇସ୍ରାଏଲର ନାମ ଯେପରି ଆଉ ସ୍ମରଣରେ ନ ରହିବ, ଏଥିପାଇଁ ଆସ, ଆମ୍ଭେମାନେ ସେମାନଙ୍କୁ ଉଚ୍ଛିନ୍ନ କରି ଆଉ ଗୋଷ୍ଠୀ ହୋଇ ଥିବାକୁ ନ ଦେଉ।”

Gade chapit la Kopi




ଗୀତସଂହିତା 83:4
14 Referans Kwoze  

ସଦାପ୍ରଭୁ, ସେମାନେ ମୋ’ ବିପକ୍ଷରେ ଅଛନ୍ତି ବୋଲି ଦେଖାଇବା ପୂର୍ବରୁ ମୁଁ ଏକ ନିରୀହ ମେଷଶାବକ ପରି ହତ୍ୟା ପାଇଁ ରହିଥିଲି। ସେମାନେ ମୋ’ ବିରୁଦ୍ଧରେ ଅଛନ୍ତି ବୋଲି ମୁଁ ଜାଣି ନ ଥିଲି। ସେମାନେ ମୋ’ ବିରୁଦ୍ଧରେ କୁମନ୍ତ୍ରଣା କରି କହିଲେ, “ଆସ ଫଳ ସହିତ ବୃକ୍ଷକୁ କାଟି ନଷ୍ଟ କରିବା। ଲୋକେ ଯେପରି ତାଙ୍କୁ ଆଉ ସ୍ମରଣ ନ କରିବେ ସେଥିପାଇଁ ତାଙ୍କୁ କାଟି ପକାଇବା।”


ମୋୟାବ ପୁନର୍ବାର ପ୍ରଶଂସିତ ହେବ ନାହିଁ। ହି‌‌‌ଶ୍‌‌‌ବୋ‌‌‌ନ୍‌‌‌ରେ ଲୋକମାନେ ତାହାର ବିନାଶର ଯୋଜନା କରିବେ। ‘ଆସ, ଆମ୍ଭେମାନେ ଏହାକୁ ଧ୍ୱଂସ କରିବା ଏବଂ ଗୋଷ୍ଠୀରୁ ଏହାକୁ ସମାପ୍ତ କରିଦେବା।’ ହେ ମ‌‌ଦ୍‌‌ମେନା! ତୁମ୍ଭେ ମଧ୍ୟ ନୀରବ ହେବ, କାରଣ ‌‌ଖ‌ଡ଼୍‌ଗ ତୁମ୍ଭର ପଶ୍ଚା‌‌ଦ୍‌‌ଗାମୀ ହେବ।


ଆମ୍ଭମାନଙ୍କୁ ପୂରାପୂରି ଧ୍ୱଂସ କରିବାକୁ ସେମାନେ ନିଷ୍ପତ୍ତି କଲେ, ସେମାନେ ଦେଶ ମଧ୍ୟରେ ପରମେଶ୍ୱରଙ୍କର ସକଳ ପବିତ୍ର ସ୍ଥାନ ଦ‌‌ଗ୍‌‌ଧ କରି ଦେଲେ।


ଏବଂ ସେ ସର୍ବୋପରିସ୍ଥ ପରମେଶ୍ୱରଙ୍କ ବିରୁଦ୍ଧରେ କଥା କହିବ ଓ ପରମେଶ୍ୱରଙ୍କର ପବିତ୍ର ଲୋକମାନଙ୍କୁ ବଧ କରିବ। ଆଉ ସେ ସମୟ ଓ ଆଜ୍ଞାର ପରିବର୍ତ୍ତନ କରିବାକୁ ଚିନ୍ତା କରିବ। ସାଢ଼େ ତିନି ବର୍ଷ ପାଇଁ ସେମାନେ ତା’ ହସ୍ତରେ ସମର୍ପିତ ହେବେ।


ସେମାନେ ଯେପରି ବର୍ଦ୍ଧିତ ନ ହୁଅନ୍ତି ସେଥିପାଇଁ ଆମ୍ଭମାନଙ୍କୁ ଯୋଜନା କରିବାକୁ ପଡ଼ିବ। ଯଦି ଯୁଦ୍ଧ ହୁଏ, ଇସ୍ରାଏଲୀୟମାନେ ଆମ୍ଭର ଶତ୍ରୁ ପକ୍ଷରେ ଯୋଗଦେଇ ପାରନ୍ତି। ତା'ପରେ ସେମାନେ ଆମ୍ଭମାନଙ୍କୁ ପରାସ୍ତ କରି ଦେଶରୁ ପ୍ରସ୍ଥାନ କରି ପାରନ୍ତି।”


ତା'ପରେ ସଦାପ୍ରଭୁ ଏହା କହନ୍ତି, “ଯେବେ ସୂର୍ଯ୍ୟ, ଚନ୍ଦ୍ର, ତାରକା ଓ ସମୁଦ୍ର ମୋ’ ନିୟନ୍ତ୍ରଣରେ ନ ରହନ୍ତି, ତେବେ କେବଳ ଇସ୍ରାଏଲ ବଂଶଧର ଆମ୍ଭ ସମ୍ମୁଖରେ ଗୋଟିଏ ଦେଶ ହେବାରୁ ବିରତ ହେବ।”


ଆମ୍ଭେମାନେ ସେମାନଙ୍କୁ ହତ୍ୟା କରିବା। ଆମ୍ଭେମାନେ ସେମାନଙ୍କୁ ମୃତ୍ୟୁର ସ୍ଥାନକୁ ପଠାଇବା। ଆମ୍ଭେମାନେ ସେମାନଙ୍କୁ ବିନାଶ କରି କବରକୁ ପଠାଇବା।


ଆମ୍ଭେ ସେମାନଙ୍କୁ ଯୀଶୁଙ୍କ ବିଷୟରେ କିଛି ନ କହିବା ପାଇଁ ଭୟ ଦେଖାଇବା। ଫଳରେ, ଲୋକମାନଙ୍କ ମଧ୍ୟରେ ଏ କଥା ଅଧିକ ବ୍ୟାପି ପାରିବ ନାହିଁ।”


ସେମାନେ ଯିହୋଶୂୟ ଓ ଇସ୍ରାଏଲ ବିରୁଦ୍ଧରେ ଯୁଦ୍ଧ କରିବାକୁ, ଏକତ୍ରିତ ହେଲେ ଓ ସୈନ୍ୟବାହିନୀରେ ଯୋଗ ଦେଲେ।


ସେ ଆପଣା ଭାତୃଗଣ ଓ ଶମରୀୟ ସୈନ୍ୟଦଳ ସାକ୍ଷାତରେ ଏହି କଥା କହିଲା, “ଏହି ଦୁର୍ବଳ ଯିହୁଦୀମାନେ କ’ଣ କରୁଛନ୍ତି? ସେମାନେ କ’ଣ ଗଡ଼ ବନ୍ଦ କରି ରହିବେ? ସେମାନେ କାହିଁକି ବଳିଦାନ କରିବେ? ସେମାନେ କ’ଣ ଦିନକରେ ସମାପ୍ତ କରିବେ? ସେମାନେ କ’ଣ ପୋଡ଼ା ପ୍ରାଚୀରର ଗଦାରୁ ବ୍ୟବହାର୍ଯ୍ୟ ପଥର ବାଛି ପାରିବେ?”


ସଦାପ୍ରଭୁ, ମୋର ପ୍ରଭୁ ଏହି କଥା କହନ୍ତି, “ସେ ସମୟରେ ନାନା ଭାବନା ତୁମ୍ଭ ମନରେ ଆସିବ ଓ ତୁମ୍ଭେ ଗୋଟିଏ ଅନିଷ୍ଟ ସଂକଳ୍ପ କରିବ।


Swiv nou:

Piblisite


Piblisite