Biblia Todo Logo
Bib sou entènèt

- Piblisite -




ଗୀତସଂହିତା 82:2 - ପବିତ୍ର ବାଇବଲ

2 ପରମେଶ୍ୱର କହନ୍ତି, “ତୁମ୍ଭେମାନେ କେତେକାଳ ପର୍ଯ୍ୟନ୍ତ ଅନ୍ୟାୟ ବିଗ୍ଭର କରିବ? ତୁମ୍ଭେ କେତେକାଳ ପର୍ଯ୍ୟନ୍ତ ଦୁଷ୍ଟ ଲୋକମାନଙ୍କୁ ବିନା ଦଣ୍ଡରେ ମୁକ୍ତି କରିବ?” ସେଲା

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

2 ତୁମ୍ଭେମାନେ କେତେ କାଳ ଅନ୍ୟାୟ ବିଚାର କରିବ? ଓ ଦୁଷ୍ଟମାନଙ୍କର ମୁଖାପେକ୍ଷା କରିବ? [ସେଲା

Gade chapit la Kopi

ଓଡିଆ ବାଇବେଲ

2 ତୁମ୍ଭେମାନେ କେତେ କାଳ ଅନ୍ୟାୟ ବିଚାର କରିବ ? ଓ ଦୁଷ୍ଟମାନଙ୍କର ମୁଖାପେକ୍ଷା କରିବ ? [ସେଲା]

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

2 “ତୁମ୍ଭେମାନେ କେତେ କାଳ ଅନ୍ୟାୟ ବିଚାର କରିବ? ଓ ଦୁଷ୍ଟମାନଙ୍କର ମୁଖାପେକ୍ଷା କରିବ? [ସେଲା]

Gade chapit la Kopi




ଗୀତସଂହିତା 82:2
16 Referans Kwoze  

ତୁମ୍ଭେ ଯେତେବେଳେ ବିଗ୍ଭର କରୁଛ ସେତେବେଳେ କୌଣସି ଲୋକକୁ ପ୍ରାଧାନ୍ୟ ଦିଅ ନାହିଁ, ସମସ୍ତଙ୍କୁ ସମାନ ନ୍ୟାୟ ଦିଅ। ତୁମ୍ଭେ କାହାରିକୁ ଭୟ କର ନାହିଁ, କାରଣ ତୁମ୍ଭର ବିଗ୍ଭର ପରମେଶ୍ୱରଙ୍କଠାରୁ ଆସିଥାଏ। କିନ୍ତୁ କୌଣସି ବିଗ୍ଭର ଯଦି ତୁମ୍ଭକୁ କଷ୍ଟ ହୁଏ ବା ଜଟିଳ ହୁଏ, ତେବେ ସେ ସମସ୍ୟା ମୋ’ ପାଖକୁ ଆଣିବ, ମୁଁ ତା'ର ସମାଧାନ କରି ଦେବି।’


ଦୁଷ୍ଟର କଥାକୁ ଅପେକ୍ଷା କରିବା ଅବା ବିଗ୍ଭରରେ ଧାର୍ମିକ ପ୍ରତି ଅନ୍ୟାୟ କରିବା ଭଲ ନୁହେଁ।


କିନ୍ତୁ ସେହି “ପ୍ରତିଷ୍ଠିତ” ଲୋକମାନେ ମୁଁ କହିଥିବା ସୁସମାଗ୍ଭରର ପରିବର୍ତ୍ତନ କଲେ ନାହିଁ। ମୋ’ ପାଇଁ କିଏ ପ୍ରତିଷ୍ଠିତ ବା ନୁହେଁ, ତାହାର କିଛି ଅର୍ଥ ନାହିଁ। ପରମେଶ୍ୱରଙ୍କ ନିକଟରେ ସମସ୍ତେ ସମାନ।


କେତେକାଳ ପର୍ଯ୍ୟନ୍ତ ତୁମ୍ଭେମାନେ ମୋତେ ଆକ୍ରମଣ କରିବ ଓ ହତ୍ୟା କରିବାକୁ ଚେଷ୍ଟା କରିବ? ମୁଁ ଗୋଟିଏ ନଇଁ ପଡ଼ିଥିବା କାନ୍ଥ ଓ ଟଳମଳ ପ୍ରାଚୀର ତୁଲ୍ୟ। ମୁଁ ଜଣେ ଉଚ୍ଚ ପଦାଧିକାରୀ ତଥାପି ଲୋକମାନେ ମୋତେ ହତ୍ୟା କରିବାକୁ ଚେଷ୍ଟା କରୁଛନ୍ତି।


ପରମେଶ୍ୱର ଅନ୍ୟମାନଙ୍କଠାରୁ ନେତାମାନଙ୍କୁ ଭଲ ପାଆନ୍ତି ନାହିଁ। ଏବଂ ପରମେଶ୍ୱର ଧନୀ ଲୋକମାନଙ୍କୁ ଗରିବ ଲୋକମାନଙ୍କଠାରୁ ଅଧିକ ଭଲ ପାଆନ୍ତି ନାହିଁ। କାରଣ ପରମେଶ୍ୱର ସମସ୍ତଙ୍କୁ ସୃଷ୍ଟି କରିଛନ୍ତି।


ବର୍ତ୍ତମାନ ତୁମ୍ଭେମାନେ ପ୍ରତ୍ୟେକ ସଦାପ୍ରଭୁଙ୍କୁ ନିତାନ୍ତ ଭୟ କରିବ। ଆମ୍ଭମାନଙ୍କର ସଦାପ୍ରଭୁ ପରମେଶ୍ୱର ନ୍ୟାୟବାନ ଅଟନ୍ତି, ତେଣୁ ତୁମ୍ଭେମାନେ ଯାହା କର, ସେ ବିଷୟରେ ବିଶେଷ ସାବଧାନ ହୁଅ। ସଦାପ୍ରଭୁ କୌଣସି ମନୁଷ୍ୟକୁ ଅନ୍ୟମାନଙ୍କ ଅପେକ୍ଷା ଅଧିକ ଗୁରୁତ୍ୱ ଦିଅନ୍ତି ନାହିଁ। ଆଉ, ସେ ତାଙ୍କର ନିଷ୍ପତ୍ତି ବଦଳାଇବାକୁ ଲାଞ୍ଚ ନିଅନ୍ତି ନାହିଁ।”


ଏଲିୟ ସମସ୍ତ ଇସ୍ରାଏଲ ଲୋକମାନଙ୍କୁ ସମ୍ବୋଧନ କଲେ, “ତୁମ୍ଭେମାନେ କେତେକାଳ ଦ୍ୱିମତ ମଧ୍ୟରେ ସନ୍ଦେହରେ ରହିବ? ସଦାପ୍ରଭୁଙ୍କର ପ୍ରକୃତ ଅନୁସରଣକାରୀ ହୁଅ, ଯଦି ତୁମ୍ଭେ ତାଙ୍କୁ ସତ୍ୟ ଭାବୁଛ। ଅନ୍ୟ ପକ୍ଷରେ ଯଦି ‌ବା‌ଲ୍‌ଦେବତା ସତ୍ୟ ବୋଲି ଭାବୁଛ, ତାଙ୍କୁ ଅନୁସରଣ କର।” କିନ୍ତୁ ଲୋକମାନେ କିଛି ଉତ୍ତର ଦେଲେ ନାହିଁ।


“ତୁମ୍ଭେମାନେ ବିଗ୍ଭରରେ ପକ୍ଷପାତ କରିବ ନାହିଁ, ତୁମ୍ଭେମାନେ ଦରିଦ୍ର ପ୍ରତି ସ୍ୱତନ୍ତ୍ର ସୁବିଧା ଦେବ ନାହିଁ କିମ୍ବା ବିଗ୍ଭରରେ ଧନୀ ପ୍ରତି ଅଧିକ ଗୁରୁତ୍ୱ ଦେବ ନାହିଁ। ତୁମ୍ଭର ପଡ଼ୋଶୀମାନଙ୍କ ପ୍ରତି ନ୍ୟାୟ ବିଗ୍ଭର କରିବ।


ତେଣୁ ମୋଶା ଏବଂ ହାରୋଣ ଫାରୋଙ୍କ ନିକଟକୁ ଗଲେ। ସେମାନେ ତାଙ୍କୁ କହିଲେ, “ସଦାପ୍ରଭୁ ଏବ୍ରୀୟମାନଙ୍କର ପରମେଶ୍ୱର କହନ୍ତି, ‘କେତେ ଦିନ ତୁମ୍ଭେ ମୋତେ ଅମାନ୍ୟ କରିବ? ମୋର ଲୋକମାନଙ୍କୁ ଯିବାକୁ ଦିଅ ଓ ସେମାନଙ୍କୁ ମୋର ଉପାସନା କରିବାକୁ ଦିଅ।


ଯୀଶୁ କହିଲେ, “ତୁମ୍ଭମାନଙ୍କର ବିଶ୍ୱାସ ନାହିଁ। ତୁମ୍ଭେମାନେ ମନ୍ଦ ଜୀବନ କାଟୁଛ। ମୁଁ ଆଉ କେତେଦିନ ତୁମ୍ଭମାନଙ୍କ ସହିତ ରହିବି? କେତେ ସମୟ ପର୍ଯ୍ୟନ୍ତ ମୋର ଧୈର୍ଯ୍ୟ ରହିବ? ସେ ପିଲାଟିକୁ ମୋ’ ପାଖକୁ ଆଣ।”


ଅନ୍ୟ ବ୍ୟକ୍ତିମାନଙ୍କୁ ମୁଁ ଯେଭଳି ବ୍ୟବହାର କରେ, ଆୟୁବ ସହିତ ମୁଁ ସେଭଳି ବ୍ୟବହାର କରିବି। ତା'ର ମନଲାଖି କଥା କହିବା ପାଇଁ ମୁଁ ଚେଷ୍ଟା କରିବି ନାହିଁ। ଯାହା ଉଚିତ୍ ତାହା ମୁଁ କହିବି।


ସଦାପ୍ରଭୁ, ମୋର ପ୍ରଭୁ ଏହି କଥା କହନ୍ତି, “ହେ ଇସ୍ରାଏଲର ଅଧିପତିମାନେ, ଯଥେଷ୍ଟ! ତୁମ୍ଭମାନଙ୍କ ନିମନ୍ତେ ଏହା ଯଥେଷ୍ଟ ହେଉ। ତୁମ୍ଭେମାନେ ଲୋକମାନଙ୍କ ପ୍ରତି ନିଷ୍ଠୁରତା ଓ ଧନ ଅପହରଣ କରିବା ଦୂର କର। ଆଉ ସେମାନଙ୍କ ପ୍ରତି ନ୍ୟାୟ ଓ ଯଥାର୍ଥ ବିଗ୍ଭର କର। ମୋର ଲୋକମାନଙ୍କଠାରୁ ଭୂମି ନେଇଯିବା ବନ୍ଦ କର।” ଏହା ସଦାପ୍ରଭୁ, ମୋର ପ୍ରଭୁ କହନ୍ତି।


Swiv nou:

Piblisite


Piblisite