Biblia Todo Logo
Bib sou entènèt

- Piblisite -




ଗୀତସଂହିତା 81:5 - ପବିତ୍ର ବାଇବଲ

5 ପରମେଶ୍ୱର ଯୋଷେଫଙ୍କ ଲୋକମାନଙ୍କ ପାଇଁ ଏହି ନିୟମ କରିଥିଲେ। ଯେତେବେଳେ ପରମେଶ୍ୱର ମିଶର ଭୂମି ବିରୁଦ୍ଧରେ ଗଲେ, ଯେଉଁଠାରେ ମୁଁ ଏକ ଭାଷା ଶୁଣିଲି ଯାହା ମୁଁ ବୁଝିପାରିଲି ନାହିଁ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

5 ସେ ମିସର ଦେଶ ବିରୁଦ୍ଧରେ ବାହାରିବା ବେଳେ ଯୋଷେଫ ମଧ୍ୟରେ ସାକ୍ଷ୍ୟ ନିମନ୍ତେ ତାହା ସ୍ଥାପନ କଲେ; ସେଠାରେ ଆମ୍ଭେ ଆପଣାର ଅଜ୍ଞାତ ବାଣୀ ଶୁଣିଲୁ।

Gade chapit la Kopi

ଓଡିଆ ବାଇବେଲ

5 ସେ ମିସର ଦେଶ ବିରୁଦ୍ଧରେ ବାହାରିବା ବେଳେ ଯୋଷେଫ ମଧ୍ୟରେ ସାକ୍ଷ୍ୟ ନିମନ୍ତେ ତାହା ସ୍ଥାପନ କଲେ; ସେଠାରେ ଆମ୍ଭେ ଆପଣାର ଅଜ୍ଞାତ ବାଣୀ ଶୁଣିଲୁ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

5 ସେ ମିସର ଦେଶ ବିରୁଦ୍ଧରେ ବାହାରିବା ବେଳେ ଯୋଷେଫ ମଧ୍ୟରେ ସାକ୍ଷ୍ୟ ନିମନ୍ତେ ତାହା ସ୍ଥାପନ କଲେ; ସେଠାରେ ଆମ୍ଭେ ଆପଣାର ଅଜ୍ଞାତ ବାଣୀ ଶୁଣିଲୁ।

Gade chapit la Kopi




ଗୀତସଂହିତା 81:5
17 Referans Kwoze  

ଯେତେବେଳେ ଇସ୍ରାଏଲ ମିଶରରୁ ପରିତ୍ୟାଗ କଲେ, ଯାକୁବ ବଂଶ ବିଦେଶୀ ଲୋକଙ୍କଠାରୁ ବାହାରିଲେ।


ସଦାପ୍ରଭୁ କହନ୍ତି, ହେ ଇସ୍ରାଏଲ ବଂଶ, “ଦେଖ, ଆମ୍ଭେ ତୁମ୍ଭମାନଙ୍କ ବିରୁଦ୍ଧରେ ଦୂରରୁ ଏକ ଗୋଷ୍ଠୀକୁ ଆଣିବା ସେ ଏକ ବଳବାନ୍ ଗୋଷ୍ଠୀ ଓ ପ୍ରାଚୀନ ଗୋଷ୍ଠୀ। ସେ ଗୋଷ୍ଠୀର ଭାଷା ତୁମ୍ଭେମାନେ ଜାଣ ନାହିଁ। ଆଉ ସେମାନଙ୍କର କଥା ତୁମ୍ଭେମାନେ ବୁଝିପାରିବ ନାହିଁ।


“ସଦାପ୍ରଭୁ ତୁମ୍ଭ ପାଇଁ ଦୂରରୁ ଅନ୍ୟ ଏକ ଜାତି ଆଣିବେ, ତୁମ୍ଭ ବିରୁଦ୍ଧରେ ସେମାନେ ଯୁଦ୍ଧ କରିବେ। ତୁମ୍ଭେ ସେମାନଙ୍କର ଭାଷା ବୁଝିପାରିବ ନାହିଁ। ସେମାନେ ଖୁବ୍ ଶୀଘ୍ର ଆସିବେ। ଯେପରି ଆକାଶରୁ ବାଜପକ୍ଷୀ ଓହ୍ଲାଇଲା ପରି।


ତୁମ୍ଭର ଶକ୍ତିଦ୍ୱାରା ତୁମ୍ଭ ଲୋକମାନଙ୍କୁ ରକ୍ଷା କରିଅଛ। ଯାକୁବ ଓ ଯୋଷେଫର ସନ୍ତାନଗଣକୁ ରକ୍ଷା କରିଅଛ। ସେଲା


ସଦାପ୍ରଭୁ ଅ‌‌ଦ୍‌‌ଭୂତ ସ୍ୱରରେ ଓ ଅନ୍ୟ ଭାଷାରେ ଲୋକମାନଙ୍କୁ କଥା କହିବେ।


ତୁମ୍ଭେମାନେ କହିବ, ‘ଏହା ହେଉଛି ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ନିସ୍ତାରପର୍ବୀୟ ବଳିଦାନ। କାରଣ ଯେତେବେଳେ ଆମ୍ଭେ ମିଶରରେ ଥିଲୁ, ସଦାପ୍ରଭୁ ସେତେବେଳେ ଆମ୍ଭମାନଙ୍କୁ ଛାଡ଼ି କେବଳ ମିଶରବାସୀମାନଙ୍କୁ ଆଘାତ କରିଥିଲେ। ସଦାପ୍ରଭୁ ମିଶରବାସୀମାନଙ୍କୁ ହତ୍ୟା କଲାବେଳେ ଆମ୍ଭମାନଙ୍କୁ ସୁରକ୍ଷା ଦେଇଥିଲେ।’” ଯେଉଁଥିପାଇଁ ବର୍ତ୍ତମାନ ଲୋକମାନେ ନତମସ୍ତକ ହୋଇ ପ୍ରଣାମ କଲେ।


“ଆଜି ରାତ୍ରିରେ ମୁଁ ମିଶର ଦେଶ ମଧ୍ୟଦେଇ ଯିବି ଓ ସେମାନଙ୍କର ପ୍ରଥମଜାତ ସନ୍ତାନମାନଙ୍କୁ ହତ୍ୟା କରିବି। ଏହି ପ୍ରକାରରେ ମିଶରର ସମସ୍ତ ଦେବତାମାନଙ୍କର ବିଗ୍ଭର କରିବି। ମୁଁ ତାଙ୍କୁ ଦେଖାଇବି ଯେ, ମୁଁ ହେଉଛି ସଦାପ୍ରଭୁ।


ମୋଶା ଲୋକମାନଙ୍କୁ କହିଲେ, “ସଦାପ୍ରଭୁ କହନ୍ତି, ‘ଦୁଇପ୍ରହର ରାତ୍ରିରେ ମୁଁ ଆଜି ମିଶର ମଧ୍ୟଦେଇ ଗମନ କରିବି।


ତୁମ୍ଭେ ଦ୍ରାକ୍ଷାରସ ସୁନ୍ଦର ପାତ୍ରରେ ପାନ କରୁଛ। ଆଉ ମଧ୍ୟ ସୁନ୍ଦର ସୁବାସିତ ପଦାର୍ଥ ବ୍ୟବହାର କରୁଛ। କିନ୍ତୁ ଯୋଷେଫଙ୍କର ପରିବାର ଧ୍ୱଂସ ପାଉଛନ୍ତି ସେଥିପାଇଁ ଟିକିଏ ହେଲେ ଦୁଃଖ କରୁ ନାହିଁ।


ଏବଂ ମୋର ବିଶ୍ରାମ ଦିନଗୁଡ଼ିକୁ ପବିତ୍ର ରଖ। ଯାହା ଫଳରେ ସେମାନେ ମୋ’ ଓ ତୁମ୍ଭ ମଧ୍ୟରେ ଚୁକ୍ତିର ଚିହ୍ନ ଦେବେ। ତା'ପରେ ତୁମ୍ଭେମାନେ ଜାଣିବ ଯେ, ମୁଁ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ଅଟେ।”


ଏପରିକି ଯେଉଁ ପିଲାମାନେ ଜନ୍ମ ହେବେ, ସେମାନେ ସେମାନଙ୍କର ପିଲାମାନଙ୍କୁ ଜଣାଇବେ। ତା'ପରେ ସେମାନେ ଯେବେ ବଡ଼ ହେବେ ସେମାନଙ୍କର ପିଲାମାନଙ୍କୁ କହିବେ।


ଏହିସବୁ ପ୍ରମାଣିତ ବାକ୍ୟ, ନିୟମ, ବ୍ୟବସ୍ଥା ଯାହାକି ମୋଶା ଇସ୍ରାଏଲର ଲୋକମାନଙ୍କୁ ଦେଲେ, ଯେତେବେଳେ ମିଶରରୁ ବାହାରି ଆସିଲେ।


ମଧ୍ୟରାତ୍ରରେ, ସଦାପ୍ରଭୁ ମିଶରର ସମସ୍ତ ପ୍ରଥମଜାତ ସନ୍ତାନମାନଙ୍କୁ ହତ୍ୟା କଲେ, ଏପରିକି ସଦାପ୍ରଭୁ ରାଜା ଫାରୋଙ୍କର ପ୍ରଥମଜାତ ସନ୍ତାନ, କଏଦିର ପ୍ରଥମ ସନ୍ତାନ ଓ ପଶୁମାନଙ୍କର ପ୍ରଥମଜାତ ସନ୍ତାନମାନଙ୍କୁ ହତ୍ୟା କଲେ।


Swiv nou:

Piblisite


Piblisite