Biblia Todo Logo
Bib sou entènèt

- Piblisite -




ଗୀତସଂହିତା 80:5 - ପବିତ୍ର ବାଇବଲ

5 ତୁମ୍ଭେ ଆପଣା ଲୋକମାନଙ୍କୁ ତାଙ୍କର ଲୋତକ ପିଆଇଛ। ତୁମ୍ଭେ ସେମାନଙ୍କୁ ବହୁ ପରିମାଣରେ ଅଶ୍ରୁ ପିଇବାକୁ ଦେଇଛ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

5 ତୁମ୍ଭେ ସେମାନଙ୍କୁ ଲୋତକରୂପ ଭକ୍ଷ୍ୟ ଖୁଆଇଅଛ ଓ ସେମାନଙ୍କୁ ବହୁ ପରିମାଣରେ ଲୋତକ ପାନ କରିବାକୁ ଦେଇଅଛ।

Gade chapit la Kopi

ଓଡିଆ ବାଇବେଲ

5 ତୁମ୍ଭେ ସେମାନଙ୍କୁ ଲୋତକରୂପ ଭକ୍ଷ୍ୟ ଖୁଆଇଅଛ ଓ ସେମାନଙ୍କୁ ବହୁ ପରିମାଣରେ ଲୋତକ ପାନ କରିବାକୁ ଦେଇଅଛ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

5 ତୁମ୍ଭେ ସେମାନଙ୍କୁ ଲୋତକରୂପ ଭକ୍ଷ୍ୟ ଖୁଆଇଅଛ ଓ ସେମାନଙ୍କୁ ବହୁ ପରିମାଣରେ ଲୋତକ ପାନ କରିବାକୁ ଦେଇଅଛ।

Gade chapit la Kopi




ଗୀତସଂହିତା 80:5
9 Referans Kwoze  

ମୋର ପ୍ରଭୁ ପରମେଶ୍ୱର ଯଦିଓ ତୁମ୍ଭମାନଙ୍କୁ ଦୁଃଖରୂପକ ଖାଦ୍ୟ ଓ କ୍ଳେଶରୂପକ ଜଳ ଦେଇଥିଲେ ତଥାପି ସେ ତୁମ୍ଭମାନଙ୍କର ଶିକ୍ଷକ। ସେ ଆଉ ତୁମ୍ଭମାନଙ୍କ ନିକଟରେ ଲୁଚି ରହିବେ ନାହିଁ। ତୁମ୍ଭେମାନେ ତୁମ୍ଭର ଖାଲି ଚକ୍ଷୁରେ ତାଙ୍କର ଦର୍ଶନ ପାଇବ।


ମୋର ଶତ୍ରୁମାନେ ନିରନ୍ତର ମୋ’ ପ୍ରତି ପରିହାସ କରୁଛନ୍ତି। ସେମାନେ କହନ୍ତି, “ତୁମ୍ଭର ପରମେଶ୍ୱର କାହାନ୍ତି? ସେ କେବେ ତୁମ୍ଭକୁ ଉଦ୍ଧାର କରିବାକୁ ଆସିଛନ୍ତି କି?” ଭୋଜନ କରିବା ପରିବର୍ତ୍ତେ କେବଳ ମୁଁ କାନ୍ଦେ।


ମୋର ଦୁଃଖ ହିଁ ଏକମାତ୍ର ଭୋଜନ। ମୋର ପେୟଦ୍ରବ୍ୟ ଅଶ୍ରୁଜଳ ସଙ୍ଗେ ମିଶିଅଛି।


ମୁଁ ତାକୁ ସ୍ପର୍ଶ କହିବାକୁ ମନା କରେ କାରଣ ସେପ୍ରକାର ଖାଦ୍ୟ ମୋତେ ରୋଗୀଣା କରି ପକାଏ।


ପରମେଶ୍ୱର, ତୁମ୍ଭେ କାହିଁକି ବହୁତ ଦିନ ଆମ୍ଭମାନଙ୍କୁ ପରିତ୍ୟାଗ କଲ? ତୁମ୍ଭେ କାହିଁକି ଆମ୍ଭମାନଙ୍କ ଉପରେ ଏତେ ରାଗିଅଛ, ଆମ୍ଭେ ଯେ ତୁମ୍ଭର ନିଜ ଦଳ?


ହେ ପରମେଶ୍ୱର, ଏହା ଆଉ କେତେ ଦିନ ପର୍ଯ୍ୟନ୍ତ ଯିବ? ତୁମ୍ଭେ କ’ଣ ଚିରକାଳ ଆମ୍ଭମାନଙ୍କ ଉପରେ କ୍ରୋଧ କରିଥିବ? ତୁମ୍ଭର ଅନ୍ତର କ’ଣ ଅଗ୍ନିଜ୍ୱାଳା ପରି ସର୍ବଦା ଜଳିବ?


ତୁମ୍ଭେ ନିଜେ କ୍ରୋଧରେ ଆଚ୍ଛାଦିତ ହୋଇଛ ଏବଂ ତୁମ୍ଭେ ଆମ୍ଭ ପଛରେ ଗୋଡ଼ାଇଛ ଏବଂ ତୁମ୍ଭେ ଆମ୍ଭକୁ ନିର୍ଦ୍ଦୟ ଭାବରେ ବଧ କରିଛ।


ଆମ୍ଭମାନଙ୍କର ପ୍ରାର୍ଥନା ଯେପରି ଭେଦକରି ତୁମ୍ଭ ନିକଟକୁ ଯାଇ ନ ପାରିବ, ସେଥିପାଇଁ ତୁମ୍ଭେ ନିଜକୁ ମେଘରେ ଆଚ୍ଛନ୍ନ କରିଅଛ।


Swiv nou:

Piblisite


Piblisite