Biblia Todo Logo
Bib sou entènèt

- Piblisite -




ଗୀତସଂହିତା 8:3 - ପବିତ୍ର ବାଇବଲ

3 ହେ ସଦାପ୍ରଭୁ, ମୋ’ ଉପରେ ଥିବା ସ୍ୱର୍ଗକୁ ଗ୍ଭହିଁଲେ ତାହା ତୁମ୍ଭ ଅଙ୍ଗୁଳି ଦ୍ୱାରା ନିର୍ମିତ ବୋଲି ଜଣାପଡ଼େ। ମୁଁ ସେହି ଆକାଶରେ ତୁମ୍ଭ ସୃଷ୍ଟି ଚନ୍ଦ୍ର ଓ ନକ୍ଷତ୍ରଗଣଙ୍କୁ ଦେଖେ ଓ ଆଶ୍ଚର୍ଯ୍ୟ ହୁଏ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

3 ମୁଁ ତୁମ୍ଭ ଅଙ୍ଗୁଳିକୃତ ତୁମ୍ଭ ଆକାଶମଣ୍ତଳ, ତୁମ୍ଭର ନିରୂପିତ ଚନ୍ଦ୍ର ଓ ନକ୍ଷତ୍ରଗଣକୁ ବିବେଚନା କଲେ (କହେ,)

Gade chapit la Kopi

ଓଡିଆ ବାଇବେଲ

3 ମୁଁ ତୁମ୍ଭ ଅଙ୍ଗୁଳିକୃତ ତୁମ୍ଭ ଆକାଶମଣ୍ଡଳ, ତୁମ୍ଭର ନିରୂପିତ ଚନ୍ଦ୍ର ଓ ନକ୍ଷତ୍ରଗଣକୁ ବିବେଚନା କଲେ (କହେ,)

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

3 ମୁଁ ତୁମ୍ଭ ଅଙ୍ଗୁଳିକୃତ ତୁମ୍ଭ ଆକାଶମଣ୍ଡଳ, ତୁମ୍ଭର ନିରୂପିତ ଚନ୍ଦ୍ର ଓ ନକ୍ଷତ୍ରଗଣକୁ ବିବେଚନା କଲେ (କହେ,)

Gade chapit la Kopi




ଗୀତସଂହିତା 8:3
18 Referans Kwoze  

ଆରମ୍ଭରେ ପରମେଶ୍ୱର ଆକାଶ ଓ ପୃଥିବୀକୁ ସୃଷ୍ଟି କଲେ।


ସଦାପ୍ରଭୁ ଆଦେଶ ଦେଲେ ଓ ପୃଥିବୀ ସୃଷ୍ଟି ହେଲା। ପରମେଶ୍ୱରଙ୍କ ନିଶ୍ୱାସରୁ ପୃଥିବୀରେ ସବୁକିଛି ସୃଷ୍ଟି ହେଲା।


ସଦାପ୍ରଭୁ ଆଶ୍ଚର୍ଯ୍ୟ କର୍ମମାନ କରନ୍ତି। ଯେଉଁମାନେ ତାଙ୍କୁ ଗ୍ଭହାନ୍ତି ସେମାନେ ସମସ୍ତେ ଆଗ୍ରହରେ ଅପେକ୍ଷା କରନ୍ତି।


ପରମେଶ୍ୱର ଋତୁ ନିରୂପଣ ନିମନ୍ତେ ଚନ୍ଦ୍ର ସୃଷ୍ଟି କରିଛନ୍ତି। ସୂର୍ଯ୍ୟ ଆପଣା ଅସ୍ତଗମନ ଜାଣେ।


ସ୍ୱର୍ଗ ଓ ପୃଥିବୀ ତୁମ୍ଭର ଅଟେ। ତୁମ୍ଭେ ଜଗତକୁ ସୃଷ୍ଟି କରିଛ ଓ ସମସ୍ତ ବସ୍ତୁଗୁଡ଼ିକ ଏହା ଉପରେ ଅଛି।


ପରମେଶ୍ୱରଙ୍କ ବିଷୟରେ କେତେକ ତଥ୍ୟ ଲୋକେ ଦେଖି ପାରିବେ ନାହିଁ। ତାହାଙ୍କର ଅନନ୍ତ ଶକ୍ତି ଓ ପରମେଶ୍ୱରତ୍ୱ ତାହାଙ୍କୁ ପରମେଶ୍ୱର ବୋଲି ପ୍ରମାଣିତ କରୁଥିବା ସମସ୍ତ କଥା। କିନ୍ତୁ ଜଗତର ସୃଷ୍ଟିର ଆରମ୍ଭରୁ ସେଗୁଡ଼ିକ ଲୋକମାନଙ୍କ ବୁଝିବା ପାଇଁ ସହଜ କରାଯାଇଛି। ଏଗୁଡ଼ିକ ପରମେଶ୍ୱର ସୃଷ୍ଟି କରିଥିବା ବସ୍ତୁଗୁଡ଼ିକରୁ ସ୍ପଷ୍ଟ ହୋଇ ଥାଏ। ସେଥିପାଇଁ ମନ୍ଦ କାର୍ଯ୍ୟ କରିବା ପାଇଁ ଲୋକମାନଙ୍କ ପାଖରେ କୌଣସି ବାହାନା ନାହିଁ।


ମୁଁ ଭୂତମାନଙ୍କୁ ବାହାର କରିଦେବା ପାଇଁ ପରମେଶ୍ୱରଙ୍କ ଶକ୍ତି ବ୍ୟବହାର କରୁଛି। ଏ କଥା ସ୍ପଷ୍ଟ ଦେଖାଇ ଦେଉଛି ଯେ ପରମେଶ୍ୱରଙ୍କ ରାଜ୍ୟ ତୁମ୍ଭମାନଙ୍କ ପାଖକୁ ଆସିଗଲାଣି।


ତେଣୁ ମନ୍ତ୍ରଜ୍ଞମାନେ ଫାରୋଙ୍କୁ କହିଲେ, ପରମେଶ୍ୱର ଏହା କରିଛନ୍ତି। କିନ୍ତୁ ଫାରୋ ପୁଣି ଜି‌ଦ୍‌ଖୋର ହେଲେ। ସେ ସେମାନଙ୍କ କଥା ଶୁଣିଲେ ନାହିଁ।


“ପରମେଶ୍ୱରଙ୍କ ନିବାସସ୍ଥାନ ସ୍ୱର୍ଗର ସବୁଠୁ ଊର୍ଦ୍ଧ୍ୱରେ ନୁହଁ କି? ଦେଖ ନକ୍ଷତ୍ରଗଣ ମଧ୍ୟ କେତେ ଉଚ୍ଚରେ ଅଛନ୍ତି।


ଏପରି ସାବଧାନ ହୁଅ, ଯେତେବେଳେ ତୁମ୍ଭେମାନେ ସୂର୍ଯ୍ୟ, ଚନ୍ଦ୍ର, ତାରାଗଣକୁ ଆକାଶରେ ଦେଖ। ତୁମ୍ଭେମାନେ ସେମାନଙ୍କୁ ବିମୋହିତ ହୋଇ ପ୍ରଣାମ କରିବା ଓ ସେବା କରିବା ଉଚିତ୍ ନୁହେଁ। ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ଅନ୍ୟ ସମସ୍ତ ଜାତିଗଣ ଏହିସବୁ କରିବାକୁ ରଖିଛନ୍ତି।


ତେଣୁ ସଦାପ୍ରଭୁ ସୀନୟ ପର୍ବତରେ ମୋଶାଙ୍କ ସହିତ କଥାବାର୍ତ୍ତା ନିୟମ ସ୍ୱରୂପେ ପରମେଶ୍ୱରଙ୍କ ଅଙ୍ଗୁଳି ଲିଖିତ ଦୁଇଟି ପ୍ରସ୍ତର ପଟା ଫଳକ ତାଙ୍କୁ ଦେଲେ।


ହେ ସୂର୍ଯ୍ୟ ଓ ଚନ୍ଦ୍ର, ତାଙ୍କର ପ୍ରଶଂସା କର! ହେ ଆକାଶର ଦୀପ୍ତିମୟ ତାରାଗଣ, ତାଙ୍କର ପ୍ରଶଂସା କର।


ଆକାଶ ପରମେଶ୍ୱରଙ୍କର ମହିମା ଓ ଗୌରବ ବର୍ଣ୍ଣନା କରେ। ଆକାଶ ତାଙ୍କର ହସ୍ତ ନିର୍ମିତ ସମସ୍ତ ଉତ୍ତମ ବସ୍ତୁର ବର୍ଣ୍ଣନା କରେ।


ପରମେଶ୍ୱରଙ୍କ ଦୃଷ୍ଟିରେ ଚନ୍ଦ୍ର ମଧ୍ୟ ପବିତ୍ର ଓ ଦୀପ୍ତିମାନ ନୁହେଁ। ଏପରିକି ନକ୍ଷତ୍ର ସମୂହ ମଧ୍ୟ ନିର୍ମଳ ନୁହନ୍ତି।


କେହି ତାଙ୍କର ତାରାଗଣର ସଂଖ୍ୟା ଗଣନା କରି ପାରିବେ ନାହିଁ। ସେ ସମସ୍ତଙ୍କୁ ସମାନ ଭାବରେ ସୂର୍ଯ୍ୟକିରଣ ପ୍ରଦାନ କରନ୍ତି।


ମନେରଖ, ପରମେଶ୍ୱରଙ୍କ କାର୍ଯ୍ୟ ପାଇଁ ତାଙ୍କୁ ପ୍ରଶଂସା କର। ବହୁତ ଲୋକେ ପରମେଶ୍ୱରଙ୍କୁ ପ୍ରଶଂସା କରି ଅନେକ ଗୀତ ଲେଖିଛନ୍ତି।


Swiv nou:

Piblisite


Piblisite