Biblia Todo Logo
Bib sou entènèt

- Piblisite -




ଗୀତସଂହିତା 73:3 - ପବିତ୍ର ବାଇବଲ

3 ମୁଁ ଗର୍ବୀ ଓ ଲୋକମାନଙ୍କ ପ୍ରତି ଈର୍ଷାପରାୟଣ ହୋଇଗଲି, ଯେତେବେଳେ ସେମାନେ କୃତକାର୍ଯ୍ୟ ହେଉଥିବାର ଦେଖିଲି।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

3 କାରଣ ମୁଁ ଦୁଷ୍ଟମାନଙ୍କର ସମୃଦ୍ଧି ଦେଖି ଦାମ୍ଭିକମାନଙ୍କ ପ୍ରତି ଈର୍ଷାନ୍ଵିତ ହେଲି।

Gade chapit la Kopi

ଓଡିଆ ବାଇବେଲ

3 କାରଣ ମୁଁ ଦୁଷ୍ଟମାନଙ୍କର ସମୃଦ୍ଧି ଦେଖି ଦାମ୍ଭିକମାନଙ୍କ ପ୍ରତି ଈର୍ଷାନ୍ୱିତ ହେଲି।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

3 କାରଣ ମୁଁ ଦୁଷ୍ଟମାନଙ୍କର ସମୃଦ୍ଧି ଦେଖି ଦାମ୍ଭିକମାନଙ୍କ ପ୍ରତି ଈର୍ଷାନ୍ୱିତ ହେଲି।

Gade chapit la Kopi




ଗୀତସଂହିତା 73:3
14 Referans Kwoze  

କାହିଁକି ଦୁଷ୍ଟ ଲୋକ ବେଶୀଦିନ ବଞ୍ଚନ୍ତି? କାହିଁକି ସେମାନେ ବଢ଼ନ୍ତି ଏବଂ ସଫଳତା ଅର୍ଜ୍ଜନ୍ତି?


ହେ ସଦାପ୍ରଭୁ, ମୁଁ ଯେତେବେଳେ ତୁମ୍ଭ ବିପକ୍ଷରେ ଅଭିଯୋଗ ଆଣେ, ତୁମ୍ଭେ ସର୍ବଦା ଉଚିତ୍ ଅଟ, କିନ୍ତୁ ତଥାପି ତୁମ୍ଭ ନିଷ୍ପତ୍ତି ବିରୁଦ୍ଧରେ ମୁଁ ପ୍ରତିବାଦ କରିବି। ଦୁଷ୍ଟ ଲୋକମାନେ କାହିଁକି କୃତକାର୍ଯ୍ୟ ହୁଅନ୍ତି? ଅତି ବିଶ୍ୱାସଘାତକ କାହିଁକି ନିରାପଦରେ ରହନ୍ତି?


ପାପୀଗଣଙ୍କ ପ୍ରତି ଈର୍ଷାଳୁ ହୁଅ ନାହିଁ। ତୁମ୍ଭର ଜୀବନର ସମସ୍ତ ଦିନଗୁଡ଼ିକ ସଦାପ୍ରଭୁଙ୍କ ପ୍ରତି ସମ୍ମାନ ଓ ଭୟ କର।


ସଦାପ୍ରଭୁଙ୍କୁ ବିଶ୍ୱାସ କର ଓ ତାଙ୍କ ସାହାଯ୍ୟ ପାଇଁ ଅପେକ୍ଷା କର। ହତାଶ ହୁଅ ନାହିଁ, ଯେତେବେଳେ ଦୁଷ୍ଟ ଲୋକମାନଙ୍କ ମନ୍ଦକାର୍ଯ୍ୟ ସଫଳ ହୁଏ। ହତାଶ ହୁଅ ନାହିଁ, ଯେତେବେଳେ ଦୁଷ୍ଟ ଲୋକମାନେ ମନ୍ଦକାର୍ଯ୍ୟ କରିବାକୁ ମନ୍ତ୍ରଣା କରି ସେମାନଙ୍କର ଯୋଜନାରେ ସଫଳ ହୁଅନ୍ତି।


ଦୁଷ୍ଟ ଲୋକମାନଙ୍କ କଥାରେ ହତାଶ ହେବାର ଆବଶ୍ୟକତା ନାହିଁ। ଯେଉଁମାନେ କୁକର୍ମ କରିଛନ୍ତି, ସେହି ଲୋକମାନଙ୍କ ଉପରେ ଈର୍ଷା କର ନାହିଁ।


ମନ୍ଦ ଲୋକମାନଙ୍କ ପ୍ରତି ଈର୍ଷା କର ନାହିଁ। ସେମାନଙ୍କର ମଧ୍ୟ ସାଙ୍ଗ ହୁଅ ନାହିଁ।


ତୁମ୍ଭେ କ’ଣ ଭାବୁଛ କି ଶାସ୍ତ୍ରର ଅର୍ଥ କିଛି ନାହିଁ? ଶାସ୍ତ୍ର କୁହେ: “ପରମେଶ୍ୱର ଆମ୍ଭ ମଧ୍ୟରେ ବାସ କରିବା ପାଇଁ ଯେଉଁ ଆତ୍ମାଙ୍କୁ ଦେଇଛନ୍ତି, ସେ ଆମ୍ଭକୁ ସମ୍ପୂର୍ଣ୍ଣ ରୂପେ ଅଧିକାର କରିବା ନିମନ୍ତେ ଗ୍ଭହାନ୍ତି।”


କିଛି ଲୋକ ଅଛନ୍ତି ଯେଉଁମାନେ ସହଜରେ ରାଗିଯା’ନ୍ତି ଓ ଶୀଘ୍ର କୁକର୍ମମାନ କରି ବସନ୍ତି। ତୁମ୍ଭେ ସେପରି ହୁଅ ନାହିଁ।


ଡକାୟତମାନଙ୍କ ତମ୍ବୁଗୁଡ଼ିକ ସୁରକ୍ଷିତ ଅଟେ। ଯେଉଁମାନେ ପରମେଶ୍ୱରଙ୍କୁ ବିରକ୍ତ କରାନ୍ତି, ସେମାନେ ଶାନ୍ତିରେ ରହନ୍ତି ଏବଂ ସେମାନଙ୍କର ବଳ ହେଉଛି ସେମାନଙ୍କର ପରମେଶ୍ୱର।


ଭାଇ ଲୋକମାନେ ଏ ବିଷୟରେ ସ୍ତମ୍ଭିତ ହୋଇଛନ୍ତି। ନିରୀହ ଲୋକମାନେ ସେହିମାନଙ୍କ ଉପରେ କ୍ଷୁ‌ବ୍‌ଧ ହୁଅନ୍ତି, ଯେଉଁମାନେ ପରମେଶ୍ୱରଙ୍କୁ ଖାତିରି କରନ୍ତି ନାହିଁ।


ଦୁଷ୍ଟଲୋକ ଅଳ୍ପ ସମୟ ପାଇଁ ନିଜକୁ ନିର୍ଭର ଓ ନିରାପଦ ମଣେ। ସେମାନେ ଶକ୍ତିଶାଳୀ ହେବାକୁ ଚେଷ୍ଟା କରନ୍ତି।


ମନ୍ଦ ଲୋକମାନେ ସବୁବେଳେ ମନ୍ଦକାର୍ଯ୍ୟ କରିବାକୁ ମନ ବଳାନ୍ତି। ସେମାନେ ପରମେଶ୍ୱରଙ୍କ ବ୍ୟବସ୍ଥା ଓ ସମସ୍ତ ଉତ୍ତମ ଶିକ୍ଷାକୁ ଗ୍ରହଣ କରନ୍ତି ନାହିଁ। ପରମେଶ୍ୱରଙ୍କର ଶତ୍ରୁମାନେ ତାହାଙ୍କର ଉପଦେଶକୁ ଅବଜ୍ଞା କରନ୍ତି।


ମୋର ଅର୍ଥହୀନ ଜୀବନ କାଳ ମଧ୍ୟରେ, ମୁଁ ଏହିସବୁ ଜିନିଷ ଦେଖିଅଛି। କେତେବେଳେ ଜଣେ ଧାର୍ମିକ ଲୋକ ଆପଣା ଧାର୍ମିକତା ସତ୍ତ୍ୱେ ବି ବିନଷ୍ଟ ହୁଏ, ଯେଉଁଠିକି ଏକ ପୁଣି ଦୁଷ୍ଟ ଲୋକ ତା'ର ଦୁଷ୍ଟାମୀ ସତ୍ତ୍ୱେ ଦୀର୍ଘଜୀବୀ ହୁଏ।


ଆମ୍ଭେମାନେ ଚିନ୍ତା କରୁଛୁ ଗର୍ବୀ ଲୋକମାନେ ସୁଖୀ। ଦୁଷ୍ଟାଗ୍ଭରୀମାନେ କୃତକାର୍ଯ୍ୟ ହୁଅନ୍ତି। ସେମାନେ ପରମେଶ୍ୱରଙ୍କ ଧୈର୍ଯ୍ୟ ପରୀକ୍ଷା କରିବାକୁ ମନ୍ଦକାର୍ଯ୍ୟ କରି ଗ୍ଭଲନ୍ତି ଏବଂ ସେମାନେ କିଛି ଦଣ୍ତ ପାଆନ୍ତି ନାହିଁ।”


Swiv nou:

Piblisite


Piblisite