Biblia Todo Logo
Bib sou entènèt

- Piblisite -




ଗୀତସଂହିତା 72:1 - ପବିତ୍ର ବାଇବଲ

1 ହେ ପରମେଶ୍ୱର, ରାଜାଙ୍କୁ ସାହାଯ୍ୟ କର, ଯାହା ଫଳରେ ସେ ତୁମ୍ଭ ପରି ବିବେକବାନ ନ୍ୟାୟ ପ୍ରଦାନ କରିବେ। ତୁମ୍ଭର ନ୍ୟାୟ ପରାୟଣ ରାଜପୁତ୍ରମାନଙ୍କୁ ଦିଅ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

1 ହେ ପରମେଶ୍ଵର, ରାଜାଙ୍କୁ ତୁମ୍ଭର ଶାସନ ଓ ରାଜପୁତ୍ରଙ୍କୁ ତୁମ୍ଭର ଧର୍ମ ପ୍ରଦାନ କର।

Gade chapit la Kopi

ଓଡିଆ ବାଇବେଲ

1 ହେ ପରମେଶ୍ୱର, ରାଜାଙ୍କୁ ତୁମ୍ଭର ଶାସନ ଓ ରାଜପୁତ୍ରଙ୍କୁ ତୁମ୍ଭର ଧର୍ମ ପ୍ରଦାନ କର।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

1 ହେ ପରମେଶ୍ୱର, ରାଜାଙ୍କୁ ତୁମ୍ଭର ଶାସନ ଓ ରାଜପୁତ୍ରଙ୍କୁ ତୁମ୍ଭର ଧର୍ମ ପ୍ରଦାନ କର।

Gade chapit la Kopi




ଗୀତସଂହିତା 72:1
14 Referans Kwoze  

ସେହି ପିଲା ମଧ୍ୟରେ ସଦାପ୍ରଭୁଙ୍କର ଆତ୍ମା ସ୍ଥାନ ପାଇବ। ସେହି ଆତ୍ମା ଜ୍ଞାନ, ବିବେଚନା ମନ୍ତ୍ରଣା ଓ ପରାକ୍ରମ ପ୍ରଦାନ କରିବ। ଆଉ ମଧ୍ୟ ସେହି ଆତ୍ମା ସଦାପ୍ରଭୁଙ୍କୁ ଜାଣିବାକୁ ଓ ଅନୁସରଣ କରିବାକୁ ପିଲାକୁ ସାହାଯ୍ୟ କରିବେ।


ମୋତେ ଜ୍ଞାନ ଓ ବୁଦ୍ଧି ଦିଅ, ଯେପରି ଏହି ଲୋକମାନଙ୍କୁ ମୁଁ ଉଚିତ୍ ମାର୍ଗରେ କଢ଼ାଇ ନେଇ ପାରିବି। ତୁମ୍ଭର ସାହାଯ୍ୟ ବିନା ଏହି ଲୋକମାନଙ୍କୁ କେହି ଶାସନ କରି ପାରିବ ନାହିଁ।”


ଆଉ, ମୋର ପୁତ୍ର ଶଲୋମନକୁ ତୁମ୍ଭ ପ୍ରତି ବିଶ୍ୱସ୍ତ ହେବା ନିମନ୍ତେ ସାହାଯ୍ୟ କର। ସର୍ବଦା ତୁମ୍ଭର ଆଜ୍ଞା, ବିଧି ଓ ଶାସନ ସକଳର ବାଧ୍ୟ ହେବା ନିମନ୍ତେ ତାହାକୁ ସାହାଯ୍ୟ କର। ଶଲୋମନଙ୍କୁ ଏହି ସମସ୍ତ ବିଷୟ କରିବା ନିମନ୍ତେ ସାହାଯ୍ୟ କର ଓ ଏହି ପବିତ୍ର ମନ୍ଦିର ନିର୍ମାଣ କରିବା ନିମନ୍ତେ ମୁଁ ଯେଉଁ ଯୋଜନା କରିଅଛି, ସେଥିରେ ତାହାକୁ ସାହାଯ୍ୟ କର।”


ପୁଣି ଯାଜକ ସାଦୋକ ପବିତ୍ର ତମ୍ବୁ ମଧ୍ୟରୁ ଶିଙ୍ଗାଏ ପବିତ୍ର ତୈଳ ନେଇ ଶଲୋମନଙ୍କୁ ଅଭିଷେକ କଲେ। ତା'ପରେ ସେମାନେ ଉଚ୍ଚ ସ୍ୱରରେ ତୂରୀ ବଜାଇଲେ ଏବଂ ସମସ୍ତ ଲୋକମାନେ ଉଚ୍ଚ ସ୍ୱରରେ କହିଲେ, “ରାଜା ଶଲୋମନ ଚିରଜୀବି ହୁଅନ୍ତୁ।”


ସଦାପ୍ରଭୁ ଯେବେ ଗୃହ ନିର୍ମାଣ ନ କରନ୍ତି, ତେବେ ନିର୍ମାଣକାରୀମାନଙ୍କ ପରିଶ୍ରମ ବ୍ୟର୍ଥ ହୁଏ। ଯେବେ ସଦାପ୍ରଭୁ ନଗର ରକ୍ଷା ନ କରନ୍ତି, ତେବେ ପ୍ରହରୀ ଜାଗ୍ରତ ହେବା କେବଳ ବୃଥା ଅଟେ।


ପରମେଶ୍ୱର ତାହାଙ୍କୁ ପଠାଇଛନ୍ତି। ପରମେଶ୍ୱର ଯାହା କହିଥା'ନ୍ତି, ସେ ତାହା କହନ୍ତି। ପରମେଶ୍ୱର ସମ୍ପୂର୍ଣ୍ଣଭାବେ ତାହାଙ୍କୁ ପବିତ୍ରଆତ୍ମା ପ୍ରଦାନ କରିଛନ୍ତି।


ଇସ୍ରାଏଲର ପରମେଶ୍ୱର କହିଲେ, ଇସ୍ରାଏଲର ଶୈଳ ମୋତେ କହିଲେ, ‘ଯେଉଁ ବ୍ୟକ୍ତି ନ୍ୟାୟ ଭାବରେ ଲୋକମାନଙ୍କୁ ଶାସନ କରେ, ଯିଏ ସଦାପ୍ରଭୁଙ୍କ ଭୟରେ ଓ ଭକ୍ତିରେ ଶାସନ କରେ।


ତେଣୁ ମୁଁ ତୁମ୍ଭକୁ ପ୍ରାର୍ଥନା କରୁଛି, ଠିକ୍ ଓ ଭୁଲ୍ ବାଛିବା ପାଇଁ ତୁମ୍ଭେ ମୋତେ ଜ୍ଞାନ ଦିଅ ଓ ବୁଦ୍ଧି ଦିଅ। ମୋତେ ଜ୍ଞାନ ଦିଅ ଯେପରି ମୁଁ ଲୋକମାନଙ୍କୁ ନ୍ୟାୟ ସହିତ ଶାସନ ଓ ବିଗ୍ଭର କରିପାରେ। କାରଣ ଏହା ବିନା ଏହି ମହା ଗୋଷ୍ଠୀର କିଏ ନ୍ୟାୟ କରି ପାରିବ?”


ଦାଉଦ ସମଗ୍ର ଇସ୍ରାଏଲର ଉପରେ ରାଜା ଥିଲେ। ଏବଂ ସେ ସମସ୍ତଙ୍କ ପାଇଁ ନ୍ୟାୟବାନ ଥିଲେ।


କିନ୍ତୁ ତୁମ୍ଭର ଏକ ପୁତ୍ର ଅଛି, ଯେ କି ଶାନ୍ତିପ୍ରିୟ ଅଟେ। ଆମ୍ଭେ ତୁମ୍ଭର ପୁତ୍ରକୁ ଶାନ୍ତିରେ ଏକ ସମୟ ପ୍ରଦାନ କରିବା। ତା'ପରେ ଚତୁର୍ଦ୍ଦିଗରେ ଥିବା ଶତ୍ରୁମାନେ ତାହାକୁ ବ୍ୟତିବ୍ୟସ୍ତ କରିବେ ନାହିଁ। ତାହାର ନାମ ଶଲୋମନ, ଶଲୋମନ ରାଜା ହେବା ସମୟରେ ଆମ୍ଭେ ଇସ୍ରାଏଲକୁ ଶାନ୍ତି ଓ ସ୍ଥିରତା ପ୍ରଦାନ କରିବା।


Swiv nou:

Piblisite


Piblisite