Biblia Todo Logo
Bib sou entènèt

- Piblisite -




ଗୀତସଂହିତା 71:7 - ପବିତ୍ର ବାଇବଲ

7 ତୁମ୍ଭେ ହେଉଛି ମୋର ଦୃଢ଼ ଆଶ୍ରୟ, ତେଣୁ ମୁଁ ଅନେକ ଲୋକମାନଙ୍କର ଉଦାହରଣ ହୋଇଅଛି।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

7 ମୁଁ ଅନେକଙ୍କ ପ୍ରତି ଆଶ୍ଚର୍ଯ୍ୟ ବିଷୟ ସ୍ଵରୂପ; ମାତ୍ର ତୁମ୍ଭେ ମୋହର ଦୃଢ଼ ଆଶ୍ରୟ।

Gade chapit la Kopi

ଓଡିଆ ବାଇବେଲ

7 ମୁଁ ଅନେକଙ୍କ ପ୍ରତି ଆଶ୍ଚର୍ଯ୍ୟ ବିଷୟ ସ୍ୱରୂପ; ମାତ୍ର ତୁମ୍ଭେ ମୋହର ଦୃଢ଼ ଆଶ୍ରୟ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

7 ମୁଁ ଅନେକଙ୍କ ପ୍ରତି ଆଶ୍ଚର୍ଯ୍ୟ ବିଷୟ ସ୍ୱରୂପ; ମାତ୍ର ତୁମ୍ଭେ ମୋହର ଦୃଢ଼ ଆଶ୍ରୟ।

Gade chapit la Kopi




ଗୀତସଂହିତା 71:7
14 Referans Kwoze  

“ଇସ୍ରାଏଲର ଲୋକମାନଙ୍କ ପାଇଁ ମୁଁ ଓ ମୋର ପିଲାମାନେ ସଙ୍କେତ ଓ ପ୍ରମାଣ। କାରଣ ସିୟୋନ ପର୍ବତ ଉପରେ ବାସ କରୁଥିବା ସଦାପ୍ରଭୁ ସର୍ବଶକ୍ତିମାନଙ୍କ ଦ୍ୱାରା ଆମ୍ଭେମାନେ ପ୍ରେରିତ ହୋଇଅଛୁ।’


କିନ୍ତୁ ମୋର ମନେ ହୁଏ ଯେ, ପରମେଶ୍ୱର ଆମ୍ଭ ପ୍ରେରିତମାନଙ୍କୁ ସର୍ବଶେଷରେ ରଖିଅଛନ୍ତି। ଆମ୍ଭେମାନେ ଯେପରି ମୃତ୍ୟୁଦଣ୍ଡରେ ଦଣ୍ଡିତ କରା ହୋଇଛୁ ଏବଂ ସମସ୍ତ ଜଗତ ଏହା ଦେଖୁଛନ୍ତି। ସମଗ୍ର ଜଗତ, ସ୍ୱର୍ଗଦୂତ ଓ ଲୋକମାନଙ୍କ ସମ୍ମୁଖରେ ଆମ୍ଭେମାନେ ଯେପରି ଏକ ନାଟକ କରୁଛୁ।


ସେମାନେ ଯେତେବେଳେ ପିତର ଓ ଯୋହନଙ୍କର ଏପରି ସାହସ ଦେଖିଲେ ଓ ଜାଣି ପାରିଲେ ଯେ ସେମାନେ ଅଶିକ୍ଷିତ ଓ ସାଧାରଣ ଲୋକ, ସେମାନେ ବହୁତ ଆଶ୍ଚର୍ଯ୍ୟ ହେଲେ। ସେମାନେ ଏହା ମଧ୍ୟ ବୁଝି ପାରିଲେ ଯେ, ସେମାନେ ଯୀଶୁଙ୍କ ସାଙ୍ଗରେ ଥିଲେ।


ହେ ସଦାପ୍ରଭୁ, ତୁମ୍ଭେ ମୋର ଶକ୍ତି, ଦୃଢ଼ ଦୁର୍ଗ ଓ ବିପଦରେ ମୋର ଆଶ୍ରୟ ସ୍ୱରୂପ। ପୃଥିବୀର ସମସ୍ତ ପ୍ରାନ୍ତରରୁ ନାନା ଦେଶୀୟମାନେ ତୁମ୍ଭ ନିକଟକୁ ଆସି କହିବେ, “ଆମ୍ଭମାନଙ୍କର ପୂର୍ବପୁରୁଷମାନେ କେବଳ ମିଥ୍ୟା ଅର୍ଥାତ୍ ଅସାର ଓ ନିଷ୍ଫଳ ବସ୍ତୁ ଅଧିକାର କରିଅଛନ୍ତି।


ମୋର ଗୌରବ ଓ ବିଜୟ ପରମେଶ୍ୱରଙ୍କଠାରୁ ଆସେ। ପରମେଶ୍ୱର ହିଁ ମୋର ନିରାପଦ ସ୍ଥାନ, ସେ ମୋର ଦୃଢ଼ ଦୁର୍ଗ।


ତା'ପରେ ଶିମିୟୋନ ସେମାନଙ୍କୁ ଆଶୀର୍ବାଦ କଲେ ଓ ମରିୟମଙ୍କୁ କହିଲେ, “ଏ ବାଳକ ଯୋଗୁଁ ଅନେକ ଯିହୂଦୀଙ୍କର ଉ‌ତ୍‌ଥାନ ଓ ପତନ ହେବ। ସେ ପରମେଶ୍ୱରଙ୍କର ଏକ ଚିହ୍ନ ହେବେ ଓ ତାହା ଲୋକମାନେ ଗ୍ରହଣ କରିବେ ନାହିଁ।


ତା'ପରେ ସଦାପ୍ରଭୁଙ୍କ ଦୂତ ଯିହୋଶୂୟଙ୍କୁ ଏହା କହି ସତର୍କ କରାଇଲେ:


ତୁମ୍ଭେ ମୋର ନିରାପଦ ଆଶ୍ରୟସ୍ଥଳୀ! ମୋର ଶତ୍ରୁମାନଙ୍କ କବଳରୁ ରକ୍ଷା କରୁଥିବା ତୁମ୍ଭେ ହିଁ ମୋର ଉଚ୍ଚ ଦୁର୍ଗ।


ହେ ଲୋକମାନେ! ସବୁକାଳେ ପରମେଶ୍ୱରଙ୍କଠାରେ ନିର୍ଭର କର। ପରମେଶ୍ୱରଙ୍କଠାରେ ତୁମ୍ଭର ଅସୁବିଧା କଥା ଭାଙ୍ଗି କୁହ। ପରମେଶ୍ୱର ହେଉଛନ୍ତି ଆମ୍ଭର ନିରାପଦ ଆଶ୍ରୟସ୍ଥଳ। ସେଲା


ପ୍ରକୃତରେ, ଲୋକମାନେ ସାହାଯ୍ୟ କରି ପାରିବେ ନାହିଁ। ତୁମ୍ଭେ ସେମାନଙ୍କ ଉପରେ ଭରସା କରି ପାରିବ ନାହିଁ। ଯେତେବେଳେ ସେମାନେ ନିକିତିରେ ଓଜନ ହୁଅନ୍ତି, ସେମାନଙ୍କ ସମସ୍ତଙ୍କୁ ଏକାଠି ପକାଇଲେ ପବନଠାରୁ ହାଲୁକା ହୁଅନ୍ତି।


ହେ! ମହାଯାଜକ ଯିହୋଶୂୟ ଓ ତୁମ୍ଭ ସମ୍ମୁଖରେ ବସିଥିବା ସହ ଯାଜକ ଆମ୍ଭ କଥା ଶୁଣ। ଯେତେବେଳେ ଆମ୍ଭେ ଆପଣା ସ୍ୱତନ୍ତ୍ର ଅନୁଚର ଆଣିବା ସେତେବେଳେ ଏହି ଲୋକମାନେ ଯିଏ କି କ’ଣ ଘଟିବ ବୋଲି ଦେଖାଇବେ ଉଦାହରଣ ହେବେ। ଯେଉଁ ଅନୁଚରକୁ ଆମ୍ଭେ ଆଣିବା ତାଙ୍କୁ ଶାଖା କୁହାଯିବ।


Swiv nou:

Piblisite


Piblisite