Biblia Todo Logo
Bib sou entènèt

- Piblisite -




ଗୀତସଂହିତା 71:1 - ପବିତ୍ର ବାଇବଲ

1 ହେ ସଦାପ୍ରଭୁ, ମୁଁ ଉଦ୍ଧାର ପାଇଁ ତୁମ୍ଭ ପାଖକୁ ଯାଉଛି। ମୋତେ ନିରାଶ ହେବାକୁ ଦିଅ ନାହିଁ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

1 ହେ ସଦାପ୍ରଭୋ, ମୁଁ ତୁମ୍ଭର ଶରଣ ନେଇଅଛି; ମୋତେ କେବେ ଲଜ୍ଜିତ ହେବାକୁ ଦିଅ ନାହିଁ।

Gade chapit la Kopi

ଓଡିଆ ବାଇବେଲ

1 ହେ ସଦାପ୍ରଭୁ, ମୁଁ ତୁମ୍ଭଠାରେ ଶରଣ ନେଇଅଛି; ମୋତେ କେବେ ଲଜ୍ଜିତ ହେବାକୁ ଦିଅ ନାହିଁ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

1 ହେ ସଦାପ୍ରଭୋ, ମୁଁ ତୁମ୍ଭଠାରେ ଶରଣ ନେଇଅଛି; ମୋତେ କେବେ ଲଜ୍ଜିତ ହେବାକୁ ଦିଅ ନାହିଁ।

Gade chapit la Kopi




ଗୀତସଂହିତା 71:1
11 Referans Kwoze  

ଶାସ୍ତ୍ର କୁହେ: “ଦେଖ, ସିୟୋନଠାରେ, ଗୋଟିଏ ମୂଲ୍ୟବାନ କୋଣ-ପଥର ବାଛି ମୁଁ ରଖିଛି; ଯେଉଁ ଲୋକ ଏହାକୁ ବିଶ୍ୱାସ କରିବ ସେ କେବେ ହେଲେ ଲଜ୍ଜିତ ହେବ ନାହିଁ।”


ହେ ପରମେଶ୍ୱର, ଆମ୍ଭର ପୂର୍ବପୁରୁଷମାନେ ତୁମ୍ଭକୁ ସାହାଯ୍ୟ ପାଇଁ ଡାକିଲେ ଏବଂ ସେମାନେ ଶତ୍ରୁମାନଙ୍କ କବଳରୁ ରକ୍ଷା ପାଇଲେ। ସେମାନେ ତୁମ୍ଭଙ୍କୁ ବିଶ୍ୱାସ କରିଥିବାରୁ ସେମାନେ ନିରାଶ ହେଲେ ନାହିଁ।


ଯେଉଁମାନେ ମୋତେ ଆଘାତ କରନ୍ତି, ସେମାନେ ଲଜ୍ଜିତ ହୁଅନ୍ତୁ। ମାତ୍ର ମୋତେ ଲଜ୍ଜିତ ହେବାକୁ ଦିଅ ନାହିଁ। ସେମାନେ ନିରାଶ ହୁଅନ୍ତୁ, ମାତ୍ର ମୋତେ ନିରାଶ ହେବାକୁ ଦିଅ ନାହିଁ। ସେମାନଙ୍କ ଉପରେ ଅମଙ୍ଗଳର ଦିନ ଆଣ ଓ ଦ୍ୱିଗୁଣ ବିନାଶରେ ସେମାନଙ୍କୁ ବିନାଶ କର।


ଯେଉଁ ଲୋକମାନେ ସଦାପ୍ରଭୁଙ୍କଠାରେ ବିଶ୍ୱାସ ରଖନ୍ତି ସେମାନେ ସିୟୋନ ପର୍ବତ ତୁଲ୍ୟ। ସେମାନେ କେବେ ମଧ୍ୟ ଥରିବେ ନାହିଁ। ସେମାନେ ନିତ୍ୟସ୍ଥାୟୀ ହୋଇ ବଞ୍ଚି ରହିବେ।


ମାତ୍ର ଇସ୍ରାଏଲ ସଦାପ୍ରଭୁଙ୍କ ଦ୍ୱାରା ଅନନ୍ତକାଳସ୍ଥାୟୀ ପରିତ୍ରାଣ ପାଇବ; ତୁମ୍ଭେମାନେ ଯୁଗ ଯୁଗାନ୍ତ ଯାଏ ଲଜ୍ଜିତ କିମ୍ବା ବିବ୍ରତ ହେବ ନାହିଁ।


କିନ୍ତୁ ସେହିମାନେ ଭାଗ୍ୟବାନ୍ ଯେଉଁମାନଙ୍କର ଯାକୁବର ପରମେଶ୍ୱର ଅଛନ୍ତି, ସେହିମାନଙ୍କୁ ସାହାଯ୍ୟ କରିବା ପାଇଁ, ସେହିମାନେ ସେମାନଙ୍କର ପରମେଶ୍ୱର ସଦାପ୍ରଭୁଙ୍କ ଉପରେ ନିର୍ଭର କରନ୍ତି।


ମନଃଶି, ରୁବେନ୍ ଓ ଗାଦ୍ ଗୋଷ୍ଠୀୟର ଏହି ଲୋକମାନେ ଯୁଦ୍ଧ କ୍ଷେତ୍ରରେ ପରମେଶ୍ୱରଙ୍କ ନିକଟରେ ପ୍ରାର୍ଥନା କଲେ। ପରମେଶ୍ୱର ସେମାନଙ୍କୁ ଯେପରି ସାହାଯ୍ୟ କରନ୍ତି, ଏଥିନିମନ୍ତେ ସେମାନେ ତାଙ୍କ ନିକଟରେ ବିନତି କଲେ। କାରଣ ସେମାନେ ତାଙ୍କଠାରେ ବିଶ୍ୱାସ କରୁଥିଲେ। ତେଣୁ ପରମେଶ୍ୱର ସେମାନଙ୍କୁ ସାହାଯ୍ୟ କଲେ। ହାଗରୀୟ ଲୋକମାନଙ୍କୁ ପରାସ୍ତ କରିବାକୁ ପରମେଶ୍ୱର ସେମାନଙ୍କୁ ଅନୁମତି ଦେଲେ। ଆହୁରି ମଧ୍ୟ ସେମାନେ ହାଗରୀୟ ଲୋକମାନଙ୍କ ସହିତରେ ଥିବା ଅନ୍ୟ ଲୋକମାନଙ୍କୁ ମଧ୍ୟ ପରାସ୍ତ କଲେ।


ଧର୍ମଶାସ୍ତ୍ର ସେ ପଥର ବିଷୟରେ କୁହେ: “ଦେଖ, ଆମ୍ଭେ ସିୟୋନଠାରେ ପଥରଟିଏ ରଖିଛୁ ଏହି ପଥରଟି ଲୋକମାନଙ୍କୁ ପକାଇ ଦିଏ। ଏହି ପଥରଟି ଲୋକମାନଙ୍କୁ ପାପ କରିବା ପାଇଁ ପ୍ରବର୍ତ୍ତାଏ କିନ୍ତୁ ଯେଉଁ ଲୋକ ସେ ପଥରଟିରେ ବିଶ୍ୱାସ କରେ ସେ ଲଜ୍ଜିତ ହେବ ନାହିଁ।”


ହିଜକିୟ ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱରଙ୍କଠାରେ ଦୃଢ଼ ବିଶ୍ୱାସ କରୁଥିଲେ। ଯିହୁଦାର କୌଣସି ରାଜା ତାଙ୍କ ପୂର୍ବବର୍ତ୍ତୀ ବା ପରବର୍ତ୍ତୀ ହିଜକିୟଙ୍କ ପରି ନ ଥିଲେ।


Swiv nou:

Piblisite


Piblisite