Biblia Todo Logo
Bib sou entènèt

- Piblisite -




ଗୀତସଂହିତା 70:5 - ପବିତ୍ର ବାଇବଲ

5 ମୁଁ ଏକ ନିଃସହାୟ ଲୋକ। ହେ ପରମେଶ୍ୱର, ଶୀଘ୍ର ମୋତେ ଉଦ୍ଧାର କର! ହେ ପରମେଶ୍ୱର! ତୁମ୍ଭେ ହିଁ କେବଳ ମୋର ସହାୟ ଓ ରକ୍ଷକ। ସଦାପ୍ରଭୁ ବିଳମ୍ବ କର ନାହିଁ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

5 ମାତ୍ର ମୁଁ ଦରିଦ୍ର ଓ ଦୀନହୀନ; ହେ ପରମେଶ୍ଵର, ମୋʼ ପକ୍ଷରେ ସତ୍ଵର ହୁଅ; ତୁମ୍ଭେ ମୋହର ସହାୟ ଓ ଉଦ୍ଧାରକର୍ତ୍ତା ଅଟ; ହେ ସଦାପ୍ରଭୋ, ବିଳମ୍ଵ କର ନାହିଁ।

Gade chapit la Kopi

ଓଡିଆ ବାଇବେଲ

5 ମାତ୍ର ମୁଁ ଦରିଦ୍ର ଓ ଦୀନହୀନ; ହେ ପରମେଶ୍ୱର, ମୋ’ ପକ୍ଷରେ ସତ୍ୱର ହୁଅ; ତୁମ୍ଭେ ମୋହର ସହାୟ ଓ ଉଦ୍ଧାରକର୍ତ୍ତା ଅଟ; ହେ ସଦାପ୍ରଭୁ, ବିଳମ୍ବ କର ନାହିଁ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

5 ମାତ୍ର ମୁଁ ଦରିଦ୍ର ଓ ଦୀନହୀନ; ହେ ପରମେଶ୍ୱର, ମୋʼ ପକ୍ଷରେ ସତ୍ୱର ହୁଅ; ତୁମ୍ଭେ ମୋହର ସହାୟ ଓ ଉଦ୍ଧାରକର୍ତ୍ତା ଅଟ; ହେ ସଦାପ୍ରଭୋ, ବିଳମ୍ବ କର ନାହିଁ।

Gade chapit la Kopi




ଗୀତସଂହିତା 70:5
7 Referans Kwoze  

ହେ ସଦାପ୍ରଭୁ, ମୁଁ ଜଣେ ଗରିବ ଓ ଅସହାୟ ଲୋକ ଅଟେ। ହେ ମୋର ପରମେଶ୍ୱର, ଆଉ ବିଳମ୍ବ କର ନାହିଁ। ମୋତେ ସାହାଯ୍ୟ କର ଓ ମୋତେ ଉଦ୍ଧାର କର।


ହେ ସଦାପ୍ରଭୁ, ମୁଁ ତୁମ୍ଭ ସହାୟତା ପାଇଁ ପ୍ରାର୍ଥନା କରେ। ଯେତେବେଳେ ମୁଁ ଡାକୁଛି ସେତେବେଳେ ତୁମ୍ଭେ ମୋର ପ୍ରାର୍ଥନାରେ କର୍ଣ୍ଣପାତ କର। ଯଥା ଶୀଘ୍ର ମୋତେ ସାହାଯ୍ୟ କର।


ମୁଁ ଦୁଃଖୀ ଓ ଶୋକାକୁଳ ଅଟେ। ହେ ପରମେଶ୍ୱର, ମୋତେ ଉଦ୍ଧାର କର। ମୋତେ ରକ୍ଷା କର।


ଯୀଶୁ ହିଁ ଏସବୁ ସତ୍ୟ କହନ୍ତି। ବର୍ତ୍ତମାନ ସେ କହନ୍ତି, “ହଁ, ଆମ୍ଭେ ଶୀଘ୍ର ଆସୁଛୁ।” ଆମେନ୍। ହେ ପ୍ରଭୁ ଯୀଶୁ ଆସନ୍ତୁ।


ଆଜି ଅଳ୍ପ ସମୟରେ, “ଯାହାଙ୍କ ଆସିବା କଥା ସେ ଆସିବେ, ତାହାଙ୍କର ଡେରି ହେବ ନାହିଁ।


ମୁଁ ଏକମାତ୍ର ଦିନହୀନ ଓ ଅସହାୟ ବ୍ୟକ୍ତି ଅଟେ। ମୁଁ ବାସ୍ତବରେ ଦୁଃଖିତ, ମୋର ହୃଦୟ ଭାଙ୍ଗିପଡ଼ିଛି।


Swiv nou:

Piblisite


Piblisite