Biblia Todo Logo
Bib sou entènèt

- Piblisite -




ଗୀତସଂହିତା 7:6 - ପବିତ୍ର ବାଇବଲ

6 ହେ ସଦାପ୍ରଭୁ, ତୁମ୍ଭେ ଜାଗ୍ରତ ହୁଅ ଓ ତୁମ୍ଭର କ୍ରୋଧ ପ୍ରକାଶ କର। ମୋର ଶତ୍ରୁମାନେ କ୍ରୋଧିତ ତେଣୁ ସେମାନଙ୍କ ସମ୍ମୁଖରେ ରହି ସେମାନଙ୍କ ବିରୁଦ୍ଧରେ ସଂଗ୍ରାମ କର। ହେ ସଦାପ୍ରଭୁ, ମୋ’ ପକ୍ଷରେ ଜାଗ୍ରତ ହୁଅ ଓ ନ୍ୟାୟ ବିଗ୍ଭର କର।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

6 ହେ ସଦାପ୍ରଭୋ, ଆପଣା କ୍ରୋଧରେ ଉଠ, ମୋʼ ବିପକ୍ଷଗଣର କୋପ ପ୍ରତିକୂଳରେ ଆପଣାକୁ ଉଠାଅ ଓ ମୋʼ ପକ୍ଷରେ ଜାଗ୍ରତ ହୁଅ; ତୁମ୍ଭେ ବିଚାରର ଆଜ୍ଞା କରିଅଛ।

Gade chapit la Kopi

ଓଡିଆ ବାଇବେଲ

6 ହେ ସଦାପ୍ରଭୁ, ଆପଣା କ୍ରୋଧରେ ଉଠ, ମୋ’ ବିପକ୍ଷଗଣର କୋପ ପ୍ରତିକୂଳରେ ଆପଣାକୁ ଉଠାଅ ଓ ମୋ’ ପକ୍ଷରେ ଜାଗ୍ରତ ହୁଅ; ତୁମ୍ଭେ ନ୍ୟାୟ ବିଚାର କର।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

6 ହେ ସଦାପ୍ରଭୋ, ଆପଣା କ୍ରୋଧରେ ଉଠ, ମୋʼ ବିପକ୍ଷଗଣର କୋପ ପ୍ରତିକୂଳରେ ଆପଣାକୁ ଉଠାଅ ଓ ମୋʼ ପକ୍ଷରେ ଜାଗ୍ରତ ହୁଅ; ତୁମ୍ଭେ ନ୍ୟାୟବିଚାର କର।

Gade chapit la Kopi




ଗୀତସଂହିତା 7:6
21 Referans Kwoze  

ମୋର ପ୍ରଭୁ, ତୁମ୍ଭେ ଜାଗ୍ରତ ହୁଅ। କାହିଁକି ତୁମ୍ଭେ ଶୋଇ ରହିଛ? ଉଠ, ଚିରଦିନ ପାଇଁ ଆମ୍ଭକୁ ଛାଡ଼ିଯାଅ ନାହିଁ।


ହେ ସଦାପ୍ରଭୁ, ଜାଗ୍ରତ ହୁଅ, ଉଠ। ମୋର ପରମେଶ୍ୱର ଓ ମୋର ସଦାପ୍ରଭୁ, ମୋ’ ପାଇଁ ସଂଗ୍ରାମ କର ଏବଂ ମୋତେ ନ୍ୟାୟ ପ୍ରଦାନ କର।


ହେ ସଦାପ୍ରଭୁ, ତୁମ୍ଭେ ଉଠ! ହେ ପରମେଶ୍ୱର, ତୁମ୍ଭେ ଆସ ଓ ମୋତେ ରକ୍ଷା କର। ତୁମ୍ଭେ ଅତି ବଳଶାଳୀ ଅଟ। ଯଦି ତୁମ୍ଭେ ମୋର ଶତ୍ରୁମାନଙ୍କ ଗାଲରେ ମାରିଥା’ନ୍ତ, ତୁମ୍ଭେ ସେହି ଦୁଷ୍ଟ ଲୋକମାନଙ୍କର ସବୁ ଦାନ୍ତଗୁଡ଼ିକୁ ସହଜରେ ଭାଙ୍ଗି ଦେଇଥା’ନ୍ତ।


ସଦାପ୍ରଭୁ କୁହନ୍ତି, “ଆମ୍ଭେ ଏବେ ଉଠିବା, ଆମ୍ଭେ ଏବେ ଆପଣାକୁ ଉଠାଇବା, ଆମ୍ଭେ ଏବେ ଉନ୍ନତ ହେବା।


ହେ ସଦାପ୍ରଭୁ, ଯଦି ମୁଁ ସଙ୍କଟ ମଧ୍ୟରେ ପଡ଼େ ମୋତେ ଜୀବିତ ରଖ। ଯଦି ମୋର ଶତ୍ରୁଗଣ କେବେ ମୋ’ ଉପରେ କ୍ରୋଧ କରନ୍ତି, ତୁମ୍ଭେ ସେମାନଙ୍କଠାରୁ ମୋତେ ବଞ୍ଚାଅ।


ହେ ପରମେଶ୍ୱର, ଜାଗ୍ରତ ହୁଅ। ଆମ୍ଭକୁ ସାହାଯ୍ୟ କର। ତୁମ୍ଭର ସ୍ନେହପୂର୍ଣ୍ଣ କରୁଣା ହେତୁ ଆମ୍ଭମାନଙ୍କୁ ଉଦ୍ଧାର କର।


ହେ ସଦାପ୍ରଭୁଙ୍କ ବାହୁ, ଉଠ, ଜାଗ୍ରତ ହୁଅ। ବଳ ଧାରଣ କର। ଯେପରି ପୂର୍ବକାଳରେ ଓ ପ୍ରାଚୀନକାଳର ପୁରୁଷ ପରମ୍ପରା ସମୟରେ ଉଠିଥିଲ, ସେହିପରି ଜାଗ। ରାହାବକୁ ଯେ ଖଣ୍ଡ ଖଣ୍ଡ କରି କାଟିଥିଲେ ଓ ନାଗକୁ ଯେ ବିଦ୍ଧ କରିଥିଲେ, ସେହି ପ୍ରଭୁ ତୁମ୍ଭେ ନୁହଁ କି?


ମାତ୍ର ତୁମ୍ଭେ ସଦାପ୍ରଭୁ ଆମ୍ଭମାନଙ୍କର ପରମେଶ୍ୱର। ତେଣୁ ଦୟାକରି ଆମ୍ଭମାନଙ୍କୁ ଅଶୂରୀୟ ରାଜାଙ୍କଠାରୁ ଉଦ୍ଧାର କର, ତାହାହେଲେ ତୁମ୍ଭେ ଯେ ସଦାପ୍ରଭୁ ଓ ଏକମାତ୍ର ପରମେଶ୍ୱର, ଏ କଥା ସମଗ୍ର ପୃଥିବୀବାସୀ ଜାଣିବେ।”


ସଦାପ୍ରଭୁ ଲୋକମାନଙ୍କର ବିଗ୍ଭର ପାଇଁ ଠିଆ ହେଉଛନ୍ତି। ସେ ଜାଗି ଉଠିବେ ଓ ତାଙ୍କର ଲୋକମାନଙ୍କ ବିଗ୍ଭର କରିବେ।


ସଦାପ୍ରଭୁ ନ୍ୟାୟବାନ୍। ସେ ସେହି ଲୋକମାନଙ୍କୁ ନ୍ୟାୟ ପ୍ରଦାନ କରିବେ ଯେଉଁମାନଙ୍କୁ ଅନ୍ୟମାନଙ୍କ ଦ୍ୱାରା ଅନ୍ୟାୟ କରାଯାଇଛି।


ଶେଷରେ ପ୍ରଭୁ ନିଦ୍ରାରୁ ଜାଗ୍ରତ ଲୋକଙ୍କ ପରି ଓ ଅତ୍ୟଧିକ ମଦିରା ହେତୁ ହର୍ଷନାଦକାରୀ ବୀର ପରି ଉଠିଲେ।


ପରମେଶ୍ୱର, ସେହି ପ୍ରାଚୀନର ଭଗ୍ନାବଶେଷ ଉପରେ ଗ୍ଭଲନ୍ତୁ। ଯେଉଁଠାରେ ଶତ୍ରୁମାନେ ମନ୍ଦିରର ସବୁକିଛି ନଷ୍ଟ କରିଥିଲେ।


ହେ ସଦାପ୍ରଭୁ, ସେହି ଲୋକମାନେ ରାତ୍ରିର ସ୍ୱପ୍ନ ପରି, ଯାହାକୁ ଆମ୍ଭେ ଉଠିଲା ମାତ୍ରେ ଭୁଲିଯାଉ। ତୁମ୍ଭେ ଏପରି ଲୋକଙ୍କୁ ସ୍ୱପ୍ନରେ ଦେଖିଥିବା ରାକ୍ଷସ ପରି ଅଦୃଶ୍ୟ କରିଦିଅ।


ତୁମ୍ଭେ ହେଉଛ ସୈନ୍ୟାଧିପତି ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର! ଜାଗି ଉଠ ଓ ଅନ୍ୟ ସମସ୍ତ ରାଷ୍ଟ୍ରଗୁଡ଼ିକୁ ଦଣ୍ଡ ଦିଅ। ସେହି ଦୁଷ୍ଟ ବିଶ୍ୱାସୀ ଘାତକମାନଙ୍କୁ କୌଣସି ଦୟା କର ନାହିଁ। ସେଲା


ସଦାପ୍ରଭୁ, ଯେଉଁମାନେ ମୋ’ ସହିତ ବିବାଦ କରୁଛନ୍ତି ତୁମ୍ଭେ ସେମାନଙ୍କ ସହିତ ମୋ’ ନିମନ୍ତେ ଯୁଦ୍ଧ କର।


କିନ୍ତୁ ସଦାପ୍ରଭୁ କହନ୍ତି, “ଦୁଷ୍ଟ ଲୋକମାନେ ନିରୀହ ଲୋକଙ୍କଠାରୁ ଗ୍ଭେରାଇ ନିଅନ୍ତି। ସେମାନେ ଅସହାୟ ଲୋକଙ୍କଠାରୁ ଜିନିଷ ନେଇଯାଆନ୍ତି। କିନ୍ତୁ ମୁଁ ସେମାନଙ୍କ ଉଦ୍ଦେଶ୍ୟ ସଫଳ ହେବାକୁ ଦେବି ନାହିଁ ଓ ମୁଁ ସେହି ଦୁଃଖୀ ଲୋକଙ୍କୁ ରକ୍ଷା କରିବି।”


ଅବଶାଲୋମ ଓ ସମସ୍ତ ଇସ୍ରାଏଲୀୟ ଲୋକ କହିଲେ, “ଅହୀଥୋଫଲର ମନ୍ତ୍ରଣା ଅପେକ୍ଷା ଅର୍କୀୟ ହୂଶୟର ମନ୍ତ୍ରଣା ଉତ୍ତମ ଥିଲା।” ସେମାନେ ଏହା କହିଲେ କାରଣ ଅଦରକାରୀ ଏହି ପ୍ରକାରେ ଅବଶାଲୋମକୁ ଦଣ୍ତ ଦେବା ପାଇଁ ଅହୀଥୋଫଲର ଉତ୍ତମ ମନ୍ତ୍ରଣା ବ୍ୟର୍ଥ କରିବା ପାଇଁ ସଦାପ୍ରଭୁ ସ୍ଥିର କରିଥିଲେ।


ଶତ୍ରୁଗଣ ମୋ’ ପଛରେ ଗୋଡ଼ାଉଛନ୍ତି। ସେମାନେ ମୋ’ ଜୀବନକୁ ଭୂମିରେ ଚୂର୍ଣ୍ଣ କରିଅଛନ୍ତି। ସେମାନେ ବହୁକାଳରୁ ମୃତ ଲୋକମାନଙ୍କ ତୁଲ୍ୟ ମୋତେ ଅନ୍ଧକାର ସ୍ଥାନରେ ବାସ କରିବା ପାଇଁ ବାଧ୍ୟ କରୁଛନ୍ତି।


Swiv nou:

Piblisite


Piblisite