Biblia Todo Logo
Bib sou entènèt

- Piblisite -




ଗୀତସଂହିତା 69:1 - ପବିତ୍ର ବାଇବଲ

1 ହେ ପରମେଶ୍ୱର, ମୋତେ ମୋର ସମସ୍ତ ବିପଦରୁ ବଞ୍ଚାଅ। ମୋର ପ୍ରାଣ ପର୍ଯ୍ୟନ୍ତ ଜଳରାଶି ମାଡ଼ି ଯାଇଛି।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

1 ହେ ପରମେଶ୍ଵର, ମୋତେ ପରିତ୍ରାଣ କର; କାରଣ ମୋʼ ପ୍ରାଣ ପର୍ଯ୍ୟନ୍ତ ଜଳରାଶି ଆସିଅଛି।

Gade chapit la Kopi

ଓଡିଆ ବାଇବେଲ

1 ହେ ପରମେଶ୍ୱର, ମୋତେ ପରିତ୍ରାଣ କର; କାରଣ ମୋ’ ବେକ ପର୍ଯ୍ୟନ୍ତ ଜଳରାଶି ଆସିଅଛି।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

1 ହେ ପରମେଶ୍ୱର, ମୋତେ ପରିତ୍ରାଣ କର; କାରଣ ମୋʼ ବେକ ପର୍ଯ୍ୟନ୍ତ ଜଳରାଶି ଆସିଅଛି।

Gade chapit la Kopi




ଗୀତସଂହିତା 69:1
15 Referans Kwoze  

ତୁମ୍ଭେ ଯେତେବେଳେ ଦୁଃଖରେ ପଡ଼ିବ, ଆମ୍ଭେ ତୁମ୍ଭର ସହବର୍ତ୍ତୀ ହେବୁ। ଜଳ ମଧ୍ୟରେ ଗମନ କଲାବେଳେ ତୁମ୍ଭର ସଙ୍ଗୀ ହେବୁ। ଫଳରେ ତୁମ୍ଭେ ଜଳରେ ମଗ୍ନ ହେବ ନାହିଁ। ଅଗ୍ନିରେ ଗମନ କଲାବେଳେ ଦ‌ଗ୍‌ଧିଭୂତ ହେବ ନାହିଁ ଓ ଅଗ୍ନିଶିଖା ତୁମ୍ଭର କ୍ଷତି କରିବ ନାହିଁ।


ମୋ’ ମସ୍ତକ ଉପରେ ଜଳ ବହିଗଲା ଓ ମୁଁ କହିଲି, “ମୁଁ ଶେଷ ହେଲି।”


ତା'ପରେ ସେ ସ୍ୱର୍ଗଦୂତ ମୋତେ କହିଲେ, “ତୁମ୍ଭେ ଯେଉଁ ଜଳରାଶୀ ଉପରେ ବେଶ୍ୟା ବସୁଥିବାର ଦେଖିଲ, ସେହି ଜଳରାଶୀ ହେଉଛି ବିଭିନ୍ନ ଲୋକ, ବିଭିନ୍ନ ଦେଶ ଓ ଭାଷାମାନ।


“ଲୋକେ କାନ୍ଥର ସଳଖତା ଜାଣିବା ପାଇଁ ଯେପରି ଓଳମ୍ ବ୍ୟବହାର କରନ୍ତି, ମୁଁ ସେହିପରି ସତ୍ୟ ପ୍ରତିଷ୍ଠା ପାଇଁ ନ୍ୟାୟ ଓ ଧାର୍ମିକତାକୁ ପ୍ରୟୋଗ କରିବି।” ଆଉ ଶିଳାବୃଷ୍ଟି ମିଥ୍ୟାରୂପୀ ଆଶ୍ରୟକୁ ବିନାଶ କରିବ। ଏହା ଜଳରାଶି ତୁଲ୍ୟ ଲୁକାୟିତ ସ୍ଥଳକୁ ମଗ୍ନ କରିବ।


ଯେଉଁଠାରେ ମୁଁ ଠିଆ ହୋଇ ପାରିବି ଏପରି କୌଣସି ବସ୍ତୁ ନାହିଁ। ମୁଁ ଗଭୀର ପଙ୍କ ଭିତରକୁ ଭାସି ଯାଉଛି। ମୁଁ ଅଗାଧ ଜଳରେ ଅଛି ଓ ମୋର ଚତୁର୍ପାର୍ଶ୍ୱରେ ଲହଡ଼ି ଭାଙ୍ଗୁଛି। କେବଳ ମୁଁ ବୁଡ଼ିଯିବା ଉପରେ।


ପରମେଶ୍ୱର, ତୁମ୍ଭେ ଆମ୍ଭମାନଙ୍କୁ ପ୍ରତ୍ୟାଖ୍ୟାନ କରି ପରାଜିତ କରିଅଛ। ତୁମ୍ଭେ ଆମ୍ଭମାନଙ୍କ ସହିତ ରାଗିଛ। କିନ୍ତୁ ଦୟାକରି ତୁମ୍ଭେ ଆମ୍ଭମାନଙ୍କୁ ପୁନଃସ୍ଥାପନ କର।


ସୁନ୍ଦର ଭାବନାସବୁ ମୋର ମନକୁ ଭରିଦିଏ, ଯେବେ ଏହିସବୁ ପଦଗୁଡ଼ିକ ରାଜାଙ୍କ ପାଇଁ କହେ। ଏହି ଶବ୍ଦଗୁଡ଼ିକ ମୋ’ ଜିହ୍ୱାରେ ପ୍ରବାହୀତ ହୋଇଥାଏ, ନିପୁଣ ଲେଖକର କଲମରୁ ଆସିଲା ପରି।


ପୃଥିବୀର ଗଭୀରରୁ ଆସୁଥିବା ପାଣିର ଗର୍ଜନ ମୁଁ ଶୁଣେ। ଯେତେବେଳେ ଜଳପ୍ରପାତ ଓଲଟ ପାଲଟ ହୋଇଯାଏ, ନିମ୍ନଭାଗର ଜଳସ୍ରୋତ ଶବ୍ଦ କରେ। ‘ସଦାପ୍ରଭୁ, ତୁମ୍ଭର ଢେଉଗୁଡ଼ିକ ଗୋଟିଏ ପରେ ଗୋଟିଏ ଆସେ, ମୋର ଚତୁର୍ପାର୍ଶ୍ୱରେ ଚୂର୍ଣ୍ଣ ହୋଇଯାଏ ଓ ମୋତେ ଟପିଯାଏ।


ଏହି କାରଣରୁ ତୁମ୍ଭର ସମସ୍ତ ଅନୁଗାମୀମାନେ ତୁମ୍ଭକୁ ପ୍ରାର୍ଥନା କରନ୍ତି। ଯଦିଓ ସେମାନଙ୍କର ବନ୍ୟାପରି ବହୁତ ବିପଦ ଅଛି, ତଥାପି ସେମାନେ ନିରାପଦରେ ରହିବେ।


ମୋର ଶତ୍ରୁମାନେ ଯେତେବେଳେ ମୋତେ ହତ୍ୟା କରିବାକୁ ଚେଷ୍ଟା କରୁଥିଲେ, ମୃତ୍ୟୁର ରଶି ମୋତେ ସେତେବେଳେ ବାନ୍ଧିବାକୁ ଯାଉଥିଲା ମୋର ଗ୍ଭରିଆଡ଼ୁ। ମୁଁ ବନ୍ୟାରେ କବଳିତ ହୋଇ ମୃତ୍ୟୁ ଆଡ଼କୁ ଭାସି ଗ୍ଭଲିଥିଲି,


ହେ ଇସ୍ରାଏଲର ପାଳକ, କର୍ଣ୍ଣପାତ କର। ତୁମ୍ଭେ ଯୋଷେଫର ଲୋକମାନଙ୍କୁ ମେଷପରି ନେତୃତ୍ୱ କରିଅଛ। କିରୂବଦୂତମାନଙ୍କ ଉପରେ ରାଜା ତୁଲ୍ୟ ଉପବିଷ୍ଟ ହେଲେ, ଆମ୍ଭମାନଙ୍କୁ ତୁମ୍ଭେ ଦର୍ଶନ ଦିଅ।


ଏହି କାରଣ ପାଇଁ ଏତେ ଅନ୍ଧକାର ଘଟିଛି ଯେ, ତୁମ୍ଭେ କିଛି ଦେଖି ପାରୁ ନାହଁ, କାହିଁକି ତୁମ୍ଭେ ପ୍ରବଳ ବନ୍ୟାଜଳରେ ଢାଙ୍କି ହୋଇଛ।


Swiv nou:

Piblisite


Piblisite