Biblia Todo Logo
Bib sou entènèt

- Piblisite -




ଗୀତସଂହିତା 66:3 - ପବିତ୍ର ବାଇବଲ

3 ପରମେଶ୍ୱରଙ୍କୁ କୁହ, “ତୁମ୍ଭର କାର୍ଯ୍ୟ ଆଶ୍ଚର୍ଯ୍ୟଜନକ ଅଟେ। ପରମେଶ୍ୱର, ତୁମ୍ଭର ଶକ୍ତି ମହାନ! ତୁମ୍ଭର ଶତ୍ରୁମାନେ ତୁମ୍ଭ ସମ୍ମୁଖରେ ନତମସ୍ତକ ହୁଅନ୍ତି। ସେମାନେ ତୁମ୍ଭକୁ ଭୟ କରନ୍ତି।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

3 ପରମେଶ୍ଵରଙ୍କୁ କୁହ, ତୁମ୍ଭ କର୍ମସକଳ କିପରି ଭୟଙ୍କରଣ! ତୁମ୍ଭ ପରାକ୍ରମର ମହତ୍ତ୍ଵ ଦ୍ଵାରା ତୁମ୍ଭ ଶତ୍ରୁଗଣ ଆପେ ତୁମ୍ଭର ବଶୀଭୂତ ହେବେ।

Gade chapit la Kopi

ଓଡିଆ ବାଇବେଲ

3 ପରମେଶ୍ୱରଙ୍କୁ କୁହ, “ତୁମ୍ଭ କର୍ମସକଳ କିପରି ଭୟଙ୍କର ! ତୁମ୍ଭ ପରାକ୍ରମର ମହତ୍ତ୍ୱ ଦ୍ୱାରା ତୁମ୍ଭ ଶତ୍ରୁଗଣ ଆପେ ତୁମ୍ଭର ବଶୀଭୂତ ହେବେ।”

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

3 ପରମେଶ୍ୱରଙ୍କୁ କୁହ, “ତୁମ୍ଭ କର୍ମସକଳ କିପରି ଭୟଙ୍କର! ତୁମ୍ଭ ପରାକ୍ରମର ମହତ୍ତ୍ୱ ଦ୍ୱାରା ତୁମ୍ଭ ଶତ୍ରୁଗଣ ଆପେ ତୁମ୍ଭର ବଶୀଭୂତ ହେବେ।

Gade chapit la Kopi




ଗୀତସଂହିତା 66:3
19 Referans Kwoze  

ସେହି ଲୋକମାନେ ମୋ’ କଥା ଶୁଣିବେ ଓ ଖୁବ୍ ଶୀଘ୍ର ମୋତେ ମାନିବେ। ସେହି ବିଦେଶୀମାନେ ମୋତେ ଦେଖି ଭୟଭୀତ ହେବେ।


ହେ ପରମେଶ୍ୱର, ଆମ୍ଭମାନଙ୍କର ରକ୍ଷାକର୍ତ୍ତା, ତୁମ୍ଭେ ଆଶ୍ଚର୍ଯ୍ୟ କାର୍ଯ୍ୟ ମାଧ୍ୟମରେ ଉତ୍ତର ଦିଅ ଓ ଯାହା ଯଥାର୍ଥ ତାହା କର। ସମଗ୍ର ବିଶ୍ୱର ଲୋକମାନେ ତୁମ୍ଭଠାରେ ବିଶ୍ୱାସ ରଖନ୍ତି।


ସଦାପ୍ରଭୁଙ୍କ ଘୃଣାକାରୀମାନେ ଭୟରେ ଥରିବେ। ସେମାନଙ୍କର ଦଣ୍ଡ ଚିରଦିନ ଧରି ରହିବ ଓ ସର୍ବଦା ଦଣ୍ଡ ପାଇବେ।


ସର୍ବୋପରିସ୍ଥ ସଦାପ୍ରଭୁ ସବୁଠାରୁ ଭୟଙ୍କର ଅଟନ୍ତି। ଏ ପୃଥିବୀରେ ସେ ସବୁଠାରୁ ଶ୍ରେଷ୍ଠ ରାଜା ଅଟନ୍ତି।


ମାତ୍ର ସଦାପ୍ରଭୁ ସତ୍ୟ ପରମେଶ୍ୱର ଅଟନ୍ତି। ସେ ଜୀବନ୍ତ ପରମେଶ୍ୱର ଓ ଅନନ୍ତକାଳସ୍ଥାୟୀ ରାଜା। ଯେତେବେଳେ ସେ କୋପ କରନ୍ତି ପୃଥିବୀ କମ୍ପିତ ହୁଏ। ବିଦେଶୀ ରାଷ୍ଟ୍ର ତାଙ୍କ କ୍ରୋଧ ସହ୍ୟ କରି ପାରିବେ ନାହିଁ।


ସେତେବେଳେ ଲୋକମାନେ ସଦାପ୍ରଭୁ ଓ ତାଙ୍କର ମହାନଶକ୍ତି ଦେଖି ଭୟଭୀତ ହେବେ। ସଦାପ୍ରଭୁ ପୃଥିବୀକୁ ଏପରି କମ୍ପିତ କରିବେ ଯେ, ଲୋକମାନେ ଭୟଭୀତ ହୋଇ ପର୍ବତ ଗୁମ୍ଫାରେ ଓ ପୃଥିବୀର ଗର୍ତ୍ତରେ ଲୁଚିବେ।


ଯେତେବେଳେ ତୁମ୍ଭେ ଆଶ୍ଚର୍ଯ୍ୟ କାର୍ଯ୍ୟମାନ କଲ, ଆମ୍ଭେ ଆଶାକରି ନ ଥିଲୁ। ତା'ପରେ ତୁମ୍ଭେ ଓହ୍ଲାଇ ଆସିଲ ଓ ପର୍ବତ ତୁମ୍ଭ ଆଗରେ କମ୍ପନ କରିବାକୁ ଆରମ୍ଭ କରିବ।


ପରମେଶ୍ୱର ମହାନ ନେତାମାନଙ୍କୁ ପରାସ୍ତ କରନ୍ତି। ପୃଥିବୀର ସମସ୍ତ ରାଜା ତାହାଙ୍କୁ ଭୟ କରନ୍ତି।


ନଳବଣର ସେହି “ବନ୍ୟ ପଶୁଗୁଡ଼ିକୁ” ଦଣ୍ଡ ଦିଅ। ସେହି ଜାତିଗୁଡ଼ିକର “ଷଣ୍ଢଗୁଡ଼ିକୁ” ଓ “ଗାଈଗୁଡ଼ିକୁ” ଆଦେଶ ମାନିବାକୁ ପ୍ରସ୍ତୁତ କରାଅ। ତୁମ୍ଭେ ସେହି ଜାତିଗୁଡ଼ିକୁ ଯୁଦ୍ଧରେ ହରାଇଥିଲ। ବର୍ତ୍ତମାନ ସେହି ଲୋକମାନଙ୍କୁ ତୁମ୍ଭ ପାଇଁ ରୂପା ଆଣିବେ। ସେହି ଜାତିମାନଙ୍କୁ ବିକ୍ଷିପ୍ତ କର, ଯେଉଁମାନେ ଯୁଦ୍ଧକୁ ଭଲ ପାଆନ୍ତି।


ତା'ପରେ ମରିୟମ ଲୋକମାନଙ୍କୁ କହିଲେ, “ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଗାନ କର। ଯେହେତୁ ସେ ମହାନ କାର୍ଯ୍ୟ କରିଛନ୍ତି। ସେ ଅଶ୍ୱ ଓ ଅଶ୍ୱାରୋହୀ ସୈନ୍ୟମାନଙ୍କୁ ସମୁଦ୍ରରେ ନିକ୍ଷେପ କରିଅଛନ୍ତି।”


“ପରମେଶ୍ୱର ରାଜ୍ୟ କରନ୍ତି। ସେ ଲୋକଙ୍କୁ ଭୟାଳୁ କରନ୍ତି ଓ ତାକୁ ସମ୍ମାନ କରନ୍ତି। ସେ ସ୍ୱର୍ଗ ରାଜ୍ୟରେ ଶାନ୍ତି ସ୍ଥାପନ କରନ୍ତି।


ସେମାନେ ଭୟରେ ଦୁର୍ବଳ ହୋଇଯିବେ। ସେମାନେ ଲୁଚିଥିବା ଗୁପ୍ତ ସ୍ଥାନମାନଙ୍କରୁ ଭୟରେ ଥରହର ହୋଇ ବାହାରି ଆସିବେ।


ବଳଶାଳୀ ଶକ୍ତିମାନେ ଓ ଜାତିମାନେ ତୁମ୍ଭକୁ ପ୍ରଶଂସା ଓ ସମ୍ମାନ କରିବେ। ଆତଙ୍କିତ ନଗରର ଲୋକମାନେ ଭୟ କରିବେ।


ଆକାଶକୁ ଦେଖ! କିଏ ସେହି ନକ୍ଷତ୍ରମାନଙ୍କୁ ସୃଷ୍ଟି କରିଛନ୍ତି? କିଏ ସେହି ସମସ୍ତ ନକ୍ଷତ୍ରମାନଙ୍କୁ ଆଦେଶ ଦିଅନ୍ତି ଓ ସେମାନଙ୍କ ନାମ ଧରି ସେମାନଙ୍କୁ ଡାକନ୍ତି? ତାଙ୍କର ପ୍ରବଳ ଶକ୍ତି ଓ ଅମାପ ଶକ୍ତି ଯୋଗୁଁ ଗୋଟିଏ ମଧ୍ୟ ହଜେ ନାହିଁ।


Swiv nou:

Piblisite


Piblisite