Biblia Todo Logo
Bib sou entènèt

- Piblisite -




ଗୀତସଂହିତା 64:8 - ପବିତ୍ର ବାଇବଲ

8 ସେମାନଙ୍କ ନିଜ ଜିହ୍ୱା ସେମାନଙ୍କୁ ଧ୍ୱଂସର ବିଷୟ ଆଣିବ। ସେମାନଙ୍କୁ ଯିଏ ଦେଖିବେ ସେମାନେ ଦୁଃଖରେ ମୁଣ୍ଡ ହଲାଇବେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

8 ଏହିରୂପେ ସେମାନେ ନିପାତିତ ହେବେ, ସେମାନଙ୍କ ନିଜ ଜିହ୍ଵା ସେମାନଙ୍କର ବିପକ୍ଷ ହେବ; ସେମାନଙ୍କୁ ଦେଖିବା ଲୋକ ସମସ୍ତେ ମୁଣ୍ତ ହଲାଇବେ;

Gade chapit la Kopi

ଓଡିଆ ବାଇବେଲ

8 ଏହିରୂପେ ସେମାନେ ନିପାତିତ ହେବେ, ସେମାନଙ୍କ ନିଜ ଜିହ୍ୱା ସେମାନଙ୍କର ବିପକ୍ଷ ହେବ; ସେମାନଙ୍କୁ ଦେଖିବା ଲୋକ ସମସ୍ତେ ମୁଣ୍ଡ ହଲାଇବେ;

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

8 ଏହିରୂପେ ସେମାନେ ନିପାତିତ ହେବେ, ସେମାନଙ୍କ ନିଜ ଜିହ୍ୱା ସେମାନଙ୍କର ବିପକ୍ଷ ହେବ; ସେମାନଙ୍କୁ ଦେଖିବା ଲୋକ ସମସ୍ତେ ମୁଣ୍ଡ ହଲାଇବେ;

Gade chapit la Kopi




ଗୀତସଂହିତା 64:8
19 Referans Kwoze  

ମୂର୍ଖର କଥା ତା'ର ବିନାଶର କାରଣ। ପୁଣି ତା'ର ବାକ୍ୟ ପ୍ରାଣର ଫାନ୍ଦ ସ୍ୱରୂପ।


ଦୁଷ୍ଟର ଓଷ୍ଠରେ ଅଧର୍ମର ଫଳ ଥାଏ। ମାତ୍ର ଧାର୍ମିକମାନେ ଦୁଃଖରୁ ଉଦ୍ଧାର ପାଇବେ।


ହେ ସଦାପ୍ରଭୁ, ମୋର ଶତ୍ରୁମାନଙ୍କୁ ବିଜୟ କରାଅ ନାହିଁ। ସେହି ଦୁଷ୍ଟ ଲୋକମାନଙ୍କର ଯୋଜନା ମନ୍ଦ ଅଟେ। ସେମାନଙ୍କ ମନ୍ଦ ଯୋଜନା ତୁମ୍ଭେ ସେହିଠାରେ ଶେଷ କର।


“ତା'ପରେ ରାଜା ସେହି ଗ୍ଭକରକୁ କହିଲେ, ‘ତୁମ୍ଭେ ଜଣେ ଦୁଷ୍ଟ ଗ୍ଭକର। ତୁମ୍ଭେ ମୋ’ ପ୍ରତି ବ୍ୟବହାର କରିଥିବା ଭାଷାରେ ମୁଁ ତୁମ୍ଭରି ବିଗ୍ଭର କରିବି। ତୁମ୍ଭେ କହିଛ ଯେ, ମୁଁ ଜଣେ କଠୋର ବ୍ୟକ୍ତି। ପୁଣି କହିଛ ଯେ ମୁଁ ଅର୍ଜନ ନ କରି ଟଙ୍କା ନିଏ ଓ ଉତ୍ପନ୍ନ ନ କରି ମଧ୍ୟ ଖାଦ୍ୟଶସ୍ୟ ସଂଗ୍ରହ କରେ।’


ପ୍ରଧାନଯାଜକ ଓ ପ୍ରାଚୀନ ନେତାମାନେ କହିଲେ, “ସେ ନିଶ୍ଚୟ ସେହି ନିର୍ଦ୍ଦୟ ଲୋକଙ୍କୁ ହତ୍ୟା କରିବେ ଓ ତା'ପରେ ସେ ଦ୍ରାକ୍ଷାବଗିଗ୍ଭଟିକୁ ଅନ୍ୟ କୃଷକମାନଙ୍କୁ ଭାଗରେ ଦେଇଦେବେ, ଯେଉଁମାନେ ଅମଳ ସମୟରେ ତା'ର ଭାଗ ତାହାଙ୍କୁ ଦେବେ।”


ଯେଉଁମାନେ ତୁମ୍ଭର ଅବସ୍ଥାକୁ ଦେଖିବେ, ସମସ୍ତେ ମର୍ମାହତ ହେବେ ଓ ତୁମ୍ଭଠାରୁ ଦୂରେଇ ଯିବେ। ସେମାନେ କହିବେ, ‘ନୀନିବୀ ଧ୍ୱଂସ ହେଉଛି। କିଏ ତା’ ପାଇଁ କାନ୍ଦିବ?’ ଆମ୍ଭେ ତୁମ୍ଭକୁ ସାନ୍ତ୍ୱନା ଦେବା ପାଇଁ ଜଣଙ୍କୁ କେଉଁଠାରୁ ପାଇବା?”


“ହେ ମୋୟାବ, ଇସ୍ରାଏଲ ତୁମ୍ଭ ଦୃଷ୍ଟିରେ ପରିହାସର ପାତ୍ର ହୋଇଥିଲା। ସତେ ଯେମିତି ସେ ଗ୍ଭେରମାନଙ୍କ ମଧ୍ୟରେ ଧରାଯାଇଥିଲା, ତୁମ୍ଭେ ସେପରି ବ୍ୟବହାର କଲ। ତୁମ୍ଭେ ହତାଶରେ ମୁଣ୍ଡ ହଲାଇଲ ଯେଉଁ କ୍ଷଣେ ତୁମ୍ଭେ ତା’ ବିଷୟରେ କୁହ।


ଯିହୁଦା ଏକ ଶୂନ୍ୟ ମରୁପ୍ରାନ୍ତରରେ ପରିଣତ ହେବ। ସେମାନେ ଗମନ କଲାବେଳେ ଶୀସ୍ ଶବ୍ଦ କରିଯାଆନ୍ତି। ତହିଁର ନିକଟ ଦେଇ ଗମନକାରୀ ପ୍ରତ୍ୟେକ ଲୋକ ବିସ୍ମିତ ହୋଇ ଆପଣା ମସ୍ତକ ହରାଇବ।


ମୋର ଶତ୍ରୁମାନେ ମୋତେ ଘୃଣା କରନ୍ତି, ମୋର ପଡ଼ୋଶୀମାନେ ମଧ୍ୟ ମୋତେ ଘୃଣା କରନ୍ତି। ମୋର ବନ୍ଧୁବାନ୍ଧବମାନେ ରାସ୍ତାରେ ଦେଖା ହେଲେ ଭୟ କରି ମୋ'ଠାରୁ ଦୂରେଇ ଯାଆନ୍ତି।


ପ୍ରତ୍ୟେକ ଯିଏ ମୋତେ ଦେଖେ ସେମାନେ ମୋର ପରିହାସ କରନ୍ତି। ସେମାନେ ଓଷ୍ଠ ଲମ୍ବାଇ ମୁଣ୍ଡ ହଲାନ୍ତି।


ଏହା ଦ୍ୱାରା ମୁଁ ପ୍ରମାଣ କରିବାକୁ ଚେଷ୍ଟା କରୁ ନାହିଁ ଯେ, ତୁମ୍ଭେ ଯାହା କରୁଛ ସବୁ ଅଧର୍ମ ବୋଲି। ଯେଉଁ ବିଷୟ ତୁମ୍ଭ ନିଜ ମୁଖ ଦ୍ୱାରା କହୁଛ ତାହା ତୁମ୍ଭେ ଭୁଲ୍ ବୋଲି ଦେଖାଉଛ। ତୁମ୍ଭର ନିଜ ଓଠ ତୁମ୍ଭ ବିରୁଦ୍ଧରେ ସାକ୍ଷ୍ୟ ଦେଉଛି।


ସେହି ରାଜାମାନେ ଯେତେବେଳେ ତାହାର ଯନ୍ତ୍ରଣା ଦେଖିବେ, ସେତେବେଳେ ସେମାନେ ଭୟ କରିବେ ଏବଂ ତା'ଠାରୁ ବହୁତ ଦୂରରେ ରହିବେ। ସେମାନେ କହିବେ: “ହେ ମହାନଗରୀ, ହେ ଶକ୍ତିଶାଳୀ ନଗରୀ ବାବିଲ! ଏହା ଭୟାନକ! ଏହା ଭୟାନକ! ଘଣ୍ଟାକ ମଧ୍ୟରେ ତୁମ୍ଭ ପାଇଁ ଦଣ୍ଡ ଆସିଲା।”


ତା'ପରେ ମୁଁ ସ୍ୱର୍ଗରୁ ଆଉ ଏକ ସ୍ୱର ଶୁଣିଲି “ହେ ମୋର ଲୋକମାନେ, ତୁମ୍ଭେମାନେ ସେହି ନଗରରୁ ବାହାରି ଆସ, ତୁମ୍ଭେମାନେ ବାହାରି ଆସିଲେ, ତା'ର ପାପରେ ଭାଗୀଦାର ହେବ ନାହିଁ ଓ ତାହାର କ୍ଳେଶର ସହଭାଗୀ ହେବ ନାହିଁ।


ସେହି ଦୁଷ୍ଟ ଲୋକମାନେ ଅଭିଶାପ ଦିଅନ୍ତି ଓ ମିଥ୍ୟା କହନ୍ତି। ସେମାନେ କରିଥିବା କର୍ମ ପାଇଁ ଦଣ୍ଡ ବିଧାନ କର। ସେମାନଙ୍କର ଅହଙ୍କାର ସେମାନଙ୍କୁ କବଳିତ କରୁ।


ଧାର୍ମିକ ଲୋକମାନେ ତାହା ଦେଖି ବିସ୍ମିତ ହେବେ। ସେମାନେ ତୁମ୍ଭକୁ ପରିହାସ କରି କହିବେ।


ଯେତେବେଳେ ସେମାନେ ମୋ'ଠାରୁ ଦୌଡ଼ି ପଳାଇବା ପାଇଁ ବୁଲି ପଡ଼ିଲେ, ମୋର ଶତ୍ରୁମାନେ ତୁମ୍ଭ ସାକ୍ଷାତରେ ଧ୍ୱଂସ ହେଲେ।


ଏଥିରେ ଇସ୍ରାଏଲ ଲୋକମାନେ ସେମାନଙ୍କର କରୁଣ ଚିତ୍କାର ଶୁଣି ଏଣେ ତେଣେ ପଳାୟନ କଲେ। ଆଉ ସେମାନେ କହିଲେ, “ପୃଥିବୀ ଆମ୍ଭମାନଙ୍କୁ ମଧ୍ୟ ଗ୍ରାସ କରିବ।”


ବିଜୁଳି ନିକ୍ଷେପ କରି ଶତ୍ରୁମାନଙ୍କୁ ଘରଦ୍ୱାର ଦିଅ। ତୁମ୍ଭର “ବାଣ” ନିକ୍ଷେପ କର ଏବଂ ସେମାନଙ୍କୁ ତଡ଼ି ଦିଅ।


Swiv nou:

Piblisite


Piblisite