Biblia Todo Logo
Bib sou entènèt

- Piblisite -




ଗୀତସଂହିତା 59:9 - ପବିତ୍ର ବାଇବଲ

9 ହେ ମୋର ଶକ୍ତି! ମୁଁ ତୁମ୍ଭ ପାଇଁ ଅପେକ୍ଷା କରିଛି। ହେ ପରମେଶ୍ୱର, ତୁମ୍ଭେ ମୋର ଉଚ୍ଚ ପର୍ବତରେ ଥିବା ନିରାପଦର ସ୍ଥାନ ଅଟ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

9 ହେ ମୋହର ବଳ ସ୍ଵରୂପ, ମୁଁ ତୁମ୍ଭର ଅନୁସରଣ କରିବି; କାରଣ ପରମେଶ୍ଵର ମୋହର ଉଚ୍ଚ ଦୁର୍ଗ ଅଟନ୍ତି।

Gade chapit la Kopi

ଓଡିଆ ବାଇବେଲ

9 ହେ ମୋହର ବଳ ସ୍ୱରୂପ, ମୁଁ ତୁମ୍ଭର ଅନୁସରଣ କରିବି; କାରଣ ପରମେଶ୍ୱର ମୋହର ଉଚ୍ଚ ଦୁର୍ଗ ଅଟନ୍ତି।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

9 ହେ ମୋହର ବଳ ସ୍ୱରୂପ, ମୁଁ ତୁମ୍ଭର ଅନୁସରଣ କରିବି; କାରଣ ପରମେଶ୍ୱର ମୋହର ଉଚ୍ଚ ଦୁର୍ଗ ଅଟନ୍ତି।

Gade chapit la Kopi




ଗୀତସଂହିତା 59:9
18 Referans Kwoze  

କେତେକ ଲୋକ ଦଳିତ ବୋଲି ଅନୁଭବ କରନ୍ତି କାରଣ ସେମାନେ ଗରିବ ଏବଂ ସେମାନଙ୍କର ଅସୁବିଧା ଅଛି। ଯେତେବେଳେ ସେମାନେ ସମସ୍ୟାରେ ପଡ଼ନ୍ତି ସଦାପ୍ରଭୁ ସେମାନଙ୍କୁ ନିରାପତ୍ତା ଦିଅନ୍ତି।


ହଁ, ପରମେଶ୍ୱର ମୋର ଶୈଳ ଯିଏ ମୋତେ ନିରାପଦ ରଖନ୍ତି। ପରମେଶ୍ୱର ହେଉଛନ୍ତି ଉଚ୍ଚ ପର୍ବତରେ ଥିବା ମୋର ଦୁର୍ଗ। ମୁଁ ଧ୍ୱଂସରୁ ନିରାପଦ ରହିବି।


ମୁଁ ତୁମ୍ଭର ସ୍ତୁତିଗାନ କରିବି। କାରଣ ତୁମ୍ଭେ ହେଉଛ ମୋର ଉଚ୍ଚ ପର୍ବତର ନିରାପଦ ସ୍ଥାନ, ଯେଉଁଠାକୁ ଅସୁବିଧା ସମୟରେ ଗ୍ଭଲିଯାଏ।


ସଦାପ୍ରଭୁଙ୍କ ସହାୟତା ପାଇଁ ଅପେକ୍ଷା କର, ବଳଶାଳୀ ଓ ସାହସିକ ହୁଅ ଏବଂ ସଦାପ୍ରଭୁଙ୍କର ଅନୁସରଣ କର।


ସଦାପ୍ରଭୁ ମୋର ପ୍ରଭୁ, ମୋତେ ଶକ୍ତି ଦିଅନ୍ତି, ମୁଁ ହରିଣ ପରି ଦ୍ରୁତଗତିରେ ଦୌଡ଼ିବାରେ ମୋତେ ସାହାଯ୍ୟ କରନ୍ତି। ସଙ୍ଗୀତ ନିର୍ଦ୍ଦେଶକ ପରି ମୋର ସ୍ପନ୍ଦିତ ବାଦ୍ୟଯନ୍ତ୍ରରେ ସେ ପର୍ବତ ଉପରକୁ ମୋତେ ନିରାପଦରେ ଆଗେଇ ନିଅନ୍ତି।


ମାତ୍ର ଯେଉଁମାନେ ସଦାପ୍ରଭୁଙ୍କଠାରେ ବିଶ୍ୱାସ ରଖନ୍ତି, ସେମାନେ ନୂତନ ବଳ ପାଆନ୍ତି। ସେମାନେ ଚିଲ ପକ୍ଷୀ ପରି ଆକାଶରେ ଉଡ଼ନ୍ତି। ସେମାନେ କ୍ଳାନ୍ତ ନ ହୋଇ ସେମାନେ ଗମନ କରିବେ।


ପରମେଶ୍ୱର ମୋର ତ୍ରାଣକର୍ତ୍ତା। ମୁଁ ତାଙ୍କୁ ବିଶ୍ୱାସ କରେ। କିନ୍ତୁ ତାଙ୍କୁ ଭୟ କରେ ନାହିଁ। କାରଣ ସେ ମୋତେ ରକ୍ଷା କରନ୍ତି। ଯିହୋବାଃ ସଦାପ୍ରଭୁ ମୋର ବଳ ଓ ତ୍ରାଣକର୍ତ୍ତା। ତେଣୁ ତାଙ୍କର ପ୍ରଶଂସା ଗାନ କରିବି।”


ହେ ସଦାପ୍ରଭୁ, ତୁମ୍ଭେ ମୋର ଆଲୋକବର୍ତ୍ତିକା ଓ ମୋର ତ୍ରାଣକର୍ତ୍ତା। ମୁଁ ତାହାଦ୍ୱାରା ଭୟଭୀତ ହେବି ନାହିଁ। ସଦାପ୍ରଭୁଙ୍କ ଆଶ୍ରୟସ୍ଥଳ ମୋ’ ପାଇଁ ସବୁଠାରୁ ନିରାପଦସ୍ଥଳ। ତେଣୁ ମୁଁ କାହାରିକୁ ଭୟ କରିବି ନାହିଁ।


ଆମ୍ଭକୁ ପରୀକ୍ଷାରେ ପକାଅ ନାହିଁ। ମାତ୍ର ମନ୍ଦଠାରୁ ରକ୍ଷା କର।’


ତେବେ ତୁମ୍ଭେ ସଦାପ୍ରଭୁଙ୍କଠାରେ ଆନନ୍ଦ କରିବ; “ପୁଣି ଆମ୍ଭେ ତୁମ୍ଭକୁ ପୃଥିବୀର ଉଚ୍ଚସ୍ଥାନମାନଙ୍କରେ ଆରୋହଣ କରାଇବା ଆଉ ତୁମ୍ଭ ପିତା ଯାକୁବର ଅଧିକାର ତୁମ୍ଭକୁ ଭୋଗ କରାଇବା।” କାରଣ ସଦାପ୍ରଭୁଙ୍କ ମୁଖରୁ ଏହା ନିଃସୃତ ହୋଇଅଛି।


ପରମେଶ୍ୱର ଏହା କହିଛନ୍ତି, ଏବଂ ମୁଁ ଏକରୁ ବହୁତ ଥର ଶୁଣିଛି: “ପରମେଶ୍ୱର ବଳବାନ୍ ଅଟନ୍ତି।”


ସୈନ୍ୟାଧିପତି ସଦାପ୍ରଭୁ ଆମ୍ଭ ସହିତ ଅଛନ୍ତି। ଯାକୁବର ପରମେଶ୍ୱର ଆମ୍ଭ ସମସ୍ତଙ୍କର ନିରାପଦର ସ୍ଥାନ ଅଟନ୍ତି। ସେଲା


ପରମେଶ୍ୱର ଆମ୍ଭମାନଙ୍କର ଆଶ୍ରୟ ଓ ବଳ। ଆମ୍ଭେ ବିପଦ ସମୟରେ ତାଙ୍କର ସାହାଯ୍ୟ ପାଇପାରୁ।


ତୁମ୍ଭେ ଯେତେବେଳେ ବିପଦରେ ପଡ଼ିଥାଅ, ସେହି ସଦାପ୍ରଭୁ ତୁମ୍ଭର ଡାକ ଶୁଣି ତୁମ୍ଭକୁ ସାହାଯ୍ୟ କରିବାକୁ ଆଗେଇ ଆସନ୍ତୁ। ଯାକୁବଙ୍କର ପରମେଶ୍ୱର ତୁମ୍ଭକୁ ରକ୍ଷା କରନ୍ତୁ।


କିନ୍ତୁ ମୋର ପ୍ରଭୁ ଯିଏକି ‘ସ୍ୱର୍ଗର ରାଜା’ ସେମାନଙ୍କ ଏପରି କଥାକୁ ପରିହାସ କରିବେ।


Swiv nou:

Piblisite


Piblisite