Biblia Todo Logo
Bib sou entènèt

- Piblisite -




ଗୀତସଂହିତା 59:7 - ପବିତ୍ର ବାଇବଲ

7 ତୁମ୍ଭେ ସେମାନଙ୍କ ଧମକ ଓ ଅପମାନକୁ ଶୁଣ। ସେମାନେ ଭାବନ୍ତି ସେମାନଙ୍କୁ କେହି ଶୁଣନ୍ତି ନାହିଁ। ଯେହେତୁ ସେମାନେ ଖରାପ କଥା କହନ୍ତି।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

7 ଦେଖ, ସେମାନେ ଆପଣା ଆପଣା ମୁଖରୁ ଉଦ୍ଗାର କରନ୍ତି; ସେମାନଙ୍କ ଓଷ୍ଠାଧରରେ ଖଡ଼୍‍ଗ ଥାଏ; କାରଣ କିଏ ଶୁଣିବ? ଏହା ସେମାନେ କହନ୍ତି,

Gade chapit la Kopi

ଓଡିଆ ବାଇବେଲ

7 ଦେଖ, ସେମାନେ ଆପଣା ଆପଣା ମୁଖରୁ ଉଦ୍‍ଗାର କରନ୍ତି; ସେମାନଙ୍କ ଓଷ୍ଠାଧରରେ ଖଡ୍ଗ ଥାଏ; କାରଣ ସେମାନେ କହନ୍ତି, କିଏ ଆମ୍ଭମାନଙ୍କୁ ଶୁଣିବ ?

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

7 ଦେଖ, ସେମାନେ ଆପଣା ଆପଣା ମୁଖରୁ ଉଦ୍ଗାର କରନ୍ତି; ସେମାନଙ୍କ ଓଷ୍ଠାଧରରେ ଖଡ୍ଗ ଥାଏ; କାରଣ ସେମାନେ କହନ୍ତି, “କିଏ ଆମ୍ଭମାନଙ୍କୁ ଶୁଣିବ?”

Gade chapit la Kopi




ଗୀତସଂହିତା 59:7
16 Referans Kwoze  

ମୋର ଜୀବନ ସଙ୍କଟପୂର୍ଣ୍ଣ। ମୋର ଶତ୍ରୁମାନେ ମୋର ଚତୁର୍ପାର୍ଶ୍ୱରେ ଘେରି ରହିଛନ୍ତି। ସେମାନେ ମଣିଷ ଖିଆ ସିଂହ ପରି। ସେମାନଙ୍କର ଦାନ୍ତ ବର୍ଚ୍ଛା ଓ ବାଣ ତୁଲ୍ୟ। ସେମାନଙ୍କର ଜିହ୍ୱା ତୀ‌କ୍ଷ୍‌ଣ ଖ‌ଡ଼୍‌ଗ ତୁଲ୍ୟ।


ଜଣେ ଜ୍ଞାନୀ ଲୋକ ତା'ର ଚିନ୍ତାଧାରା ଭଲ ଭାବରେ କହିପାରେ, କିନ୍ତୁ ନିର୍ବୋଧ ନିର୍ବୋଧତାକୁ ବଖାଣେ।


ତେଣୁ ସେହି ନିରୀହ ଲୋକମାନେ ଭାବିବାକୁ ଲାଗନ୍ତି, “ପରମେଶ୍ୱର ଆମ୍ଭମାନଙ୍କୁ ଭୁଲି ଯାଇଛନ୍ତି। ସେ ଆମ୍ଭମାନଙ୍କଠାରୁ ବହୁ ଦୂରକୁ ଗ୍ଭଲି ଯାଇଛନ୍ତି। ଆମ୍ଭମାନଙ୍କ ଉପରେ ଯାହା ଘଟୁଛି ସେ ବୋଧହୁଏ ଦେଖୁ ନାହାନ୍ତି।”


ସେହି ଦୁଷ୍ଟ ଲୋକମାନେ କହନ୍ତି, “ପରମେଶ୍ୱର ଜାଣି ନାହାନ୍ତି ଆମ୍ଭେ ଯାହା କରୁଛୁ। ସର୍ବୋପରିସ୍ଥ ପରମେଶ୍ୱର ଏହା ଜାଣନ୍ତି ନାହିଁ!”


ଧାର୍ମିକର ମନ ବିବେଚନା କରି ଉତ୍ତର ଦିଏ। ମାତ୍ର ଦୁଷ୍ଟମାନଙ୍କ ମୁଖ ମନ୍ଦକଥା ସର୍ବଦା କହେ।


ଯେଉଁ ଲୋକମାନେ କୌଣସି ଚିନ୍ତା ନ କରି କହନ୍ତି, ସେମାନଙ୍କର ଶବ୍ଦଗୁଡ଼ିକ ଦ୍ୱିଶାଣିତ ‌‌ଖ‌ଡ଼୍‌ଗ ପରି ଆଘାତ କରେ। ମାତ୍ର ଜ୍ଞାନୀ ଲୋକର କଥା ଉପଶମ ଆଣେ।


ମୋର ଶତ୍ରୁ ତା'ର ସାଙ୍ଗମାନଙ୍କୁ ଆକ୍ରମଣ କରେ ଏବଂ ତା'ର ପ୍ରତିଜ୍ଞା ଭଙ୍ଗ କରେ। ତା'ର କଥାଗୁଡ଼ିକ ଲବଣୀ ତୁଲ୍ୟ ଚି‌କ୍‌କଣ। କିନ୍ତୁ ତା ହୃଦୟରେ ଘୃଣା ଅଛି। ତା'ର କଥାଗୁଡ଼ିକ ତେଲ ସଦୃଶ ପିଛିଳ, କିନ୍ତୁ ସେଗୁଡ଼ିକ ଧାରୁଆ ଖ‌ଡ଼୍‌ଗ ତୁଲ୍ୟ କାଟନ୍ତି।


କାହିଁକି ଦୁଷ୍ଟ ଲୋକମାନେ ପରମେଶ୍ୱରଙ୍କ ବିରୁଦ୍ଧରେ ଯାଆନ୍ତି? କାରଣ ସେମାନେ ଭାବନ୍ତି ଯେ, ସେ ତାଙ୍କୁ ଦଣ୍ଡ ଦେବେ ନାହିଁ।


ହେ କାଳସର୍ପର ସନ୍ତାନଗଣ, ତୁମ୍ଭେମାନେ ମନ୍ଦ ଲୋକ, ତୁମ୍ଭେ ଭଲ କଥା କିପରି କହି ପାରିବ? ଜଣେ ତା ମନ ଭିତରେ ଯାହା ଭାବୁଥାଏ, ତାକୁ କଥାରେ ପ୍ରକାଶ କରିଥାଏ।


“ସେ କହନ୍ତି ହେ ଯିରିମିୟ, ଲୋକେ ଯାହା କହୁଛନ୍ତି ତୁମ୍ଭେ କେବେ ତାହା ବିବେଚନା କରିଛ? ସେମାନେ କହନ୍ତି, ‘ସଦାପ୍ରଭୁ ଆପଣା ମନୋନୀତ ଦୁଇ ଗୋଷ୍ଠୀଙ୍କୁ ଅଗ୍ରାହ୍ୟ କରିଅଛନ୍ତି। ଏହିରୂପେ ସେମାନେ ଆମ୍ଭ ଲୋକମାନଙ୍କୁ ତୁଚ୍ଛଜ୍ଞାନ କରନ୍ତି।” ସେମାନଙ୍କ ସାକ୍ଷାତରେ ସେମାନେ ଏକ ଗୋଷ୍ଠୀ ହୋଇ ଯେପରି ରହିବେ ନାହିଁ।’”


ସେହି ଦାଗିମାନେ ଆଉ କେତେ କାଳ ଅହଙ୍କାର କଥା କହିବେ? ସେହି ଅଧର୍ମାଗ୍ଭରୀମାନେ କେତେ କାଳ ଦର୍ପ କରିବେ?


ମୋର ଶତ୍ରୁମାନେ ମୋ’ ବିରୁଦ୍ଧରେ ଦିନସାରା କଥାବାର୍ତ୍ତା ଓ ଚିନ୍ତାଧାରା ସବୁ କରନ୍ତି।


Swiv nou:

Piblisite


Piblisite