ଗୀତସଂହିତା 59:6 - ପବିତ୍ର ବାଇବଲ6 ସେହି ଦୁଷ୍ଟ ଲୋକମାନେ କୁକୁର ପରି। ସେମାନେ ସନ୍ଧ୍ୟାବେଳେ ନଗରୀରେ ପଶି ଭୁକନ୍ତି ଓ ଏଣେ ତେଣେ ହୁଅନ୍ତି। Gade chapit laପବିତ୍ର ବାଇବଲ (Re-edited) - (BSI)6 ସେମାନେ ସନ୍ଧ୍ୟାକାଳେ ଫେରି ଆସି କୁକ୍କୁର ପରି ଶଦ୍ଦ କରନ୍ତି ଓ ନଗର ଚାରିଆଡ଼େ ଭ୍ରମଣ କରନ୍ତି। Gade chapit laଓଡିଆ ବାଇବେଲ6 ସେମାନେ ସନ୍ଧ୍ୟାକାଳେ ଫେରି ଆସି କୁକ୍କୁର ପରି ଶବ୍ଦ କରନ୍ତି ଓ ନଗର ଚାରିଆଡ଼େ ଭ୍ରମଣ କରନ୍ତି। Gade chapit laଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT6 ସେମାନେ ସନ୍ଧ୍ୟାକାଳେ ଫେରିଆସି କୁକ୍କୁର ପରି ଶବ୍ଦ କରନ୍ତି ଓ ନଗର ଚାରିଆଡ଼େ ଭ୍ରମଣ କରନ୍ତି। Gade chapit la |
ଶାଉଲ ଦାଉଦଙ୍କ ଘରକୁ ଲୋକ ପଠାଇଲେ। ଲୋକମାନେ ଦାଉଦଙ୍କ ଗୃହକୁ ଜଗି ରହିଲେ। ସେମାନେ ସେଠାରେ ରାତ୍ରି ତମାମ ଜଗି ରହିଲେ। ସେମାନେ ଦାଉଦଙ୍କୁ ପ୍ରଭାତରେ ମାରି ଦେବା ପାଇଁ ଅପେକ୍ଷା କରିଥିଲେ, କିନ୍ତୁ ଦାଉଦଙ୍କ ସ୍ତ୍ରୀ ମୀଖଲ ତାଙ୍କୁ ସତର୍କ କରାଇ ଦେଲା। ସେ କହିଲା, “ତୁମ୍ଭେ ରାତ୍ରିରେ ପଳାୟନ କରି ଜୀବନ ରକ୍ଷା କର। ଯଦି ତୁମ୍ଭେ ଏହା ନ କର ତେବେ ସେମାନେ ତୁମ୍ଭକୁ ଆସନ୍ତା କାଲି ମାରି ଦେବେ।”