Biblia Todo Logo
Bib sou entènèt

- Piblisite -




ଗୀତସଂହିତା 59:3 - ପବିତ୍ର ବାଇବଲ

3 ଦେଖ, ଲୋକମାନେ ମୋତେ ହତ୍ୟା କରିବାକୁ ଅପେକ୍ଷା କରି ଲୁଚି ବସିଛନ୍ତି। ବଳବାନ ଲୋକମାନେ ମୋତେ ଆକ୍ରମଣ କରିବାକୁ ପ୍ରସ୍ତୁତ କିନ୍ତୁ ସଦାପ୍ରଭୁ, ମୁଁ ପାପ କରି ନାହିଁ କିମ୍ବା ଅପରାଧ କରି ନାହିଁ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

3 କାରଣ ଦେଖ, ସେମାନେ ମୋʼ ପ୍ରାଣ ପାଇଁ ଛକି ବସନ୍ତି; ବଳବାନମାନେ ମୋʼ ବିରୁଦ୍ଧରେ ଏକତ୍ରିତ ହୁଅନ୍ତି; ହେ ସଦାପ୍ରଭୋ, ମୋହର ଅପରାଧ କିଅବା ମୋʼ ପାପ ସକାଶୁ ନୁହେଁ।

Gade chapit la Kopi

ଓଡିଆ ବାଇବେଲ

3 କାରଣ ଦେଖ, ସେମାନେ ମୋ’ ପ୍ରାଣ ପାଇଁ ଛକି ବସନ୍ତି; ବଳବାନମାନେ ମୋ’ ବିରୁଦ୍ଧରେ ଏକତ୍ରିତ ହୁଅନ୍ତି; ହେ ସଦାପ୍ରଭୁ, ମୋହର ଅପରାଧ କିଅବା ମୋ’ ପାପ ସକାଶୁ ନୁହେଁ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

3 କାରଣ ଦେଖ, ସେମାନେ ମୋʼ ପ୍ରାଣ ପାଇଁ ଛକି ବସନ୍ତି; ବଳବାନମାନେ ମୋʼ ବିରୁଦ୍ଧରେ ଏକତ୍ରିତ ହୁଅନ୍ତି; ହେ ସଦାପ୍ରଭୋ, ମୋହର ଅପରାଧ କିଅବା ମୋʼ ପାପ ସକାଶୁ ନୁହେଁ।

Gade chapit la Kopi




ଗୀତସଂହିତା 59:3
18 Referans Kwoze  

ସେମାନେ ମୋତେ ହତ୍ୟା କରିବାର ଆଶା ନେଇ ଲୁଚି ରହନ୍ତି ଓ ମୋର ପ୍ରତ୍ୟେକ ଗତିବିଧି ଲକ୍ଷ୍ୟ କରନ୍ତି।


ମୋର ଶତ୍ରୁମାନେ, ମୋର ମୁଣ୍ଡବାଳଠାରୁ ଅଧିକ। ସେମାନେ ବୃଥାରେ ମୋ’ ସହିତ ଶତ୍ରୁତା କରନ୍ତି। ସେମାନେ ମୋର ବିନାଶର କାମନା ବହୁତ କରୁଛନ୍ତି। ମୋର ଅନେକ ଶତ୍ରୁଗଣ ମୋ’ ବିଷୟରେ ମିଛ କଥା କହନ୍ତି। ସେମାନେ ମିଛରେ ମୋତେ ଗ୍ଭେର କହିଲେ ଏବଂ ସେହି ବସ୍ତୁଗୁଡ଼ିକ ମୋତେ ଦେବାକୁ କହିଲେ, ଯାହା ମୁଁ ଗ୍ଭେରି କରି ନାହିଁ।


ଦେଖ, ମୋ’ ହାତରେ ଥିବା ଲୁଗା ଖଣ୍ଡକୁ। ମୁଁ ଏହାକୁ ତୁମ୍ଭ ଲୁଗା ଧଡ଼ିରୁ କାଟିଅଛି। ମୁଁ ତୁମ୍ଭକୁ ମାରି ପାରିଥା’ନ୍ତି କିନ୍ତୁ ମୁଁ ମାରି ନାହିଁ। ମୁଁ ତୁମ୍ଭକୁ ବର୍ତ୍ତମାନ ବୁଝିବାକୁ ଦେଉଛି। ମୁଁ ତୁମ୍ଭକୁ ଜଣାଇ ଦେବାକୁ ଗ୍ଭହୁଁଛି ଯେ ମୁଁ ତୁମ୍ଭକୁ ମାରିବା ପାଇଁ ଯୋଜନା କରି ନ ଥିଲି। ମୁଁ ତୁମ୍ଭ ପ୍ରତି କେବେ ଅନ୍ୟାୟ କରି ନାହିଁ। କିନ୍ତୁ ତୁମ୍ଭେ ମୋତେ ଆଘାତ କରିଅଛ ଏବଂ ମାରିବାକୁ ମଧ୍ୟ ଗ୍ଭହିଁଅଛ।


ଦୁଷ୍ଟମାନେ ରକ୍ତପାତ କରିବାକୁ ସେମାନଙ୍କର ଶବ୍ଦଗୁଡ଼ିକ ବ୍ୟବହାର କରନ୍ତି। କିନ୍ତୁ ନିଷ୍ଠାପର ଲୋକମାନଙ୍କର ଶବ୍ଦଗୁଡ଼ିକ ଅନ୍ୟ ଲୋକମାନଙ୍କୁ ବିପର୍ଯ୍ୟୟରୁ ରକ୍ଷା କରନ୍ତି।


ଏସବୁ ଘଟିବା ଦ୍ୱାରା ତାହାଙ୍କ ବିଧି ବ୍ୟବସ୍ଥାରେ ଯାହା ଲେଖାଥିଲା ତାହା ସତ୍ୟ ହେଲା: ‘ସେମାନେ ମୋତେ ବିନା କାରଣରେ ଘୃଣା କଲେ।’


ମୁଁ ବୁଝୁଛି, ଦେଶରୁ ସମସ୍ତ ବିଶ୍ୱସ୍ତ ଓ ଉତ୍ତମ ଲୋକ ଗ୍ଭଲି ଯାଇଛନ୍ତି। ପ୍ରତ୍ୟେକ ଅନ୍ୟକୁ ମାରିବାକୁ ଅପେକ୍ଷା କରି ରହିଛନ୍ତି। ପ୍ରତ୍ୟେକ ନିଜର ଭାଇକୁ ମଧ୍ୟ ଜାଲରେ ପକାଇବାକୁ ଚେଷ୍ଟା କରୁଛନ୍ତି।


କିନ୍ତୁ ଆପଣ ସେମାନଙ୍କ କଥା ବିଶ୍ୱାସ କରିବେ ନାହିଁ। ଗ୍ଭଳିଶ୍ ଜଣରୁ ଅଧିକ ଯିହୂଦୀୟ ଲୁଚିଛନ୍ତି ଏବଂ ପାଉଲଙ୍କୁ ହତ୍ୟା କରିବା ପାଇଁ ଅପେକ୍ଷା କରିଛନ୍ତି। ସେମାନେ ତାହାଙ୍କୁ ନ ମାରିବା ପର୍ଯ୍ୟନ୍ତ ଅନ୍ନଜଳ ସ୍ପର୍ଶ କରିବେ ନାହିଁ ବୋଲି ପ୍ରତିଜ୍ଞା କରିଛନ୍ତି, ଏବେ ସେମାନେ ଆପଣଙ୍କ ସମ୍ମତିକୁ ଅପେକ୍ଷା କରି ପ୍ରସ୍ତୁତ ଅଛନ୍ତି।”


ମୋର ଶତ୍ରୁମାନେ ମୋ’ ବିଷୟରେ ଖରାପ କଥା କହନ୍ତି। ସେମାନେ ମିଛ ଓ ଗୁଜବ ସୃଷ୍ଟି କରନ୍ତି। ସେମାନେ ସବୁବେଳେ ମୋ’ ବିଷୟରେ ଆଲୋଚନା କରନ୍ତି।


ସେମାନଙ୍କ ରାଜା ଓ ନେତାମାନେ ଏକତ୍ରିତ ହୋଇ, ସଦାପ୍ରଭୁଙ୍କ ବିରୁଦ୍ଧରେ ଓ ତାଙ୍କ ଦ୍ୱାରା ଅଭିଷିକ୍ତ ପ୍ରଜାଙ୍କ ବିରୁଦ୍ଧରେ ଯୁଦ୍ଧ କରନ୍ତି।


ଦାଉଦ ପୁଣି କହିଲେ, “ମହାଶୟ ତୁମ୍ଭେ କାହିଁକି ମୋର ପଛେ ପଛେ ଗୋଡ଼ଉଛ? ମୁଁ କ’ଣ ଅପରାଧ କଲି? କେଉଁ ଦୋଷ ମୁଁ କରିଛି?


ଶାଉଲ କହିଲେ, “ତୁମ୍ଭେ ମୋ’ ଅପେକ୍ଷା ସତ୍ ବ୍ୟକ୍ତି ଅଟ। ତୁମ୍ଭେ ମୋ’ ପ୍ରତି ଭଲ ବ୍ୟବହାର ଦେଖାଇଛ। କିନ୍ତୁ ମୁଁ ତୁମ୍ଭ ପ୍ରତି ଖରାପ ବ୍ୟବହାର କରିଥିଲି।


ଶାଉଲ ଦାଉଦଙ୍କୁ ହତ୍ୟା କରିବା ପାଇଁ ତାଙ୍କର ପୁତ୍ର ଯୋନାଥନ ଓ ତାଙ୍କର ଦାସମାନଙ୍କୁ କହିଲେ। କିନ୍ତୁ ଯୋନାଥନ ଦାଉଦଙ୍କୁ ବହୁତ ଭଲ ପାଉଥିଲେ।


ଯେଉଁ ଦୁର୍ଜ୍ଜନମାନେ, ଦୁଷ୍ଟ ଯୋଜନା କରନ୍ତି। ସେମାନେ ପ୍ରତ୍ୟେକ ଦିନ ଯୁଦ୍ଧ କରିବା ପାଇଁ ପ୍ରସ୍ତୁତ ହୁଅନ୍ତି।


ହେ ଦୁଷ୍ଟ ଲୋକ, ତୁମ୍ଭେ ଧାର୍ମିକର ବାସସ୍ଥାନ ବିରୁଦ୍ଧରେ ଓଗାଳି ବସ ନାହିଁ। ତାହାର ବିଶ୍ରାମ ସ୍ଥାନ ଲୁଟ କର ନାହିଁ।


Swiv nou:

Piblisite


Piblisite