Biblia Todo Logo
Bib sou entènèt

- Piblisite -




ଗୀତସଂହିତା 53:4 - ପବିତ୍ର ବାଇବଲ

4 ପରମେଶ୍ୱର କହନ୍ତି, “ଦୁଷ୍ଟମାନେ କିଛି ବୁଝନ୍ତି ନାହିଁ? ଅଧର୍ମାଗ୍ଭରୀମାନେ ଖାଦ୍ୟଗ୍ରାସ କଲାପରି ମୋ’ ଲୋକମାନଙ୍କୁ ଗ୍ରାସ କରୁଛନ୍ତି ଏବଂ ସେମାନେ ମୋତେ ପ୍ରାର୍ଥନା କରନ୍ତି ନାହିଁ।”

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

4 ଅଧର୍ମାଚାରୀମାନଙ୍କର କି କିଛି ଜ୍ଞାନ ନାହିଁ?

Gade chapit la Kopi

ଓଡିଆ ବାଇବେଲ

4 ଅଧର୍ମାଚାରୀମାନଙ୍କର କି କିଛି ଜ୍ଞାନ ନାହିଁ ? ସେମାନେ ଖାଦ୍ୟ ଗ୍ରାସ କଲା ପରି ମୋ’ ଲୋକମାନଙ୍କୁ ଗ୍ରାସ କରନ୍ତି, ପୁଣି, ପରମେଶ୍ୱରଙ୍କଠାରେ ପ୍ରାର୍ଥନା କରନ୍ତି ନାହିଁ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

4 ଅଧର୍ମାଚାରୀମାନଙ୍କର କି କିଛି ଜ୍ଞାନ ନାହିଁ? ସେମାନେ ଖାଦ୍ୟ ଗ୍ରାସ କଲା ପରି ମୋʼ ଲୋକମାନଙ୍କୁ ଗ୍ରାସ କରନ୍ତି, ପୁଣି, ପରମେଶ୍ୱରଙ୍କଠାରେ ପ୍ରାର୍ଥନା କରନ୍ତି ନାହିଁ।

Gade chapit la Kopi




ଗୀତସଂହିତା 53:4
7 Referans Kwoze  

ପରମେଶ୍ୱର କହିଲେ, “ମୋର ଲୋକମାନେ ନିର୍ବୋଧ ଏବଂ ସେମାନେ ମୋତେ ଜାଣନ୍ତି ନାହିଁ। ସେମାନେ ନିର୍ବୋଧ ସନ୍ତାନ ତୁଲ୍ୟ, ସେମାନଙ୍କର ଅର୍ନ୍ତଦୃଷ୍ଟି ନାହିଁ। ସେମାନେ କୁକର୍ମ କରିବାରେ ଧୂରନ୍ଧର। ମାତ୍ର ସୁକର୍ମ କିପରି କରିବାକୁ ହୁଏ ସେମାନେ ଜାଣନ୍ତି ନାହିଁ।”


ଯଦି ତୁମ୍ଭେ ଆପଣା କୋପ ଢାଳୁଅଛ, ତେବେ ଅନ୍ୟ ଦେଶୀୟମାନଙ୍କ ଉପରେ ଢାଳିଦିଅ। କାରଣ ସେମାନେ ତୁମ୍ଭକୁ ଜାଣନ୍ତି ନାହିଁ କି ତୁମ୍ଭ ନାମରେ ପ୍ରାର୍ଥନା କରନ୍ତି ନାହିଁ। ସେମାନେ ଯାକୁବକୁ ଗ୍ରାସ କରିଅଛନ୍ତି ଓ ସେମାନେ ଇସ୍ରାଏଲ ବଂଶକୁ ବିନାଶ କରିଅଛନ୍ତି ଓ ତାହାର ବାସସ୍ଥାନ ଉଚ୍ଛିନ୍ନ କରିଛନ୍ତି।


ଦୁଷ୍ଟ ଲୋକମାନେ ହୁଏତ ମୋତେ ଆକ୍ରମଣ କରି ପାରନ୍ତି, ସେମାନେ ମୋର ଶରୀରକୁ ଆଘାତ କରିବାକୁ ଗ୍ଭହାନ୍ତି। ମୋର ଶତ୍ରୁମାନେ ମୋତେ ଆକ୍ରମଣ କରି ଧ୍ୱଂସ କରିଦେବାକୁ ଗ୍ଭହାନ୍ତି।


ତୁମ୍ଭେ ଯେଉଁ ପଶୁ ଓ ଦଶ ଶିଙ୍ଗ ଦେଖିଲ, ସେମାନେ ସେହି ବେଶ୍ୟାକୁ ଘୃଣା କରିବେ। ସେମାନେ ତା'ର ସବୁ ନେଇଯିବେ ଓ ତାହାକୁ ଉଲଗ୍ନ କରି ଛାଡ଼ି ଦେବେ। ସେମାନେ ତାହାର ଶରୀରର ମାଂସ ଖାଇବେ ଓ ତାହାକୁ ଅଗ୍ନିରେ ପୋଡ଼ି ଦେବେ।


ଦ୍ରାକ୍ଷାଗଛରେ ଡାଳ ଶୁଷ୍କ ହେଲେ ଭଙ୍ଗାଯିବ। ସ୍ତ୍ରୀଲୋକମାନେ ତାକୁ ଜାଳେଣି ରୂପେ ବ୍ୟବହାର କରିବେ। କାରଣ ଲୋକମାନେ ବୁଦ୍ଧିହୀନ। ପରମେଶ୍ୱର ଯେ କି ତାଙ୍କର ସୃଷ୍ଟିକର୍ତ୍ତା ସେମାନଙ୍କ ପ୍ରତି ଦୟା କରିବେ ନାହିଁ। ତାଙ୍କୁ ଗଢ଼ିଲେ ମଧ୍ୟ ତାଙ୍କ ପ୍ରତି ଅନୁଗ୍ରହ ପ୍ରକାଶ କରିବେ ନାହିଁ।


ହେ ପଶୁବତ୍ ଲୋକମାନେ, ତୁମ୍ଭେ କେବେ ବୁଦ୍ଧି ପାଇବ? ହେ ନିର୍ବୋଧ ଅଧର୍ମକାରୀ ଲୋକ, ଚେଷ୍ଟା କର ଏବଂ ବୁଝ।


Swiv nou:

Piblisite


Piblisite