Biblia Todo Logo
Bib sou entènèt

- Piblisite -




ଗୀତସଂହିତା 42:3 - ପବିତ୍ର ବାଇବଲ

3 ମୋର ଶତ୍ରୁମାନେ ନିରନ୍ତର ମୋ’ ପ୍ରତି ପରିହାସ କରୁଛନ୍ତି। ସେମାନେ କହନ୍ତି, “ତୁମ୍ଭର ପରମେଶ୍ୱର କାହାନ୍ତି? ସେ କେବେ ତୁମ୍ଭକୁ ଉଦ୍ଧାର କରିବାକୁ ଆସିଛନ୍ତି କି?” ଭୋଜନ କରିବା ପରିବର୍ତ୍ତେ କେବଳ ମୁଁ କାନ୍ଦେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

3 ମୋହର ଲୋତକ ଦିବାରାତ୍ର ମୋହର ଭକ୍ଷ୍ୟ ହୋଇଅଛି, କାରଣ ଲୋକମାନେ ନିତ୍ୟ ମୋତେ କହନ୍ତି, ତୁମ୍ଭର ପରମେଶ୍ଵର କାହାନ୍ତି?

Gade chapit la Kopi

ଓଡିଆ ବାଇବେଲ

3 ମୋହର ଲୋତକ ଦିବାରାତ୍ର ମୋହର ଭକ୍ଷ୍ୟ ହୋଇଅଛି, କାରଣ ଲୋକମାନେ ନିତ୍ୟ ମୋତେ କହନ୍ତି, “ତୁମ୍ଭର ପରମେଶ୍ୱର କାହାନ୍ତି ?”

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

3 ମୋହର ଲୋତକ ଦିବାରାତ୍ର ମୋହର ଭକ୍ଷ୍ୟ ହୋଇଅଛି, କାରଣ ଲୋକମାନେ ନିତ୍ୟ ମୋତେ କହନ୍ତି, “ତୁମ୍ଭର ପରମେଶ୍ୱର କାହାନ୍ତି?”

Gade chapit la Kopi




ଗୀତସଂହିତା 42:3
16 Referans Kwoze  

ଅନ୍ୟ ଦେଶୀୟ ଲୋକମାନଙ୍କୁ କହିବାକୁ ଦିଅ ନାହିଁ। “ସେମାନଙ୍କର ପରମେଶ୍ୱର କାହାନ୍ତି?” ହେ ପରମେଶ୍ୱର, ସେହି ଲୋକମାନଙ୍କୁ ଦଣ୍ଡ ଦିଅ ଯାହା ଫଳରେ କି ଆମ୍ଭେମାନେ ମଧ୍ୟ ତାହା ଦେଖି ପାରିବୁ। ତୁମ୍ଭର ସେବକମାନଙ୍କୁ ହତ୍ୟା କରିଥିବାରୁ ସେମାନଙ୍କୁ ଦଣ୍ଡ ଦିଅ।


କାହିଁକି ଅନ୍ୟ ଦେଶୀୟମାନେ କହିବେ ଆମ୍ଭମାନଙ୍କର ପରମେଶ୍ୱର କେଉଁଠାରେ?


ସଦାପ୍ରଭୁଙ୍କର ସେବକଗଣ, ଯାଜକମାନେ ମଣ୍ତପ ଓ ଯଜ୍ଞବେଦିରେ ନିଶ୍ଚିତ କାନ୍ଦିବେ ଓ ଆକୁଳରେ ସଦାପ୍ରଭୁଙ୍କୁ ନିବେଦନ କରିବେ, “ହେ ସଦାପ୍ରଭୁ, ଆପଣଙ୍କର ଲୋକମାନଙ୍କୁ ଦୟାକର, ଏବଂ ଆପଣଙ୍କର ଲୋକମାନଙ୍କୁ ଲଜ୍ଜିତ କରାଅ ନାହିଁ। ଅନ୍ୟମାନଙ୍କ ଦ୍ୱାରା ନିଜର ଲୋକଙ୍କୁ ପରିହାସ କରିବାକୁ ଦିଅ ନାହିଁ ଏବଂ ଅନ୍ୟ ଦେଶର ଲୋକମାନଙ୍କ ଦ୍ୱାରା ଆପଣାର ଲୋକଙ୍କୁ ଶାସନ କରିବାକୁ ଦିଅ ନାହିଁ ଏବଂ ସେମାନଙ୍କୁ କହିବାକୁ ସୁଯୋଗ ଦିଅ ନାହିଁ ଯେ, ‘ତୁମ୍ଭର ସଦାପ୍ରଭୁ କାହାନ୍ତି?’”


ମୋର ଦୁଃଖ ହିଁ ଏକମାତ୍ର ଭୋଜନ। ମୋର ପେୟଦ୍ରବ୍ୟ ଅଶ୍ରୁଜଳ ସଙ୍ଗେ ମିଶିଅଛି।


ତୁମ୍ଭେ ଆପଣା ଲୋକମାନଙ୍କୁ ତାଙ୍କର ଲୋତକ ପିଆଇଛ। ତୁମ୍ଭେ ସେମାନଙ୍କୁ ବହୁ ପରିମାଣରେ ଅଶ୍ରୁ ପିଇବାକୁ ଦେଇଛ।


ମୋର ଶତ୍ରୁମାନେ ନିରନ୍ତର ମୋତେ ଅପମାନିତ କରନ୍ତି ଓ ଏକ ଶକ୍ତ ଗ୍ଭପୁଡ଼ା ଦିଅନ୍ତି, ଯେତେବେଳେ ସେମାନେ ମୋତେ ପଗ୍ଭରନ୍ତି, “ତୁମ୍ଭର ପରମେଶ୍ୱର କେଉଁଠାରେ ଅଛନ୍ତି? ସେ କ’ଣ ତୁମ୍ଭକୁ ଉଦ୍ଧାର କରିବାକୁ ଆସୁଛନ୍ତି?”


ମୋର ଶତ୍ରୁ କହୁଥିଲେ, “ତୁମ୍ଭର ସଦାପ୍ରଭୁ ପରମେଶ୍ୱର କେଉଁଠାରେ ଅଛନ୍ତି?” ମାତ୍ର ଯେତେବେଳେ ସେ ଏହା ଦେଖିବ ସେ ଲଜ୍ଜିତ ହେବ। ସେତେବେଳେ ମୁଁ ଶତ୍ରୁକୁ ଉପହାସ କରିବି। ଲୋକମାନେ ପଥର କାଦୁଅ ପରି ତାକୁ ଦଳିବେ।


ହେ ପରମେଶ୍ୱର, ଆମ୍ଭମାନଙ୍କ ପ୍ରତିବାସୀଗଣ ତୁମ୍ଭଙ୍କୁ ଯେଉଁ ନିନ୍ଦା କରିଛନ୍ତି, ସେମାନଙ୍କୁ ସାତଗୁଣ ପ୍ରତିଫଳ ଦଣ୍ଡ ଦିଅ।


ସେମାନେ ମୋତେ କହନ୍ତି, “ତୁମ୍ଭେ ସଦାପ୍ରଭୁଙ୍କୁ ସାହାଯ୍ୟ ପାଇଁ ଡାକ, ସେ ତୁମ୍ଭକୁ ଉଦ୍ଧାର କରି ପାରନ୍ତି। ଯଦି ସେ ତୁମ୍ଭକୁ ପ୍ରକୃତରେ ଭଲ ପାଉଥା’ନ୍ତି ତେବେ ନିଶ୍ଚୟ ତୁମ୍ଭକୁ ସାହାଯ୍ୟ କରିବାକୁ ଆଗେଇ ଆସିବେ।”


ବହୁତ ଲୋକ ମୋ’ ବିରୁଦ୍ଧରେ କଥା ହେଉଛନ୍ତି। ସେହି ଲୋକମାନେ କହୁଛନ୍ତି, “ପରମେଶ୍ୱର ତାକୁ ରକ୍ଷା କରି ପାରିବେ ନାହିଁ।” ସେଲା


ଏହା ହୋଇପାରେ ଯେ, ସଦାପ୍ରଭୁ ମୋ’ ପ୍ରତି ଅନ୍ୟାୟ ହେଉଥିବାର ଦେଖିବେ ଏବଂ ଶିମିୟିର ଅଭିଶାପ ବଦଳରେ ସେ ମୋତେ ଆଶୀର୍ବାଦ କରିବେ।”


“ତେଣୁ ବର୍ଷ ମଧ୍ୟରେ ତିନିଥର ସମସ୍ତ ପୁରୁଷ ପ୍ରଭୁ ତୁମ୍ଭର ସଦାପ୍ରଭୁଙ୍କ ସାକ୍ଷାତରେ ସ୍ୱତନ୍ତ୍ର ସ୍ଥାନରେ ଉପସ୍ଥିତ ହେବେ।


ଅଗ୍ନି ମଧ୍ୟରୁ ଜୀବନ୍ତ ପରମେଶ୍ୱର କହିବାର କେହି ଶୁଣି ନାହାନ୍ତି। ଯେପରି ଆମ୍ଭେମାନେ ଶୁଣିଛୁ ଓ ବଞ୍ଚିଛୁ।


ହଁ, ମୁଁ ତୁମ୍ଭକୁ ପବିତ୍ର ମନ୍ଦିରରେ ଦେଖିଅଛି। ମୁଁ ତୁମ୍ଭର ପରାକ୍ରମ ଓ ଗୌରବ ଦେଖିଅଛି।


ହେ ସୈନ୍ୟାଧିପତି ସଦାପ୍ରଭୁ, ମୋର ରାଜା, ମୋର ପରମେଶ୍ୱର, ଏପରିକି ପକ୍ଷୀମାନେ ନିଜ ପାଇଁ ଏକ ଗୃହ ଏବଂ ପକ୍ଷୀମାନେ ଛୁଆ ରଖିବା ପାଇଁ ତୁମ୍ଭର ଯଜ୍ଞବେଦି ପାଖରେ ଏକ ବସା ପାଇଛନ୍ତି।


ହେ ସଦାପ୍ରଭୁ, ମୁଁ ହସ୍ତ ପ୍ରସାରୀ ତୁମ୍ଭକୁ ପ୍ରାର୍ଥନା କରୁଅଛି। ମୁଁ ତୁମ୍ଭର ସାହାଯ୍ୟ ଅପେକ୍ଷାରେ ଅଛି, ଯେପରି ଶୁଷ୍କଭୂମି ବର୍ଷାକୁ ଅପେକ୍ଷା କରିଥାଏ। ସେଲା


Swiv nou:

Piblisite


Piblisite