Biblia Todo Logo
Bib sou entènèt

- Piblisite -




ଗୀତସଂହିତା 41:2 - ପବିତ୍ର ବାଇବଲ

2 ସଦାପ୍ରଭୁ ସେହି ଲୋକକୁ ରକ୍ଷା କରନ୍ତି ଓ ତା'ର ଜୀବନ ବଞ୍ଚାନ୍ତି। ସେହି ବ୍ୟକ୍ତି ପୃଥିବୀରେ ଆଶୀର୍ବାଦ ପାଏ। ପରମେଶ୍ୱର ତା'ର ଶତ୍ରୁମାନଙ୍କ ଦ୍ୱାରା ତାକୁ ଧ୍ୱଂସ ହେବାକୁ ଦେବେ ନାହିଁ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

2 ସଦାପ୍ରଭୁ ତାହାକୁ ରକ୍ଷା କରି ଜୀବିତ ରଖିବେ ଓ ସେ ପୃଥିବୀରେ ଆଶୀର୍ବାଦପ୍ରାପ୍ତ ହେବ; ପୁଣି, ତୁମ୍ଭେ ତାହାକୁ ତାହାର ଶତ୍ରୁଗଣର ଇଚ୍ଛାରେ ସମର୍ପଣ କର ନାହିଁ।

Gade chapit la Kopi

ଓଡିଆ ବାଇବେଲ

2 ସଦାପ୍ରଭୁ ତାହାକୁ ରକ୍ଷା କରି ଜୀବିତ ରଖିବେ ଓ ସେ ପୃଥିବୀରେ ଆଶୀର୍ବାଦପ୍ରାପ୍ତ ହେବ; ପୁଣି, ସଦାପ୍ରଭୁ ତାହାକୁ ତାହାର ଶତ୍ରୁଗଣର ଇଚ୍ଛାରେ ସମର୍ପଣ କରିବେ ନାହିଁ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

2 ସଦାପ୍ରଭୁ ତାହାକୁ ରକ୍ଷା କରି ଜୀବିତ ରଖିବେ ଓ ସେ ପୃଥିବୀରେ ଆଶୀର୍ବାଦ ପ୍ରାପ୍ତ ହେବ; ପୁଣି, ସଦାପ୍ରଭୁ ତାହାକୁ ତାହାର ଶତ୍ରୁଗଣର ଇଚ୍ଛାରେ ସମର୍ପଣ କରିବେ ନାହିଁ।

Gade chapit la Kopi




ଗୀତସଂହିତା 41:2
16 Referans Kwoze  

ମୋର ଶତ୍ରୁମାନେ ମୋତେ ଆକ୍ରମଣ କରିଛନ୍ତି। ସେମାନେ ମୋ’ ବିଷୟରେ ମିଥ୍ୟା କହିଛନ୍ତି। ସେମାନେ ମୋତେ ମିଥ୍ୟା କହି ଆଘାତ ଦେଇଛନ୍ତି।


ନିଜ ଶରୀର ସାଧନା ଅନେକାଂଶରେ ତୁମ୍ଭକୁ ସାହାଯ୍ୟ କରେ। କିନ୍ତୁ ପରମେଶ୍ୱରଙ୍କ ଉପାସନା କରିବା ଦ୍ୱାରା ତାହା ସମସ୍ତ ବିଷୟରେ ତୁମ୍ଭକୁ ସାହାଯ୍ୟ କରେ। ଏହା ବର୍ତ୍ତମାନର ଜୀବନରେ ଓ ଭବିଷ୍ୟତରେ ଜୀବନରେ ମଧ୍ୟ ତୁମ୍ଭ ପାଇଁ ଆଶୀର୍ବାଦ ଆଣେ।


ଯଦି ଜଣେ ଧାର୍ମିକ ବ୍ୟକ୍ତି ଲୋକମାନଙ୍କୁ ଆଶୀର୍ବାଦ କରେ ତା'ହେଲେ ପରମେଶ୍ୱରଙ୍କ ପ୍ରତିଜ୍ଞା ମୁତାବକ ସେମାନେ ଭୂମି ପାଇବେ। କିନ୍ତୁ ଯଦି ସେମାନେ କୁକର୍ମ ସବୁ ଘଟୁ ବୋଲି କୁହନ୍ତି, ସେହି ଲୋକମାନେ ଧ୍ୱଂସ ହେବେ।


ପ୍ରଭୁ ସେହି ଲୋକମାନଙ୍କୁ ମୃତ୍ୟୁ ମୁଖରୁ ରକ୍ଷା କରନ୍ତି। ସେ ସେମାନଙ୍କୁ ଶକ୍ତି ପ୍ରଦାନ କରନ୍ତି। ଯେତେବେଳେ ସେମାନେ ଅତ୍ୟନ୍ତ ଭୋକିଲା ଥା’ନ୍ତି।


ଏହି ଖାଦ୍ୟ ସକଳ ସେହି ଲେବୀୟ ଲୋକମାନଙ୍କର, କାରଣ ସେମାନଙ୍କର କୌଣସି ନିଜସ୍ୱ ସମ୍ପତ୍ତି ନାହିଁ। ଏହି ଖାଦ୍ୟ ମଧ୍ୟ ଅନ୍ୟ ଲୋକମାନଙ୍କ ପାଇଁ ବିଦେଶୀମାନଙ୍କ ପାଇଁ ପିତୃହୀନ ଓ ବିଧବାମାନେ ଆସି ଭୋଜନ କରି ତୃପ୍ତ ହେବେ। ତହିଁରେ ସଦାପ୍ରଭୁ ତୁମ୍ଭ ପରମେଶ୍ୱର ତୁମ୍ଭ ହସ୍ତକୃତ ସମସ୍ତ କର୍ମରେ ତୁମ୍ଭକୁ ଆଶୀର୍ବାଦ କରିବେ।


ତା'ର ଶାଶୁ ତାକୁ ପଗ୍ଭରିଲେ, “ଆଜି ତୁମ୍ଭେ କେଉଁଠାରୁ ଏହି ଶସ୍ୟ ସଂଗ୍ରହ କଲ? କେଉଁଠାକୁ ତୁମ୍ଭେ ଗଲ ଓ କାମ କଲ? ଯିଏ ତୁମ୍ଭକୁ ଶସ୍ୟ ଦେଲା, ସେ ଧନ୍ୟ ହେଉ।” ଏହା ପରେ ଋତ ଯାହାଙ୍କ ସହିତ କାର୍ଯ୍ୟ କରିଥିଲା ତା’ ବିଷୟରେ ତାକୁ କହିଲେ। “ମୁଁ ଆଜି ଯେଉଁ ଲୋକର କାର୍ଯ୍ୟ କରୁଥିଲି, ତାଙ୍କର ନାମ ଥିଲା ବୋୟାଜ।”


ଦୟାଳୁ ଲୋକ ଆପଣା ପ୍ରାଣର ହିତ କରେ। ମାତ୍ର ଯେ ନିର୍ଦ୍ଦୟ ସେ ଆପଣା ଶରୀରକୁ ଦୁଃଖ ଦିଏ।


ଯେଉଁ ଲୋକ ପ୍ରତିବାସୀକୁ ତୁଚ୍ଛ ବୋଧ କରେ, ସେ ପାପ କରେ ମାତ୍ର ଯେଉଁ ଜନ ଦରିଦ୍ରକୁ ଦୟା କରେ, ସେ ଧନ୍ୟ।


ଯେ ଦରିଦ୍ରକୁ ଦୟା କରେ, ସେ ସଦାପ୍ରଭୁଙ୍କୁ ଋଣ ଦିଏ। ସେ ତାହାର ଉତ୍ତମ କର୍ମର ପରିଶୋଧ କରିବେ।


ସେ ଦୁଃଖୀ ଲୋକମାନଙ୍କ ପ୍ରତି ମୁକ୍ତହସ୍ତା ହୁଏ ଓ ଦରିଦ୍ରମାନଙ୍କ ପ୍ରତି ଦୟା ଦେଖାଏ।


ମାତ୍ର ସଦାପ୍ରଭୁ କହନ୍ତି, ‘ସେଦିନ ଆମ୍ଭେ ତୁମ୍ଭକୁ ଉଦ୍ଧାର କରିବା। ଆଉ ତୁମ୍ଭେ ଯେଉଁ ଲୋକମାନଙ୍କୁ ଭୟ କରୁଛ, ସେମାନଙ୍କ ହସ୍ତରେ ତୁମ୍ଭେ ସମର୍ପିତ ହେବ ନାହିଁ।


Swiv nou:

Piblisite


Piblisite