Biblia Todo Logo
Bib sou entènèt

- Piblisite -




ଗୀତସଂହିତା 4:2 - ପବିତ୍ର ବାଇବଲ

2 ହେ ଲୋକମାନେ, ଆଉ କେତେ ଦିନ ଏପରି ଖରାପ କଥା ମୋ’ ବିରୁଦ୍ଧରେ ପ୍ରଗ୍ଭର କରିବ? ତୁମ୍ଭେମାନେ କେତେଦିନ ନାନା ପ୍ରକାର ନୂଆ ନୂଆ ମିଥ୍ୟା କଥା ମୋ’ ବିଷୟରେ କହିବ? କାହିଁକି ତୁମ୍ଭେମାନେ ସେହି ମନ୍ଦ କଥା କହିବାକୁ ଭଲ ପାଉଛ? ସେଲା

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

2 ହେ ମନୁଷ୍ୟସନ୍ତାନଗଣ, କେତେ କାଳ ମୋହର ଗୌରବ ଅପମାନରେ ପରିଣତ ହେବ? କେତେ କାଳ ତୁମ୍ଭେମାନେ ଅସାରତାକୁ ସ୍ନେହ କରିବ ଓ ମିଥ୍ୟାର ଅନ୍ଵେଷଣ କରିବ? [ସେଲା

Gade chapit la Kopi

ଓଡିଆ ବାଇବେଲ

2 ହେ ମନୁଷ୍ୟ-ସନ୍ତାନଗଣ, କେତେ କାଳ ମୋହର ଗୌରବ ଅପମାନରେ ପରିଣତ ହେବ ? କେତେ କାଳ ତୁମ୍ଭେମାନେ ଅସାରତାକୁ ସ୍ନେହ କରିବ ଓ ମିଥ୍ୟାର ଅନ୍ୱେଷଣ କରିବ ? [ସେଲା]

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

2 ହେ ମନୁଷ୍ୟ-ସନ୍ତାନଗଣ, କେତେ କାଳ ମୋହର ଗୌରବ ଅପମାନରେ ପରିଣତ ହେବ? କେତେ କାଳ ତୁମ୍ଭେମାନେ ଅସାରତାକୁ ସ୍ନେହ କରିବ ଓ ମିଥ୍ୟାର ଅନ୍ୱେଷଣ କରିବ? [ସେଲା]

Gade chapit la Kopi




ଗୀତସଂହିତା 4:2
29 Referans Kwoze  

“ହେ ନିର୍ବୋଧଗଣ। କେତେକାଳ ପର୍ଯ୍ୟନ୍ତ ତୁମ୍ଭେ ନିରର୍ଥକ କାର୍ଯ୍ୟ କରିବାକୁ ଭଲ ପାଇବ? କେତେକାଳ ପର୍ଯ୍ୟନ୍ତ ନିନ୍ଦୁକ ଜ୍ଞାନକୁ ପରିହାସ କରିବ? ହେ ମୂର୍ଖମାନେ ଆଉ କେତେକାଳ ବିଦ୍ୟାକୁ ଘୃଣା କରିବ?


ସେମାନଙ୍କର ସଂଖ୍ୟା ଓ ଶକ୍ତି ଯେତେ ଯେତେ ବଢ଼େ, ସେମାନେ ସେତେ ଅଧିକ ଆମ୍ଭ ବିରୁଦ୍ଧରେ ପାପ କରନ୍ତି। ତେଣୁ ସେମାନଙ୍କର ଗୌରବକୁ ଆମ୍ଭେ ଲଜ୍ଜାରେ ପରିଣତ କରିବା।


କିନ୍ତୁ ହେ ସଦାପ୍ରଭୁ, ଏହା କେବଳ ତୁମ୍ଭେ ଯିଏକି ମୋର ଢାଲ ସ୍ୱରୂପ। ତୁମ୍ଭେ ମୋର ମହିମା। ତୁମ୍ଭେ ହିଁ ମୋତେ ପ୍ରାଧାନ୍ୟ ଦେଇଛ।


କୌଣସି ଦେଶର ଲୋକମାନେ ସେମାନଙ୍କର ଦେବଗଣଙ୍କୁ ପରିତ୍ୟାଗ କରିଅଛନ୍ତି କି, ଯଦିଓ ସେମାନେ ମୂର୍ତ୍ତି ଥିଲେ ଏବଂ ପ୍ରକୃତ ପରମେଶ୍ୱର ନୁହନ୍ତି? ମାତ୍ର ମୋର ଲୋକମାନେ ସେମାନଙ୍କର ମହିମାମୟ ପରମେଶ୍ୱରଙ୍କୁ ନିଷ୍ଫଳ ବସ୍ତୁ ବଦଳରେ ପରିତ୍ୟାଗ କରିଅଛନ୍ତି, ଯାହାର ସେମାନଙ୍କୁ ପ୍ରଦାନ କରିବା ପାଇଁ କିଛି ନ ଥାଏ।


ସେହି ଲୋକମାନେ ମହିମାନ୍ୱିତ ପରମେଶ୍ୱରଙ୍କର ଏକ ତୃଣଭକ୍ଷ୍ୟଣକାରୀ ଷଣ୍ଢର ପ୍ରତିମୂର୍ତ୍ତି ତିଆରି କରି ବେପାର କଲେ।


ଯେଉଁମାନେ ମିଥ୍ୟା କହନ୍ତି, ତୁମ୍ଭେ ସେମାନଙ୍କୁ ବିନାଶ କରିବ। ତୁମ୍ଭେ ସେହି ଲୋକମାନଙ୍କୁ ଘୃଣା କର, ଯେଉଁମାନେ ଅନ୍ୟ ଲୋକମାନଙ୍କୁ ଆଘାତ କରିବାକୁ ଗୋପନରେ ଷଡ଼ଯନ୍ତ୍ର କରନ୍ତି।


ଅତଏବ ତୁମ୍ଭେ ମିଛ କହିବା ବନ୍ଦ କର। ସର୍ବଦା ପରସ୍ପରକୁ ସତ୍ୟ କୁହ, ଯେହେତୁ ଆମ୍ଭେ ସମସ୍ତେ ଗୋଟିଏ ଦେହର ଅଙ୍ଗପ୍ରତ୍ୟଙ୍ଗ ଅଟୁ।


ବେଳେ ବେଳେ ଲୋକମାନେ ତାଙ୍କର କୁକର୍ମ ପାଇଁ ହଠାତ୍ ଦଣ୍ଡିତ ହୁଅନ୍ତି ନାହିଁ। ସେମାନଙ୍କର ଦଣ୍ଡ ବିଳମ୍ବରେ ପ୍ରାପ୍ତ ହୁଏ। ଏହା ଅନ୍ୟମାନଙ୍କୁ କୁକର୍ମ କରିବାକୁ ଉତ୍ସାହିତ କରାଏ।


ମୂର୍ତ୍ତିଗୁଡ଼ିକୁ ଅନୁସରଣ କରିବା ପାଇଁ ପରମେଶ୍ୱରଙ୍କଠାରୁ ଦୌଡ଼ି ପଳାଅ ନାହିଁ! ସେମାନେ ଅସାର, ସେମାନେ ମଙ୍ଗଳ କରିବା ପାଇଁ କିମ୍ବା ତୁମ୍ଭମାନଙ୍କୁ ରକ୍ଷା କରିବା ପାଇଁ ଅକ୍ଷମ ଅଟନ୍ତି।


“କେତେକ ଲୋକ ମୂଲ୍ୟହୀନ ପିତୁଳା ପୂଜା କରନ୍ତି କିନ୍ତୁ ସେହି ପିତୁଳା ସେମାନଙ୍କୁ କେବେ ସାହାଯ୍ୟ କରେ ନାହିଁ।


“ପୁଣି ସେମାନେ ଅସତ୍ୟତା ନିମନ୍ତେ ନିଜ ନିଜ ଜିହ୍ୱାରୂପ ଧନୁକୁ ବକ୍ର କରନ୍ତି। ଆଉ ସେମାନେ ଦେଶରେ ବଳିଷ୍ଠ ହୋଇଅଛନ୍ତି, ମାତ୍ର ସତ୍ୟତା ପାଇଁ ନୁହେଁ। କାରଣ ସେମାନେ ପାପ ଉପରେ ପାପ କରିବାକୁ ଅଗ୍ରସର ହୁଅନ୍ତି। ସେମାନେ ଆମ୍ଭକୁ ଜାଣନ୍ତି ନାହିଁ।” ଏହା ସଦାପ୍ରଭୁ କହନ୍ତି।


କେହି ନ୍ୟାୟରେ ଗୁହାରି ଶୁଣେ ନାହିଁ ଓ କେହି ସତ୍ୟରେ ପ୍ରତିବାଦ କରେ ନାହିଁ। ସେମାନେ ଅସାରତାରେ ନିର୍ଭର କରନ୍ତି ଓ ମିଥ୍ୟା କଥା କୁହନ୍ତି। ସେମାନେ ଅନିଷ୍ଟକୁ ଗର୍ଭରେ ଧାରର କରନ୍ତି ଓ ଅପରାଧ ପ୍ରସବ କରନ୍ତି।


ମାତ୍ର ଇସ୍ରାଏଲ ସଦାପ୍ରଭୁଙ୍କ ଦ୍ୱାରା ଅନନ୍ତକାଳସ୍ଥାୟୀ ପରିତ୍ରାଣ ପାଇବ; ତୁମ୍ଭେମାନେ ଯୁଗ ଯୁଗାନ୍ତ ଯାଏ ଲଜ୍ଜିତ କିମ୍ବା ବିବ୍ରତ ହେବ ନାହିଁ।


ଲୋକମାନେ କୂଶକୁ ସାହାଯ୍ୟ ପାଇଁ ଗ୍ଭହିଁବେ। ମାତ୍ର ସେମାନେ ନିରାଶ ହୋଇ ଭାଙ୍ଗି ପଡ଼ିବେ। ମିଶରର ଦର୍ପ ଚୂର୍ଣ୍ଣ ହେବା ଦେଖି ତା'ର ଲୋକମାନେ ଆଶ୍ଚର୍ଯ୍ୟ ଓ ଲଜ୍ଜିତ ହେବେ।”


କିନ୍ତୁ ରାଜା ପରମେଶ୍ୱରଙ୍କଠାରେ ଆନନ୍ଦ କରିବେ। ଯେଉଁମାନେ ପରମେଶ୍ୱରଙ୍କ ନାମରେ ଶପଥ କରନ୍ତି, ସେମାନେ ଆନନ୍ଦିତ ହେବେ କାରଣ ମିଥ୍ୟାବାଦୀମାନଙ୍କର ମୁଖ ବନ୍ଦ ହୋଇଯିବ।


ସେହି ଦୁଷ୍ଟ ଲୋକମାନେ ଜନ୍ମ ହେବା ମାତ୍ରେ ବିପଥଗାମୀ। ସେମାନେ ଜନ୍ମଠାରୁ ମିଥ୍ୟାବାଦୀ।


ବିଗ୍ଭରକଗଣ! ତୁମ୍ଭେ ନ୍ୟାୟ ଭାବରେ କୁହ କି? ତୁମ୍ଭେ ଲୋକମାନଙ୍କର ଧର୍ମ ବିଗ୍ଭର କର କି?


ମୋର ଜୀବନ ସଙ୍କଟପୂର୍ଣ୍ଣ। ମୋର ଶତ୍ରୁମାନେ ମୋର ଚତୁର୍ପାର୍ଶ୍ୱରେ ଘେରି ରହିଛନ୍ତି। ସେମାନେ ମଣିଷ ଖିଆ ସିଂହ ପରି। ସେମାନଙ୍କର ଦାନ୍ତ ବର୍ଚ୍ଛା ଓ ବାଣ ତୁଲ୍ୟ। ସେମାନଙ୍କର ଜିହ୍ୱା ତୀ‌କ୍ଷ୍‌ଣ ଖ‌ଡ଼୍‌ଗ ତୁଲ୍ୟ।


ଯେଉଁମାନେ ମିଥ୍ୟା ଦେବଦାଙ୍କୁ ପୂଜା କରନ୍ତି ମୁଁ ସେମାନଙ୍କୁ ଘୃଣା କରେ। ମୁଁ କେବଳ ସଦାପ୍ରଭୁଙ୍କୁ ନିର୍ଭର କରେ।


କାହିଁକି ଅନ୍ୟ ଦେଶରେ ଲୋକମାନେ କଳହ କରନ୍ତି? କାହିଁକି ସେମାନେ ମନ୍ଦ ଯୋଜନା କରନ୍ତି?


ଯାହାସବୁ ସୂର୍ଯ୍ୟ ତଳେ ଘଟେ, ସମସ୍ତ ଖରାପ ଯାହା ଅଛି ସେସବୁ ଜିନିଷ ସେହିପରି ଶେଷ ହୁଏ। ଏବଂ ଲୋକମାନେ ଯେତେବେଳେ ଜୀବିତ ଥା’ନ୍ତି, ସେମାନଙ୍କର ହୃଦୟ ଦୁଷ୍ଟତା ଓ ମୂର୍ଖାମୀରେ ପୁରିଥାଏ। ଏହା ପରେ ସେମାନେ ମୃତ ଲୋକମାନଙ୍କ ପାଖକୁ ଯାଆନ୍ତି।


ରାଜାଙ୍କୁ ସାହାଯ୍ୟ କର, ଯେପରି ସେ ତୁମ୍ଭର ଲୋକମାନଙ୍କୁ ସୁବିଗ୍ଭର ଦେଇ ପାରିବ। ତାଙ୍କୁ ସାହାଯ୍ୟ କର, ଯେପରି ସେ ଗରିବ ଲୋକମାନଙ୍କୁ ଉଚିତ୍ ବ୍ୟବହାର କରିବ।


ସଦାପ୍ରଭୁ ମୋଶାଙ୍କୁ କହିଲେ, “ଏହି ଲୋକମାନେ କେତେକାଳ ମୋତେ ପ୍ରତ୍ୟାଖ୍ୟାନ କରିବେ? ଆଉ ସେମାନଙ୍କ ମଧ୍ୟରେ କରିଥିବା ଆଶ୍ଚର୍ଯ୍ୟ କାର୍ଯ୍ୟ ସତ୍ତ୍ୱେ, କେତେ ଦିନ ସେମାନେ ମୋତେ ଅବିଶ୍ୱାସ କରିବେ?


ତେଣୁ ମୋଶା ଏବଂ ହାରୋଣ ଫାରୋଙ୍କ ନିକଟକୁ ଗଲେ। ସେମାନେ ତାଙ୍କୁ କହିଲେ, “ସଦାପ୍ରଭୁ ଏବ୍ରୀୟମାନଙ୍କର ପରମେଶ୍ୱର କହନ୍ତି, ‘କେତେ ଦିନ ତୁମ୍ଭେ ମୋତେ ଅମାନ୍ୟ କରିବ? ମୋର ଲୋକମାନଙ୍କୁ ଯିବାକୁ ଦିଅ ଓ ସେମାନଙ୍କୁ ମୋର ଉପାସନା କରିବାକୁ ଦିଅ।


ଶାସ୍ତ୍ରରେ ଏହିପରି ଲେଖାଅଛି: “ଯଦି କାହାର ଗର୍ବ କରିବାକୁ ଥାଏ। ତା'ହେଲେ ସେ କେବଳ ପ୍ରଭୁଙ୍କଠାରେ ଗର୍ବ କରିବା ଉଚିତ୍।”


ସଦାପ୍ରଭୁ ଏହି କଥା କହନ୍ତି, “ତୁମ୍ଭର ପୂର୍ବପୁରୁଷଗଣ ଆମ୍ଭଠାରେ କେଉଁ ଅନ୍ୟାୟ ଦେଖିଲେ ଯେ, ସେମାନେ ଆମ୍ଭଠାରୁ ଦୂରେଇ ଯାଇଅଛନ୍ତି ଓ ଅସାର ଦେବତାମାନଙ୍କର ପଶ୍ଚା‌‌ଦ୍‌‌ଗମନ କରି ଅସାର ହୋଇଅଛନ୍ତି?


ପରମେଶ୍ୱର କହନ୍ତି, “ତୁମ୍ଭେ ବିପଦରେ ପଡ଼ିଥିବା ବେଳେ ଆମ୍ଭକୁ ଡାକ, ଆମ୍ଭେ ତୁମ୍ଭକୁ ସାହାଯ୍ୟ କରିବୁ ଓ ତା'ପରେ ତୁମ୍ଭେ ଆମ୍ଭର ମହିମା କରିବ।”


ତା'ପରେ ସମସ୍ତ ଯିହୂଦୀମାନେ ଏହି ଅଭିଯୋଗ ସତ୍ୟ ବୋଲି କହିଲେ।


Swiv nou:

Piblisite


Piblisite