Biblia Todo Logo
Bib sou entènèt

- Piblisite -




ଗୀତସଂହିତା 39:5 - ପବିତ୍ର ବାଇବଲ

5 ହେ ସଦାପ୍ରଭୁ, ତୁମ୍ଭେ ମୋତେ ଗୋଟିଏ କ୍ଷଣସ୍ଥାୟୀ ଜୀବନ ଦେଇଛ। ମୋର କ୍ଷଣସ୍ଥାୟୀ ଜୀବନ ତୁମ୍ଭ ତୁଳନାରେ କିଛି ନୁହେଁ। ପ୍ରତ୍ୟେକ ଲୋକର ଜୀବନ ଏକ ମେଘଖଣ୍ଡ ସଦୃଶ ଯାହାକି ଖୁବ୍ ଶୀଘ୍ର ଭାସିଯାଏ, କେହି ଚିରଦିନ ବଞ୍ଚିରହେ ନାହିଁ। ସେଲା

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

5 ଦେଖ, ତୁମ୍ଭେ ମୋହର ଦିନକେତେକ ମୁଷ୍ଟିପରିମିତ କରିଅଛ; ମୋହର ଆୟୁ ତୁମ୍ଭ ଦୃଷ୍ଟିରେ ଅବସ୍ତୁ ତୁଲ୍ୟ; ନିଶ୍ଚୟ ପ୍ରତ୍ୟେକ ମନୁଷ୍ୟ ଆପଣା ସର୍ବୋତ୍ତମ ଅବସ୍ଥାରେ ହିଁ ନିତା; ଅସାର। [ସେଲା

Gade chapit la Kopi

ଓଡିଆ ବାଇବେଲ

5 ଦେଖ, ତୁମ୍ଭେ ମୋହର ଦିନ କେତେକ ମୁଷ୍ଟି ପରିମିତ କରିଅଛ; ମୋହର ଆୟୁ ତୁମ୍ଭ ଦୃଷ୍ଟିରେ ଅବସ୍ତୁ ତୁଲ୍ୟ; ନିଶ୍ଚୟ ପ୍ରତ୍ୟେକ ମନୁଷ୍ୟ ଆପଣା ସର୍ବୋତ୍ତମ ଅବସ୍ଥାରେ ହିଁ ନିତାନ୍ତ ଅସାର। [ସେଲା]

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

5 ଦେଖ, ତୁମ୍ଭେ ମୋହର ଦିନ କେତେକ ମୁଷ୍ଟି ପରିମିତ କରିଅଛ; ମୋହର ଆୟୁ ତୁମ୍ଭ ଦୃଷ୍ଟିରେ ଅବସ୍ତୁ ତୁଲ୍ୟ; ନିଶ୍ଚୟ ପ୍ରତ୍ୟେକ ମନୁଷ୍ୟ ଆପଣା ସର୍ବୋତ୍ତମ ଅବସ୍ଥାରେ ହିଁ ନିତାନ୍ତ ଅସାର। [ସେଲା]

Gade chapit la Kopi




ଗୀତସଂହିତା 39:5
17 Referans Kwoze  

ମନୁଷ୍ୟ ଜୀବନ ପବନର ଫୁତ୍କାର। ତାହାର ଜୀବନ ବହିଯିବା ଦିନର ଛାୟା ତୁଲ୍ୟ।


ଏହା ସ୍ମରଣ କର ଯେ, ମୋର ଜୀବନ କେତେ କ୍ଷୀଣ। ତୁମ୍ଭେ ଆମ୍ଭକୁ ସୃଷ୍ଟି କରିଅଛ ଅଳ୍ପ ଦିନ ପାଇଁ, ଏହା ପରେ ଆମ୍ଭେ ମରିବୁ।


ପ୍ରକୃତରେ, ଲୋକମାନେ ସାହାଯ୍ୟ କରି ପାରିବେ ନାହିଁ। ତୁମ୍ଭେ ସେମାନଙ୍କ ଉପରେ ଭରସା କରି ପାରିବ ନାହିଁ। ଯେତେବେଳେ ସେମାନେ ନିକିତିରେ ଓଜନ ହୁଅନ୍ତି, ସେମାନଙ୍କ ସମସ୍ତଙ୍କୁ ଏକାଠି ପକାଇଲେ ପବନଠାରୁ ହାଲୁକା ହୁଅନ୍ତି।


ତହୁଁ ମୋହର ହସ୍ତ ଯେଉଁ ସମସ୍ତ କାର୍ଯ୍ୟ କରିଥିଲା ଓ ଯେଉଁ ପରିଶ୍ରମ ମୁଁ କରିଥିଲି, ତହିଁ ପ୍ରତି ମୁଁ ଦୃଷ୍ଟିପାତ କଲି ଏବଂ ଦେଖିଲି ଯେ, ସବୁ ଅସାର ଓ ପବନକୁ ଧରିବା ପାଇଁ ଚେଷ୍ଟା କରିବା ପରି ଏବଂ ସୂର୍ଯ୍ୟ ତଳେ କୌଣସି ଲାଭ ନ ଥିଲା।


ତୁମ୍ଭେ ଜାଣି ନାହଁ, ଆସନ୍ତା କାଲି କ’ଣ ଘଟିବ! ତୁମ୍ଭ ଜୀବନଟି ଗୋଟିଏ କୁହୁଡ଼ି ତୁଲ୍ୟ। ତୁମ୍ଭେ ତାହାକୁ ଅଳ୍ପ ସମୟ ଧରି ଦେଖି ପାରିବ, ତା'ପରେ ସେ ଗ୍ଭଲିଯାଏ।


ହେ ସଦାପ୍ରଭୁ, ଯେଉଁମାନେ ଅପରାଧ କରନ୍ତି, ସେମାନଙ୍କୁ ତୁମ୍ଭେ ଦଣ୍ଡ ଦିଅ। ଉଚିତ୍ ଶିକ୍ଷା ଦେବା ପାଇଁ ଓ ସ‌‌‌ତ୍‌‌‌ମାର୍ଗରେ ଯିବା ପାଇଁ କୀଟ ଯେପରି ଲୁଗାକୁ ନଷ୍ଟ କରିଦିଏ, ସେହିଭଳି ତୁମ୍ଭେ ସେହି ବ୍ୟକ୍ତିଙ୍କର ମୂଲ୍ୟବାନ୍ ବସ୍ତୁକୁ ଧ୍ୱଂସ କର। ହଁ, ଆମ୍ଭର ଜୀବନ ସବୁ, ଛୋଟିଆ ବାଦଲ ଖଣ୍ଡ ପରି ଯାହା ଖୁବ୍ ଶୀଘ୍ର ମଳାଇ ହୋଇଯାଏ। ସେଲା


“ମୋର ଦିନଗୁଡ଼ିକ ଶୀଘ୍ର ଗଡ଼ିଯାଏ। ଏହା ତନ୍ତୀର ନଳୀଠାରୁ ଆହୁରି ଦ୍ରୁତଗାମୀ। ଶେଷରେ ଜୀବନଟା କୌଣସି ଆଶାର ପୂରଣ ବିନା ଶେଷ ହୋଇଯାଏ।


ସମସ୍ତ ଗୋଷ୍ଠୀ ପରମେଶ୍ୱରଙ୍କ ତୁଳନାରେ ଅତି ନଗଣ୍ୟ ତୁଚ୍ଛ। ସେମାନେ ତାଙ୍କ ନିକଟରେ ଲଘୁ ଓ ଅସାର ତୁଲ୍ୟ ଗଣ୍ୟ ଅଟନ୍ତି।


ସମସ୍ତ ମୂଲ୍ୟହୀନ ଅଟେ, ଉପଦେଶକ କହନ୍ତି, ପୁରାପୁରି ମୂଲ୍ୟହୀନ, ସମସ୍ତ ମୂଲ୍ୟହୀନ ଅଟେ।


ଯାକୁବ ଫାରୋଙ୍କୁ କହିଲେ, “ମୋର ପ୍ରବାସ କାଳର ଦିନ 130 ବର୍ଷ, ମୋର ପରମାୟୁର ଦିନ ଅଳ୍ପ ଓ ଆପଦଜନକ। ପୁଣି ମୋରହ ପୂର୍ବପୁରୁଷମାନଙ୍କର ପ୍ରବାସ କାଳୀନ ଆୟୁର ଦିନ ତୁଲ୍ୟ ନୁହେଁ।”


ପ୍ରିୟ ମିତ୍ରଗଣ, କିନ୍ତୁ ଏହି ବିଶେଷ କଥା ଭୁଲ୍ ନାହିଁ, ପରମେଶ୍ୱରଙ୍କ ଲାଗି ଗୋଟିଏ ଦିନ ହଜାର ବର୍ଷ ଭଳି ଓ ହଜାର ବର୍ଷ ଗୋଟିଏ ଦିନ ଭଳି ଅଟେ।


କିନ୍ତୁ ବର୍ସିଲ୍ଲୟ ରାଜାଙ୍କୁ କହିଲେ, “ଆପଣ ଜାଣନ୍ତି ମୋର କେତେ ବୟସ? ଆପଣ କ’ଣ ଭାବୁଛନ୍ତି ମୁଁ ଆପଣଙ୍କ ସହିତ ଯିରୁଶାଲମକୁ ଯାଇପାରିବି?


ଆମ୍ଭକୁ ଶିକ୍ଷା ଦିଅ, ଆମ୍ଭ ଜୀବନ କେତେ କ୍ଷୀଣ ଯାହା ଫଳରେ ଆମ୍ଭେ ବୁଦ୍ଧିମାନ୍ ହୋଇ ପାରିବୁ।


Swiv nou:

Piblisite


Piblisite