Biblia Todo Logo
Bib sou entènèt

- Piblisite -




ଗୀତସଂହିତା 39:13 - ପବିତ୍ର ବାଇବଲ

13 ହେ ସଦାପ୍ରଭୁ, ମୋତେ ତୁମ୍ଭେ ଏକୁଟିଆ ଛାଡ଼ିଦିଅ ଓ ମୁଁ ମୃତ୍ୟୁମୁଖରେ ପଡ଼ି ନିଶ୍ଚିହ୍ନ ହେବା ପୂର୍ବରୁ ମୋତେ ତୁମ୍ଭେ ପ୍ରଫୁଲ୍ଲ ରଖ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

13 ମୁଁ ଏଠାରୁ ପ୍ରସ୍ଥାନ କରିବାର ଓ ଆଉ ନ ଥିବାର ପୂର୍ବେ ଯେପରି ପ୍ରଫୁଲ୍ଲ ହେବି, ଏଥିପାଇଁ ମୋʼଠାରୁ ଦୃଷ୍ଟି ଫେରାଅ।

Gade chapit la Kopi

ଓଡିଆ ବାଇବେଲ

13 ମୁଁ ଏଠାରୁ ପ୍ରସ୍ଥାନ କରିବାର ଓ ଆଉ ନ ଥିବାର ପୂର୍ବେ ଯେପରି ପ୍ରଫୁଲ୍ଲ ହେବି, ଏଥିପାଇଁ ମୋ’ଠାରୁ ଦୃଷ୍ଟି ଫେରାଅ।”

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

13 ମୁଁ ଏଠାରୁ ପ୍ରସ୍ଥାନ କରିବାର ଓ ଆଉ ନ ଥିବାର ପୂର୍ବେ ଯେପରି ପ୍ରଫୁଲ୍ଲ ହେବି, ଏଥିପାଇଁ ମୋʼ ଠାରୁ ଦୃଷ୍ଟି ଫେରାଅ।”

Gade chapit la Kopi




ଗୀତସଂହିତା 39:13
12 Referans Kwoze  

ତୁମ୍ଭେ କେତେକାଳ ପର୍ଯ୍ୟନ୍ତ ମୋ'ଠାରୁ ଆପଣା ଦୃଷ୍ଟି ଦୂରେଇ ରଖିବ? ତୁମ୍ଭେ ମୋତେ ଏକାଳି ବହୁକାଳ ପର୍ଯ୍ୟନ୍ତ ଗ୍ରାସିତ ହେବାକୁ ଛାଡ଼ିଦିଅ ନାହିଁ।


ଯାକୁବ ସେମାନଙ୍କୁ କହିଲେ, “ତୁମ୍ଭେ କ’ଣ ଭାବୁଛ, ମୁଁ ମୋର ସମସ୍ତ ପିଲାମାନଙ୍କୁ ହରାଇବି? ଯୋଷେଫ ଗଲା, ଶିମିୟୋନ ଗଲା ଏବଂ ତୁମ୍ଭେ ବର୍ତ୍ତମାନ ବିନ୍ୟାମୀନକୁ ନେବା ପାଇଁ ଗ୍ଭହୁଁଛ।”


ଦିନେ, ଯେତେବେଳେ ହନୋକ ପରମେଶ୍ୱରଙ୍କୁ ଅନୁସରଣ କରୁଥିଲେ, ସେ ଅନ୍ତର୍ଦ୍ଧାନ ହେଲେ, ଯେହେତୁ ତାଙ୍କୁ ପରମେଶ୍ୱର ନେଇଗଲେ।


ଯାକୁବ ଫାରୋଙ୍କୁ କହିଲେ, “ମୋର ପ୍ରବାସ କାଳର ଦିନ 130 ବର୍ଷ, ମୋର ପରମାୟୁର ଦିନ ଅଳ୍ପ ଓ ଆପଦଜନକ। ପୁଣି ମୋରହ ପୂର୍ବପୁରୁଷମାନଙ୍କର ପ୍ରବାସ କାଳୀନ ଆୟୁର ଦିନ ତୁଲ୍ୟ ନୁହେଁ।”


“ଭୂମି ଆମ୍ଭର, ତୁମ୍ଭେ ସବୁଦିନ ପାଇଁ ତାକୁ ବିକ୍ରୟ କରି ପାରିବ ନାହିଁ। ତୁମ୍ଭେମାନେ କେବଳ ଆମ୍ଭ ସହିତ ବାସ କରୁଥିବା ବିଦେଶୀ ଓ ପ୍ରବାସୀ ଅଟ।


“ହେ ସଦାପ୍ରଭୁ ମୁଁ ବିନୟ କରି କହୁଛି, ମୁଁ ସତ୍ୟତା ଓ ସର୍ବାନ୍ତଃକରଣରେ ତୁମ୍ଭ ସେବା କରି ଆସିଛି ଓ ତୁମ୍ଭ ଦୃଷ୍ଟିରେ ଉତ୍ତମ କର୍ମମାନ କରିଅଛି। ଏହା ଏବେ ସ୍ମରଣ କର।” ତା'ପରେ ହିଜକିୟ ଅତିଶୟ ରୋଦନ କଲେ।


ଆମ୍ଭେମାନେ ଆମ୍ଭମାନଙ୍କ ପୂର୍ବପୁରୁଷମାନଙ୍କ ପରି କେବଳ ଅପରିଚିତ ଆଗନ୍ତୁକ ଅଟୁ ଓ ଏହି ପୃଥିବୀ ମଧ୍ୟରେ ଭ୍ରମଣ କରୁଅଛୁ। ଏହି ପୃଥିବୀରେ ଆମ୍ଭମାନଙ୍କର ସମୟ କେବଳ ଅତିକ୍ରାନ୍ତ ଛାୟା ତୁଲ୍ୟ। ଆମ୍ଭେମାନେ ତାହାକୁ ବନ୍ଦ କରି ନ ପାରୁ।


ସେତିକି ବେଳେ ପୃଥିବୀ ଟଳମଳ ଓ କମ୍ପିତ ହେଲା। ସ୍ୱର୍ଗରାଜ୍ୟର ଭିତ୍ତିଭୂମି ଥରି ଉଠିଲା, କାରଣ ସଦାପ୍ରଭୁ କ୍ରୋଧିତ ହେଲେ।


ମୁଁ ଏହି ସ୍ଥାନରେ ଜଣେ ପ୍ରବାସୀ। ହେ ସଦାପ୍ରଭୁ, ତୁମ୍ଭର ଆଜ୍ଞାସବୁ ମୋ'ଠାରୁ ଲୁଗ୍ଭଅ ନାହିଁ।


Swiv nou:

Piblisite


Piblisite