Biblia Todo Logo
Bib sou entènèt

- Piblisite -




ଗୀତସଂହିତା 39:10 - ପବିତ୍ର ବାଇବଲ

10 ହେ ପରମେଶ୍ୱର, ମୋତେ ଆଉ ଦଣ୍ଡ ଦିଅ ନାହିଁ। ଯଦି ତୁମ୍ଭେ ମୋତେ ଦଣ୍ଡ ଦେବା ବନ୍ଦ କରିବ ନାହିଁ, ତୁମ୍ଭେ ମୋତେ ଧ୍ୱଂସ କରିଦେବ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

10 ମୋʼଠାରୁ ତୁମ୍ଭ ଆଘାତ ଦୂର କର; ତୁମ୍ଭ କରାଘାତରେ ମୁଁ କ୍ଷୀଣ ହେଲି।

Gade chapit la Kopi

ଓଡିଆ ବାଇବେଲ

10 ମୋ’ଠାରୁ ତୁମ୍ଭ ଆଘାତ ଦୂର କର; ତୁମ୍ଭ କରାଘାତରେ ମୁଁ କ୍ଷୀଣ ହେଲି।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

10 ମୋʼ ଠାରୁ ତୁମ୍ଭ ଆଘାତ ଦୂର କର; ତୁମ୍ଭ କରାଘାତରେ ମୁଁ କ୍ଷୀଣ ହେଲି।

Gade chapit la Kopi




ଗୀତସଂହିତା 39:10
10 Referans Kwoze  

ମୁଁ ଗ୍ଭହେଁ କେହି ପରମେଶ୍ୱରଙ୍କ ଦଣ୍ଡ ଦେବାର ବାଡ଼ିଟିକୁ ତାଙ୍କଠାରୁ ନେଇ ଯାଆନ୍ତା? ତେବେ ପରମେଶ୍ୱର ମୋତେ ଭୟଭୀତ କରନ୍ତେ ନାହିଁ।


ମୋତେ ଦଣ୍ଡ ଦେବା ବନ୍ଦକର, ଏବଂ ମୋତେ ତୁମ୍ଭ ଭୟାବହତାରେ ଭୟଭୀତ କର ନାହିଁ।


ପ୍ରଭୁ ତୁମ୍ଭେ ମୋର ଜୀବନକୁ ରାତିଦିନ ଅଧିକରୁ ଅଧିକ ଦୁର୍ବିସହ କରିଦେଲ। ମୁଁ କ୍ରମେ ଶୁଖି ଗଲି, ଗ୍ରୀଷ୍ମ ଋତୁରେ ଯେମିତି ଭୂମି ଶୁଖି ଯାଏ। ସେଲା


“ଆୟୁବ, ତୁମ୍ଭେ କ’ଣ ଭାବୁଛ ମୁଁ ନ୍ୟାୟୀ ନୁହେଁ? ତୁମ୍ଭେ କହୁଛ ମୁଁ ଅପରାଧୀ ଭୁଲ୍ କାମ କରିଛି, ଯଦ୍ଦ୍ୱାରା ତୁମ୍ଭେ ନିରୀହ ପ୍ରମାଣିତ ହେବ।


ତୁମ୍ଭେମାନେ ଆପଣାମାନଙ୍କ ଅର୍ଶ ପ୍ରତିମା ଓ ଦେଶନାଶକାରୀ ମୂଷିକ ପ୍ରତିମା ନିର୍ମାଣ କର। ଯେଉଁଗୁଡ଼ିକ ତୁମ୍ଭର ଭୂମିକୁ ଆକ୍ରମଣ କରନ୍ତି ଓ ଧ୍ୱଂସ କରନ୍ତି ଓ ଇସ୍ରାଏଲର ପରମେଶ୍ୱରଙ୍କୁ ସମ୍ମାନ ଦିଅ। ତାହାହେଲେ ସେ ହୁଏତ ତୁମ୍ଭମାନଙ୍କୁ, ତୁମ୍ଭର ଦେବତାଗଣଙ୍କୁ ଓ ତୁମ୍ଭର ଦେଶକୁ ଦଣ୍ତିତ କରିବା ବନ୍ଦ କରିବ।


ମୋଶା ହାରୋଣଙ୍କୁ କହିଲେ, “ସଦାପ୍ରଭୁ କହନ୍ତି, ‘ଯେଉଁମାନେ ମୋ’ ନିକଟକୁ ଆସନ୍ତି, ସେମାନେ ଚିହ୍ନିବା ଉଚିତ୍ ଯେ, ମୁଁ ପବିତ୍ର କାରଣ ସବୁ ଲୋକଙ୍କ ସମ୍ମୁଖରେ ମୁଁ ଗୌରବାନ୍ୱିତ ହେବି।’” ତେଣୁ ହାରୋଣ ନିଜ ପୁତ୍ରମାନଙ୍କ ମୃତ୍ୟୁ କଥା ନ କହି ନୀରବ ରହିଲେ।


ଆୟୁବ ତା'ର ପତ୍ନୀକୁ ଉତ୍ତର ଦେଲା, “ତୁମ୍ଭେ ଜଣେ ମୂର୍ଖ ସ୍ତ୍ରୀ ଭଳି କଥା କହୁଛ। ପରମେଶ୍ୱର ଆମ୍ଭକୁ ସବୁକିଛି ଭଲ ଜିନିଷ ଦେଇଛନ୍ତି, ଆମ୍ଭେ ତାକୁ ଗ୍ରହଣ କରିଅଛୁ। ସେହିଭଳି ଆମ୍ଭେ ମଧ୍ୟ ସେ ଦେଉଥିବା କଷ୍ଟକୁ ଗ୍ରହଣ କରିବା ଉଚିତ୍।” ଯଦିଓ ଏହାସବୁ ଘଟିଲା ଆୟୁବ ତା’ ଓଷ୍ଠରେ ପାପ କଲା ନାହିଁ।


ସଦାପ୍ରଭୁ ଯାହାର କାନ୍ଧରେ ଯୁଆଳି ରଖନ୍ତି, ସେ ଏକାକୀ ନୀରବରେ ବସିରହୁ।


Swiv nou:

Piblisite


Piblisite