Biblia Todo Logo
Bib sou entènèt

- Piblisite -




ଗୀତସଂହିତା 32:8 - ପବିତ୍ର ବାଇବଲ

8 ସଦାପ୍ରଭୁ କୁହନ୍ତି, “ମୁଁ ତୁମ୍ଭକୁ ଶିକ୍ଷା ଦେବି ଏବଂ ତୁମ୍ଭେ ଯେଉଁ ମାର୍ଗରେ ବଞ୍ଚିବ ତାକୁ ମଧ୍ୟ ବତାଇ ଦେବି। ମୁଁ ତୁମ୍ଭକୁ ରକ୍ଷା କରିବି ଏବଂ ତୁମ୍ଭର ତତ୍ତ୍ୱାବଧାରକ ହେବି।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

8 ମୁଁ ତୁମ୍ଭକୁ ଉପଦେଶ ଦେବି ଓ ତୁମ୍ଭର ଗନ୍ତବ୍ୟ ମାର୍ଗ ଶିଖାଇବି; ମୁଁ ତୁମ୍ଭ ଉପରେ ଆପଣା ଦୃଷ୍ଟି ରଖି ତୁମ୍ଭକୁ ମନ୍ତ୍ରଣା ଦେବି।

Gade chapit la Kopi

ଓଡିଆ ବାଇବେଲ

8 ମୁଁ ତୁମ୍ଭକୁ ଉପଦେଶ ଦେବି ଓ ତୁମ୍ଭର ଗନ୍ତବ୍ୟ ମାର୍ଗ ଶିଖାଇବି; ମୁଁ ତୁମ୍ଭ ଉପରେ ଆପଣା ଦୃଷ୍ଟି ରଖି ତୁମ୍ଭକୁ ମନ୍ତ୍ରଣା ଦେବି।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

8 ମୁଁ ତୁମ୍ଭକୁ ଉପଦେଶ ଦେବି ଓ ତୁମ୍ଭର ଗନ୍ତବ୍ୟ ମାର୍ଗ ଶିଖାଇବି; ମୁଁ ତୁମ୍ଭ ଉପରେ ଆପଣା ଦୃଷ୍ଟି ରଖି ତୁମ୍ଭକୁ ମନ୍ତ୍ରଣା ଦେବି।

Gade chapit la Kopi




ଗୀତସଂହିତା 32:8
16 Referans Kwoze  

ଯେଉଁମାନେ ସଦାପ୍ରଭୁଙ୍କୁ ଉପାସନା କରନ୍ତି, ପରମେଶ୍ୱର ସେମାନଙ୍କର ଯତ୍ନ ନିଅନ୍ତି ଓ ସେମାନଙ୍କ ଉପରେ ଦୃଷ୍ଟି ରଖନ୍ତି। ଯେଉଁମାନେ ତାଙ୍କର ଉପାସନା କରନ୍ତି, ସେହିମାନେ ତାଙ୍କର ସ୍ୱର୍ଗୀୟ କରୁଣାରେ ରକ୍ଷା ପାଆନ୍ତି।


ମୋର କାର୍ଯ୍ୟଭାର ତୁମ୍ଭେ ଗ୍ରହଣ କର। ମୋ'ଠାରୁ ଶିଖ। କାରଣ ମୁଁ ଆତ୍ମାରେ ସରଳ ଓ ନମ୍ର ତେଣୁ ତୁମ୍ଭେ ନିଜ ଆତ୍ମାରେ ବିଶ୍ରାମ ପାଇବ।


ସେମାନେ କ୍ଷୁଧାର୍ତ୍ତ କି ତୃଷାର୍ତ୍ତ ହେବେ ନାହିଁ। ଗ୍ରୀଷ୍ମ କିମ୍ବା ସୂର୍ଯ୍ୟତାପ ସେମାନଙ୍କୁ କାଟିବ ନାହିଁ। କାରଣ ଯେଉଁ ପରମେଶ୍ୱର ସେମାନଙ୍କୁ ଦୟା କରନ୍ତି, ସେ ସେମାନଙ୍କୁ ଚଲାଇବେ; ଜଳ ନିର୍ଝର ଦେଇ ସେ ସେମାନଙ୍କୁ କଢ଼ାଇ ଦେବେ।


ହେ ମୋର ପୁତ୍ର, ମୋର ଶିକ୍ଷା ପାଶୋର ନାହିଁ। ମୋର ଆଜ୍ଞାମାନ ମନେପକାଅ।


ହେ ପିଲାମାନେ, ଆସ ମୋ’ କଥା ଶୁଣ; କିପରି ସଦାପ୍ରଭୁଙ୍କୁ ସମ୍ମାନ କରାଯାଏ ମୁଁ ତୁମ୍ଭକୁ ଶିକ୍ଷା ଦେବି।


ମୁଁ ମୁଣ୍ଡ ନୁଆଁଇ ସଦାପ୍ରଭୁଙ୍କର ଧନ୍ୟବାଦ କଲି। ସେ ମୋର କର୍ତ୍ତାଙ୍କର ପୁତ୍ର ନିମନ୍ତେ ତାଙ୍କ ଭାତୃପୁତ୍ରଙ୍କ କନ୍ୟା ଗ୍ରହଣ କରିବାକୁ ମୋତେ ପ୍ରକୃତ ପଥରେ କଢ଼ାଇ ଆଣିଲେ। ମୋର କର୍ତ୍ତା ଅବ୍ରହାମଙ୍କର ସେହି ସଦାପ୍ରଭୁ ପରମେଶ୍ୱରଙ୍କର ଧନ୍ୟବାଦ କଲି।


ଯଦି ସେହି ମେଘ ପବିତ୍ର ତମ୍ବୁ ଉପରେ ଦୁଇ ଦିନ, ଏକ ମାସ କିମ୍ବା ବହୁ ସମୟ ଧରି ରହିଲା ଲୋକମାନେ ଯାତ୍ରା ବନ୍ଦ କରି ଛାଉଣିରେ ରହିଲେ, ପୁଣି ମେଘ ଯେତେବେଳେ ଗତି କରୁଥିଲା, ସେମାନେ ଯାତ୍ରା କଲେ।


ପରମେଶ୍ୱର ମୋର ଦୃଢ଼ ଦୁର୍ଗ। ସେ ପବିତ୍ର ଲୋକମାନଙ୍କୁ ଠିକ୍ ଭାବରେ ଜୀବନ ଧାରଣ କରିବାରେ ସାହାଯ୍ୟ କରନ୍ତି।


ତେଣୁ ତୁମ୍ଭେ ସ୍ୱର୍ଗରେ ଥାଇ ତାହା ଶୁଣ ଓ ଆମ୍ଭମାନଙ୍କର ପାପ ପାଇଁ ଆମ୍ଭମାନଙ୍କୁ ଏବଂ ତୁମ୍ଭର ସେବକମାନଙ୍କୁ କ୍ଷମା କର। ତୁମ୍ଭେ ଠିକ୍ ଭାବରେ ଲୋକମାନଙ୍କୁ ଜୀବନ ଧାରଣ କରିବାରେ ଶିକ୍ଷା ଦିଅ ଓ ତା'ପରେ ତୁମ୍ଭ ଦେଶରେ ଦୟାକରି ବୃଷ୍ଟି କରିବାକୁ କୃପା କର। ଯାହା ତୁମ୍ଭେ ତୁମ୍ଭର ଲୋକମାନଙ୍କୁ ଦେଇଥିଲ।


ଯଦି ଜଣେ ବ୍ୟକ୍ତି ସଦାପ୍ରଭୁଙ୍କ ପଥକୁ ଅନୁସରଣ କରେ, ତା'ପରେ ପରମେଶ୍ୱର ତାକୁ ବଞ୍ଚିବା ପାଇଁ ଜୀବନପଥ ଦେଖାନ୍ତି।


ସଦାପ୍ରଭୁ, ତୁମ୍ଭର ସ୍ନେହପୂର୍ଣ୍ଣ କରୁଣା ମୋତେ ପ୍ରଭାତରେ ଦେଖାଅ। ମୁଁ ତୁମ୍ଭ ଉପରେ ଭରସା କରେ। ମୁଁ ଯେଉଁ ପଥରେ ଯିବା ଉଚିତ୍ ମୋତେ ସେହି ପଥ ଦେଖାଅ। କାରଣ ମୁଁ ମୋର ପ୍ରାଣ ତୁମ୍ଭ ହାତରେ ଟେକି ଦେଇଅଛି।


ସଦାପ୍ରଭୁ, ତୁମ୍ଭର ତ୍ରାଣକର୍ତ୍ତା, ଇସ୍ରାଏଲର ଧର୍ମସ୍ୱରୂପ ଏହି କଥା କୁହନ୍ତି, “ଆମ୍ଭେ ସଦାପ୍ରଭୁ, ତୁମ୍ଭର ପରମେଶ୍ୱର, ତୁମ୍ଭର ମଙ୍ଗଳ ପାଇଁ ତୁମ୍ଭକୁ ଶିକ୍ଷା ଦେଉ ଓ ତୁମ୍ଭକୁ ଉଚିତ୍ ମାର୍ଗରେ ଗମନ କରିବାକୁ ନିର୍ଦ୍ଦେଶ ଦେଉ।


Swiv nou:

Piblisite


Piblisite