Biblia Todo Logo
Bib sou entènèt

- Piblisite -




ଗୀତସଂହିତା 32:4 - ପବିତ୍ର ବାଇବଲ

4 ପ୍ରଭୁ ତୁମ୍ଭେ ମୋର ଜୀବନକୁ ରାତିଦିନ ଅଧିକରୁ ଅଧିକ ଦୁର୍ବିସହ କରିଦେଲ। ମୁଁ କ୍ରମେ ଶୁଖି ଗଲି, ଗ୍ରୀଷ୍ମ ଋତୁରେ ଯେମିତି ଭୂମି ଶୁଖି ଯାଏ। ସେଲା

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

4 କାରଣ ଦିବାରାତ୍ର ତୁମ୍ଭ ହସ୍ତ ମୋʼ ଉପରେ ଭାରୀ ଥିଲା; ମୋହର ରସ ଗ୍ରୀଷ୍ମକାଳୀନ ଶୁଷ୍କତାରେ ପରିଣତ ହେଲା। [ସେଲା

Gade chapit la Kopi

ଓଡିଆ ବାଇବେଲ

4 କାରଣ ଦିବାରାତ୍ର ତୁମ୍ଭ ହସ୍ତ ମୋ’ ଉପରେ ଭାରୀ ଥିଲା; ମୋହର ଶକ୍ତି ଗ୍ରୀଷ୍ମକାଳୀନରେ ଭୂମି ଯେପରି ଶୁଷ୍କ ହୁଏ ସେହିପରି ଶୁଷ୍କ ହେଲା। [ସେଲା]

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

4 କାରଣ ଦିବାରାତ୍ର ତୁମ୍ଭ ହସ୍ତ ମୋʼ ଉପରେ ଭାରୀ ଥିଲା; ମୋହର ଶକ୍ତି ଗ୍ରୀଷ୍ମକାଳୀନରେ ଭୂମି ଯେପରି ଶୁଷ୍କ ହୁଏ ସେହିପରି ଶୁଷ୍କ ହେଲା। [ସେଲା]

Gade chapit la Kopi




ଗୀତସଂହିତା 32:4
15 Referans Kwoze  

ଏହେତୁ ସେମାନେ ଲୋକ ପଠାଇ ପଲେଷ୍ଟୀୟମାନଙ୍କ ସମସ୍ତ ଅଧିପତିଙ୍କୁ ଏକତ୍ରିତ କରି କହିଲେ, “ଇସ୍ରାଏଲର ପରମେଶ୍ୱରଙ୍କ ପବିତ୍ର ସିନ୍ଦୁକ ପଠାଇ ଦିଅ, ତାହା ସ୍ୱସ୍ଥାନକୁ ଫେରିଯାଉ। ତାହା ଆମ୍ଭମାନଙ୍କୁ ଓ ଆମ୍ଭମାନଙ୍କ ଲୋକକୁ ହତ୍ୟା ନ କରୁ,” କାରଣ ନଗରର ସବୁଆଡ଼େ ମୃତ୍ୟୁଜନିତ ବ୍ୟାକୁଳତା ଜନ୍ମି ଥିଲା। ପରମେଶ୍ୱରଙ୍କ ହସ୍ତ ସେଠାରେ ଅତି ଭାରି ଥିଲା।


ମୋର ପାଟି ଖଣ୍ଡେ ଖପରା ପରି ଶୁଷ୍କ ହୋଇ ଯାଉଛି। ମୋର ଜିଭ ତାଳୁରେ ଲାଗି ଯାଉଛି, ତୁମ୍ଭେ ମୋତେ ମୃତ୍ୟୁର ଧୂଳିରେ ଫିଙ୍ଗି ଦେଇଛ।


ଆୟୁବ ମୋତେ ଭୟ କର ନାହିଁ। ମୁଁ ତୁମ୍ଭ ପ୍ରତି କଠୋର ହେବି ନାହିଁ।


କ୍ଷୁଧାର ତାଡ଼ନାରେ ଆମ୍ଭେମାନେ ଭୟଙ୍କର ଜ୍ୱରରେ ଆକ୍ରାନ୍ତ। ଆମ୍ଭମାନଙ୍କର ଚର୍ମ ତୁନ୍ଦୁର ପରି କଳା ହୋଇଅଛି।


ମାତ୍ର ବର୍ତ୍ତମାନ ସେମାନଙ୍କର ମୁଖ ଅଙ୍ଗାର ଅପେକ୍ଷା କଳାବର୍ଣ୍ଣ, ତେଣୁ ରାସ୍ତାରେ କେହି ସେମାନଙ୍କୁ ଚିହ୍ନନ୍ତି ନାହିଁ। ସେମାନଙ୍କର ଚର୍ମ ଅସ୍ଥିରେ ଲାଗିଅଛି ଓ ତାହା କାଠପରି ଶୁଷ୍କ ହୋଇଅଛି।


ମୋ’ ଦେହର ଚମଡ଼ା ପୋଡ଼ି ଯାଇ ଛିଣ୍ଡି ପଡ଼ୁଛି। ଜ୍ୱରରେ ମୋର ଦେହରେ ଭୀଷଣ ତାତି।


ସେ ମୋ’ ପାଇଁ ପରମେଶ୍ୱରଙ୍କୁ କୁହନ୍ତି ଯେମିତିକି ଜଣେ ବ୍ୟକ୍ତି ତା'ର ବନ୍ଧୁ ପାଇଁ ଯୁକ୍ତି କରେ।


ଏହାକୁ ଲକ୍ଷ୍ୟ ରଖ। ଯଦି ଏହା ଆମ୍ଭର ସୀମା ଦେଇ ବୈ‌ଥ୍‌ଶେମଶକୁ ଯାଏ, ଆମ୍ଭେମାନେ ହୃ‌‌‌‌ଦ୍‌‌‌‌ବୋଧ କରିବୁ ଯେ, ପରମେଶ୍ୱର ଆମ୍ଭମାନଙ୍କ ଉପରକୁ ଏହି ବିପତ୍ତି ଆଣିଛନ୍ତି। ଯଦି ଏହା ସିଧା ବୈ‌ଥ୍‌ଶେମଶକୁ ଯାଏ, ଆମ୍ଭେମାନେ ଜାଣିବୁ ଯେ, ଇସ୍ରାଏଲର ପରମେଶ୍ୱରଙ୍କ ହସ୍ତ ଆମ୍ଭମାନଙ୍କୁ ଆଘାତ କରି ନାହିଁ। ଏହା ଦୈବାତ୍ ଘଟିଯାଇଛି।”


ପୁଣି ସେମାନେ ତାହା ନେଇଗଲା ପରେ ଏପରି ହେଲା ଯେ, ସଦାପ୍ରଭୁଙ୍କ ହସ୍ତ ଗାଥ୍ ନଗରକୁ ଭୟ ଓ ଯନ୍ତ୍ରଣାରେ ଆଘାତ କଲା; ପୁଣି ସେ ନଗରସ୍ଥ ସାନ ଓ ବଡ଼ ଉଭୟଙ୍କୁ ସେ କ୍ଳେଶ ଦେଲେ ଓ ସେମାନଙ୍କଠାରେ ଅର୍ଶରୋଗ ବାହାରିଲା।


ସେମାନେ ବଡ଼ ହେବା ପର୍ଯ୍ୟନ୍ତ ତୁମ୍ଭେ କ’ଣ ଅପେକ୍ଷା କରିବ ଏବଂ ଯଥେଷ୍ଟ ବୟଷ୍କ ବିବାହ କରିବା ନିମନ୍ତେ? ତୁମ୍ଭେ ଯେତେବେଳେ ସେମାନଙ୍କୁ ଅପେକ୍ଷା କରିବ। ତୁମ୍ଭେ ନିଜକୁ ଅନ୍ୟ ସ୍ୱାମୀମାନଙ୍କଠାରୁ ବିବାହ କରିବାଠାରୁ ଦୂରେଇ ରଖି ପାରିବ କି? ନା, ମୋର କନ୍ୟାଗଣ, ମୁଁ ତୁମ୍ଭମାନଙ୍କ ପାଇଁ ଖରାପ ଅନୁଭବ କରୁଛି, କାରଣ ଏହା ଜଣାଯାଏ ଯେ, ସଦାପ୍ରଭୁ ମୋ’ ବିରୁଦ୍ଧରେ ଅଛନ୍ତି।”


Swiv nou:

Piblisite


Piblisite