Biblia Todo Logo
Bib sou entènèt

- Piblisite -




ଗୀତସଂହିତା 30:3 - ପବିତ୍ର ବାଇବଲ

3 ହେ ସଦାପ୍ରଭୁ, ତୁମ୍ଭେ ମୋତେ ମୃତ୍ୟୁ ଗୁମ୍ଫାରୁ ମୋର ପ୍ରାଣ ବଞ୍ଚାଇ ରଖିଛ। ମୋତେ ସେହି ମୃତ ଲୋକମାନଙ୍କ ସହିତ କବରରେ ରହିବାକୁ ଦେଇ ନାହଁ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

3 ହେ ସଦାପ୍ରଭୋ, ତୁମ୍ଭେ ପାତାଳରୁ ମୋʼ ପ୍ରାଣ ଉଠାଇ ଆଣିଅଛ; ମୁଁ ଯେପରି ଗର୍ତ୍ତକୁ ଗମନ ନ କରିବି, ଏଥିପାଇଁ ତୁମ୍ଭେ ମୋତେ ବଞ୍ଚାଇ ରଖିଅଛ।

Gade chapit la Kopi

ଓଡିଆ ବାଇବେଲ

3 ହେ ସଦାପ୍ରଭୁ, ତୁମ୍ଭେ ପାତାଳରୁ ମୋ’ ପ୍ରାଣ ଉଠାଇ ଆଣିଅଛ; ମୁଁ ଯେପରି ଗର୍ତ୍ତକୁ ଗମନ ନ କରିବି, ଏଥିପାଇଁ ତୁମ୍ଭେ ମୋତେ ବଞ୍ଚାଇ ରଖିଅଛ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

3 ହେ ସଦାପ୍ରଭୋ, ତୁମ୍ଭେ ପାତାଳରୁ ମୋʼ ପ୍ରାଣ ଉଠାଇ ଆଣିଅଛ; ମୁଁ ଯେପରି ଗର୍ତ୍ତକୁ ଗମନ ନ କରିବି, ଏଥିପାଇଁ ତୁମ୍ଭେ ମୋତେ ବଞ୍ଚାଇ ରଖିଅଛ।

Gade chapit la Kopi




ଗୀତସଂହିତା 30:3
13 Referans Kwoze  

ମୋ’ ପ୍ରତି ତୁମ୍ଭର ଦୟା ମହତ୍ ଅଟେ। ତୁମ୍ଭେ ମୋ’ ଜୀବନକୁ ଶେଷାବସ୍ଥା ମୃତ୍ୟୁ ମୁଖରୁ ଉଦ୍ଧାର କରିଛ।


ହେ ସଦାପ୍ରଭୁ, ତୁମ୍ଭେ ମୋର ଶକ୍ତିଶାଳୀ ଶୈଳ ସଦୃଶ। ମୁଁ ତୁମ୍ଭକୁ ସାହାଯ୍ୟ ପାଇଁ ପ୍ରାର୍ଥନା କରୁଛି। ତୁମ୍ଭେ ମୋ’ ପ୍ରତି ନୀରବ ହୁଅ ନାହିଁ। ଯଦି ମୋର ସହାୟତା ପାଇଁ ପ୍ରାର୍ଥନାର ଉତ୍ତର ନ ଦିଅ, ତାହାହେଲେ ଲୋକମାନେ ଭାବିବେ ମୁଁ ସେହି କବର ଭିତରେ ଥିବା ଲୋକମାନଙ୍କଠାରୁ କୌଣସି ଗୁଣରେ ନ୍ୟୁନ ହୁହେଁ।


କାରଣ ତୁମ୍ଭେ ସଦାପ୍ରଭୁ, ମୋର ଆତ୍ମାକୁ ମୃତ୍ୟୁ ସ୍ଥାନରେ ପରିତ୍ୟାଗ କରିବ ନାହିଁ। ତୁମ୍ଭେ ଆପଣା ପବିତ୍ର ଜନକୁ ପୃଥିବୀରେ କ୍ଷୟ ହେବାକୁ ଦେବ ନାହିଁ।


ସଦାପ୍ରଭୁ, ତୁମ୍ଭେ ମୃତ୍ୟୁରୁ ମୋର ପ୍ରାଣକୁ ରକ୍ଷା କଲ। ମୋର ଲୋତକ ବନ୍ଦ କଲ। ତୁମ୍ଭେ ଝୁଣ୍ଟି ପଡ଼ିଯିବାରୁ ମୋତେ ରକ୍ଷା କଲ।


ତୁମ୍ଭେ ମୋ’ ପାଇଁ ବହୁତ ଖରାପ ସମୟ ଓ ଅସୁବିଧା ଦେଇଛ। ମୋ’ ଜୀବନକୁ ପୁନଃସ୍ଥାପନ କର। ଯେତେବେଳେ ମୁଁ ପ୍ରାୟ ମୃତ ପରି ଥିଲି, ମୋ’ ଜୀବନକୁ ରକ୍ଷା କଲ।


କାରଣ ତୁମ୍ଭେ ମୋତେ ମୃତ୍ୟୁମୁଖରୁ ରକ୍ଷା କରିଛ, ମୋତେ ପରାସ୍ତ ହେବାରୁ ଉଦ୍ଧାର କରିଛ। ତେଣୁ ମୁଁ ପରମେଶ୍ୱରଙ୍କ ଉପସ୍ଥିତିରେ ଗ୍ଭଲିବି, ଜୀବନ ପ୍ରଦାନକାରୀ ରଶ୍ମି ତୁଲ୍ୟ। ଯେଉଁ ରଶ୍ମି ମୋତେ ଜୀବନ ପ୍ରଦାନ କରିଅଛି, ସେହି ପରମେଶ୍ୱରଙ୍କ ପାଇଁ ବଞ୍ଚିବି।


ପରମେଶ୍ୱର ମୋର ଆତ୍ମାକୁ ରକ୍ଷା କରିଛନ୍ତି। ମୃତ୍ୟୁ ଗମନରୁ ମୁଁ ପୁଣି ଜୀବନକୁ ଭୋଗ କରି ପାରିବି।’


ପରମେଶ୍ୱର ଆପଣା ଆଦେଶ ପଠାଇ ତାଙ୍କୁ ସୁସ୍ଥ କଲେ। ଏବଂ ସେ ବିନାଶରୁ ସେମାନଙ୍କୁ ମୁକ୍ତ କଲେ।


ହେ ପ୍ରଭୋ, ଏହିସବୁ ଦ୍ୱାରା ଲୋକେ ବଞ୍ଚନ୍ତି। ଆଉ ସେଥିରେ ସମ୍ପୂର୍ଣ୍ଣ ରୂପେ ମୋର ଆତ୍ମାର ଜୀବନ ଅଛି। ଏଣୁ ତୁମ୍ଭେ ମୋତେ ସୁସ୍ଥ କରି ପୁନଃର୍ଜୀବନ ଦିଅ।


Swiv nou:

Piblisite


Piblisite