Biblia Todo Logo
Bib sou entènèt

- Piblisite -




ଗୀତସଂହିତା 30:11 - ପବିତ୍ର ବାଇବଲ

11 ମୁଁ ତୁମ୍ଭକୁ ପ୍ରାର୍ଥନା କଲି। ତୁମ୍ଭେ ମୋତେ ସାହାଯ୍ୟ କଲ। ତୁମ୍ଭେ ମୋର କ୍ରନ୍ଦନକୁ ନୃତ୍ୟରେ ପରିଣତ କଲ। ତୁମ୍ଭେ ମୋର ଦୁଃଖର ପୋଷାକ ସବୁକୁ କାଢ଼ି ନେଲ ଓ ମୋତେ ସୁଖରେ ଆଚ୍ଛାଦିତ କରିଲ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

11 ଯେପରି ମୋହର ପ୍ରାଣ ତୁମ୍ଭର ପ୍ରଶଂସା ଗାନ କରିବ ଓ ନୀରବ ନୋହିବ,

Gade chapit la Kopi

ଓଡିଆ ବାଇବେଲ

11 ତୁମ୍ଭେ ମୋହର ବିଳାପକୁ ନୃତ୍ୟରେ ପରିଣତ କରିଅଛ; ତୁମ୍ଭେ ମୋହର ଚଟବସ୍ତ୍ର ଫିଟାଇ ଆନନ୍ଦରୂପ ପଟୁକାରେ ମୋହର କଟି ବାନ୍ଧିଅଛ;

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

11 ତୁମ୍ଭେ ମୋହର ବିଳାପକୁ ନୃତ୍ୟରେ ପରିଣତ କରିଅଛ; ତୁମ୍ଭେ ମୋହର ଚଟବସ୍ତ୍ର ଫିଟାଇ ଆନନ୍ଦରୂପ ପଟୁକାରେ ମୋହର କଟି ବାନ୍ଧିଅଛ;

Gade chapit la Kopi




ଗୀତସଂହିତା 30:11
28 Referans Kwoze  

“ହେ ଇସ୍ରାଏଲ କୁମାରୀ, ଆମ୍ଭେ ତୁମ୍ଭକୁ ପୁନର୍ବାର ଗଢ଼ିବା। ତୁମ୍ଭେ ପୁନର୍ବାର ଏକ ଦେଶ ହେବ। ତୁମ୍ଭେ ପୁଣି ଆପଣା ତବଲାରେ ବିଭୂଷିତା ହୋଇ ଆନନ୍ଦକାରୀମାନଙ୍କ ସଙ୍ଗେ ନୃତ୍ୟ କରି ଗମନ କରିବ।


ମାତ୍ର ଅନନ୍ତକାଳ ପାଇଁ ଦୂରୀଭୂତ ହେବ। ମୋର ପ୍ରଭୁ ସଦାପ୍ରଭୁ ସମସ୍ତଙ୍କ ମୁଖମଣ୍ଡଳରୁ ଲୋତକ ପୋଛି ଦେବେ। ଅତୀତରେ ଲୋକଙ୍କର ଯେଉଁ ଦୁଃଖ ଥିଲା, ପରମେଶ୍ୱର ସେ ସମସ୍ତ ଦୁଃଖକୁ ପୃଥିବୀରୁ ପୋଛି ଦେବେ। ଏ ସମସ୍ତ ଘଟିବ କାରଣ ସଦାପ୍ରଭୁ ଏହା କହିଛନ୍ତି।


କାନ୍ଦିବା ପାଇଁ ଏକ ସମୟ ଅଛି ଓ ହସିବା ପାଇଁ ମଧ୍ୟ ଏକ ସମୟ ଅଛି। ବିଳାପ ପାଇଁ ସମୟ ଅଛି ଓ ଖୁସୀରେ ନୃତ୍ୟ କରିବାର ପାଇଁ ମଧ୍ୟ ସମୟ ଅଛି।


ହେ ଆମ୍ଭମାନଙ୍କର ପରମେଶ୍ୱର, ସେହି ଲୋକମାନଙ୍କୁ ଦଣ୍ଡ ଦିଅ। ଏହି ଯେଉଁ ବୃହତ୍ ସୈନ୍ୟଦଳ ଆମ୍ଭମାନଙ୍କ ବିରୁଦ୍ଧରେ ଆସୁଛନ୍ତି, ସେମାନଙ୍କ ବିରୁଦ୍ଧରେ ଆମ୍ଭମାନଙ୍କର କୌଣସି ଶକ୍ତି ନାହିଁ। କ’ଣ କରିବାକୁ ହେବ, ତାହା ଆମ୍ଭେମାନେ ଜାଣି ନାହୁଁ। ସେଥିନିମନ୍ତେ ଆମ୍ଭେମାନେ ତୁମ୍ଭର ସାହାଯ୍ୟ ଲୋଡ଼ୁଅଛୁ।”


ସେହି ଲୋକମାନେ ତାଙ୍କୁ ନାଚି ନାଚି ପ୍ରଶଂସା କରନ୍ତୁ, ଦାରା ଓ ବୀଣା ବାଦନ କରି।


ଦାରା ବାଦ୍ୟ ଓ ନୃତ୍ୟଦ୍ୱାରା ପରମେଶ୍ୱରଙ୍କର ପ୍ରଶଂସା କର। ତାରଯୁକ୍ତ ଯନ୍ତ୍ର ଓ ବଂଶୀରେ ତାଙ୍କର ପ୍ରଶଂସା କର।


“କିନ୍ତୁ ବାପା ତାହାଙ୍କ ଗ୍ଭକରମାନଙ୍କୁ ଡାକି କହିଲେ, “ଶୀଘ୍ର ଯାଅ, ତା’ ପାଇଁ ସବୁଠାରୁ ଭଲ ପୋଷାକ ଆଣ। ତା’ ଆଙ୍ଗୁଠିରେ ମୁଦିଟିଏ ପିନ୍ଧାଇ ଦିଅ। ପାଦରେ ଭଲ ଜୋତା ପିନ୍ଧାଇ ଦିଅ।


ପରମେଶ୍ୱର କ୍ରୋଧିତ ହୁଅନ୍ତି। ତେଣୁ ତାଙ୍କର ନିଷ୍ପତ୍ତି ହିଁ “ମୃତ୍ୟୁ”। କିନ୍ତୁ ସେ ମୋ’ ପ୍ରତି କରୁଣା ପ୍ରଦର୍ଶନ କରି ମୋତେ “ଜୀବନଦାନ” ଦେଇଛନ୍ତି। ସାରା ରାତି ମୁଁ କାନ୍ଦୁଥିଲି। ତା’ ପରଦିନ ସକାଳୁ ଦେଖିଲି, ମୁଁ ଖୁସୀରେ ଗୀତ ବୋଲୁଛି।


ଦାଉଦ ଏକ ଶୁକ୍ଳ ଏଫୋଦ ପିନ୍ଧିଥିଲେ। ସଦାପ୍ରଭୁଙ୍କ ସମ୍ମୁଖରେ ତାଙ୍କର ସମସ୍ତ ସାମର୍ଥ୍ୟ ସହ ନାଚୁଥିଲେ।


ପରମେଶ୍ୱର ସେମାନଙ୍କ ଆଖିରୁ ସମସ୍ତ ଲୁହ ପୋଛି ଦେବେ। ଆଉ ଅଧିକ ମୃତ୍ୟୁ, ବିଷାଦ, କ୍ରନ୍ଦନ ବା କଷ୍ଟ ରହିବ ନାହିଁ। ସବୁ ପୁରାତନ ବିଷୟ ଲୋପପାଇଛି।”


ସିୟୋନର ଶୋକାର୍ତ୍ତ ଲୋକମାନଙ୍କୁ ଯୋଗାଇ ଦେବାକୁ ଓ ଭସ୍ମ ପରିବର୍ତ୍ତେ ଭୂଷଣ, ଦୁଃଖ ପରିବର୍ତ୍ତେ ସୁଖ ରୂପ ତୈଳ, ଅବସନ୍ନ ଆତ୍ମା ପରିବର୍ତ୍ତେ ପ୍ରଶଂସାରୂପ ବସ୍ତ୍ର ପ୍ରଦାନ କରିବାକୁ ସେ ମୋତେ ପ୍ରେରଣ କରିଅଛନ୍ତି। ତହିଁରେ ସଦାପ୍ରଭୁ ଯେପରି ଗୌରବାନ୍ୱିତ ହେବେ, ଏଥିପାଇଁ ସେମାନେ ‘ଧର୍ମରୂପ ବୃକ୍ଷ’ ଓ ‘ତାଙ୍କର ଉଦ୍ୟାନ ବୋଲି ବିଖ୍ୟାତ ହେବେ।’


ହେ ସଦାପ୍ରଭୁ, ତୁମ୍ଭେ ମୋତେ ବହୁ ଭାବରେ ଅତି ଆନନ୍ଦ ପ୍ରଦାନ କରି ସୁଖୀ କରିଛ। ମୁଁ ବର୍ତ୍ତମାନ ବହୁତ ଖୁସୀ। ଫସଲ ଅମଳ ସମୟଠାରୁ, ଯେତେବେଳେ ଆମ୍ଭେ ଶସ୍ୟଅମଳ କରୁ, ଦ୍ରାକ୍ଷାରସ ଉତ୍ପାଦନ କରୁ, ସେତେବେଳେ ଆମ୍ଭେ ଆନନ୍ଦରେ ଏହାକୁ ପର୍ବ ଭାବରେ ପାଳନ କରୁ।


ମୁଁ ତୁମ୍ଭକୁ ସତ୍ୟ କହୁଛି, ତୁମ୍ଭେମାନେ କାନ୍ଦିବ ଓ ଦୁଃଖିତ ହେବ, କିନ୍ତୁ ଜଗତ ଆନନ୍ଦିତ ହେବ। ତୁମ୍ଭେ ଦୁଃଖୀ ହେବ, କିନ୍ତୁ ତୁମ୍ଭର ଦୁଃଖ ଆନନ୍ଦରେ ପରିଣତ ହେବ,


“ମୁଁ ସଦାପ୍ରଭୁଙ୍କଠାରେ ଅତିଶୟ ଆନନ୍ଦ କରିବି, ମୋର ପ୍ରାଣ ମୋର ପରମେଶ୍ୱରଙ୍କଠାରେ ଉଲ୍ଲସିତ ହେବ; କାରଣ ବର ଯେପରି ଭୂଷଣରେ ନିଜକୁ ଭୂଷିତ କରେ ଓ କନ୍ୟା ଯେପରି ନିଜକୁ ରତ୍ନରେ ଭୂଷିତା କରେ ସେହିପରି ସେ ପରିତ୍ରାଣରୂପ ବସ୍ତ୍ରରେ ମୋତେ ଆଚ୍ଛାଦିତ କରିଅଛନ୍ତି ଓ ଧର୍ମରୂପକ ରାଜବସ୍ତ୍ରରେ ମୋତେ ଆବୃତ କରିଅଛନ୍ତି।


‘ଯଦି ଆମ୍ଭମାନଙ୍କ ପ୍ରତି କୌଣସି ବିପଦ ଯେପରି ‌‌ଖ‌ଡ଼୍‌ଗ, ଦଣ୍ଡ, ରୋଗ ବା ମରୁଡ଼ି ଘଟେ, ତେବେ ଆମ୍ଭେମାନେ ଏହି ମନ୍ଦିର ସମ୍ମୁଖରେ ଓ ତୁମ୍ଭ ସମ୍ମୁଖରେ ଠିଆ ହେବୁ। ଏହି ମନ୍ଦିର ତୁମ୍ଭର ନାମ ବହନ କରେ, ଯେତେବେଳେ ଆମ୍ଭେମାନେ ବିପଦରେ ପଡ଼ୁ, ସେତେବେଳେ ତୁମ୍ଭ ନିକଟରେ ଡାକ ପକାଇବୁ। ତା'ପରେ ତୁମ୍ଭେ ଆମ୍ଭମାନଙ୍କ ଡାକ ଶୁଣିବ ଓ ଆମ୍ଭମାନଙ୍କୁ ଉଦ୍ଧାର କରିବ।’


ବଳଶାଳୀ ଶକ୍ତିମାନେ ଓ ଜାତିମାନେ ତୁମ୍ଭକୁ ପ୍ରଶଂସା ଓ ସମ୍ମାନ କରିବେ। ଆତଙ୍କିତ ନଗରର ଲୋକମାନେ ଭୟ କରିବେ।


ସେ ଆଦେଶ ଦେଲେ ଯେ, ସେମାନେ ସେହି ଦିନଗୁଡ଼ିକ ପାଳନ କରିବେ, ଯେତେବେଳେ ସେମାନେ ଶତ୍ରୁମାନଙ୍କଠାରୁ ଆଶ୍ୱସ୍ତ ପାଇଲେ ଏବଂ ସେମାନଙ୍କର ଦୁଃଖ ଏବଂ ଶୋକ, ଆନନ୍ଦ ଓ ଉତ୍ସବରେ ବଦଳି ଗଲା, ଯେହେତୁ ଭୋଜିର ଦିନ, ଆନନ୍ଦର ଦିନରେ ଜଣେ ଅନ୍ୟ ଜଣ ପାଖକୁ ଉପହାର ପଠାଇବେ ଏବଂ ପ୍ରତ୍ୟେକ ବର୍ଷ ଗରିବ ଲୋକମାନଙ୍କ ପାଖକୁ ଉପହାର ପଠାଇବେ।


ଆଉ ସେ ସେମାନଙ୍କୁ କହିଲେ, “ଘରକୁ ଯାଅ, ଚି‌କ୍‌କଣ ଦ୍ରବ୍ୟ ଭୋଜନ କର, ସୁମିଷ୍ଟ ଦ୍ରବ୍ୟ ପାନ କର ଓ ଯାହା ପାଇଁ ପ୍ରସ୍ତୁତି ହୋଇ ନାହିଁ, ତାହା ପାଇଁ କିଛି ପଠାଅ। କାରଣ ଆଜି ଆମ୍ଭମାନଙ୍କ ପ୍ରଭୁଙ୍କ ଉଦ୍ଦେଶ୍ୟରେ ପବିତ୍ର ଅଟେ। ତୁମ୍ଭେମାନେ ଦୁଃଖିତ ହୁଅ ନାହିଁ। ଯେଣୁ ସଦାପ୍ରଭୁଙ୍କ ଆନନ୍ଦ ତୁମ୍ଭମାନଙ୍କର ବଳ ହେବ।”


ଯାକୁବ କହିଲେ, “ଏହା ଯଥେଷ୍ଟ! ଆଉ ତୁମ୍ଭର ଅଧିକ କିଛି କହିବା ଦରକାର ନାହିଁ। ମୋର ପୁତ୍ର ଯୋଷେଫ ଏବେବି ଜୀବିତ। ମୁଁ ମଲା ପୂର୍ବରୁ ତାକୁ ଦେଖିବାକୁ ଯିବି।”


ଯାକୁବର ପୁତ୍ରକନ୍ୟାଗଣ ତାଙ୍କୁ ଆରାମ ଦେବାକୁ ଚେଷ୍ଟା କଲେ। କିନ୍ତୁ ଯାକୁବ ସାନ୍ତ୍ୱନା ପାଇବାକୁ ମନା କଲେ। ଯାକୁବ କହିଲେ, “ମୋର ମୃତ୍ୟୁ ପର୍ଯ୍ୟନ୍ତ ମୋର ପୁତ୍ର ପାଇଁ ମୁଁ ଦୁଃଖ କରିବି।” ତେଣୁ ଯାକୁବଙ୍କର ଦୁଃଖ ଲାଗି ରହିଲା।


ଯିହୋଶାଫଟ୍ ଏହା ଶୁଣି ଭୟଭୀତ ହୋଇପଡ଼ିଲେ ଓ କ’ଣ କରିବାକୁ ହେବ, ତାହା ସଦାପ୍ରଭୁଙ୍କୁ ପଗ୍ଭରିବା ନିମନ୍ତେ ସ୍ଥିର କଲେ, ସେ ସାରା ଯିହୁଦାରେ ଉପବାସର ସମୟ ଘୋଷଣା କଲେ।


ହେ ସଦାପ୍ରଭୁ, ମୋର ଡାକ ଶୁଣ। ମୋତେ ଉତ୍ତର ଦିଅ ଓ ମୋ’ ପ୍ରତି ସଦୟ ହୁଅ।


ଆଉ ଯିହୋୟାଖୀନ୍ ଆପଣା କାରାଗାର ପୋଷାକ ବଦଳାଇ ଅବଶିଷ୍ଟ ଜୀବନ ରାଜାଙ୍କ ସମ୍ମୁଖରେ ଭୋଜନ କଲା।


Swiv nou:

Piblisite


Piblisite