Biblia Todo Logo
Bib sou entènèt

- Piblisite -




ଗୀତସଂହିତା 27:9 - ପବିତ୍ର ବାଇବଲ

9 ହେ ପରମେଶ୍ୱର, ମୋ'ଠାରୁ ଆପଣା ମୁଖ ଲୁଗ୍ଭଅ ନାହିଁ। ମୋତେ ସାହାଯ୍ୟ କର। ମୋତେ ଦୂର କର ନାହିଁ। ମୋତେ ପରିତ୍ୟାଗ କର ନାହିଁ। ମୋର ପରମେଶ୍ୱର, ତୁମ୍ଭେ ହିଁ ମୋର ତ୍ରାଣକର୍ତ୍ତା।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

9 ମୋʼଠାରୁ ଆପଣା ମୁଖ ଲୁଚାଅ ନାହିଁ; କ୍ରୋଧରେ ଆପଣା ଦାସକୁ ଦୂର କର ନାହିଁ; ତୁମ୍ଭେ ମୋହର ସହାୟ ହୋଇଅଛ; ହେ ମୋʼ ପରିତ୍ରାଣର ପରମେଶ୍ଵର, ମୋତେ ଦୂର କର ନାହିଁ, କିଅବା ପରିତ୍ୟାଗ କର ନାହିଁ।

Gade chapit la Kopi

ଓଡିଆ ବାଇବେଲ

9 ମୋ’ଠାରୁ ଆପଣା ମୁଖ ଲୁଚାଅ ନାହିଁ; କ୍ରୋଧରେ ଆପଣା ଦାସକୁ ଦୂର କର ନାହିଁ; ତୁମ୍ଭେ ମୋହର ସହାୟ ହୋଇଅଛ; ହେ ମୋ’ ପରିତ୍ରାଣର ପରମେଶ୍ୱର, ମୋତେ ଦୂର କର ନାହିଁ, କିଅବା ପରିତ୍ୟାଗ କର ନାହିଁ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

9 ମୋʼ ଠାରୁ ଆପଣା ମୁଖ ଲୁଚାଅ ନାହିଁ; କ୍ରୋଧରେ ଆପଣା ଦାସକୁ ଦୂର କର ନାହିଁ; ତୁମ୍ଭେ ମୋହର ସହାୟ ହୋଇଅଛ; ହେ ମୋʼ ପରିତ୍ରାଣର ପରମେଶ୍ୱର, ମୋତେ ଦୂର କର ନାହିଁ, କିଅବା ପରିତ୍ୟାଗ କର ନାହିଁ।

Gade chapit la Kopi




ଗୀତସଂହିତା 27:9
23 Referans Kwoze  

ତୁମ୍ଭର ଦାସପ୍ରତି ମୁହଁ ଫେରାଅ ନାହିଁ। ମୁଁ ବିପଦରେ ପଡ଼ିଛି, ମୋତେ ଶୀଘ୍ର ଉତ୍ତର ଦିଅ।


ହେ ସଦାପ୍ରଭୁ, ଶୀଘ୍ର ମୋତେ ଉତ୍ତର ଦିଅ। ମୁଁ ମୋର ସାହସ ହରାଇଛି। ମୋ'ଠାରୁ ଦୂରେଇ ଯାଅ ନାହିଁ। ମୋତେ ମରିବାକୁ ଦିଅ ନାହିଁ, ନ ହେଲେ କବରରେ ଥିବା ମୃତ ତୁଲ୍ୟ ହେବି।


ହେ ସଦାପ୍ରଭୁ, ମୋର ସଙ୍କଟ କାଳରେ ମୋର ନିକଟରୁ ବିମୁଖ ହୁଅ ନାହିଁ। ମୋ’ ପ୍ରତି କର୍ଣ୍ଣପାତ କର। ଯେତେବେଳେ ମୁଁ ସାହାଯ୍ୟ ପାଇଁ ପ୍ରାର୍ଥନା କରେ ଶୀଘ୍ର ମୋତେ ଉତ୍ତର ଦିଅ।


ନିଜ ଜୀବନକୁ ଧନର ଲୋଭରୁ ମୁକ୍ତ ରଖ। ତୁମ୍ଭମାନଙ୍କ ପାଖରେ ଯାହା ଅଛି, ସେଥିରେ ସନ୍ତୋଷ ଲାଭ କର। ପରମେଶ୍ୱର କହିଛନ୍ତି: “ମୁଁ ତୁମ୍ଭକୁ କେବେ ହେଲେ ଛାଡ଼ିବି ନାହିଁ; ମୁଁ ତୁମ୍ଭଠାରୁ କେବେ ହେଲେ ଦୂରେଇ ଯିବି ନାହିଁ।”


“‘ପୁଣି ସେମାନଙ୍କର ମଙ୍ଗଳ ପାଇଁ ଆମ୍ଭେ ସେମାନଙ୍କ ପ୍ରତି ବିମୁଖ ହେବା ନାହିଁ। ଏହିପରି ଭାବରେ ଗୋଟିଏ ନିତ୍ୟସ୍ଥାୟୀ ନିୟମ ସେମାନଙ୍କ ସଙ୍ଗେ କରିବା। ସେମାନେ ଯେପରି ଆମ୍ଭଠାରୁ ଦୂରେଇ ନ ଯିବେ, ଏଥିପାଇଁ ଆମ୍ଭେ ଆମ୍ଭ ବିଷୟକ ଭୟ ସେମାନଙ୍କ ଅନ୍ତରରେ ସ୍ଥାପନ କରିବା।


ଉତ୍ତମ ବ୍ୟକ୍ତିମାନେ ସଦାପ୍ରଭୁଙ୍କୁ ଅନ୍ୟମାନଙ୍କୁ ଆଶୀର୍ବାଦ କରିବାକୁ କହନ୍ତି। ସେମାନେ ପରମେଶ୍ୱରଙ୍କୁ ଯିଏ କି ସେମାନଙ୍କ ଉଦ୍ଧାର କର୍ତ୍ତା, ସେମାନଙ୍କ ପାଇଁ ଭଲ କାର୍ଯ୍ୟ କରିବାକୁ ଅନୁରୋଧ କରନ୍ତି।


ମୁଁ ନ୍ୟାୟ ଓ ଧର୍ମାଚରଣ କରିଅଛି। ହେ ସଦାପ୍ରଭୁ, ଉପଦ୍ରବ କରୁଥିବା ଲୋକମାନଙ୍କ ହସ୍ତରେ ମୋତେ ସମର୍ପଣ କର ନାହିଁ।


ହେ ସଦାପ୍ରଭୁ ପରମେଶ୍ୱର, ତୁମ୍ଭେ ମୋର ପରିତ୍ରାଣକର୍ତ୍ତା। ମୁଁ ଦିନ ଓ ରାତ୍ରି ତୁମ୍ଭ ନିକଟରେ ପ୍ରାର୍ଥନା କରିଅଛି।


ତୁମ୍ଭଠାରୁ ମୋତେ ଦୂର କର ନାହିଁ! ଏବଂ ତୁମ୍ଭର ପବିତ୍ରଆତ୍ମା ମୋ'ଠାରୁ ନିଅ ନାହିଁ।


ହେ ପରମେଶ୍ୱର, କାହିଁକି ତୁମ୍ଭେ ଆମ୍ଭଠାରୁ ଲୁଚିଅଛ? ତୁମ୍ଭେ କ’ଣ ଆମ୍ଭର ଦୁଃଖ ଓ ଯନ୍ତ୍ରଣା ସବୁ ଭୁଲି ଯାଇଅଛ?


ହେ ସଦାପ୍ରଭୁ, କେତେଦିନ ମୋତେ ଭୁଲି ଯିବ? ସତରେ କ’ଣ ତୁମେ ମୋତେ ସବୁଦିନ ପାଇଁ ଭୁଲି ପାରିବ? କେତେଦିନ ପର୍ଯ୍ୟନ୍ତ ଗ୍ରହଣ କରିବାକୁ ମନା କରବ?


ଶାମୁୟେଲ ଏକ ପଥର ପ୍ରତିଷ୍ଠା କଲେ। ସେ ଏହା କରିବାର ଉଦ୍ଦେଶ୍ୟ ଲୋକମାନଙ୍କୁ ସାହାଯ୍ୟ କରିବା ଏବଂ ସଦାପ୍ରଭୁଙ୍କର ସାହାଯ୍ୟ ମନେ ରଖିବା, ସେ ଏହି ପଥରକୁ ମି‌ସ୍‌ପୀ ଓ ଶେନ ମଧ୍ୟରେ ପ୍ରତିଷ୍ଠା କଲେ ଏହାର ନାମ “ସାହାଯ୍ୟକାରୀ ପଥର” ରଖିଲେ। ଶାମୁୟେଲ କହିଲେ, “ସଦାପ୍ରଭୁ ଆମ୍ଭକୁ ଏ ସ୍ଥାନରେ ସବୁ ପ୍ରକାର ସାହାଯ୍ୟ କରିଛନ୍ତି।”


ସଦାପ୍ରଭୁ ଏହିକଥା କୁହନ୍ତି, “ହେ ଇସ୍ରାଏଲର ପୁତ୍ରଗଣ, ତୁମ୍ଭେମାନେ ଭାବୁଛ ଆମ୍ଭେ ତୁମ୍ଭର ମାତା ଯିରୁଶାଲମକୁ ତ୍ୟାଗ କରିଅଛୁ। ପ୍ରମାଣ ସ୍ୱରୂପ ସେ ଛାଡ଼ପତ୍ର କାହିଁ ଅଥବା ଆମ୍ଭ ମହାଜନମାନଙ୍କ ମଧ୍ୟରୁ କାହା ନିକଟରେ ତୁମ୍ଭମାନଙ୍କୁ ବିକ୍ରୟ କରିଅଛୁ? ଏଠାରେ ଦେଖ, ତୁମ୍ଭେମାନେ ନିଜର ଅପରାଧ ପାଇଁ ବିକ୍ରୀ ହୋଇଥିଲ ଏବଂ ତୁମ୍ଭମାନଙ୍କର ପାପ ପାଇଁ ତୁମ୍ଭମାନଙ୍କର ମାତା ତୁମ୍ଭମାନଙ୍କୁ ପରିତ୍ୟକ୍ତା ହୋଇଥିଲେ।


“ଏବଂ ତୁମ୍ଭେ, ମୋର ପୁତ୍ର ଶଲୋମନ, ତୁମ୍ଭ ପିତାଙ୍କର ପରମେଶ୍ୱରଙ୍କୁ ଜାଣିଅଛ। ଶୁଦ୍ଧ ହୃଦୟରେ ପରମେଶ୍ୱରଙ୍କର ସେବା କର। ପରମେଶ୍ୱରଙ୍କ ସେବା କରିବା ନିମନ୍ତେ ହୃଦୟରେ ଆନନ୍ଦିତ ହୁଅ। କାରଣ ପ୍ରତିଟି ବ୍ୟକ୍ତିର ହୃଦୟରେ କ’ଣ ଅଛି, ତାହା ସଦାପ୍ରଭୁ ଜାଣନ୍ତି। ସଦାପ୍ରଭୁ ତୁମ୍ଭ ହୃଦୟର ସମସ୍ତ ଚିନ୍ତାକୁ ବୁଝିପାରନ୍ତି। ଯଦି ତୁମ୍ଭେ ସଦାପ୍ରଭୁଙ୍କ ନିକଟକୁ ସାହାଯ୍ୟ ମାଗବା ନିମନ୍ତେ ଯିବ, ତୁମ୍ଭେ ଉତ୍ତର ପାଇବ। କିନ୍ତୁ ତୁମ୍ଭେ ଯଦି ସଦାପ୍ରଭୁଙ୍କଠାରୁ ଫେରି ଦୂରକୁ ଗ୍ଭଲିଯିବ, ତେବେ ସେ ତୁମ୍ଭକୁ ଚିରକାଳ ନିମନ୍ତେ ତ୍ୟାଗ କରିବେ।


ମାତ୍ର ତୁମ୍ଭମାନଙ୍କର ପାପଗୁଡ଼ିକ ତୁମ୍ଭମାନଙ୍କର ଓ ତୁମ୍ଭମାନଙ୍କର ପରମେଶ୍ୱରଙ୍କ ମଧ୍ୟରେ ବିଚ୍ଛେଦ ଘଟାଇଅଛି ଓ ତୁମ୍ଭମାନଙ୍କର ପାପସବୁ ତୁମ୍ଭମାନଙ୍କଠାରୁ ତାହାଙ୍କ ମୁଖ ଲୁଗ୍ଭଇଅଛି, ଏଣୁ ସେ ଶୁଣିବେ ନାହିଁ।


ଆସ ମୋର ପ୍ରାଣ ରକ୍ଷା କର, ଆସ ଓ ମୋର ଶତ୍ରୁମାନଙ୍କଠାରୁ ମୋତେ ବଞ୍ଚାଅ।


ମୋର ଜୀବନ ଧୂଆଁ ପରି କ୍ଷୟ ପାଉଅଛି। ମୋର ଅସ୍ଥି ନିଆଁ ଖୁଣ୍ଟାପରି ଜଳେ।


Swiv nou:

Piblisite


Piblisite