Biblia Todo Logo
Bib sou entènèt

- Piblisite -




ଗୀତସଂହିତା 27:10 - ପବିତ୍ର ବାଇବଲ

10 ମୋର ପିତାମାତା ମୋତେ ଛାଡ଼ି ଗ୍ଭଲିଗଲେ। କିନ୍ତୁ ସଦାପ୍ରଭୁ ମୋତେ ଲାଳନପାଳନ କରିବେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

10 କାରଣ ମୋହର ପିତା ଓ ମୋହର ମାତା ମୋତେ ପରିତ୍ୟାଗ କରିଅଛନ୍ତି, ମାତ୍ର ସଦାପ୍ରଭୁ ମୋତେ ଉଠାଇ ନେବେ।

Gade chapit la Kopi

ଓଡିଆ ବାଇବେଲ

10 କାରଣ ମୋହର ପିତା ଓ ମୋହର ମାତା ମୋତେ ପରିତ୍ୟାଗ କରିଅଛନ୍ତି, ମାତ୍ର ସଦାପ୍ରଭୁ ମୋତେ ଉଠାଇ ନେବେ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

10 କାରଣ ମୋହର ପିତା ଓ ମୋହର ମାତା ମୋତେ ପରିତ୍ୟାଗ କରିଅଛନ୍ତି, ମାତ୍ର ସଦାପ୍ରଭୁ ମୋତେ ଉଠାଇ ନେବେ।

Gade chapit la Kopi




ଗୀତସଂହିତା 27:10
9 Referans Kwoze  

“ଜଣେ ସ୍ତ୍ରୀଲୋକ ତା'ର ଗର୍ଭଜାତ ସନ୍ତାନକୁ ସ୍ନେହ ନ କରି କ’ଣ ଭୁଲି ପାରିବ? ସେ କ’ଣ ତାର ସ୍ତନ୍ୟପାୟୀ ସନ୍ତାନକୁ ଦୟା ନ ଦେଖାଇ ପାସୋରି ପାରିବ? ଏମାନେ ତାହା କରି ପାରନ୍ତି, ତଥାପି ଆମ୍ଭେ ତୁମ୍ଭକୁ ପାସୋରିବା ନାହିଁ।


ମେଷଶାବକ ମେଷମାନଙ୍କୁ ଚରାଇଲା ପରି ସେ ଆପଣା ଲୋକମାନଙ୍କର ଯତ୍ନ ନେବେ। ମେଷ ଛୁଆମାନଙ୍କୁ ସେ ନିଜର ବାହୁ ବଳରେ ସଂଗ୍ରହ କରିବେ ଓ ନିଜର କୋଳରେ ସେମାନଙ୍କୁ ବହି ନେବେ। ସେମାନଙ୍କର ମାମାନେ ପଛେ ପଛେ ଯିବେ।


ଶୁଣ! ସମୟ ଆସୁଛି ଯେତେବେଳେ ତୁମ୍ଭେ ଛିନ୍ନଭିନ୍ନ ହୋଇଯିବ। ତୁମ୍ଭମାନଙ୍କୁ ମଧ୍ୟରୁ ପ୍ରତ୍ୟେକ ନିଜ ନିଜର ଘର ଭିତରକୁ ଛିନ୍ନଭିନ୍ନ ହୋଇ ଗ୍ଭଲିଯିବ। ସେହି ସମୟ ଆସି ପହଞ୍ଚିଛି। ତୁମ୍ଭେ ମୋତେ ଏକାକୀ ଛାଡ଼ି ଦେବ। ମୁଁ ଏକୁଟିଆ ଥିବି। କିନ୍ତୁ ମୁଁ କଦାପି ଏକୁଟିଆ ନୁହେଁ, କାରଣ ପରମପିତା ସବୁବେଳେ ମୋ’ ସହିତ ଅଛନ୍ତି।


ନିଜ ଘରର ଲୋକେ ହିଁ ନିଜ ଲୋକଙ୍କ ଶତ୍ରୁ ହେବେ।’


ପ୍ରଥମଥର ନିଜକୁ ରକ୍ଷା କରିବା ପାଇଁ ମୁଁ ଅଦାଲତରେ ଠିଆ ହେଲାବେଳେ କୌଣସି ଲୋକ ମୋତେ ସମର୍ଥନ କରିବାକୁ ଆଗେଇ ଆସି ନ ଥିଲା। ସମସ୍ତେ ମୋତେ ଛାଡ଼ି ଗ୍ଭଲିଗଲେ। ମୁଁ ପ୍ରାର୍ଥନା କରେ ଯେ, ପ୍ରଭୁ ପରମେଶ୍ୱର ସେମାନଙ୍କୁ କ୍ଷମା କରନ୍ତୁ। କିନ୍ତୁ ପ୍ରଭୁ ମୋ’ ସହିତ ଥିଲେ।


ମୋ’ ନିଜ ଭାଇମାନେ ମୋ’ ସହିତ ଅଚିହ୍ନା ଲୋକ ପରି ବ୍ୟବହାର କଲେ। ମୋର ମା’ଙ୍କର ପୁଅମାନେ ମୋତେ ବିଦେଶୀ ପରି ବ୍ୟବହାର କଲେ।


ଯୀଶୁ ଶୁଣିଲେ ଯେ, ଯିହୂଦୀନେତାମାନେ ସେ ଲୋକକୁ ଜବରଦସ୍ତ ତଡ଼ି ଦେଇଛନ୍ତି। ଯୀଶୁ ସେ ଲୋକକୁ ଖୋଜି ପାଇଲେ। ଏବଂ ସେ ତାହାକୁ ପଗ୍ଭରିଲେ, “ତୁମ୍ଭେ କ'ଣ ମନୁଷ୍ୟପୁତ୍ରଙ୍କୁ ବିଶ୍ୱାସ କର?”


ଦାଉଦ ଅବିଶୟକୁ ଓ ନିଜର ଦାସମାନଙ୍କୁ କହିଲେ, “ଦେଖ, ମୋର ନିଜ ପୁତ୍ର ମୋତେ ହତ୍ୟା କରିବାକୁ ଚେଷ୍ଟା କରୁଛି। ବର୍ତ୍ତମାନ ବିନ୍ୟାମୀନ ଗୋଷ୍ଠୀବର୍ଗର ଏହି ଲୋକ ମୋତେ ମାରିବାକୁ ଚେଷ୍ଟା କରିବା ପାଇଁ ଅଧିକ ଅଧିକାର ଅଛି। ତାକୁ ଏକା ଛାଡ଼ିଦିଅ। ତାକୁ ଅଭିଶାପ ଦେବାକୁ ଦିଅ। କାରଣ ସଦାପ୍ରଭୁ ତାକୁ ଅନୁମତି ଦେଇ ଅଛନ୍ତି।


Swiv nou:

Piblisite


Piblisite