Biblia Todo Logo
Bib sou entènèt

- Piblisite -




ଗୀତସଂହିତା 26:9 - ପବିତ୍ର ବାଇବଲ

9 ହେ ସଦାପ୍ରଭୁ, ମୋତେ ସେହି ପାପୀମାନଙ୍କ ସଙ୍ଗେ ତୁଳନା କର ନାହିଁ। ମୋତେ ସେହି ହତ୍ୟାକାରୀମାନଙ୍କ ସହିତ ମାର ନାହିଁ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

9 ପାପୀମାନଙ୍କ ସଙ୍ଗେ ମୋʼ ପ୍ରାଣକୁ କିଅବା ରକ୍ତପାତକାରୀ ମନୁଷ୍ୟମାନଙ୍କ ସଙ୍ଗେ ମୋʼ ଜୀବନକୁ ସଂଗ୍ରହ କର ନାହିଁ।

Gade chapit la Kopi

ଓଡିଆ ବାଇବେଲ

9 ପାପୀମାନଙ୍କ ସଙ୍ଗେ ମୋ’ ପ୍ରାଣକୁ କିଅବା ରକ୍ତପାତକାରୀ ମନୁଷ୍ୟମାନଙ୍କ ସଙ୍ଗେ ମୋ’ ଜୀବନକୁ ସଂଗ୍ରହ କର ନାହିଁ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

9 ପାପୀମାନଙ୍କ ସଙ୍ଗେ ମୋʼ ପ୍ରାଣକୁ କିଅବା ରକ୍ତପାତକାରୀ ମନୁଷ୍ୟମାନଙ୍କ ସଙ୍ଗେ ମୋʼ ଜୀବନକୁ ସଂଗ୍ରହ କର ନାହିଁ।

Gade chapit la Kopi




ଗୀତସଂହିତା 26:9
14 Referans Kwoze  

ହେ ପରମେଶ୍ୱର, ଦୁଷ୍ଟ ଲୋକମାନଙ୍କୁ ହତ୍ୟା କର। ହେ ହତ୍ୟାକାରୀଗଣ, ମୋ'ଠାରୁ ତୁମ୍ଭେ ଦୂରେଇ ଯାଅ।


“ତା'ପରେ ଏହି ଲୋକଗୁଡ଼ିକ ଗ୍ଭଲିଯିବେ, ସେମାନଙ୍କୁ ସବୁ ଦିନ ପାଇଁ ଦଣ୍ଡ ଭୋଗିବାକୁ ପଡ଼ିବ। କିନ୍ତୁ ଭଲ ଲୋକମାନେ ଅନନ୍ତ ଜୀବନ ଲାଭ କରିବେ।”


“ତା'ପରେ ସେମାନେ ମଧ୍ୟ ଉତ୍ତର ଦେବେ, ‘ପ୍ରଭୁ, ଆପଣଙ୍କୁ କେତେବେଳେ ଆମ୍ଭେ ଭୋକିଲା ବା ଶୋଷିଲା ଦେଖିଥିଲୁ? ଆମ୍ଭେ କେତେବେଳେ ଆପଣଙ୍କୁ ଏକୁଟିଆ ଓ ଘରଠାରୁ ଦୂରରେ ଦେଖିଥିଲୁ? କେତେବେଳେ ଆପଣଙ୍କୁ ଆମ୍ଭେ ଲୁଗାପଟା ନ ଥିବା ଅବସ୍ଥାରେ ବା ଅସୁସ୍ଥ ଅବସ୍ଥାରେ ବା କାରାଗାରରେ ଦେଖିଥିଲୁ? କେବେ ଏସବୁ ଆମ୍ଭେ ଦେଖିଥିଲୁ ଓ ଆପଣଙ୍କୁ ସାହାଯ୍ୟ କଲୁ ନାହିଁ?’


ମନୁଷ୍ୟପୁତ୍ରଙ୍କ ଆଗରେ ଜଗତର ସବୁ ଲୋକେ ଏକାଠି ହେବେ। ତା'ପରେ ମନୁଷ୍ୟପୁତ୍ର ସବୁ ଲୋକଙ୍କୁ ଦୁଇଟି ଦଳରେ ବାଣ୍ଟି ଦେବେ। ଜଣେ ଜଗୁଆଳ ଯେପରି ଛେଳିମାନଙ୍କ ଭିତରୁ ମେଣ୍ଢାମାନଙ୍କୁ ଅଲଗା କରିଦିଏ ଏହା ଠିକ୍ ସେହିପରି ଅଟେ।


ମାଲିକ ତାକୁ କଠିନ ଶାସ୍ତି ଦେବେ। ସେ ତାକୁ କପଟୀଲୋକଙ୍କ ସହିତ ଯେଉଁଠାରେ ଲୋକମାନେ କାନ୍ଦନ୍ତି ଓ ଯନ୍ତ୍ରଣାରେ ଦାନ୍ତ କଡ଼ମଡ଼ କରନ୍ତି ସେହି ସ୍ଥାନକୁ ପଠାଇଦେବେ।


ତେଣୁ ତୁମ୍ଭେମାନେ ମୋ’ ନିକଟକୁ ଫେରି ଆସିବ ଏବଂ ତୁମ୍ଭେମାନେ ଉତ୍ତମ ବ୍ୟକ୍ତି ଓ ମନ୍ଦ ବ୍ୟକ୍ତି ମଧ୍ୟରେ ପ୍ରଭେଦ ଜାଣି ପାରିବ। ପରମେଶ୍ୱରଙ୍କ ଅନୁସରଣକାରୀ ଓ ପରମେଶ୍ୱରଙ୍କ ଅନୁସରଣ କରୁ ନ ଥିବା ବ୍ୟକ୍ତିମାନଙ୍କୁ ତୁମ୍ଭେମାନେ ବାରି ପାରିବ।


ତୁମ୍ଭର ଚୁକ୍ତିର ଅଂଶ ରୂପେ ପରମେଶ୍ୱର ସେହି ମିଥ୍ୟାବାଦୀମାନଙ୍କୁ ଓ ହତ୍ୟାକାରୀମାନଙ୍କୁ ସେମାନଙ୍କର ଜୀବନର ଅଧା ମଧ୍ୟ ଶେଷ ନ ହୋଇଥିବା ପୂର୍ବରୁ କବରକୁ ପଠେଇ ଦିଅନ୍ତି! ମୋର ଚୁକ୍ତିର ଅଂଶ ରୂପେ ମୁଁ ମୋର ବିଶ୍ୱାସ ତୁମ୍ଭଠାରେ କରିବି।


ହେ ପରମେଶ୍ୱର, ମୃତ୍ୟୁ ଦଣ୍ଡରୁ ମୋତେ ରକ୍ଷା କର। ହେ ମୋର ପରମେଶ୍ୱର, ଆପଣ ହେଉଛନ୍ତି ଏକମାତ୍ର ଯେକି ମୋତେ ରକ୍ଷା କରି ପାରିବେ! ତୁମ୍ଭେ ମୋ’ ପାଇଁ କରିଥିବା ଧର୍ମ ବିଷୟର କାର୍ଯ୍ୟସବୁ ମୁଁ ଗାନ କରିବି।


ଦାଉଦଙ୍କ ରାଜତ୍ୱ ସମୟରେ କ୍ରମାଗତ ତିନି ବର୍ଷ ଧରି ଦୁର୍ଭିକ୍ଷ ହେଲା। ଏହି ସମୟରେ ରାଜା ଦାଉଦ ସଦାପ୍ରଭୁଙ୍କୁ ପ୍ରାର୍ଥନା କରନ୍ତେ ସଦାପ୍ରଭୁ ଉତ୍ତର ଦେଇ କହିଲେ, “ଶାଉଲ ଓ ତା'ର ହତ୍ୟାକାରୀ ବଂଶ ଯୋଗୁଁ ଏପରି ହେଉଛି। ଯେହେତୁ ସେ ଗିବିୟୋନୀୟମାନଙ୍କୁ ହତ୍ୟା କରିଥିଲା।”


ଶିମିୟି ଦାଉଦଙ୍କୁ ଅଭିଶାପ ଦେଉଥିଲା ଏବଂ କହିଲା, “ଆରେ ହତ୍ୟାକାରୀ ଏବଂ ମନ୍ଦ ଲୋକ ଏଠାରୁ ଦୂର ହୁଅ।


ଯଦି ଜଣେ ବ୍ୟକ୍ତି ତୁମ୍ଭକୁ ତାଡ଼ନା କରିବାକୁ ଓ ତୁମ୍ଭକୁ ହତ୍ୟା କରିବାକୁ ଗ୍ଭହେଁ, ସଦାପ୍ରଭୁ ତୁମ୍ଭର ପରମେଶ୍ୱର ତୁମ୍ଭର ଜୀବନ ରକ୍ଷା କରିବେ। କିନ୍ତୁ ସେ ତୁମ୍ଭର ଶତ୍ରୁମାନଙ୍କ ପ୍ରାଣକୁ ଛାଟିଣୀ ଖୋଲରୁ ପଥର ଫିଙ୍ଗି ଦେଲାପରି ଫିଙ୍ଗି ଦେବ।


Swiv nou:

Piblisite


Piblisite