Biblia Todo Logo
Bib sou entènèt

- Piblisite -




ଗୀତସଂହିତା 23:2 - ପବିତ୍ର ବାଇବଲ

2 ସେ ମୋତେ କୋମଳ ସବୁଜ ସ୍ଥାନରେ ଶୋଇବାକୁ ଦିଅନ୍ତି। ସେ ମୋତେ ସ୍ଥିର ଜଳପୂର୍ଣ୍ଣ ପୁଷ୍କରିଣୀ ପାଖେ ପାଖେ କଢ଼ାଇ ନିଅନ୍ତି।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

2 ସେ କୋମଳ ତୃଣମୟ ସ୍ଥାନରେ ମୋତେ ଶୟନ କରାନ୍ତି; ସେ ସ୍ଥିର ଜଳ ପାଖେ ପାଖେ ମୋତେ କଢ଼ାଇ ନିଅନ୍ତି।

Gade chapit la Kopi

ଓଡିଆ ବାଇବେଲ

2 ସେ କୋମଳ ତୃଣମୟ ସ୍ଥାନରେ ମୋତେ ଶୟନ କରାନ୍ତି; ସେ ସ୍ଥିର ଜଳ ପାଖେ ପାଖେ ମୋତେ କଢ଼ାଇ ନିଅନ୍ତି।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

2 ସେ କୋମଳ ତୃଣମୟ ସ୍ଥାନରେ ମୋତେ ଶୟନ କରାନ୍ତି; ସେ ସ୍ଥିର ଜଳ ପାଖେ ପାଖେ ମୋତେ କଢ଼ାଇ ନିଅନ୍ତି।

Gade chapit la Kopi




ଗୀତସଂହିତା 23:2
11 Referans Kwoze  

ସିଂହାସନର ମଧ୍ୟରେ ଥିବା ମେଷଶାବକ ସେମାନଙ୍କର ମେଷପାଳକ ହେବେ। ସେ ସେମାନଙ୍କୁ ଜୀବନ ପ୍ରଦାନକାରୀ ଜଳର ନିର୍ଝର ପାଖକୁ କଢ଼େଇ ନେଇଯିବେ। ପରମେଶ୍ୱର ସେମାନଙ୍କର ଆଖିରୁ ସବୁ ଲୁହ ପୋଛି ଦେବେ।’’


ତା'ପରେ ଦୂତ ମୋତେ ଜୀବନଜଳର ନଦୀ ଦେଖାଇଲେ। ସେ ନଦୀଟି ସ୍ଫଟିକ ପରି ଉଜ୍ଜ୍ୱଳ ଥିଲା। ସେହି ନଦୀ ପରମେଶ୍ୱର ଓ ମେଷଶାବକଙ୍କ ସିଂହାସନରୁ ପ୍ରବାହିତ ହେଉଛି।


ଏପରି ଏକ ନଦୀ ଅଛି ଯାହାର ପବିତ୍ର ଜଳଧାରା ସର୍ବୋପରିସ୍ଥ ପରମେଶ୍ୱରଙ୍କ ନଗରୀକୁ ଆନନ୍ଦିତ କରୁଛି।


ସିଂହାସନରେ ବସିଥିବା ବ୍ୟକ୍ତି ମୋତେ କହିଲେ, “ଏହା ସମାପ୍ତ ହୋଇଯାଇଛି। ମୁଁ ହେଉଛି ପ୍ରଥମ ଓ ଶେଷ। ମୁଁ ତୃଷାର୍ତ୍ତ ଲୋକକୁ ବିନା ମୂଲ୍ୟରେ ଜୀବନ୍ତଜଳ ନିର୍ଝରରୁ ପାନ କରିବାକୁ ଦେବି।


ଆତ୍ମା ଓ କନ୍ୟା କହନ୍ତି, “ଆସ!” ଏସବୁ ଶୁଣୁଥିବା ପ୍ରତ୍ୟେକ ଲୋକ ମଧ୍ୟ କହୁ, “ଆସ!” ଯେ ତୃଷାର୍ତ୍ତ, ସେ ଆସୁ; ଯେ ଇଚ୍ଛା କରେ, ସେ ବିନା ମୂଲ୍ୟରେ ଜୀବନର ଜଳପାନ କରିପାରେ।


ସେହି ସମୟରେ ସଦାପ୍ରଭୁ ତୁମ୍ଭ ଭୂମିରେ ବୀଜ ବୁଣିବା ପାଇଁ ବୃଷ୍ଟି ଦେବେ। ତୁମ୍ଭେମାନେ ଶସ୍ୟ ବୁଣିବ ଓ ଭୂମିରେ ପ୍ରଚୁର ଖାଦ୍ୟ ଉତ୍ପନ୍ନ ହେବ। ତୁମ୍ଭମାନଙ୍କର ପଶୁପଲ ପାଇଁ ବିସ୍ତୃତ ଗ୍ଭରଣଭୂମି ହେବ।


କିନ୍ତୁ ଯଦି ପରମେଶ୍ୱର ସ୍ଥିର କରନ୍ତି ସେମାନଙ୍କୁ ସାହାଯ୍ୟ କରିବେ ନାହିଁ। ତା'ହେଲେ କେହି ପରମେଶ୍ୱରଙ୍କୁ ଦୋଷ ଦେଇ ପାରିବ ନାହିଁ। ଯଦି ପରମେଶ୍ୱର ଲୋକଙ୍କଠାରୁ ନିଜକୁ ଲୁଚେଇ ରଖନ୍ତି, କେହି ତାଙ୍କୁ ଖୋଜି ପାଇବ ନାହିଁ। ପରମେଶ୍ୱର ଲୋକମାନଙ୍କର ଓ ଦେଶମାନଙ୍କର ଶାସନକର୍ତ୍ତା।


ମୋର ପ୍ରଭୁ କହିଲେ, “ଏହି ଲୋକମାନେ ଶୀଲୋହର ଧୀରସ୍ରୋତକୁ ଅଗ୍ରାହ୍ୟ କରି ରତ୍ସୀନ୍ ଓ ରମଲିୟର ପୁତ୍ର, ପେକହ ସହିତ ଆନନ୍ଦ କରୁଛନ୍ତି।”


ଏହା ପରେ ଲୋକମାନେ ଏଲୀମକୁ ଗଲେ। ଏଲୀମଠାରେ ବାରଟି ନିର୍ଝର ଏବଂ ସତୁରୀଟି ଖଜୁରୀ ଗଛ ଥିଲା। ତେଣୁ ଲୋକମାନେ ସେଠାରେ ପାଣି ପାଖରେ ଛାଉଣି ସ୍ଥାପନ କଲେ।


Swiv nou:

Piblisite


Piblisite