ଗୀତସଂହିତା 22:5 - ପବିତ୍ର ବାଇବଲ5 ହେ ପରମେଶ୍ୱର, ଆମ୍ଭର ପୂର୍ବପୁରୁଷମାନେ ତୁମ୍ଭକୁ ସାହାଯ୍ୟ ପାଇଁ ଡାକିଲେ ଏବଂ ସେମାନେ ଶତ୍ରୁମାନଙ୍କ କବଳରୁ ରକ୍ଷା ପାଇଲେ। ସେମାନେ ତୁମ୍ଭଙ୍କୁ ବିଶ୍ୱାସ କରିଥିବାରୁ ସେମାନେ ନିରାଶ ହେଲେ ନାହିଁ। Gade chapit laପବିତ୍ର ବାଇବଲ (Re-edited) - (BSI)5 ସେମାନେ ତୁମ୍ଭ ନିକଟରେ କ୍ରନ୍ଦନ କଲେ ଓ ଉଦ୍ଧାର ପାଇଲେ; ସେମାନେ ତୁମ୍ଭଠାରେ ବିଶ୍ଵାସ କଲେ, ଆଉ ଲଜ୍ଜିତ ନୋହିଲେ। Gade chapit laଓଡିଆ ବାଇବେଲ5 ସେମାନେ ତୁମ୍ଭ ନିକଟରେ କ୍ରନ୍ଦନ କଲେ ଓ ଉଦ୍ଧାର ପାଇଲେ; ସେମାନେ ତୁମ୍ଭଠାରେ ବିଶ୍ୱାସ କଲେ, ଆଉ ଲଜ୍ଜିତ ନୋହିଲେ। Gade chapit laଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT5 ସେମାନେ ତୁମ୍ଭ ନିକଟରେ କ୍ରନ୍ଦନ କଲେ ଓ ଉଦ୍ଧାର ପାଇଲେ; ସେମାନେ ତୁମ୍ଭଠାରେ ବିଶ୍ୱାସ କଲେ, ଆଉ ଲଜ୍ଜିତ ନୋହିଲେ। Gade chapit la |
ମନଃଶି, ରୁବେନ୍ ଓ ଗାଦ୍ ଗୋଷ୍ଠୀୟର ଏହି ଲୋକମାନେ ଯୁଦ୍ଧ କ୍ଷେତ୍ରରେ ପରମେଶ୍ୱରଙ୍କ ନିକଟରେ ପ୍ରାର୍ଥନା କଲେ। ପରମେଶ୍ୱର ସେମାନଙ୍କୁ ଯେପରି ସାହାଯ୍ୟ କରନ୍ତି, ଏଥିନିମନ୍ତେ ସେମାନେ ତାଙ୍କ ନିକଟରେ ବିନତି କଲେ। କାରଣ ସେମାନେ ତାଙ୍କଠାରେ ବିଶ୍ୱାସ କରୁଥିଲେ। ତେଣୁ ପରମେଶ୍ୱର ସେମାନଙ୍କୁ ସାହାଯ୍ୟ କଲେ। ହାଗରୀୟ ଲୋକମାନଙ୍କୁ ପରାସ୍ତ କରିବାକୁ ପରମେଶ୍ୱର ସେମାନଙ୍କୁ ଅନୁମତି ଦେଲେ। ଆହୁରି ମଧ୍ୟ ସେମାନେ ହାଗରୀୟ ଲୋକମାନଙ୍କ ସହିତରେ ଥିବା ଅନ୍ୟ ଲୋକମାନଙ୍କୁ ମଧ୍ୟ ପରାସ୍ତ କଲେ।
ତା'ପରେ ନବୂଖଦ୍ନିତ୍ସର କହିଲା, “ଶଦ୍ରକ୍, ମୈଶକ୍ ଓ ଅବେଦ୍-ନଗୋର ପରମେଶ୍ୱର ଧନ୍ୟ, ଯେହେତୁ ସେ ଆପଣା ଦୂତ ପଠାଇଲେ ଓ ଆପଣା ଦାସମାନଙ୍କୁ ଅଗ୍ନିରୁ ଉଦ୍ଧାର କଲେ। ଆଉ ଏହି ତିନି ଜଣ ଆପଣା ପରମେଶ୍ୱରଙ୍କଠାରେ ବିଶ୍ୱାସ ରଖିଲେ ଓ ତାଙ୍କ ଭିନ୍ନ ଅନ୍ୟ କୌଣସି ଦେବତାଙ୍କର ପୂଜା କଲେ ନାହିଁ କି ପ୍ରଣାମ କଲେ ନାହିଁ। ଆଉ ମଧ୍ୟ ରାଜବାକ୍ୟ ଅମାନ୍ୟ କରି ଆପଣା ପରମେଶ୍ୱରଙ୍କ ସେବା କଲେ।