Biblia Todo Logo
Bib sou entènèt

- Piblisite -




ଗୀତସଂହିତା 22:1 - ପବିତ୍ର ବାଇବଲ

1 ହେ ମୋର ପରମେଶ୍ୱର, ହେ ମୋର ସଦାପ୍ରଭୁ, କାହିଁକି ତୁମ୍ଭେ ମୋତେ ପରିତ୍ୟାଗ କଲ? ତୁମ୍ଭେ ମୋ’ ନିକଟରୁ ବହୁତ ଦୂରରେ ଥାଇ କିପରି ମୋତେ ସାହାଯ୍ୟ କରିବ? ତୁମ୍ଭେ ମୋର ସାହାଯ୍ୟ ପାଇଁ ଆର୍ତ୍ତ ଚିତ୍କାର ଏତେ ଦୂରରୁ ଶୁଣି ପାରିବ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

1 ହେ ମୋହର ପରମେଶ୍ଵର, ହେ ମୋହର ପରମେଶ୍ଵର, ତୁମ୍ଭେ କାହିଁକି ମୋତେ ପରିତ୍ୟାଗ କରିଅଛ? ମୋତେ ସାହାଯ୍ୟ କରିବାରୁ ଓ ମୋʼ ଆର୍ତ୍ତନାଦର ଉକ୍ତିରୁ ତୁମ୍ଭେ କାହିଁକି ଏତେ ଦୂରରେ ରହୁଅଛ?

Gade chapit la Kopi

ଓଡିଆ ବାଇବେଲ

1 ହେ ମୋହର ପରମେଶ୍ୱର, ହେ ମୋହର ପରମେଶ୍ୱର, ତୁମ୍ଭେ କାହିଁକି ମୋତେ ପରିତ୍ୟାଗ କରିଅଛ ? ମୋତେ ସାହାଯ୍ୟ କରିବାରୁ ଓ ମୋ’ ଆର୍ତ୍ତନାଦର ଉକ୍ତିରୁ ତୁମ୍ଭେ କାହିଁକି ଏତେ ଦୂରରେ ରହୁଅଛ ?

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

1 ହେ ମୋହର ପରମେଶ୍ୱର, ହେ ମୋହର ପରମେଶ୍ୱର, ତୁମ୍ଭେ କାହିଁକି ମୋତେ ପରିତ୍ୟାଗ କରିଅଛ? ମୋତେ ସାହାଯ୍ୟ କରିବାରୁ ଓ ମୋʼ ଆର୍ତ୍ତନାଦର ଉକ୍ତିରୁ ତୁମ୍ଭେ କାହିଁକି ଏତେ ଦୂରରେ ରହୁଅଛ?

Gade chapit la Kopi




ଗୀତସଂହିତା 22:1
23 Referans Kwoze  

ସେହି ସମୟରେ ଯୀଶୁ ବଡ଼ ପାଟିରେ କହି ଉଠିଲେ, “‌‌ଏଲୀ, ‌‌ଏଲୀ, ଲାମା ଶବ‌‌କ୍‌‌ଥାନୀ।” ଅର୍ଥାତ, “ହେ ମୋର ପରମେଶ୍ୱର, ହେ ମୋର ପରମେଶ୍ୱର, ତୁମ୍ଭେ ମୋତେ କାହିଁକି ପରିତ୍ୟାଗ କଲ?”


ପ୍ରାୟ ତିନିଟା ବେଳେ ଯୀଶୁ ଉଚ୍ଚ ସ୍ୱରରେ ଡାକିଲେ, “ଏଲି, ଏଲି, ଲାମା ସବ‌କ୍‌ଥାନୀ?” ଅର୍ଥାତ୍ “ହେ ମୋର ପରମେଶ୍ୱର, ହେ ମୋର ପରମେଶ୍ୱର, ତୁମ୍ଭେ ମୋତେ କାହିଁକି ପରିତ୍ୟାଗ କଲ?”


ଖ୍ରୀଷ୍ଟ ଜଗତରେ ଥିଲାବେଳେ ଯେ, ତାହାଙ୍କୁ ମୃତ୍ୟୁରୁ ରକ୍ଷା କରିବାକୁ ସମର୍ଥ, ସେହି ପରମେଶ୍ୱରଙ୍କୁ ଆକୁଳ ଭାବରେ ଅଶ୍ରୁପାତ ସହ ପ୍ରାର୍ଥନା ଓ ବିନତି ଉତ୍ସର୍ଗ କରିଥିଲେ। ଯେହେତୁ ଯୀଶୁ ପରମେଶ୍ୱରଙ୍କ ଇଚ୍ଛାନୁସାରେ କାମ କରୁଥିଲେ ଓ ନମ୍ର ଥିଲେ, ତେଣୁ ପରମେଶ୍ୱର ତାହାଙ୍କ ପ୍ରାର୍ଥନାରେ ପ୍ରତ୍ୟୁତ୍ତର ଦେଇଥିଲେ।


“କୁକୁରମାନେ” ମୋର ଗ୍ଭରିକଡ଼ରେ ଘେରି ରହିଛନ୍ତି। ସେହି ଦୁଷ୍ଟ ଲୋକମାନେ ଦଳବଦ୍ଧ ହୋଇ ମୋତେ ଯନ୍ତାରେ ପକାଇଛନ୍ତି। ସେମାନେ ମୋର ହାତ ଗୋଡ଼କୁ ଛିଦ୍ର କରି ପକାଇଛନ୍ତି।


ଏପରିକି ମୁଁ ଖାଦ୍ୟ ଖାଇବା ପୂର୍ବରେ, ମୁଁ ଦୁଃଖରେ ବିଳାପ କଲି ଏବଂ ମୋର ଲୋତକ ପାଣିପରି ବହିଗଲା।


ଯୀଶୁ ସେମାନଙ୍କୁ କହିଲେ, “ତୁମ୍ଭମାନଙ୍କ ପାଖରେ ମୁଁ ଥିବା ବେଳର କଥା ମନେ ପକାଅ। ମୁଁ କହିଥିଲି ଯେ ମୋଶାଙ୍କ ନିୟମରେ, ଭବିଷ୍ୟ‌ଦ୍‌ବକ୍ତାଙ୍କ ପୁସ୍ତକରେ ଓ ଗୀତସଂହିତାରେ ମୋ’ ବିଷୟରେ ଯାହାସବୁ ଲେଖା ଯାଇଛି, ସେଗୁଡ଼ିକ ନିଶ୍ଚୟ ଘଟିବ।”


ହେ ସଦାପ୍ରଭୁ, ତୁମ୍ଭେ କାହିଁକି ଦୂରରେ ରହିଅଛ? ଯେଉଁମାନେ ବିପଦରେ ପଡ଼ନ୍ତି ସେମାନେ ତୁମ୍ଭକୁ ଦେଖି ପାରନ୍ତି ନାହିଁ।


ନିଜ ଜୀବନକୁ ଧନର ଲୋଭରୁ ମୁକ୍ତ ରଖ। ତୁମ୍ଭମାନଙ୍କ ପାଖରେ ଯାହା ଅଛି, ସେଥିରେ ସନ୍ତୋଷ ଲାଭ କର। ପରମେଶ୍ୱର କହିଛନ୍ତି: “ମୁଁ ତୁମ୍ଭକୁ କେବେ ହେଲେ ଛାଡ଼ିବି ନାହିଁ; ମୁଁ ତୁମ୍ଭଠାରୁ କେବେ ହେଲେ ଦୂରେଇ ଯିବି ନାହିଁ।”


“ସଦାପ୍ରଭୁ ଆପଣା ମହାନ ନାମ ସକାଶେ ଆପଣା ଲୋକମାନଙ୍କୁ ତ୍ୟାଗ କରିବେ ନାହିଁ। କାରଣ ତୁମ୍ଭମାନଙ୍କୁ ଆପଣା ଲୋକ କରିବା ପାଇଁ ସଦାପ୍ରଭୁ ସନ୍ତୁଷ୍ଟ ହୋଇ ଅଛନ୍ତି।


ତେଣୁ ହେ ପରମେଶ୍ୱର, ତୁମ୍ଭେ ମୋତେ ପରିତ୍ୟାଗ କର ନାହିଁ। ଆଗରେ ବିପଦ ମାଡ଼ି ଆସୁଛି, ମୋତେ ସାହାଯ୍ୟ କରିବାକୁ କେହି ନାହିଁ।


ମୋର ଶତ୍ରୁମାନେ କହିଲେ, “ତାଙ୍କୁ ଅନୁଧାବନ କର ଏବଂ ଧରିଆଣ। ପରମେଶ୍ୱର ତାଙ୍କୁ ପରିତ୍ୟାଗ କରିଛନ୍ତି। ତେଣୁ ତାଙ୍କୁ କୌଣସି ଲୋକ ଉଦ୍ଧାର କରିବେ ନାହିଁ।”


ଆମ୍ଭେ ପରିତ୍ରାଣ ଓ ଧର୍ମ ଆଣିବୁ, ତାହା ବେଶି ଦୂର ନୁହେଁ। ଆମ୍ଭ ପରିତ୍ରାଣର ବିଳମ୍ବ ଘଟିବ ନାହିଁ; ଆମ୍ଭର ଗୌରବ ସ୍ୱରୂପ ଇସ୍ରାଏଲ ପାଇଁ ଆମ୍ଭେ ସିୟୋନ ପ୍ରତି ପରିତ୍ରାଣ ଆଣିବା।”


ମୋତେ ଏତେ କଷ୍ଟ ହେଉଥିଲା, ମୁଁ କିଛି ଅନୁଭବ କରିପାରୁ ନ ଥିଲି। ମୁଁ ହୃଦୟର ଅସ୍ଥିରତା ହେତୁରୁ ଆର୍ତ୍ତନାଦ କରୁଥିଲି।


ସଦାପ୍ରଭୁ ନ୍ୟାୟକୁ ଭଲ ପାଆନ୍ତି ଓ ତାଙ୍କର ବିଶ୍ୱସ୍ତ ଅନୁସରଣକାରୀମାନଙ୍କୁ ପରିତ୍ୟାଗ କରନ୍ତି ନାହିଁ, ତେଣୁ ସେମାନେ ଚିରଦିନ ସୁରକ୍ଷିତ। କିନ୍ତୁ ଦୁଷ୍ଟ ଲୋକମାନେ ଧ୍ୱଂସ ହେବେ।


ହେ ପରମେଶ୍ୱର, ମୋତେ ତୁମ୍ଭେ ରକ୍ଷା କର କାରଣ ମୁଁ ତୁମ୍ଭ ଉପରେ ନିର୍ଭର କରେ।


ଯୀଶୁ ମର୍ମାନ୍ତକ ପୀଡ଼ାରେ ବୁଡ଼ି ରହି ଆହୁରି ଦୃଢ଼ ଭାବରେ ପ୍ରାର୍ଥନା କରିବାକୁ ଲାଗିଲେ। ତାହାଙ୍କ ମୁହଁରୁ ଘନ ଘନ ରକ୍ତ ଟୋପା ଭଳି ଝାଳ ବାହାରି ଆସି ଭୂଇଁରେ ପଡ଼ିଲା।


ଆମ୍ଭେମାନେ ନ୍ୟାୟ ପାଇଁ ଭାଲୁପରି ଗର୍ଜନ କରୁ ଓ କପୋତ କରି ଅତିଶୟ ବିଳାପ କରୁ। ଆମ୍ଭେମାନେ ନ୍ୟାୟକୁ ଅପେକ୍ଷା କରୁ ମାତ୍ର ତାହା ନ ଥାଏ। ପୁଣି ପରିତ୍ରାଣକୁ ଅପେକ୍ଷା କରୁ ମାତ୍ର ତାହା ଆମ୍ଭଠାରୁ ଦୂରେଇ ଥାଏ।


ହେ ସଦାପ୍ରଭୁ, ମୋତେ ସେହି ପାପୀମାନଙ୍କ ସଙ୍ଗେ ତୁଳନା କର ନାହିଁ। ମୋତେ ସେହି ହତ୍ୟାକାରୀମାନଙ୍କ ସହିତ ମାର ନାହିଁ।


ତୁମ୍ଭେ ତାହା ଖଣ୍ଡ ଖଣ୍ଡ କରି ତା'ଉପରେ ତୈଳ ଢାଳିବ, ତାହା ହିଁ ଶସ୍ୟ ନୈବେଦ୍ୟ ହେବ।


Swiv nou:

Piblisite


Piblisite