Biblia Todo Logo
Bib sou entènèt

- Piblisite -




ଗୀତସଂହିତା 19:11 - ପବିତ୍ର ବାଇବଲ

11 ସଦାପ୍ରଭୁଙ୍କର ନୀତିଶିକ୍ଷା ତାଙ୍କର ଦାସମାନଙ୍କୁ ସତର୍କ କରାଇଥାଏ। ଯଦି ତୁମ୍ଭେମାନେ ସେଗୁଡ଼ିକୁ ପାଳନ କର, ତୁମ୍ଭେମାନେ ଉତ୍ତମ ପୁରସ୍କାର ପାଇବ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

11 ଆହୁରି, ତଦ୍ଦ୍ଵାରା ତୁମ୍ଭ ଦାସ ଚେତନା ପାଏ; ତହିଁର ପ୍ରତିପାଳନରେ ମହାଫଳ ଥାଏ।

Gade chapit la Kopi

ଓଡିଆ ବାଇବେଲ

11 ଆହୁରି, ତଦ୍ଦ୍ୱାରା ତୁମ୍ଭ ଦାସ ଚେତନା ପାଏ; ତହିଁର ପ୍ରତିପାଳନରେ ମହାଫଳ ଥାଏ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

11 ଆହୁରି, ତଦ୍ଦ୍ୱାରା ତୁମ୍ଭ ଦାସ ଚେତନା ପାଏ; ତହିଁର ପ୍ରତିପାଳନରେ ମହାଫଳ ଥାଏ।

Gade chapit la Kopi




ଗୀତସଂହିତା 19:11
25 Referans Kwoze  

ସାବଧାନ ରୁହ, ଯେପରି ତୁମ୍ଭ କାର୍ଯ୍ୟର ପୁରସ୍କାର ହରାଇ ନ ଦିଅ। ଯେପରି ତୁମ୍ଭେ ତୁମ୍ଭର ସମସ୍ତ ପୁରସ୍କାର ପାଇବ, ସେଥିପାଇଁ ଯତ୍ନବାନ ହୁଅ।


ମୁଁ ମୋ’ ହୃଦୟରେ ତୁମ୍ଭର ପ୍ରତିଜ୍ଞାକୁ ସଞ୍ଚୟ କରି ରଖିଅଛି, ଯେପରି ମୁଁ ତୁମ୍ଭ ବିରୁଦ୍ଧରେ ପାପ ନ କରିବି।


କିନ୍ତୁ ପ୍ରକୃତ ସୁଖୀ ଲୋକ ଯତ୍ନ ସହକାରେ ପରମେଶ୍ୱରଙ୍କ ସିଦ୍ଧ ବ୍ୟବସ୍ଥାକୁ ଅଧ୍ୟୟନ କରେ ଯାହା ମନୁଷ୍ୟମାନଙ୍କୁ ସ୍ୱାଧୀନ କରିଥାଏ। ସେ ସର୍ବଦା ତାହା ଅଧ୍ୟୟନ କରୁଥାଏ। ସେ ପରମେଶ୍ୱରଙ୍କ ଶିକ୍ଷାକୁ ଶୁଣେ ଓ ସେହି ଶୁଣିଥିବା ବିଷୟ ଭୁଲିଯାଏ ନାହିଁ। ତା'ପରେ ସେ ପରମେଶ୍ୱରଙ୍କ ସେହି ଶିକ୍ଷାକୁ ପାଳନ କରେ। ଏପରି କରିବା ଦ୍ୱାରା ସେ ସୁଖୀ ହୁଏ।


ଯଦି ଏକ ଜାତି ପରମେଶ୍ୱରଙ୍କର ପ୍ରକାଶିତବାକ୍ୟ ଦ୍ୱାରା ନ ଗ୍ଭଲେ, ଲୋକମାନେ ବିଶୃଙ୍ଖଳିତ ହୁଅନ୍ତି। କିନ୍ତୁ ଯେଉଁ ଲୋକ ପରମେଶ୍ୱରଙ୍କର ନିୟମ ମାନି ଚଳେ, ସେ ଆଶୀର୍ବାଦ ପାଏ।


ତୁମ୍ଭର ଦାନ ଗୋପନରେ ହେବା ଉଚିତ୍। ତୁମ୍ଭର ପରମପିତା ଗୋପନରେ କରାଯାଇଥିବା କାର୍ଯ୍ୟକୁ ଦେଖି ପାରନ୍ତି, ସେ ତୁମ୍ଭକୁ ତା'ର ପ୍ରତିଫଳ ଦେବେ।


ତା'ପରେ ମୁଁ ଗୋଟିଏ ସ୍ୱର ସ୍ୱର୍ଗରୁ ଶୁଣିଲି। ସେହି ସ୍ୱର କହିଲା, “ଏହା ଲେଖିରଖ: ବର୍ତ୍ତମାନଠାରୁ ପ୍ରଭୁଙ୍କଠାରେ ବିଶ୍ୱାସ ରଖି ଯେଉଁମାନେ ମୃତ୍ୟୁବରଣ କରନ୍ତି, ସେମାନେ ଧନ୍ୟ।” ଆତ୍ମା କହନ୍ତି, “ହଁ, ତାହା ସତ୍ୟ। ସେହି ଲୋକମାନେ ସେମାନଙ୍କର କଠିନ ପରିଶ୍ରମରୁ ବିଶ୍ରାମ ନେବେ କାରଣ ସେମାନେ କରିଥିବା କାମ ସେମାନଙ୍କ ସାଙ୍ଗରେ ଯିବ।”


ମିଶର ଦେଶର ସମସ୍ତ ଧନଭଣ୍ଡାର ପ୍ରାପ୍ତ କରିବା ବଦଳରେ ଖ୍ରୀଷ୍ଟଙ୍କ ପାଇଁ କଷ୍ଟ ସହନ କରିବା, ମୋଶା ଅପେକ୍ଷାକୃତ ଭଲ ମନେ କଲେ। ପରମେଶ୍ୱରଙ୍କ ଦ୍ୱାରା ଭବିଷ୍ୟତରେ ମିଳିବାକୁ ଥିବା ପ୍ରତିଦାନ ପାଇଁ ସେ ପ୍ରତୀକ୍ଷା କଲେ।


ଯେଉଁମାନେ କାମ କରୁ ନାହାନ୍ତି, ଭାଇ ଓ ଭଉଣୀମାନେ, ସେମାନଙ୍କୁ ସତର୍କ କରିଦିଅ। ଯେଉଁମାନେ ଭୟରେ ଅଛନ୍ତି, ସେମାନଙ୍କୁ ଉତ୍ସାହିତ କର। ଦୁର୍ବଳ ଲୋକଙ୍କୁ ସାହାଯ୍ୟ କର। ପ୍ରତ୍ୟେକ ଲୋକ ପାଇଁ ଧୈର୍ଯ୍ୟବାନ ହୁଅ।


ଅନେକ ଫାରୂଶୀ ଓ ସାଦ୍ଦୂକୀମାନେ ଯୋହନ ଲୋକମାନଙ୍କୁ ବାପ୍ତିସ୍ମ ଦେଉଥିବା ସ୍ଥାନକୁ ଆସିଲେ। ସେମାନଙ୍କୁ ଦେଖି ଯୋହନ କହିଲେ, “ହେ କାଳସର୍ପଗଣ! ତୁମ୍ଭେ ପ୍ରଭୁଙ୍କ ଆଗାମୀ କ୍ରୋଧରୁ ପଳାୟନ କରିବା ପାଇଁ ତୁମ୍ଭକୁ କିଏ ଚେତାବନୀ ଦେଲେ?


ତୁମ୍ଭମାନଙ୍କୁ ଲଜ୍ଜିତ କରିବା ପାଇଁ ମୁଁ ଏହା ଲେଖୁ ନାହିଁ। ବରଂ ନିଜର ପ୍ରିୟ ସନ୍ତାନ ବୋଲି ଭାବି ତୁମ୍ଭମାନଙ୍କୁ ସଚେତନ କରାଉଛି।


ତେଣୁ ତୁମ୍ଭେମାନେ ସାବଧାନ ହୋଇ ରୁହ। ତୁମ୍ଭେମାନେ ମନେପକାଅ ଯେ, ମୁଁ ତିନି ବର୍ଷ ପର୍ଯ୍ୟନ୍ତ ତୁମ୍ଭମାନଙ୍କ ପାଖରେ ରହି ଆଖିର ଲୁହରେ ପ୍ରତ୍ୟେକଙ୍କୁ ଦିନରାତି ସତର୍କ ବାଣୀ ଶୁଣାଇ ଥିଲି।


ତା'ହେଲେ ତୁମ୍ଭେ ଉପବାସ କରୁଛ ବୋଲି ଲୋକେ ଜାଣି ପାରିବେ ନାହିଁ, ତୁମ୍ଭର ପରମପିତାଙ୍କୁ ତୁମ୍ଭେ ସିନା ଦେଖି ପାରୁ ନାହଁ, ମାତ୍ର ସେ ତୁମ୍ଭକୁ ଉପବାସ କରୁଥିବାର ଦେଖିବେ। କାରଣ ଗୋପନରେ କରାଯାଇଥିବା କାମଗୁଡ଼ିକୁ ପରମପିତା ଦେଖନ୍ତି। ସେ ତୁମ୍ଭକୁ ତା'ର ପ୍ରତିଫଳ ଦେବେ।


ଦୁଷ୍ଟଲୋକ ମିଥ୍ୟା ଉପାର୍ଜନ କରେ। ମାତ୍ର ଯେ ଧର୍ମବୀଜ ବୁଣେ ତାହାର ନିଶ୍ଚିତ ପୁରସ୍କାର ଅଛି।


ତୁମ୍ଭମାନଙ୍କ ନିକଟକୁ ହତ୍ୟା, ଆଇନ୍ ଅମାନ୍ୟ, ଶାସନ ଓ ଅନ୍ୟ ଆଇନ୍ ସମ୍ପର୍କିତ ମାମଲାମାନ ଆସିବ, ଏହିସବୁ ମାମଲା ଏହି ନଗରରେ ବାସ କରୁଥିବା ତୁମ୍ଭମାନଙ୍କର ଭ୍ରାତାମାନଙ୍କର ମଧ୍ୟରୁ ହିଁ ଆସିବ। ଏହିସବୁ ମାମଲାରେ ତୁମ୍ଭେମାନେ ଲୋକମାନଙ୍କୁ “ସଦାପ୍ରଭୁ”ଙ୍କ ବିରୁଦ୍ଧରେ ପାପ ନ କରିବା ନିମନ୍ତେ ସତର୍କ କରାଇଦେବ। ଯଦି ତୁମ୍ଭେମାନେ ବିଶ୍ୱସ୍ତ ଭାବେ ସେବା କରିବ ନାହିଁ, ତେବେ ତୁମ୍ଭ ବିରୁଦ୍ଧରେ ଓ ତୁମ୍ଭମାନଙ୍କ ଭ୍ରାତାମାନଙ୍କ ବିରୁଦ୍ଧରେ ସଦାପ୍ରଭୁଙ୍କ କୋପ ବର୍ତ୍ତିବ। ଏହିପରି କର, ତେବେ ତୁମ୍ଭେମାନେ ଦୋଷୀ ହେବ ନାହିଁ।


କିନ୍ତୁ ତୁମ୍ଭେ ପ୍ରାର୍ଥନା କଲାବେଳେ ତୁମ୍ଭ ବଖରା ଭିତରକୁ ଯାଅ। କବାଟ ବନ୍ଦ କରି ତୁମ୍ଭର ପରମପିତାଙ୍କୁ ଗୋପନରେ ପ୍ରାର୍ଥନା କର। ତୁମ୍ଭର ପରମପିତା ଗୋପନରେ କରୁଥିବା ତୁମ୍ଭ କାମଗୁଡ଼ିକ ଦେଖି ପାରନ୍ତି। ସେ ତୁମ୍ଭକୁ ତା'ର ପ୍ରତିଫଳ ଦେବେ।


ତୁମ୍ଭର ଶିକ୍ଷାସବୁ ମୋ’ ପାଇଁ ଉତ୍ତମ, ଏହା ଏକହଜାର ଖଣ୍ଡ ସୁନା ଓ ରୂପାଖଣ୍ଡଠାରୁ ଉତ୍ତମ।


ତୁମ୍ଭର ପ୍ରତିଜ୍ଞା ସର୍ବଦା ମୋ’ ପାଟିକୁ ମହୁଠାରୁ ଅଧିକ ମଧୁର ଲାଗେ।


ଠିକ୍ ସେହିପରି ଭାବରେ ଜ୍ଞାନ ତୁମ୍ଭମାନଙ୍କର ପ୍ରାଣ ପାଇଁ ମହୁପରି ଅଟେ। ଯଦି ତୁମ୍ଭେ ଜ୍ଞାନ ଆହରଣ କର, ତେବେ ତୁମ୍ଭର ଭବିଷ୍ୟତ ରହିବ ଏବଂ ତୁମ୍ଭର ଆଶା କେବେ ଶେଷ ହେବ ନାହିଁ।


ତା'ପରେ ପରମେଶ୍ୱର କହିଲେ, “ହେ ମନୁଷ୍ୟ ପୁତ୍ର, ଆମ୍ଭେ ତୁମ୍ଭକୁ ଯେଉଁ ନଳାକାର ପୁସ୍ତକ ଦେଉଅଛୁ, ତାହା ତୁମ୍ଭେ ଆପଣା ଉଦରରେ ପୂରାଅ।” ତେଣୁ ମୁଁ ସେହି ନଳାକାର ପୁସ୍ତକଟିକୁ ଖାଇଦେଲି ଓ ଏହା ମହୁପରି ମିଠା ଲାଗିଲା।


Swiv nou:

Piblisite


Piblisite