Biblia Todo Logo
Bib sou entènèt

- Piblisite -




ଗୀତସଂହିତା 18:1 - ପବିତ୍ର ବାଇବଲ

1 ସେ କହିଲେ, “ହେ ସଦାପ୍ରଭୁ, ତୁମ୍ଭେ ହିଁ ମୋର ଶକ୍ତିସ୍ୱରୂପ, ମୁଁ ତୁମ୍ଭକୁ ଭଲ ପାଏ।”

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

1 ହେ ମୋହର ବଳ ସ୍ଵରୂପ ସଦାପ୍ରଭୋ, ମୁଁ ତୁମ୍ଭଙ୍କୁ ପ୍ରେମ କରୁଥାଏ।

Gade chapit la Kopi

ଓଡିଆ ବାଇବେଲ

1 ହେ ମୋହର ବଳ ସ୍ୱରୂପ ସଦାପ୍ରଭୁ, ମୁଁ ତୁମ୍ଭଙ୍କୁ ପ୍ରେମ କରେ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

1 ହେ ମୋହର ବଳ ସ୍ୱରୂପ ସଦାପ୍ରଭୋ, ମୁଁ ତୁମ୍ଭଙ୍କୁ ପ୍ରେମ କରେ।

Gade chapit la Kopi




ଗୀତସଂହିତା 18:1
18 Referans Kwoze  

ଯେପରି ପରମେଶ୍ୱର ତାହାଙ୍କ ମହାନ୍ ଶକ୍ତି ଦ୍ୱାରା ତୁମ୍ଭମାନଙ୍କୁ ଶକ୍ତିଶାଳୀ କରନ୍ତୁ; ଯେ ତୁମ୍ଭେମାନେ ଧୈର୍ଯ୍ୟବାନ ହେବ ଓ କଷ୍ଟ ପଡ଼ିଲେ, ପଳାୟନ କରିବ ନାହିଁ, ସେଥିପାଇଁ ପରମେଶ୍ୱର ତୁମ୍ଭମାନଙ୍କୁ ଶକ୍ତି ଦିଅନ୍ତୁ। ତା'ହେଲେ ଯାଇ ତୁମ୍ଭେ ପ୍ରସନ୍ନ ହେବ


ପରମେଶ୍ୱର ଆମ୍ଭକୁ ପ୍ରଥମେ ପ୍ରେମ କରିବାରୁ ଆମ୍ଭେମାନେ ତାହାଙ୍କୁ ପ୍ରେମ କରିଲୁା


ଖ୍ରୀଷ୍ଟଙ୍କଠାରୁ ମୋତେ ଶକ୍ତି, ପ୍ରଦତ୍ତ ହୋଇଥିବାରୁ, ତାଙ୍କ ମାଧ୍ୟମରେ ମୁଁ ସବୁକିଛି କରିବାକୁ ସକ୍ଷମ।


ଧାର୍ମିକ ବ୍ୟକ୍ତିମାନଙ୍କ ଉପରେ ହୁଏତ ବହୁତ ବିପଦ ଆସିପାରେ କିନ୍ତୁ ସଦାପ୍ରଭୁ ସେମାନଙ୍କୁ ସେମାନଙ୍କର ପ୍ରତ୍ୟେକ ବିପଦରୁ ଉଦ୍ଧାର କରିବେ।


ଯାହାଙ୍କୁ ମୁଁ ଗୀତରେ ଏବଂ ସ୍ତୁତିରେ ପ୍ରଶଂସା କରେ, ସେ ହିଁ ସଦାପ୍ରଭୁ, ମୋର ଶକ୍ତି ଓ ସୁରକ୍ଷା। ସଦାପ୍ରଭୁ ମୋତେ ରକ୍ଷା କଲେ।


ମୁଁ ତୁମ୍ଭର ଦାସ। ମୁଁ ତୁମ୍ଭର ଜଣେ ଦାସୀର ସନ୍ତାନ ଅଟେ। ହେ ସଦାପ୍ରଭୁ, ତୁମ୍ଭେ ମୋତେ ମୃତ୍ୟୁର ଶିଙ୍କୁଳିରୁ ମୁକ୍ତ କର।


ଜଣେ ଦୁଷ୍ଟ ଲୋକ ସବୁବେଳେ ମନ୍ଦକାର୍ଯ୍ୟ କରେ। ଯେତେବେଳେ ସେ ଆପଣା ହୃଦୟକୁ କହେ, “ମୁଁ ପରମେଶ୍ୱରଙ୍କୁ ଭୟ ଓ ସମ୍ମାନ କରେ ନାହିଁ।”


ପରମେଶ୍ୱର ଆମ୍ଭକୁ ବଳ ପ୍ରଦାନ କରନ୍ତି। ସେ ମୋତେ ଶୁଦ୍ଧ ଜୀବନଯାପନ କରିବା ପାଇଁ ସାହାଯ୍ୟ କରନ୍ତି।


ଦାଉଦ ତାହାଙ୍କ ଯୁଗରେ ପରମେଶ୍ୱରଙ୍କର ଇଚ୍ଛା ଅନୁସାରେ ସେବାକାର୍ଯ୍ୟ କରି ସାରିଲାପରେ ଦେହତ୍ୟାଗ କରିଥିଲେ। ଦାଉଦଙ୍କୁ ତାହାଙ୍କ ପୂର୍ବପୁରୁଷମାନଙ୍କ ସହିତ ସମାଧି ଦିଆଗଲା ଓ ସେ କ୍ଷୟ ପ୍ରାପ୍ତ ହେଲେ।


କିନ୍ତୁ ପରମେଶ୍ୱର ସମସ୍ତ ବିଷୟ ନିର୍ମାଣ କରିଛନ୍ତି। ପରମେଶ୍ୱରଙ୍କ ଗୃହରେ ମୋଶା ଜଣେ ସେବକ ରୂପେ ବିଶ୍ୱସ୍ତ ଥିଲେ। ପରମେଶ୍ୱର ଭବିଷ୍ୟତରେ ଯାହାକିଛି କହିବେ, ସେ ଲୋକମାନଙ୍କୁ ସେହି କଥା କହିଥିଲେ।


Swiv nou:

Piblisite


Piblisite