Biblia Todo Logo
Bib sou entènèt

- Piblisite -




ଗୀତସଂହିତା 149:2 - ପବିତ୍ର ବାଇବଲ

2 ଇସ୍ରାଏଲ, ଆପଣା ନିର୍ମାଣକର୍ତ୍ତାଙ୍କଠାରେ, ଆନନ୍ଦ କର। ସିୟୋନର ଲୋକମାନେ, ଆପଣାମାନଙ୍କ ରାଜାଙ୍କଠାରେ ଉଲ୍ଲସିତ ହୁଅ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

2 ଇସ୍ରାଏଲ ଆପଣା ନିର୍ମାଣକର୍ତ୍ତାଙ୍କଠାରେ ଆନନ୍ଦ କରୁ; ସିୟୋନର ସନ୍ତାନଗଣ ଆପଣାମାନଙ୍କ ରାଜାଙ୍କଠାରେ ଉଲ୍ଲସିତ ହେଉନ୍ତୁ।

Gade chapit la Kopi

ଓଡିଆ ବାଇବେଲ

2 ଇସ୍ରାଏଲ ଆପଣା ନିର୍ମାଣକର୍ତ୍ତାଙ୍କଠାରେ ଆନନ୍ଦ କରୁ; ସିୟୋନର ସନ୍ତାନଗଣ ଆପଣାମାନଙ୍କ ରାଜାଙ୍କଠାରେ ଉଲ୍ଲସିତ ହେଉନ୍ତୁ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

2 ଇସ୍ରାଏଲ ଆପଣା ନିର୍ମାଣକର୍ତ୍ତାଙ୍କଠାରେ ଆନନ୍ଦ କରୁ; ସିୟୋନର ସନ୍ତାନଗଣ ଆପଣାମାନଙ୍କ ରାଜାଙ୍କଠାରେ ଉଲ୍ଲସିତ ହେଉନ୍ତୁ।

Gade chapit la Kopi




ଗୀତସଂହିତା 149:2
25 Referans Kwoze  

କାରଣ ତୁମ୍ଭର ସୃଷ୍ଟିକର୍ତ୍ତା ତୁମ୍ଭର ସ୍ୱାମୀ ଅଟନ୍ତି ଓ ସର୍ବଶକ୍ତିମାନ ସଦାପ୍ରଭୁ ତାଙ୍କର ନାମ। ପୁଣି ସେ ଇସ୍ରାଏଲର ପବିତ୍ର ସ୍ୱରୂପ ତୁମ୍ଭର ମୁକ୍ତିଦାତା; ସେ ସମଗ୍ର ପୃଥିବୀର ପରମେଶ୍ୱର ବୋଲି ବିଖ୍ୟାତ ହେବେ।


ଯେଉଁ ବ୍ୟକ୍ତି ସୁସମାଗ୍ଭର ଆଣୁଅଛି, ଯିଏ ଶାନ୍ତି ପ୍ରଗ୍ଭର କରୁଅଛି, ଯିଏ ମଙ୍ଗଳ ସୁସମାଗ୍ଭର ଆଣୁଅଛି, ଯିଏ ପରିତ୍ରାଣ ପ୍ରଗ୍ଭର କରୁଅଛି ଓ ଯିଏ ସିୟୋନକୁ “ତୁମ୍ଭ ପରମେଶ୍ୱର ରାଜ୍ୟ କରନ୍ତି ବୋଲି କହୁଅଛି, ସେହି ଶାନ୍ତିଦୂତର ଚରଣ ପର୍ବତଗଣ ଉପରେ ସ୍ୱାଗତ ଯୋଗ୍ୟ।”


ଆସ, ଆମ୍ଭେ ସମସ୍ତେ ତାଙ୍କ ଆଗରେ ନଇଁ ପଡ଼ି ପ୍ରଣାମ କରିବା ଓ ଉପାସନା କରିବା! ଆସ, ସେହି ଆମ୍ଭର ସୃଷ୍ଟିକର୍ତ୍ତା ପରମେଶ୍ୱରଙ୍କ ଆଗରେ ଆଣ୍ଠୁମାଡ଼ି ପ୍ରଶଂସା କରିବା।


“ସ୍ୱାଗତ କରି କହିଲେ: “‘ପ୍ରଭୁଙ୍କ ନାମରେ ଯେଉଁ ରାଜା ଆସୁଛନ୍ତି, ତାହାଙ୍କୁ ପରମେଶ୍ୱର ଆଶୀର୍ବାଦ କରନ୍ତୁ।’ ସ୍ୱର୍ଗରେ ଶାନ୍ତି ଓ ପରମେଶ୍ୱରଙ୍କ ମହିମା ହେଉ।”


ହେ ସିୟୋନର କନ୍ୟା ଆନନ୍ଦ କର! ହେ ଯିରୁଶାଲମର କନ୍ୟା, ଚିତ୍କାର କର! ଦେଖ, ତୁମ୍ଭର ରାଜା ତୁମ୍ଭମାନଙ୍କ ନିକଟକୁ ଆସୁଛନ୍ତି। ସେ ଧାର୍ମିକ ରାଜା ଓ ସେ ଜୟଲାଭ କରିଛନ୍ତି। ସେ ଅତ୍ୟନ୍ତ ନମ୍ର। ସେ ଏକ ଯୁବ ଗଧ ଉପରେ ବସି ଆସୁଛନ୍ତି।


ତେଣୁ ହେ ସିୟୋନର ସନ୍ତାନଗଣ, ତୁମ୍ଭେମାନେ ସୁଖ କର, ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱରଙ୍କ ନିକଟରେ ଆନନ୍ଦ ଉଲ୍ଲାସ କର। ସେ ମଙ୍ଗଳମୟ ଏବଂ ତୁମ୍ଭମାନଙ୍କୁ ବୃଷ୍ଟି ଦେବେ। ସେ ତୁମ୍ଭକୁ ଆଦ୍ୟ ବୃଷ୍ଟି ଓ ଶେଷ ବୃଷ୍ଟି ପୂର୍ବପରି ଦେବେ।


କିନ୍ତୁ ସେହି ମନ୍ଦ ଲୋକମାନେ ପରମେଶ୍ୱରଙ୍କ ସାହାଯ୍ୟ କାମନା କରନ୍ତି ନାହିଁ। ସେମାନେ କହିବେ ନାହିଁ, ‘କେଉଁଠି ସେହି ପରମେଶ୍ୱର ଅଛନ୍ତି, ଯିଏ ମୋତେ ତିଆରି କରିଛନ୍ତି? ଲୋକମାନେ ଯେତେବେଳେ ନିରାଶ ହୁଅନ୍ତି, ପରମେଶ୍ୱର ସେତେବେଳେ ତାଙ୍କୁ ସାହାଯ୍ୟ କରନ୍ତି।


ପରମେଶ୍ୱରଙ୍କ ଗୁଣ କୀର୍ତ୍ତନ କର। ତାଙ୍କର ପ୍ରଶଂସାରେ ଶତ ମୁଖର ହୋଇ ଉଠ। ଆମ୍ଭର ରାଜାଙ୍କୁ ପ୍ରଶଂସା କର। ତାଙ୍କର ମହିମା ଗାନ କର।


“ସଦାପ୍ରଭୁ ଆପଣା ମହାନ ନାମ ସକାଶେ ଆପଣା ଲୋକମାନଙ୍କୁ ତ୍ୟାଗ କରିବେ ନାହିଁ। କାରଣ ତୁମ୍ଭମାନଙ୍କୁ ଆପଣା ଲୋକ କରିବା ପାଇଁ ସଦାପ୍ରଭୁ ସନ୍ତୁଷ୍ଟ ହୋଇ ଅଛନ୍ତି।


ସେହି ସ୍ଥାନରେ ତୁମ୍ଭେମାନେ ଓ ତୁମ୍ଭମାନଙ୍କର ପରିବାର ସଦସ୍ୟଗଣ ସଦାପ୍ରଭୁଙ୍କ ଉପସ୍ଥିତିରେ ଭୋଜନ କରିବ। ତୁମ୍ଭକୁ ଯାହା ପ୍ରାପ୍ତି ହୋଇଛି ସେଥିରେ ଆନନ୍ଦିତ ହୁଅ, ଯେହେତୁ ସଦାପ୍ରଭୁ ତୁମ୍ଭଙ୍କୁ ଆଶୀର୍ବାଦ କରିଛନ୍ତି।


ତା'ପରେ ମୁଁ ଅନେକ ଲୋକମାନଙ୍କର ସ୍ୱର ଶୁଣିଲି। ଏହା ଜଳପ୍ରପାତର ଧ୍ୱନିପରି ଏବଂ ବିରାଟ ମେଘ ଗର୍ଜନର ଶବ୍ଦ ପରି ଥିଲା। ସେମାନେ କହୁଥିଲେ: “ହାଲ୍ଲିଲୂୟା! ଆମ୍ଭମାନଙ୍କର ପ୍ରଭୁ ପରମେଶ୍ୱର ରାଜତ୍ୱ କରୁଛନ୍ତି। ସେ ସର୍ବଶକ୍ତିମାନ।


କିନ୍ତୁ ଆମ୍ଭେମାନେ ପ୍ରକୃତରେ ସୁନ୍ନତ ହୋଇଥିବା ଲୋକ ଅଟୁ। ଆମ୍ଭେ ଆତ୍ମା ଦ୍ୱାରା ପରମେଶ୍ୱରଙ୍କର ସେବା କରୁ। ଆମ୍ଭେ ଖ୍ରୀଷ୍ଟ ଯୀଶୁଙ୍କଠାରେ ଗର୍ବ କରୁ। ଆମ୍ଭେ ନିଜେ କିଛି କରି ପାରିବା ବୋଲି ନିଜ ଉପରେ ନିର୍ଭର କରୁ ନାହୁଁ।


ଯିହୂଦୀମାନେ ଚିତ୍କାର କଲେ, “ତାକୁ ଦୂରକୁ ନେଇଯାଅ। ତାକୁ କ୍ରୁଶରେ କଣ୍ଟାବିଦ୍ଧ କରି ମାରିଦିଅ।” ପୀଲାତ ଯିହୂଦୀମାନଙ୍କୁ ପଗ୍ଭରିଲେ, “ତୁମ୍ଭେ କ'ଣ ଗ୍ଭହଁ ଯେ, ମୁଁ ତୁମ୍ଭ ରାଜାଙ୍କୁ କ୍ରୁଶରେ ଚଢ଼ାଇ ମାରିବି?” ମୁଖ୍ୟ ଯାଜକମାନେ ଉତ୍ତର ଦେଲେ, “କାଇସର କେବଳ ଆମ୍ଭର ରାଜା।”


ବର୍ତ୍ତମାନ ମୋର ଶତ୍ରୁମାନେ କାହାନ୍ତି? ମୁଁ ସେମାନଙ୍କର ରାଜା ନ ହୁଏ ବୋଲି ଯେଉଁମାନେ ଗ୍ଭହୁଁଥିଲେ। ସେମାନେ କାହାନ୍ତି? ମୋ’ ଶତ୍ରୁମାନଙ୍କୁ ଏଠାକୁ ଆଣ। ସେମାନଙ୍କୁ ମୋ’ ଆଖି ଆଗରେ ମାରିଦିଅ।’”


“ତା'ପରେ ରାଜା ତାହାଙ୍କ ଡାହାଣ ପଟରେ ଥିବା ଲୋକମାନଙ୍କୁ କହିବେ, ‘ଆସ, ମୋର ପରମପିତା ତୁମ୍ଭମାନଙ୍କୁ ଆଶାର୍ବାଦ କରିଛନ୍ତି। ପରମେଶ୍ୱର ତୁମ୍ଭକୁ ଯେଉଁ ରାଜ୍ୟ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି, ତାହା ଲାଭ କର। ଜଗତ ସୃଷ୍ଟି ହେବା କାଳରୁ ତୁମ୍ଭ ପାଇଁ ସେ ରାଜ୍ୟ ପ୍ରସ୍ତୁତ ହୋଇ ସାରିଛି।”


“ସିୟୋନ ନଗରୀକୁ କୁହ: ‘ଦେଖ, ତୁମ୍ଭର ରାଜା ତୁମ୍ଭ ପାଖକୁ ଆସୁଛନ୍ତି। ସେ ନମ୍ର ଓ ସେ ଗୋଟିଏ ଗଧ ଉପରେ ଚଢ଼ି ଆସୁଛନ୍ତି। ହଁ, ଗୋଟିଏ ଗଧଛୁଆ ଉପରେ ଚଢ଼ିଛନ୍ତି, ସେହି ଛୁଆଟି ଏକ ସ୍ତନ୍ୟପାୟୀ ଗଧରୁ ଜନ୍ମ ହୋଇଛି।’”


ଆମ୍ଭେ ସଦାପ୍ରଭୁ, ତୁମ୍ଭମାନଙ୍କର ଧର୍ମସ୍ୱରୂପ, ଇସ୍ରାଏଲର ସୃଷ୍ଟିକର୍ତ୍ତା, ତୁମ୍ଭମାନଙ୍କର ରାଜା ଅଟୁ।”


ତା'ପରେ ହବ‌କ୍‌କୂକ କହିଲେ, “ହେ ସଦାପ୍ରଭୁ, ତୁମ୍ଭେ ପୁରାତନ କାଳର ସଦାପ୍ରଭୁ ଅଟ। ତୁମ୍ଭେ ଏକମାତ୍ର ପବିତ୍ର ଅଟ, ଯିଏ କେବେ ଅନ୍ତର୍ହିତ କରିବ ନାହିଁ। ହେ ସଦାପ୍ରଭୁ, ତୁମ୍ଭେ ସେମାନଙ୍କୁ ବିଗ୍ଭର କରିବା ପାଇଁ ନିଯୁକ୍ତି କଲ କି? ହେ ଶୈଳ, ଲୋକମାନଙ୍କୁ ଦଣ୍ତ ଦେବା ପାଇଁ ତୁମ୍ଭେ ସେମାନଙ୍କୁ ପଠାଇଲ କି?


ହେ ଯିରୁଶାଲମ, ଗୀତ ଗାଅ ଓ ସୁଖୀ ହୁଅ। ଇସ୍ରାଏଲ ମଧ୍ୟ ଆନନ୍ଦ କରିବ। ଯିରୁଶାଲମ ମଧ୍ୟ ସୁଖୀ ହେବ।


କାରଣ ସଦାପ୍ରଭୁ ତୁମ୍ଭମାନଙ୍କୁ ଦଣ୍ତ ଦେଲେ ନାହିଁ। ସେ ତୁମ୍ଭର ଶତ୍ରୁମାନଙ୍କୁ ବିନାଶ କଲେ। ଇସ୍ରାଏଲର ରାଜା, ସ୍ୱୟଂ ସଦାପ୍ରଭୁ ତୁମ୍ଭମାନଙ୍କ ସହିତ ଅଛନ୍ତି। ତୁମ୍ଭେ ମନ୍ଦ ବିଷୟ ପାଇଁ ଆଉ ଭୟଭୀତ ହେବ ନାହିଁ।


Swiv nou:

Piblisite


Piblisite