Biblia Todo Logo
Bib sou entènèt

- Piblisite -




ଗୀତସଂହିତା 143:1 - ପବିତ୍ର ବାଇବଲ

1 ହେ ସଦାପ୍ରଭୁ, ମୋର ପ୍ରାର୍ଥନା ଶୁଣ। ମୋର ସାହାଯ୍ୟ ପାଇଁ ପ୍ରାର୍ଥନାରେ କର୍ଣ୍ଣପାତ କର। ତୁମ୍ଭର ବିଶ୍ୱସ୍ତତା ଏବଂ ତୁମ୍ଭର ଧାର୍ମିକତାରେ ମୋତେ ଉତ୍ତର ଦିଅ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

1 ହେ ସଦାପ୍ରଭୋ, ମୋହର ପ୍ରାର୍ଥନା ଶୁଣ; ମୋʼ ନିବେଦନରେ କର୍ଣ୍ଣପାତ କର; ତୁମ୍ଭର ବିଶ୍ଵସ୍ତତା ଓ ଧର୍ମରେ ମୋତେ ଉତ୍ତର ଦିଅ।

Gade chapit la Kopi

ଓଡିଆ ବାଇବେଲ

1 ହେ ସଦାପ୍ରଭୁ, ମୋହର ପ୍ରାର୍ଥନା ଶୁଣ; ମୋ’ ନିବେଦନରେ କର୍ଣ୍ଣପାତ କର; ତୁମ୍ଭର ବିଶ୍ୱସ୍ତତା ଓ ଧର୍ମରେ ମୋତେ ଉତ୍ତର ଦିଅ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

1 ହେ ସଦାପ୍ରଭୋ, ମୋହର ପ୍ରାର୍ଥନା ଶୁଣ; ମୋʼ ନିବେଦନରେ କର୍ଣ୍ଣପାତ କର; ତୁମ୍ଭର ବିଶ୍ୱସ୍ତତା ଓ ଧର୍ମରେ ମୋତେ ଉତ୍ତର ଦିଅ।

Gade chapit la Kopi




ଗୀତସଂହିତା 143:1
8 Referans Kwoze  

କାରଣ ତୁମ୍ଭେ ଯଥାର୍ଥ ଅଟ। ମୋତେ ଉଦ୍ଧାର କର ଓ ବଞ୍ଚାଅ। ମୋହର ଗୁହାରି ଶୁଣ ଓ ମୋତେ ଉଦ୍ଧାର କର।


ମୁଁ ସଦାପ୍ରଭୁଙ୍କୁ କହିଲି, ତୁମ୍ଭେ ମୋର ପରମେଶ୍ୱର। ହେ ସଦାପ୍ରଭୁ, ମୋର ପ୍ରାର୍ଥନାକୁ ଗ୍ରହଣ କର।


ହେ ସଦାପ୍ରଭୁ, ମୁଁ ତୁମ୍ଭ ଉପରେ ନିର୍ଭରଶୀଳ। ମୋତେ ତୁମ୍ଭେ ନିରାଶ କର ନାହିଁ। ମୋ’ ପ୍ରତି ଦୟା କର ଓ ମୋତେ ଉଦ୍ଧାର କର।


ଯଦି ଆମ୍ଭେ ନିଜ ନିଜର ପାପ ସ୍ୱୀକାର କରୁ ତେବେ ପରମେଶ୍ୱର ଆମ୍ଭକୁ ପାପରୁ କ୍ଷମା କରିବେ। କାରଣ ସେ ବିଶ୍ୱସ୍ତ ଓ ନ୍ୟାୟବାନ ଅଟନ୍ତି। ସେ ଆମ୍ଭକୁ ସମସ୍ତ ଅଧର୍ମରୁ ପରିଷ୍କାର କରିବେ।


ହେ ସଦାପ୍ରଭୁ, ବିନୟ କରୁଅଛୁ, ତୁମ୍ଭର ସମସ୍ତ ଧାର୍ମିକତା ଅନୁଯାୟୀ ତୁମ୍ଭର ନଗର ଯିରୁଶାଲମ, ତୁମ୍ଭର ପବିତ୍ର ପର୍ବତ ପ୍ରତି ତୁମ୍ଭର କ୍ରୋଧ ଓ କୋପ ନିବୃତ୍ତ ହେଉ। ତୁମ୍ଭର କ୍ରୋଧ ନ୍ୟାୟୋଚିତ। ମାତ୍ର ଆମ୍ଭ ଚତୁର୍ଦ୍ଦିଗସ୍ଥ ଲୋକେ ଆମ୍ଭମାନଙ୍କୁ ନିନ୍ଦା କରୁଛନ୍ତି ଓ ଉପହାସ କରୁଛନ୍ତି। କାରଣ ଆମ୍ଭେମାନେ ଓ ଆମ୍ଭ ପୂର୍ବପୁରୁଷଗଣ ପାପ କରିଛନ୍ତି।


“ହେ ସଦାପ୍ରଭୁ ପରମେଶ୍ୱର, ତୁମ୍ଭେ ତୁମ୍ଭର ଦାସ ବିଷୟରେ ଓ ତାହାର ପରିବାର ବିଷୟରେ ଯେଉଁ କଥା କହିଅଛ, ଦୟାକରି ତୁମ୍ଭେ ପ୍ରତିଜ୍ଞା ପୂରଣ କର। ରାଜାମାନଙ୍କର ଚିରଦିନ ପାଇଁ ମୋର ପରିବାରକୁ ଗୋଟିଏ ରାଜ ବଂଶରେ ପ୍ରତିଷ୍ଠା କର।


ହେ ସଦାପ୍ରଭୁ, ମୋର ପ୍ରାର୍ଥନା ଥରେ ଶୁଣ ଓ ମୋତେ ନ୍ୟାୟ ପ୍ରଦାନ କର। ମୁଁ ତୁମ୍ଭକୁ ଉଚ୍ଚ ସ୍ୱରରେ ଡାକୁ ଅଛି। ଯେହେତୁ ମୁଁ ନିଷ୍କପଟ, ତେଣୁ ଯାହା ମୁଁ କହୁଛି, ଦୟାକରି ମୋର ପ୍ରାର୍ଥନାକୁ ଗ୍ରହଣ କର।


Swiv nou:

Piblisite


Piblisite