Biblia Todo Logo
Bib sou entènèt

- Piblisite -




ଗୀତସଂହିତା 142:3 - ପବିତ୍ର ବାଇବଲ

3 ଆଶା ଛାଡ଼ିଦେବା ପାଇଁ ମୁଁ ପ୍ରସ୍ତୁତ ଅଟେ। କିନ୍ତୁ ସଦାପ୍ରଭୁ, ତୁମ୍ଭେ ଜାଣ ଯେଉଁ ପଥ ଉପରେ ମୁଁ ଅଛି, ମୋର ଶତ୍ରୁଗଣ ମୋ’ ପାଇଁ ଫାନ୍ଦ ବସାଇଅଛନ୍ତି।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

3 ମୋହର ଆତ୍ମା ମୋʼ ଅନ୍ତରରେ ଉଦ୍ବିଗ୍ନ ହେବା ବେଳେ ତୁମ୍ଭେ ମୋହର ମାର୍ଗ ଜାଣିଲ। ମୋʼ ଗମନ ପଥରେ ସେମାନେ ମୋʼ ପାଇଁ ଗୋପନରେ ଫାନ୍ଦ ପାତିଅଛନ୍ତି।

Gade chapit la Kopi

ଓଡିଆ ବାଇବେଲ

3 ମୋହର ଆତ୍ମା ମୋ’ ଅନ୍ତରରେ ଉଦ୍‍ବିଗ୍ନ ହେବା ବେଳେ ତୁମ୍ଭେ ମୋହର ମାର୍ଗ ଜାଣିଲ। ମୋ’ ଗମନ ପଥରେ ସେମାନେ ମୋ’ ପାଇଁ ଗୋପନରେ ଫାନ୍ଦ ପାତିଅଛନ୍ତି।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

3 ମୋହର ଆତ୍ମା ମୋʼ ଅନ୍ତରରେ ଉଦ୍‍ବିଗ୍ନ ହେବା ବେଳେ ତୁମ୍ଭେ ମୋହର ମାର୍ଗ ଜାଣିଲ। ମୋʼ ଗମନ ପଥରେ ସେମାନେ ମୋʼ ପାଇଁ ଗୋପନରେ ଫାନ୍ଦ ପାତିଅଛନ୍ତି।

Gade chapit la Kopi




ଗୀତସଂହିତା 142:3
20 Referans Kwoze  

ମନ୍ଦ ଲୋକମାନେ ମୋ’ ପାଇଁ ଫାଶ ବସାନ୍ତି। ସେମାନଙ୍କର ଫାଶରେ ମୋତେ ପଡ଼ିବା ପାଇଁ ଦିଅ ନାହିଁ।


ସେହି ଗର୍ବୀ ଲୋକମାନେ ମୋ’ ପାଇଁ ଫାନ୍ଦ ବିଛାଇଛନ୍ତି। ସେମାନେ ମୋତେ ଧରିବା ପାଇଁ ଜାଲ ବିଛାଇଛନ୍ତି। ସେମାନେ ମୋ’ ପଥରେ ଯନ୍ତା ବିଛାଇଛନ୍ତି। ସେଲା


ଯେତେବେଳେ ତୁମ୍ଭେ ହଠାତ୍ ଦଳେ ଚଢ଼ଉକାରୀ ସେମାନଙ୍କ ବିରୁଦ୍ଧରେ ଆଣ, ସେମାନଙ୍କର ଗୃହରୁ କ୍ରନ୍ଦନର ସ୍ୱର ଶୁଣାଯାଉ। କାରଣ ସେମାନେ ମୋତେ ଧରିବା ପାଇଁ ଗର୍ତ୍ତ ଖୋଳି ଅଛନ୍ତି ଓ ମୋ’ ଚରଣ ପାଇଁ ଗୋପନରେ ଫାନ୍ଦ ବସାଇ ଅଛନ୍ତି।


ମୁଁ ତ୍ୟାଗ କରିବାକୁ ପ୍ରସ୍ତୁତ। ମୁଁ ମୋର ସାହସ ହରାଉଛି।


ମୁଁ ଯେତେବେଳେ ଭୟଭୀତ ହୁଏ, ପୃଥିବୀର ଶେଷ ପ୍ରାନ୍ତରୁ ମୁଁ ତୁମ୍ଭକୁ ଡାକେ। ତୁମ୍ଭେ ମୋତେ ଉଚ୍ଚସ୍ଥାନରେ ଥିବା ନିରାପଦ ସ୍ଥାନକୁ ନେଇଯାଅ।


ମୋର ଶକ୍ତିସବୁ ଶେଷ ହୋଇଯାଇଛି। ମୁଁ ଯେପରି ଶୁଖିଲା ତୃଣପରି। ଏପରିକି ମୁଁ ଖାଇବା ପାଇଁ କ୍ଷୁଧା ହରେଇଅଛି।


ମୁଁ ପରମେଶ୍ୱରଙ୍କୁ ସ୍ମରଣ କରି, ତାଙ୍କୁ ମୋର ଅନୁଭୂତି କହିବାକୁ ଚେଷ୍ଟା କରିଛି। କିନ୍ତୁ ମୁଁ ପାରୁ ନାହିଁ। ସେଲା


ସେମାନେ ମୋତେ ହତ୍ୟା କରିବାର ଆଶା ନେଇ ଲୁଚି ରହନ୍ତି ଓ ମୋର ପ୍ରତ୍ୟେକ ଗତିବିଧି ଲକ୍ଷ୍ୟ କରନ୍ତି।


ମୋର ଶତ୍ରୁମାନେ ମୋ’ ସମ୍ମୁଖରେ ଏକ ଯନ୍ତା ବସାଇଛନ୍ତି। ସେମାନଙ୍କ ସେହି ଯନ୍ତାରୁ ମୋତେ ଉଦ୍ଧାର କର। ତୁମ୍ଭେ ମୋର ନିରାପଦ ସ୍ଥଳ।


ମୋର ବଳ କ୍ରମେ କ୍ଷୀଣ ହୋଇ ଆସୁଛି, ପାଣି ଭୂମିରେ ଶୋଷିତ ହେଲାପରି ମୋର ଶକ୍ତି ଗ୍ଭଲି ଯାଉଛି। ମୋର ଅସ୍ଥିସବୁ ଭାଙ୍ଗି ଯାଉଛି। ମୋର ସାହସ କ୍ରମେ କ୍ଷୀଣ ହୋଇ ଆସୁଛି।


କାରଣ ସଦାପ୍ରଭୁ କେବଳ ଧାର୍ମିକ ବ୍ୟକ୍ତିମାନଙ୍କୁ ରକ୍ଷା କରନ୍ତି, ଦୁଷ୍ଟ ଲୋକମାନଙ୍କର କାର୍ଯ୍ୟ ବିନଷ୍ଟ କରନ୍ତି।


ପରମେଶ୍ୱର ମୋତେ ଜାଣନ୍ତି। ସେ ମୋତେ ପରୀକ୍ଷା କରୁଛନ୍ତି, ଶେଷରେ ସେ ଦେଖିବେ ମୁଁ ସୁନାପରି ଖାଣ୍ଟି।


ଯୀଶୁ ଯେଉଁ ସ୍ଥାନରେ ଉପଦେଶ ଦେଉଥିଲେ, ଫାରୂଶୀମାନେ ସେ ସ୍ଥାନ ଛାଡ଼ି ଗ୍ଭଲିଗଲେ। ସେମାନେ ଯୀଶୁଙ୍କ କଥା ଦ୍ୱାରା ତାହାଙ୍କୁ କିପରି ଫାନ୍ଦରେ ପକାଇବେ, ସେ ବିଷୟରେ ଯୋଜନା କଲେ।


ତୁମ୍ଭେ ମୋର ହୃଦୟର ଅନ୍ତଃସ୍ଥଳକୁ ଭଲ ଭାବରେ ଜାଣ। ତୁମ୍ଭେ ସାରାରାତ୍ରି ମୋ’ ସହିତ ଥିଲ। ତୁମ୍ଭେ ମୋତେ ପ୍ରଶ୍ନ କରିଛ ଏବଂ ମୋ'ଠାରେ କିଛି ଭୁଲ ଦେଖି ନାହଁ। ମୁଁ କିଛି ମନ୍ଦ ଯୋଜନା କରେ ନାହିଁ।


ପ୍ରକୃତରେ, ଲୋକମାନେ ସାହାଯ୍ୟ କରି ପାରିବେ ନାହିଁ। ତୁମ୍ଭେ ସେମାନଙ୍କ ଉପରେ ଭରସା କରି ପାରିବ ନାହିଁ। ଯେତେବେଳେ ସେମାନେ ନିକିତିରେ ଓଜନ ହୁଅନ୍ତି, ସେମାନଙ୍କ ସମସ୍ତଙ୍କୁ ଏକାଠି ପକାଇଲେ ପବନଠାରୁ ହାଲୁକା ହୁଅନ୍ତି।


ହେ ସଦାପ୍ରଭୁ, ମୋର ପ୍ରାର୍ଥନା ଶୁଣ! ମୋର ସାହାଯ୍ୟ ପାଇଁ କରୁଥିବା ପ୍ରାର୍ଥନା ଶୁଣ।


ଉଠ, ରାତ୍ରିର ପ୍ରତ୍ୟେକ ପ୍ରହରର ଆରମ୍ଭରେ ଆର୍ତ୍ତସ୍ୱର କର; ସଦାପ୍ରଭୁଙ୍କ ସମ୍ମୁଖରେ ତୁମ୍ଭର ହୃଦୟ ଜଳପରି ଢାଳି ଦିଅ; ତୁମ୍ଭର ସନ୍ତାନସନ୍ତତିଙ୍କ ପ୍ରାଣରକ୍ଷା ପାଇଁ ତାଙ୍କ ସମ୍ମୁଖରେ ହାତଯୋଡ଼ି ପ୍ରାର୍ଥନା କର। କାରଣ ସେମାନେ ପ୍ରତ୍ୟେକ ସଡ଼କ ମୁଣ୍ଡରେ କ୍ଷୁଧାରେ ଛଟପଟ ହେଉଛନ୍ତି।


Swiv nou:

Piblisite


Piblisite