Biblia Todo Logo
Bib sou entènèt

- Piblisite -




ଗୀତସଂହିତା 142:1 - ପବିତ୍ର ବାଇବଲ

1 ମୁଁ ସଦାପ୍ରଭୁଙ୍କୁ ସାହାଯ୍ୟ ପାଇଁ ଡାକିବି। ମୁଁ ସଦାପ୍ରଭୁଙ୍କ ଆଗରେ ପ୍ରାର୍ଥନା କରେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

1 ମୁଁ ନିଜ ରବରେ ସଦାପ୍ରଭୁଙ୍କ ନିକଟରେ କାକୁକ୍ତି କରେ; ମୁଁ ନିଜ ରବରେ ସଦାପ୍ରଭୁଙ୍କ ନିକଟରେ ନିବେଦନ କରେ;

Gade chapit la Kopi

ଓଡିଆ ବାଇବେଲ

1 ମୁଁ ନିଜ ରବରେ ସଦାପ୍ରଭୁଙ୍କ ନିକଟରେ କାକୂକ୍ତି କରେ; ମୁଁ ନିଜ ରବରେ ସଦାପ୍ରଭୁଙ୍କ ନିକଟରେ ନିବେଦନ କରେ;

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

1 ମୁଁ ନିଜ ରବରେ ସଦାପ୍ରଭୁଙ୍କ ନିକଟରେ କାକୂକ୍ତି କରେ; ମୁଁ ନିଜ ରବରେ ସଦାପ୍ରଭୁଙ୍କ ନିକଟରେ ନିବେଦନ କରେ;

Gade chapit la Kopi




ଗୀତସଂହିତା 142:1
12 Referans Kwoze  

ହେ ପରମେଶ୍ୱର, ମୋ’ ଉପରେ ଦୟାକର। ମୋ’ ଉପରେ ଦୟାକର, କାରଣ ମୁଁ ସୁରକ୍ଷା ପାଇଁ ତୁମ୍ଭ ନିକଟକୁ ଆସେ। ବିପଦ ବହିଯିବା ପର୍ଯ୍ୟନ୍ତ ମୁଁ ତୁମ୍ଭ ପକ୍ଷର ଛାୟାରେ ଶରଣ ନେବାକୁ ଆସିଛି।


ତେଣୁ ହେ ପରମେଶ୍ୱର, ମୁଁ ତୁମ୍ଭକୁ ମୋ’ ପ୍ରତି ସଦୟ ହେବାକୁ ନିବେଦନ କଲି।


ହେ ସଦାପ୍ରଭୁ, ମୁଁ ତୁମ୍ଭ ସହାୟତା ପାଇଁ ପ୍ରାର୍ଥନା କରେ। ଯେତେବେଳେ ମୁଁ ଡାକୁଛି ସେତେବେଳେ ତୁମ୍ଭେ ମୋର ପ୍ରାର୍ଥନାରେ କର୍ଣ୍ଣପାତ କର। ଯଥା ଶୀଘ୍ର ମୋତେ ସାହାଯ୍ୟ କର।


ଯାବେଷ୍ ଇସ୍ରାଏଲର ପରମେଶ୍ୱରଙ୍କ ନିକଟରେ ପ୍ରାର୍ଥନା କରି କହିଲେ, “ମୁଁ ପ୍ରାର୍ଥନା କରୁଅଛି ତୁମ୍ଭେ ମୋତେ ଆଶୀର୍ବାଦ କର। ମୁଁ ଇଚ୍ଛା କରେ ଯେ, ତୁମ୍ଭେ ମୋତେ ଅଧିକ ଦେଶ ରାଜତ୍ୱ କରିବାକୁ ଦିଅ। ତୁମ୍ଭେ ମୋର ପାଶେ ପାଶେ ରୁହ ଓ ମୋତେ ଆଘାତ କରିବାକୁ କାହାକୁ ଦିଅ ନାହିଁ। ତେବେ ମୋହର କୌଣସି କଷ୍ଟ ହେବ ନାହିଁ।” ଯାବେଷ୍ ଯାହାକିଛି ମାଗିଲେ, ପରମେଶ୍ୱର ତାକୁ ସେହିସବୁ ପ୍ରଦାନ କଲେ।


ହେ ପରମେଶ୍ୱର, ତୁମ୍ଭ ଶକ୍ତି ପ୍ରଦର୍ଶନ କରି, ମୋତେ ରକ୍ଷା କର। ତୁମ୍ଭ ମହାପରାକ୍ରମ ଶକ୍ତି ବ୍ୟବହାର କରି ପ୍ରମାଣ କର ଯେ, ମୁଁ ନିରୀହ।


ଯାହାର ସବୁ ପାପ କ୍ଷମା କରାଯାଇଅଛି, ସେ ବ୍ୟକ୍ତି ଧନ୍ୟ। ସେହି ବ୍ୟକ୍ତି ଅଧିକ ଭାଗ୍ୟଶାଳୀ, ଯେତେବେଳେ ତା'ର ସମସ୍ତ ପାପ ଧୋଇ ଦିଆଯାଇଥାଏ।


ହେ ସଦାପ୍ରଭୁ, ମୁଁ ମୋର ଦୁଇ ହାତ ଟେକି ତୁମ୍ଭର ମହାପବିତ୍ର ସ୍ଥାନ ଆଡ଼କୁ ପ୍ରାର୍ଥନା କରୁଛି। ମୁଁ ଯେତେବେଳେ ତୁମ୍ଭକୁ ଡାକୁଛି। ମୋ’ ନିବେଦନ ଟିକେ ଶୁଣ। ମୋ’ ପ୍ରତି କୃପା ପ୍ରଦର୍ଶନ କର।


ସେହି ବାଟରେ ଥିବା ମେଷଶାଳାରେ ପହଞ୍ଚି ସେଠାରେ ଥିବା ଗୁମ୍ଫା ନିକଟକୁ ଯାଇ ଶାଉଲ ବିଶ୍ରାମ ନେଲେ। ଦାଉଦ ଓ ତା'ର ଲୋକମାନେ ଗୁମ୍ଫାର ଦୂର ପଛରେ ଲୁଚିଥିଲେ।


ଏହି ମହାନ୍ ଲୋକମାନଙ୍କ ଲାଗି ପୃଥିବୀ ଉପଯୁକ୍ତ ନ ଥିଲା। ସେମାନେ ମରୁଭୂମିରେ ଓ ପାହାଡ଼ରେ ବୁଲିଲେ ଓ ଗୁମ୍ପା ଏବଂ ଭୂମିରେ ଥିବା ଗାତମାନଙ୍କରେ ନିଜକୁ ଲୁଗ୍ଭଇ ରଖିଲେ।


ଦାଉଦଙ୍କର ଲୋକମାନେ କହିଲେ, “ସଦାପ୍ରଭୁ ଯେଉଁ ଦିନ ବିଷୟରେ କହିଥିଲେ, ‘ଆଜି ହେଉଛି ସେହି ବିଶେଷ ଦିନ। ସଦାପ୍ରଭୁ ତୁମ୍ଭଙ୍କୁ କହିଥିଲେ, ମୁଁ ତୁମ୍ଭର ଶତ୍ରୁକୁ ତୁମ୍ଭ ହସ୍ତରେ ସମର୍ପଣ କରିବି। ତୁମ୍ଭକୁ ଯାହା ଭଲ ଦିଶିବ ତାହା ତା'ର ପ୍ରତି କର।’” ତା'ପରେ ଦାଉଦ ଗୁରୁଣ୍ଡି ଗୁରୁଣ୍ଡି ଶାଉଲଙ୍କ ପାଖକୁ ଗଲେ। ସେ ଶାଉଲ ପିନ୍ଧିଥିବା ବସ୍ତ୍ରର ଏକ କାନିକୁ କାଟି ଦେଲେ। କିନ୍ତୁ ଶାଉଲ ଦାଉଦଙ୍କୁ ଦେଖି ପାରି ନ ଥିଲେ।


Swiv nou:

Piblisite


Piblisite