Biblia Todo Logo
Bib sou entènèt

- Piblisite -




ଗୀତସଂହିତା 136:12 - ପବିତ୍ର ବାଇବଲ

12 ପରମେଶ୍ୱର ତାହାଙ୍କର ମହାନ ଶକ୍ତି ଏବଂ ପରାକ୍ରମ ଦେଖାଇଲେ। ତାହାଙ୍କର ସ୍ନେହପୂର୍ଣ୍ଣ କରୁଣା ଅନନ୍ତକାଳସ୍ଥାୟୀ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

12 ବଳବାନ ହସ୍ତ ଓ ବିସ୍ତୃତ ବାହୁ ଦ୍ଵାରା ତାହା କଲେ ସେ; କାରଣ ତାହାଙ୍କ ଦୟା ଅନନ୍ତକାଳସ୍ଥାୟୀ।

Gade chapit la Kopi

ଓଡିଆ ବାଇବେଲ

12 ବଳବାନ ହସ୍ତ ଓ ବିସ୍ତୃତ ବାହୁ ଦ୍ୱାରା ତାହା କଲେ ସେ; କାରଣ ତାହାଙ୍କ ଦୟା ଅନନ୍ତକାଳସ୍ଥାୟୀ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

12 ବଳବାନ ହସ୍ତ ଓ ବିସ୍ତୃତ ବାହୁ ଦ୍ୱାରା ତାହା କଲେ ସେ; କାରଣ ତାହାଙ୍କ ଦୟା ଅନନ୍ତକାଳସ୍ଥାୟୀ।

Gade chapit la Kopi




ଗୀତସଂହିତା 136:12
10 Referans Kwoze  

ତୁମ୍ଭେ ସେହି ଅଲୌକିକ ଶକ୍ତି, ଅ‌‌ଦ୍‌‌ଭୂତ ଲକ୍ଷଣ, ବଳବାନ୍ ହସ୍ତ ଓ ବିସ୍ତୀର୍ଣ୍ଣ ବାହୁ ଦ୍ୱାରା ତୁମ୍ଭର ଇସ୍ରାଏଲ ଲୋକଙ୍କୁ ମିଶର ଦେଶରୁ ବାହାର କରି ଆଣିଲ।


ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ମିଶରରେ ତୁମ୍ଭମାନଙ୍କ ସାକ୍ଷାତରେ ଯେ ସକଳ କର୍ମ କରିଅଛନ୍ତି, ସେହିପରି ପରୀକ୍ଷାସିଦ୍ଧ ପ୍ରମାଣଦ୍ୱାରା ଓ ଚିହ୍ନଦ୍ୱାରା ଓ ଆଶ୍ଚର୍ଯ୍ୟ କର୍ମଦ୍ୱାରା, ଯୁଦ୍ଧଦ୍ୱାରା, ପରାକ୍ରାନ୍ତ ହସ୍ତଦ୍ୱାରା, ବିସ୍ତାରିତ ବାହୁଦ୍ୱାରା ଓ ଭୟଙ୍କର ଆଶ୍ଚର୍ଯ୍ୟ କର୍ମଦ୍ୱାରା ଅନ୍ୟ ଦେଶୀୟ ଲୋକଙ୍କ ମଧ୍ୟରୁ ଆପଣା ନିମନ୍ତେ ଏକ ଗୋଷ୍ଠୀ ଗ୍ରହଣ କରିବାକୁ ଆସି ଉପକ୍ରମ କରିଅଛନ୍ତି।


ଆମ୍ଭର ପିତୃପୁରୁଷଙ୍କ ଖ‌ଡ଼୍‌ଗ ଦ୍ୱାରା ଏ ରାଜ୍ୟ ମିଳି ନାହିଁ। ସେମାନଙ୍କର ବଳିଷ୍ଠ ବାହୁ ଯୁଗଳ ସେମାନଙ୍କୁ ବିଜୟୀ କରି ନାହିଁ। ଏହା କେବଳ ସମ୍ଭବ ହୋଇଛି, ଯେହେତୁ ତୁମ୍ଭେ ସେମାନଙ୍କ ସାଙ୍ଗରେ ଥିଲ। ହେ ପରମେଶ୍ୱର, ତୁମ୍ଭର ଅସୀମ ଶକ୍ତି ଆମ୍ଭର ପିତୃପୁରୁଷଙ୍କୁ ରକ୍ଷା କରିଥିଲା। କାରଣ ତୁମ୍ଭେ ସେମାନଙ୍କୁ ଭଲ ପାଉଥିଲ।


ତେଣୁ ଇସ୍ରାଏଲୀୟ ଲୋକମାନଙ୍କୁ କୁହ, ‘ଆମ୍ଭେ ସଦାପ୍ରଭୁ, ଆମ୍ଭେ ତୁମ୍ଭମାନଙ୍କୁ ରକ୍ଷା କରିବା। ଆମ୍ଭେ ତୁମ୍ଭକୁ ମୁକ୍ତ କରିବା। ତୁମ୍ଭେମାନେ ମିଶରବାସୀମାନଙ୍କର ଆଉ ଦାସ ହୋଇ ରହିବ ନାହିଁ। ଆମ୍ଭେ ଆମ୍ଭର ମହାନ ଶକ୍ତି ପ୍ରୟୋଗ କରି ମିଶରବାସୀମାନଙ୍କୁ ଭୟଙ୍କର ଭାବେ ଦଣ୍ଡ ଦେବା। ଏହା ପରେ ଆମ୍ଭେ ତୁମ୍ଭମାନଙ୍କୁ ସେମାନଙ୍କ କବଳରୁ ରକ୍ଷା କରିବା।


“ସଦାପ୍ରଭୁ ତାଙ୍କର ଦକ୍ଷିଣ ହସ୍ତ ବଳରେ ଗୌରବାନ୍ୱିତ ଏବଂ ସଦାପ୍ରଭୁ, ତାଙ୍କର ଦକ୍ଷିଣ ହସ୍ତରେ ଶତ୍ରୁକୁ ପରାସ୍ତ କଲେ।


“ଭବିଷ୍ୟ‌‌‌ତରେ ତୁମ୍ଭମାନଙ୍କର ସନ୍ତାନମାନେ ପଗ୍ଭରିବେ, ତୁମ୍ଭେ କାହିଁକି ଏପରି କରୁଛ? ଏବଂ ସେମାନେ ପଗ୍ଭରିବେ, ‘ଏସବୁର ଅର୍ଥ କ’ଣ? ଏବଂ ତୁମ୍ଭର ଉତ୍ତର ହେବ, ‘ସଦାପ୍ରଭୁ ତାଙ୍କର ମହାନ ଶକ୍ତି ବଳରେ ମିଶରଠାରୁ ଆମ୍ଭମାନଙ୍କୁ ଉଦ୍ଧାର କରିଛନ୍ତି। ଆମ୍ଭେମାନେ ସେଠାରେ ଦାସ ଥିଲୁ। କିନ୍ତୁ ସଦାପ୍ରଭୁ ଆମ୍ଭମାନଙ୍କୁ ସେଠାରୁ ବାହାର କରି ଏଠାକୁ ନେଇ ଆସିଛନ୍ତି।


ତେଣୁ ମୋଶା ମିଶର ଦେଶରେ ଓ ସୂଫ ସମୁଦ୍ରରେ ତଥା ମରୂଭୂମିରେ ଗ୍ଭଳିଶ୍ ବର୍ଷ ପର୍ଯ୍ୟନ୍ତ ବିଭିନ୍ନ ପ୍ରକାରର ଆଶ୍ଚର୍ଯ୍ୟ ପୂର୍ଣ୍ଣ ଚିହ୍ନ ଓ କାର୍ଯ୍ୟମାନ କରି ସେମାନଙ୍କୁ ବାହାରକୁ ଆଣିଲେ।


ମୋଶା ଲୋକମାନଙ୍କୁ କହିଲେ, “ଏହି ଦିବସକୁ ମନେରଖ, ତୁମ୍ଭେମାନେ ମିଶରରେ ଦାସ ଥିଲ, ସଦାପ୍ରଭୁଙ୍କର ମହାନ୍ ଶକ୍ତି ତୁମ୍ଭମାନଙ୍କୁ ଏହି ଦିନ ମୁକ୍ତ କରିଥିଲା। ତେଣୁ ତୁମ୍ଭେମାନେ ତାଡ଼ିଶୂନ୍ୟ ରୋଟୀ ଭକ୍ଷ୍ୟଣ କରିବ।


Swiv nou:

Piblisite


Piblisite