Biblia Todo Logo
Bib sou entènèt

- Piblisite -




ଗୀତସଂହିତା 136:11 - ପବିତ୍ର ବାଇବଲ

11 ପରମେଶ୍ୱର ମିଶର ମଧ୍ୟରୁ ଇସ୍ରାଏଲକୁ ବାହାର କରି ଆଣିଲେ। ତାହାଙ୍କର ସ୍ନେହପୂର୍ଣ୍ଣ କରୁଣା ଅନନ୍ତକାଳସ୍ଥାୟୀ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

11 ପୁଣି, ସେମାନଙ୍କ ମଧ୍ୟରୁ ଇସ୍ରାଏଲକୁ ବାହାର କରି ଆଣିଲେ ସେ; କାରଣ ତାହାଙ୍କ ଦୟା ଅନନ୍ତକାଳସ୍ଥାୟୀ।

Gade chapit la Kopi

ଓଡିଆ ବାଇବେଲ

11 ପୁଣି, ସେମାନଙ୍କ ମଧ୍ୟରୁ ଇସ୍ରାଏଲକୁ ବାହାର କରି ଆଣିଲେ ସେ; କାରଣ ତାହାଙ୍କ ଦୟା ଅନନ୍ତକାଳସ୍ଥାୟୀ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

11 ପୁଣି, ସେମାନଙ୍କ ମଧ୍ୟରୁ ଇସ୍ରାଏଲକୁ ବାହାର କରି ଆଣିଲେ ସେ; କାରଣ ତାହାଙ୍କ ଦୟା ଅନନ୍ତକାଳସ୍ଥାୟୀ।

Gade chapit la Kopi




ଗୀତସଂହିତା 136:11
11 Referans Kwoze  

ତେଣୁ ଠିକ୍ ସେହି ଦିନ, ସଦାପ୍ରଭୁ ସମସ୍ତ ଇସ୍ରାଏଲ ଲୋକମାନଙ୍କୁ ମିଶରରୁ ଆଗେଇ ନେଲେ। ସୈନ୍ୟ ଶ୍ରେଣୀବଦ୍ଧ ଲୋକମାନେ ମିଶର ପରିତ୍ୟାଗ କଲେ।


ମୋଶା ଲୋକମାନଙ୍କୁ କହିଲେ, “ଏହି ଦିବସକୁ ମନେରଖ, ତୁମ୍ଭେମାନେ ମିଶରରେ ଦାସ ଥିଲ, ସଦାପ୍ରଭୁଙ୍କର ମହାନ୍ ଶକ୍ତି ତୁମ୍ଭମାନଙ୍କୁ ଏହି ଦିନ ମୁକ୍ତ କରିଥିଲା। ତେଣୁ ତୁମ୍ଭେମାନେ ତାଡ଼ିଶୂନ୍ୟ ରୋଟୀ ଭକ୍ଷ୍ୟଣ କରିବ।


ପରମେଶ୍ୱର ତାଙ୍କର ଲୋକମାନଙ୍କୁ ମିଶରରୁ ବାହାର କରି ଆଣିଲେ। ସେମାନଙ୍କ ନିଜ ସହିତ ରୂପା ଓ ସୁନା ଆଣିଲେ। ଓ ତା'ଙ୍କର ଗୋଷ୍ଠୀ ମଧ୍ୟରେ ଜଣେ ଦୁର୍ବଳ ଲୋକ ହିଁ ନ ଥିଲେ, ଝୁଣ୍ଟି ପଡ଼ିବାକୁ।


ସେ ମେଷପାଳକ ପରି ତାଙ୍କର ଲୋକମାନଙ୍କର ନେତୃତ୍ୱ ନେଲେ। ସେ ସେମାନଙ୍କୁ ମେଷତୁଲ୍ୟ ମରୁଭୂମି ମଧ୍ୟରେ ପଥ କଢ଼ାଇ ନେଲେ।


ଯେତେବେଳେ ଫାରୋ ଲୋକମାନଙ୍କୁ ମିଶର ଛାଡ଼ିବାକୁ ଦେଲେ, ଯଦିଓ ପଲେଷ୍ଟୀୟ ଲୋକମାନଙ୍କର ଦେଶକୁ ଯିବା ପାଇଁ ନିକଟ ବାଟ ଥିଲା, ସଦାପ୍ରଭୁ, ସେ ପଥରେ ନେଲେ ନାହିଁ। ସଦାପ୍ରଭୁ କହିଲେ, “ଯଦି ଲୋକମାନେ ଏ ବାଟରେ ଯାଆନ୍ତି। ସେମାନଙ୍କୁ ହୁଏତ ଯୁଦ୍ଧ କରିବାକୁ ପଡ଼ିପାରେ। ତେବେ ହୁଏତ ସେମାନେ ତାଙ୍କର ମତି ପରିବର୍ତ୍ତନ କରି ପାରନ୍ତି ଓ ମିଶରକୁ ଫେରିଯାଇ ପାରନ୍ତି।”


430 ବର୍ଷପରେ ସେହି ଦିନରେ ସଦାପ୍ରଭୂଙ୍କ ସୈନ୍ୟ ସମୁହ ମିଶରରୁ ବିଦାୟ ନେଲେ।


ତାହା ଏକ ବିଶେଷ ରାତ୍ରି ଥିଲା। କାରଣ ସଦାପ୍ରଭୁ ସେମାନଙ୍କ ପାଇଁ ଯାହା କରିଥିଲେ, ତାହା ସେମାନେ ସ୍ମରଣ କଲେ। ଇସ୍ରାଏଲୀୟମାନେ ପୁରୁଷାନୁକ୍ରମେ ସେହି ବିଶେଷ ରାତ୍ରିକୁ ସ୍ମରଣ କରି ପାଳନ କରିବେ।


“ଏହି ପବିତ୍ର ଦିନଟିକୁ ତୁମ୍ଭେମାନେ ମନେ ରଖିବ। ଏହା ଯେପରି ତୁମ୍ଭମାନଙ୍କ ପାଇଁ, ସଦାପ୍ରଭୁଙ୍କ ବ୍ୟବସ୍ଥା ଯେପରି ତୁମ୍ଭ ମୁଖରେ ରହିବ, ଏଥିପାଇଁ ଏହା ଚିହ୍ନ ସ୍ୱରୂପ ତୁମ୍ଭ ହସ୍ତରେ ଓ ସ୍ମରଣର ଉପାୟ ସ୍ୱରୂପ ତୁମ୍ଭ ଚକ୍ଷୁ ଦ୍ୱୟର ମଧ୍ୟସ୍ଥାନରେ ରହିବ। ଯେହେତୁ ସଦାପ୍ରଭୁ ପରାକ୍ରାନ୍ତ ହସ୍ତଦ୍ୱାରା ମିଶରଠାରୁ ତୁମ୍ଭକୁ ବାହାର କରି ଆଣିଛନ୍ତି।


“ଭବିଷ୍ୟ‌‌‌ତରେ ତୁମ୍ଭମାନଙ୍କର ସନ୍ତାନମାନେ ପଗ୍ଭରିବେ, ତୁମ୍ଭେ କାହିଁକି ଏପରି କରୁଛ? ଏବଂ ସେମାନେ ପଗ୍ଭରିବେ, ‘ଏସବୁର ଅର୍ଥ କ’ଣ? ଏବଂ ତୁମ୍ଭର ଉତ୍ତର ହେବ, ‘ସଦାପ୍ରଭୁ ତାଙ୍କର ମହାନ ଶକ୍ତି ବଳରେ ମିଶରଠାରୁ ଆମ୍ଭମାନଙ୍କୁ ଉଦ୍ଧାର କରିଛନ୍ତି। ଆମ୍ଭେମାନେ ସେଠାରେ ଦାସ ଥିଲୁ। କିନ୍ତୁ ସଦାପ୍ରଭୁ ଆମ୍ଭମାନଙ୍କୁ ସେଠାରୁ ବାହାର କରି ଏଠାକୁ ନେଇ ଆସିଛନ୍ତି।


ଏହା ଚିହ୍ନ ସ୍ୱରୂପେ ତୁମ୍ଭ ହସ୍ତରେ ଓ ଭୂଷଣ ସ୍ୱରୂପେ ତୁମ୍ଭ ଚକ୍ଷୁ ଦ୍ୱୟର ମଧ୍ୟସ୍ଥାନରେ ରହିବ। ଯେହେତୁ ସଦାପ୍ରଭୁ ବାହୁବଳରେ ଆମ୍ଭମାନଙ୍କୁ ମିଶରରୁ ବାହାର କରି ଆଣିଲେ।”


Swiv nou:

Piblisite


Piblisite