Biblia Todo Logo
Bib sou entènèt

- Piblisite -




ଗୀତସଂହିତା 136:10 - ପବିତ୍ର ବାଇବଲ

10 ପରମେଶ୍ୱର ମିଶରର ପ୍ରଥମଜାତ ମନୁଷ୍ୟ ଏବଂ ପଶୁମାନଙ୍କୁ ହତ୍ୟା କଲେ। ତାହାଙ୍କର ସ୍ନେହପୂର୍ଣ୍ଣ କରୁଣା ଅନନ୍ତକାଳସ୍ଥାୟୀ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

10 ପ୍ରଥମଜାତମାନଙ୍କୁ (ସଂହାର କରିବା ଦ୍ଵାରା) ମିସରକୁ ଆଘାତ କଲେ ସେନ୍ତ କାରଣ ତାହାଙ୍କ ଦୟା ଅନନ୍ତକାଳସ୍ଥାୟୀ।

Gade chapit la Kopi

ଓଡିଆ ବାଇବେଲ

10 ପ୍ରଥମଜାତମାନଙ୍କୁ (ସଂହାର କରିବା ଦ୍ୱାରା) ମିସରକୁ ଆଘାତ କଲେ ସେ; କାରଣ ତାହାଙ୍କ ଦୟା ଅନନ୍ତକାଳସ୍ଥାୟୀ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

10 ପ୍ରଥମଜାତମାନଙ୍କୁ (ସଂହାର କରିବା ଦ୍ୱାରା) ମିସରକୁ ଆଘାତ କଲେ ସେ; କାରଣ ତାହାଙ୍କ ଦୟା ଅନନ୍ତକାଳସ୍ଥାୟୀ।

Gade chapit la Kopi




ଗୀତସଂହିତା 136:10
8 Referans Kwoze  

ସେ ମିଶରରେ ସମସ୍ତ ପ୍ରଥମଜାତ ପୁତ୍ରମାନଙ୍କୁ ହତ୍ୟା କଲେ। ହାମର ପରିବାରରେ ପ୍ରଥମଜାତ ପୁତ୍ରଗଣ।


ମଧ୍ୟରାତ୍ରରେ, ସଦାପ୍ରଭୁ ମିଶରର ସମସ୍ତ ପ୍ରଥମଜାତ ସନ୍ତାନମାନଙ୍କୁ ହତ୍ୟା କଲେ, ଏପରିକି ସଦାପ୍ରଭୁ ରାଜା ଫାରୋଙ୍କର ପ୍ରଥମଜାତ ସନ୍ତାନ, କଏଦିର ପ୍ରଥମ ସନ୍ତାନ ଓ ପଶୁମାନଙ୍କର ପ୍ରଥମଜାତ ସନ୍ତାନମାନଙ୍କୁ ହତ୍ୟା କଲେ।


ପରମେଶ୍ୱର ମିଶରର ସମସ୍ତ ପ୍ରଥମଜାତ ମନୁଷ୍ୟ ଓ ପଶୁଗଣଙ୍କୁ ହତ୍ୟା କଲେ।


ଏବଂ ପରମେଶ୍ୱର ସେମାନଙ୍କ ଦେଶରେ ସମସ୍ତ ପ୍ରଥମଜାତ ସନ୍ତାନକୁ ହତ୍ୟା କଲେ ଓ ସେ ସେମାନଙ୍କର ଶକ୍ତିର ପ୍ରଥମ ଫଳକୁ ଆଘାତ କଲେ।


“ଆଜି ରାତ୍ରିରେ ମୁଁ ମିଶର ଦେଶ ମଧ୍ୟଦେଇ ଯିବି ଓ ସେମାନଙ୍କର ପ୍ରଥମଜାତ ସନ୍ତାନମାନଙ୍କୁ ହତ୍ୟା କରିବି। ଏହି ପ୍ରକାରରେ ମିଶରର ସମସ୍ତ ଦେବତାମାନଙ୍କର ବିଗ୍ଭର କରିବି। ମୁଁ ତାଙ୍କୁ ଦେଖାଇବି ଯେ, ମୁଁ ହେଉଛି ସଦାପ୍ରଭୁ।


ମୋଶା ନିସ୍ତାର ଭୋଜି (ପର୍ବ) କରି ଦ୍ୱାର ମାନଙ୍କରେ ରକ୍ତ ସିଞ୍ଚନ କଲେ। ଯିହୂଦୀମାନଙ୍କର ପ୍ରଥମଜାତ ସନ୍ତାନମାନଙ୍କୁ ମୃତ୍ୟୁର ଦୂତ ଯେପରି ମାରି ପାରିବେ ନାହିଁ, ସେଥିପାଇଁ ମୋଶା ଏପରି କଲେ। ମୋଶାଙ୍କର ବିଶ୍ୱାସ ଥିବାରୁ ସେ ଏପରି କଲେ।


ପରମେଶ୍ୱର କହିଲେ, ‘ଯେଉଁମାନେ ସେମାନଙ୍କୁ ଦାସ କରି ରଖିଛନ୍ତି, ମୁଁ ସେମାନଙ୍କୁ ଦଣ୍ଡ ଦେବି। ତା'ପରେ ସେମାନେ ସେଠାରୁ ଆସି ଏହି ସ୍ଥାନରେ ମୋତେ ପୂଜା କରିବେ।’


Swiv nou:

Piblisite


Piblisite