Biblia Todo Logo
Bib sou entènèt

- Piblisite -




ଗୀତସଂହିତା 122:9 - ପବିତ୍ର ବାଇବଲ

9 ସଦାପ୍ରଭୁ ଆମ୍ଭର ପରମେଶ୍ୱରଙ୍କର ମନ୍ଦିରର ମଙ୍ଗଳ ନିମନ୍ତେ ମୁଁ ପ୍ରାର୍ଥନା କରେ ଯେ, ଯିରୁଶାଲମ ତୁମ୍ଭ ପାଇଁ ସବୁ ଉତ୍ତମ ଘଟୁ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

9 ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ଵରଙ୍କ ଗୃହ ସକାଶେ ମୁଁ ତୁମ୍ଭର ମଙ୍ଗଳ ଚେଷ୍ଟା କରିବି।

Gade chapit la Kopi

ଓଡିଆ ବାଇବେଲ

9 ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱରଙ୍କ ଗୃହ ସକାଶେ ମୁଁ ତୁମ୍ଭର ମଙ୍ଗଳ ନିମନ୍ତେ ପ୍ରାର୍ଥନା କରିବି।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

9 ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱରଙ୍କ ଗୃହ ସକାଶେ ମୁଁ ତୁମ୍ଭର ମଙ୍ଗଳ ନିମନ୍ତେ ପ୍ରାର୍ଥନା କରିବି।

Gade chapit la Kopi




ଗୀତସଂହିତା 122:9
11 Referans Kwoze  

ହାରୋଣୀୟ ସ‌ନ୍‌ବଲ୍ଲଟ୍ ଓ ଅମ୍ମୋନୀୟ ଟୋବିୟ ଅଧିକାରୀଗଣ ଅତିଶୟ ଦୁଃଖିତ ହେଲେ, ଯେତେବେଳେ ସେମାନେ ଶୁଣିଲେ ଯେ, ଜଣେ ବ୍ୟକ୍ତି ଇସ୍ରାଏଲର ସନ୍ତାନଗଣଙ୍କୁ ସାହାଯ୍ୟ କରିବା ପାଇଁ ଆସିଅଛି।


ଅନ୍ୟସ୍ଥାନରେ ଏକ ହଜାର ଦିନଠାରୁ ତୁମ୍ଭ ମନ୍ଦିରରେ ଏକଦିନ ବହୁତ ଭଲ। ଦୁଷ୍ଟ ଲୋକମାନଙ୍କ ଗୃହରେ ବାସ କରିବା ଅପେକ୍ଷା ପରମେଶ୍ୱରଙ୍କ ମନ୍ଦିର ସମ୍ମୁଖରେ ଛିଡ଼ା ହେବା ଭଲ।


ଏହିସବୁ ଘଟଣା ଘଟିବା ବେଳେ ଯୀଶୁଙ୍କର ଶିଷ୍ୟମାନେ ଶାସ୍ତ୍ରରେ ଲେଖା ହୋଇଥିବା ଏହି ବାଣୀ ମନେ ପକାଇଲେ: “ତୁମ୍ଭ ଗୃହ ପାଇଁ ମୋର ଅନୁରାଗ ମୋତେ ଗ୍ରାସ କରିବ।”


ମୋର ମତରେ ତୁମ୍ଭ ମନ୍ଦିର ପାଇଁ ମୁଁ ଧ୍ୱଂସ ହୋଇଛି। ଯେଉଁମାନେ ତୁମ୍ଭର ଉପହାସ କରନ୍ତି ତାହା ମୋତେ ବାଧେ।


ହେ ସଦାପ୍ରଭୁ, ମୁଁ ତୁମ୍ଭର ଉପାସନା ମନ୍ଦିରକୁ ଭଲପାଏ ଓ ତୁମ୍ଭର ଗୌରବର ତମ୍ବୁକୁ ଭଲପାଏ।


ଯିହୁଦୀୟ ମର୍ଦ୍ଦଖୟ ଅକ୍ଷଶ୍ୱେରଶ ରାଜାର ଦ୍ୱିତୀୟ ସେନାପତି ହୋଇ ଯିହୁଦୀୟ ଲୋକମାନଙ୍କ ମଧ୍ୟରେ ମହାନ ଓ ଆପଣା ଭାତୃ ସମୂହ ମଧ୍ୟରେ ପ୍ରିୟପାତ୍ର ଏବଂ ନିଜ ଲୋକମାନଙ୍କର ମଙ୍ଗଳାନ୍ୱେଷୀ, ସମସ୍ତ ବଂଶ ପ୍ରତି ଶାନ୍ତି ଆଣିଥିଲା।


ହେ ମୋର ପରମେଶ୍ୱର, ଏ ବିଷୟରେ ମୋତେ ସ୍ମରଣ କର। ଆଉ ମୁଁ ମୋହର ପରମେଶ୍ୱରଙ୍କ ଗୃହ ଓ ତହିଁର ବିଷୟ ପାଳନୀୟ ବିଷୟ ନିମନ୍ତେ ଯାହା କରିଅଛି ମୋର କୃତ ସେହି ସୁକର୍ମ ସବୁ ଲିଭାଇ ନ ଦିଅ।


ମୁଁ ମୋର ପରମେଶ୍ୱରଙ୍କ ମନ୍ଦିର ନିମନ୍ତେ ସୁବର୍ଣ୍ଣ ଓ ରୌପ୍ୟ ନିର୍ମିତ ଏକ ବିଶେଷ ଉପହାର ନିର୍ମାଣ କରୁଅଛି। ମୁଁ ଏହା କରୁଅଛି, କାରଣ ମୋର ପରମେଶ୍ୱରଙ୍କ ମନ୍ଦିର ନିର୍ମିତ ହେଉ ବୋଲି ମୁଁ ପ୍ରକୃତରେ ଗ୍ଭହେଁ। ଏହି ପବିତ୍ର ମନ୍ଦିର ନିର୍ମାଣ କରିବା ନିମନ୍ତେ ମୁଁ ଏହି ସମସ୍ତ ବସ୍ତୁ ଦାନ କରୁଅଛି।


Swiv nou:

Piblisite


Piblisite