Biblia Todo Logo
Bib sou entènèt

- Piblisite -




ଗୀତସଂହିତା 12:6 - ପବିତ୍ର ବାଇବଲ

6 ଦାପ୍ରଭୁଙ୍କର ବାକ୍ୟସବୁ ସତ୍ୟ ଓ ନିର୍ମଳ। ଯାହାକି ଗରମ ନିଆଁରେ ତରଳା ଯାଉଥିବା ରୂପା ପରି ସେଗୁଡ଼ିକୁ ସାତଥର ତରଳା ଯାଇଥିବା ରୂପା ପରି ଶୁଦ୍ଧ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

6 ସଦାପ୍ରଭୁଙ୍କ ବାକ୍ୟସବୁ ନିର୍ମଳ ବାକ୍ୟ, ତାହା ମୃତ୍ତିକାର ଉହ୍ମାଇରେ ପରୀକ୍ଷିତ ସାତଥର ପରିଷ୍କୃତ ରୂପା ତୁଲ୍ୟ।

Gade chapit la Kopi

ଓଡିଆ ବାଇବେଲ

6 ସଦାପ୍ରଭୁଙ୍କ ବାକ୍ୟସବୁ ନିର୍ମଳ ବାକ୍ୟ, ତାହା ମୃତ୍ତିକାର ଉହ୍ମାଇରେ ପରୀକ୍ଷିତ ସାତ ଥର ପରିଷ୍କୃତ ରୂପା ତୁଲ୍ୟ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

6 ସଦାପ୍ରଭୁଙ୍କ ବାକ୍ୟସବୁ ନିର୍ମଳ ବାକ୍ୟ, ତାହା ମୃତ୍ତିକାର ଉହ୍ମାଇରେ ପରୀକ୍ଷିତ ସାତ ଥର ପରିଷ୍କୃତ ରୂପା ତୁଲ୍ୟ।

Gade chapit la Kopi




ଗୀତସଂହିତା 12:6
16 Referans Kwoze  

ପରମେଶ୍ୱରଙ୍କର ପ୍ରତ୍ୟେକ ବାକ୍ୟ ପରୀକ୍ଷାସିଦ୍ଧ, ଯେଉଁମାନେ ତାଙ୍କଠାରେ ଆଶ୍ରୟ ନିଅନ୍ତି, ସେ ସେମାନଙ୍କର ଢାଲ ଅଟନ୍ତି।


ପରମେଶ୍ୱରଙ୍କ ଶକ୍ତି ଅତୁଳନୀୟ। ସଦାପ୍ରଭୁଙ୍କ ବାକ୍ୟ ସୁପରୀକ୍ଷିତ, ସେ ତାଙ୍କର ଆଶ୍ରିତମାନଙ୍କୁ ରକ୍ଷା କରନ୍ତି।


ପରମେଶ୍ୱରଙ୍କ ଶକ୍ତି ଅତୁଳନୀୟ। ସଦାପ୍ରଭୁଙ୍କ ବାକ୍ୟ ସୁପରୀକ୍ଷିତ, ସେ ତାଙ୍କର ଆଶ୍ରିତମାନଙ୍କୁ ରକ୍ଷା କରନ୍ତି।


ସଦାପ୍ରଭୁଙ୍କର ବ୍ୟବସ୍ଥାସବୁ ଯଥାର୍ଥ। ସେଗୁଡ଼ିକ ଲୋକଙ୍କୁ ସୁଖୀ କରାଏ। ସଦାପ୍ରଭୁଙ୍କ ଆଜ୍ଞା ନିର୍ମଳ। ଏହା ଲୋକମାନଙ୍କୁ ପ୍ରକୃତ ମାର୍ଗରେ ବଞ୍ଚିବା ପାଇଁ ସାହାଯ୍ୟ କରେ।


ହେ ପରମେଶ୍ୱର, ତୁମ୍ଭେ ଆମ୍ଭକୁ ଲୋକ ବୋଲି ପରୀକ୍ଷା କରିଅଛ। ଯେପରି ଅଗ୍ନିରେ ଲୋକମାନେ ରୂପାକୁ ପରୀକ୍ଷା କରନ୍ତି।


ସଦାପ୍ରଭୁ, ତୁମ୍ଭର ପ୍ରତିଜ୍ଞା ପରୀକ୍ଷା ହୋଇଅଛି ଏବଂ ବିଶ୍ୱସ୍ତ ବାହାରିଲା, ମୁଁ ତୁମ୍ଭର ଦାସ, ଏହାକୁ ଭଲ ପାଏ।


ଏହା ପରେ ସଦାପ୍ରଭୁ କହିଲେ, “ଆମ୍ଭେ ମିଶରରେ ଆପଣା ଲୋକମାନଙ୍କର ଅସୁବିଧା ସବୁ ଦେଖିଅଛୁ ଏବଂ ମିଶରୀୟବାସୀ ସେମାନଙ୍କୁ ଯନ୍ତ୍ରଣା ଦେବା ସମୟରେ ଆମ୍ଭେ ସେମାନଙ୍କର କ୍ରନ୍ଦନ ଶୁଣିଅଛୁ। ଆମ୍ଭେ ସେମାନଙ୍କର ଯନ୍ତ୍ରଣା ସବୁ ଜାଣିଛୁ।


ଏଥିନିମନ୍ତେ ଆମ୍ଭେ ସେମାନଙ୍କୁ ମିଶରୀୟମାନଙ୍କଠାରୁ ରକ୍ଷା କରିବା ପାଇଁ ମର୍ତ୍ତ୍ୟକୁ ଯିବା। ଆମ୍ଭେ ସେମାନଙ୍କୁ ସେହି ଭୂମିରୁ ଏକ ଉତ୍ତମ ଭୂମିକୁ ନେଇଯିବା, ଯେଉଁଠାରେ ପ୍ରଚୁର ପରିମାଣରେ ଦୁ‌ଗ୍‌ଧ ଓ ମହୁର ବନ୍ୟା ଛୁଟୁଥିବ। ସେଠାରେ ସେମାନଙ୍କ ପାଇଁ କୌଣସି ଅସୁବିଧା ହେବ ନାହିଁ। ତୁମ୍ଭେ ସେଠାରେ ଅସୁବିଧାରୁ ମୁକ୍ତ ରହିବ। ସମସ୍ତ ଉତ୍ତମ ଦ୍ରବ୍ୟମାନ ମିଳିବ। ବହୁଦେଶୀୟ ଲୋକମାନେ ସେଠାରେ ବାସ କରୁଥିବେ। କିଣାନୀୟ, ହିତ୍ତୀୟ, ଇମୋରୀୟ, ପିରିଷୀୟ, ହିବ୍ବୀୟ ଓ ଯିବୂଷୀୟମାନେ ଯେଉଁ ସ୍ଥାନରେ ବାସ କରନ୍ତି ତୁମ୍ଭେମାନେ ସେହିଠାରେ ବାସ କରିବ।


ଏହା ପରେ ସଦାପ୍ରଭୁ ମୋଶାଙ୍କୁ କହିଲେ, “ବର୍ତ୍ତମାନ ତୁମ୍ଭେ ଦେଖିବ ମୁଁ ଫାରୋଙ୍କୁ କ’ଣ କରିବି। ମୋର ମହାନ ଶକ୍ତି ତାଙ୍କ ବିରୁଦ୍ଧରେ କାର୍ଯ୍ୟ କରିବ ଏବଂ ସେ ମୋର ଲୋକମାନଙ୍କୁ ଯିବାକୁ ଦେବ। ବର୍ତ୍ତମାନ ସେ ଲୋକମାନଙ୍କୁ ବାଧ୍ୟ କରିବ ତାଙ୍କର ଦେଶ ଛାଡ଼ି ଯିବା ପାଇଁ?”


କାରଣ ସେ ଗରିବକୁ ଲୁଣ୍ଠନ କରିଛି ଏବଂ ସେମାନଙ୍କୁ ପରିତ୍ୟାଗ କରିଛି। ସେ ସେମାନଙ୍କ ସମ୍ପତ୍ତିକୁ ନେଇଯାଇଛି। ସେ ନିଜେ ନିର୍ମାଣ କରି ନ ଥିବା ଗୃହକୁ ମାଡ଼ିବସିଲା।


“ଏପରି ଖଣିସବୁ ଅଛି ଯେଉଁଠାରେ ରୂପା ମିଳେ। ଏପରି ସ୍ଥାନସବୁ ଅଛି, ଯେଉଁଠାରେ ସୁନାକୁ ତରଳାଇ ଶୁଦ୍ଧ କରାଯାଏ।


ମୁଁ ଏହି ପ୍ରାର୍ଥନା ପରମେଶ୍ୱରଙ୍କ ନିକଟରେ କରିବି, “ହେ ସଦାପ୍ରଭୁ, ମୋ’ ପ୍ରତି ଦୟାକର। ଦେଖ, ମୋର ଶତ୍ରୁମାନେ କିଭଳି ମୋ’ ପଛରେ ମୋତେ ଆଘାତ କରିବାକୁ ଲାଗିଛନ୍ତି। ମୋତେ ‘ମୃତ୍ୟୁ ସ୍ଥାନରୁ’ ଉଦ୍ଧାର କର।


ହେ ପରମେଶ୍ୱର, ଯେତେବେଳେ ତୁମ୍ଭେ ଦୁଷ୍ଟ ଲୋକମାନଙ୍କୁ ଦଣ୍ଡ ଦିଅ, ଲୋକମାନେ ତୁମ୍ଭକୁ ସମ୍ମାନ ଦିଅନ୍ତି। ତୁମ୍ଭେ ଆପଣା କ୍ରୋଧ ପ୍ରକାଶ କର ଏବଂ ତିଷ୍ଟି ରହିବା ଲୋକମାନେ ଶକ୍ତିଶାଳୀ ହୁଅନ୍ତୁ।


ସଦାପ୍ରଭୁ ସେମାନଙ୍କ ପକ୍ଷରେ ପ୍ରତିବାଦ କରିବେ। ପୁଣି ଯେଉଁମାନେ ସେମାନଙ୍କ ଦ୍ରବ୍ୟ ଅପହରଣ କରିବେ, ସେ ସେମାନଙ୍କର ପ୍ରାଣ ଅପହରଣ କରିବେ।


ସର୍ବଶକ୍ତିମାନ ସଦାପ୍ରଭୁ କହିଲେ, “ମୁଁ ସେମାନଙ୍କ ବିପକ୍ଷରେ ଉଠିବି ଓ ଲଢ଼ିବି। ମୁଁ ପ୍ରସିଦ୍ଧ ବାବିଲ ନଗର ଧ୍ୱଂସ କରିବି। ତା'ର ସମସ୍ତ ଲୋକଙ୍କୁ ଉଚ୍ଛିନ୍ନ କରିବି। ଆଉ ମଧ୍ୟ ସେମାନଙ୍କର ପୁତ୍ର, ନାତି ଓ ଅଣନାତିମାନଙ୍କୁ ଧ୍ୱଂସ କରିବି।” ସଦାପ୍ରଭୁ ନିଜେ ଏହିସବୁ କହିଥିଲେ।


ସଦାପ୍ରଭୁ କୁହନ୍ତି, “ଆମ୍ଭେ ଏବେ ଉଠିବା, ଆମ୍ଭେ ଏବେ ଆପଣାକୁ ଉଠାଇବା, ଆମ୍ଭେ ଏବେ ଉନ୍ନତ ହେବା।


Swiv nou:

Piblisite


Piblisite